କନକ ବ୍ୟୁରୋ: ସନରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ୍ ପଦରୁ ହଟିଲେ ଡେଭିଡ୍ ୱାର୍ଣ୍ଣର । ଏଣିକି କେନ୍ ୱିଲିୟମସନ୍ ହେବେ ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ । ବାକି ଥିବା ଆଇପିଏଲ୍ ମ୍ୟାଚରେ ସେ ହିଁ ଦଳର ନେତୃତ୍ୱ ନେବେ ବୋଲି ଆଜି ଦଳ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଚଳିତ ସିଜିନରେ ସନରାଇଜର୍ସର ପ୍ରଦର୍ଶନ ସେତେଟା ଭଲ ହୋଇନି । ଦଳ ୬ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ଜିତି ୨ ପଏଣ୍ଟContinue reading “ଆଇପିଏଲ୍ ଅଧାରୁ ଅଧିନାୟକ ପରିବର୍ତ୍ତନ କଲା ସନରାଇଜର୍ସ । ୱାର୍ଣ୍ଣର ହଟିଲେ, ୱିଲିୟମସନ୍ ନୂଆ ଅଧିନାୟକ ।”
Author Archives: Raghaba
ଗୋଷ୍ଠୀ ସଂକ୍ରମଣ ଯୋଗୁଁ ରାଜ୍ୟରେ ବଢୁଛି ପଜିଟିଭ୍ ସଂଖ୍ୟା । ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର କହିଲେ, ଆଗକୁ କେତେ ପଜିଟିଭ୍ ଆସିବେ କରିହେବନି ଆକଳନ ।
କନକ ବ୍ୟୁରୋ: ରାଜ୍ୟରେ ବଢ଼ୁଥିବା କରୋନାର ଟ୍ରେଣ୍ଡକୁ ନେଇ ବରିଷ୍ଠ ଚିକିତ୍ସକଙ୍କ ମତ ହେଉଛି, ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେଲାଣି । ତେଣୁ ଏତେ ସଂଖ୍ୟାରେ ପଜିଟିଭ୍ ଆସୁଛି । ତେବେ କେତେ ପର୍ଯ୍ୟନ୍ତ ବଢ଼ିବ କହି ହେବ ନାହିଁ କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ । ରାଜ୍ୟରେ ଆଜି ସର୍ବାଧିକ ଦୈନିକ ସଂକ୍ରମିତି ଚିହ୍ନଟ ହେବା ପରେ ଏମିତି କହିବା ସହ ସତର୍କ କରିଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର । ତେବେ ଦିନକରେContinue reading “ଗୋଷ୍ଠୀ ସଂକ୍ରମଣ ଯୋଗୁଁ ରାଜ୍ୟରେ ବଢୁଛି ପଜିଟିଭ୍ ସଂଖ୍ୟା । ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର କହିଲେ, ଆଗକୁ କେତେ ପଜିଟିଭ୍ ଆସିବେ କରିହେବନି ଆକଳନ ।”
ପୁଣି ଅକ୍ସିଜେନ ଅଭାବରୁ ଗଲା ଜୀବନ । ଜମ୍ମୁର ବାତ୍ରା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୪ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ଜମ୍ମୁର କୁହାଯାଉଥିବା ବଡ ହସ୍ପିଟାଲ ମଧ୍ୟରୁ ବାତ୍ରା ହସ୍ପିଟାଲ ଅନ୍ୟତମ । ହେଲେ ଏତେବଡ ହସ୍ପିଟାଲରେ ବି ଅକ୍ସିଜେନର ଅଭାବ । ଅକ୍ସିଜେନର ଅଭାବ ଫଳରେ ଆଜି ବାତ୍ରା ହସ୍ପିଟାଲରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି ଅକ୍ସିଜେନ ଯୋଗାଣ ଅଭାବରୁ ଏଭଳି ଅଘଟଣ ଘଟିଛି । ହେଲେ ମେଡିକାଲ ତରଫରୁ ଦାବି କରାଯାଇଛି କି ଅକ୍ସିଜେନ ଯୋଗାଣ ଏବେ ସ୍ୱଭାବିକ ରହିଛି । କହିରଖୁ କି ଏହିContinue reading “ପୁଣି ଅକ୍ସିଜେନ ଅଭାବରୁ ଗଲା ଜୀବନ । ଜମ୍ମୁର ବାତ୍ରା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୪ ଜଣଙ୍କ ମୃତ୍ୟୁ”
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ହୋଇପାରେ ଝଡବର୍ଷା ସାଙ୍ଗକୁ କୁଆପଥର ବର୍ଷା । ସତର୍କ କଲା ପାଣିପାଗ ବିଭାଗ ।
କନକ ବ୍ୟୁରୋ : ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝଡବର୍ଷା ସହ କୁଆପଥର ମାଡ଼ ହେବା ନେଇ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ମୁତାବକ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟରContinue reading “ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ହୋଇପାରେ ଝଡବର୍ଷା ସାଙ୍ଗକୁ କୁଆପଥର ବର୍ଷା । ସତର୍କ କଲା ପାଣିପାଗ ବିଭାଗ । “
କରୋନା ସଂକ୍ରମଣ : ଆମେ ଆମ ନିଜ ପାଖରେ ଉତ୍ତରଦାୟୀ
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଓ ସେଥିଯୋଗୁଁ ମୃତ୍ୟୁର ହାର ବଢ଼ି ଚାଲିଥିବାବେଳେ ଅଧିକାଂଶ ଲୋକ ସରକାର ଓ ବ୍ୟବସ୍ତାକୁ ସମାଲୋଚନା କରି ନିଜର କର୍ତ୍ତବ୍ୟ ଶେଷ କରୁଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟାରେ ହସ୍ପିଟାଲ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ, ବେଡ୍, ଔଷଧ ଓ ଅକ୍ସିଜେନ ଆଦିର ଅଭାବ ପାଇଁ ସରକାରଙ୍କୁ ଦୋଷ ଦେବା ଯଦିଓ ସ୍ବାଭାବିକ ଓ ଯୁକ୍ତିଯୁକ୍ତ, କିନ୍ତୁ ବ୍ୟକ୍ତିଗତ ସ୍ତରରେ ଲୋକମାନଙ୍କର ଅବହେଳା ମଧ୍ୟ ଆଜିରContinue reading “କରୋନା ସଂକ୍ରମଣ : ଆମେ ଆମ ନିଜ ପାଖରେ ଉତ୍ତରଦାୟୀ”
କେନ୍ଦ୍ର ସରକାରଙ୍କୁ ସୋନିଆ ଗାନ୍ଧୀଙ୍କ ପରାମର୍ଶ । କରୋନା ମହାମାରୀକୁ ଜିତିବା ପାଇଁ ସବୁ ରାଜନୈତିକ ଦଳମାନଙ୍କୁ ନେଇ ସରକାର ପ୍ରସ୍ତୁତ କରନ୍ତୁ ରଣନୀତି । ସହଯୋଗ କରିବ କଂଗ୍ରେସ
କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା ଜରିଆରେ କରୋନା ସଂକଟରୁ ମୁକୁଳିବାକୁ କେନ୍ଦ୍ର ସରକାରଙ୍କୁ କିଛି ଉପାୟ ବତାଇଛନ୍ତି । ଏହାସହ ସମସ୍ତ ରାଜନୈତିକ ଦଳମାନଙ୍କର ସହମତିରେ ରଣନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କି ଏଭଳି ସଂକଟ ସମୟରେ ସରକାର ସମସ୍ତ ରାଜନୈତିକ ଦଳମାନଙ୍କର ମତ ନେଇ ରଣନୀତି ପ୍ରସ୍ତୁତ କରନ୍ତୁ । ଏହାସହ ଦେଶବାସୀଙ୍କୁ କରୋନାରୁ ମୁକ୍ତ କରିବାକୁ କେନ୍ଦ୍ରContinue reading “କେନ୍ଦ୍ର ସରକାରଙ୍କୁ ସୋନିଆ ଗାନ୍ଧୀଙ୍କ ପରାମର୍ଶ । କରୋନା ମହାମାରୀକୁ ଜିତିବା ପାଇଁ ସବୁ ରାଜନୈତିକ ଦଳମାନଙ୍କୁ ନେଇ ସରକାର ପ୍ରସ୍ତୁତ କରନ୍ତୁ ରଣନୀତି । ସହଯୋଗ କରିବ କଂଗ୍ରେସ”
କରୋନା ଆକ୍ରାନ୍ତଙ୍କ ଅନ୍ନଦାତା । ମାଗଣାରେ ଘରେ ପହଞ୍ଚାଉଛନ୍ତି ରନ୍ଧା ଖାଦ୍ୟ ଓ ଔଷଧ ।
କନକ ବ୍ୟୁରୋ : ରୋଟାରୀ କ୍ଲବ ଅଫ୍ ରାଉରକେଲା କୁଇନ୍ସ ପରେ କରୋନା କାଳରେ ମହାନତା ଦେଖାଇଛନ୍ତି ଛେଣ୍ଡ କଲୋନିର ମିଶନ ରାଉରକେଲା ଓ ସିଭିଲଟାଉନସିପ୍ର ଶିଖ୍ ପରିବାର। ସଂକ୍ରମଣକୁ ଖାତିର ନକରି କରୋନା ଆକ୍ରାନ୍ତଙ୍କୁ ଆହାର ଯୋଗାଉଛନ୍ତି ଏହି ମିଶନ ରାଉରକେଲା ଓ ସିଭିଲଟାଉନସିପର ଶିଖ୍ ପରିବାର। କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ପାଲଟିଛନ୍ତି ଅନ୍ନଦାତା। ମିଶନ ରାଉରକେଲା ରନ୍ଧାଖାଦ୍ୟ ସହ ଔଷଧ ମାଗଣାରେ ଦେଉଥିବା ବେଳେ ଶିଖ୍ ପରିବାର ସଦସ୍ୟମାନେ ନିଜ ଘରେ ପ୍ରସ୍ତୁତContinue reading “କରୋନା ଆକ୍ରାନ୍ତଙ୍କ ଅନ୍ନଦାତା । ମାଗଣାରେ ଘରେ ପହଞ୍ଚାଉଛନ୍ତି ରନ୍ଧା ଖାଦ୍ୟ ଓ ଔଷଧ ।”
ଆଜି ବିଶ୍ବ ଶ୍ରମିକ ଦିବସରେ ଦୁଃଖ ବଖାଣିଲେ ଶ୍ରମିକ । କରୋନା ପାଇଁ କାମ ମିଳୁନଥିବାରୁ ଦୁଃଖବ୍ୟକ୍ତ କଲେ ପୁରୀର ଶ୍ରମିକ
କନକ ବ୍ୟୁରୋ : ଆଜି ବିଶ୍ୱ ଶ୍ରମିକ ଦିବସ । ଆଜିର ଦିନ ଶ୍ରମିକମାନଙ୍କ ପାଇଁ ଥାଏ । ହେଲେ ଯେଉଁମାନେ ଦିନ ମଜୁରିଆ ରହିଛନ୍ତି ସେମାନେ ଶ୍ରମିକ ଦିବସର ମାନେ ହିଁ ବୁଝି ନାହାନ୍ତି । ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ କାମ କରିବା ଏବଂ ୨ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିବା ମୁଖ୍ୟ ହୋଇପଡ଼ିଛି । ହେଲେ କୋଭିଡ ପାଇଁ କାମ ମିଳୁନଥିବାରୁ ସମସ୍ୟା ଘେରରେ ପଡ଼ି ଯାଇଛନ୍ତି ଦିନContinue reading “ଆଜି ବିଶ୍ବ ଶ୍ରମିକ ଦିବସରେ ଦୁଃଖ ବଖାଣିଲେ ଶ୍ରମିକ । କରୋନା ପାଇଁ କାମ ମିଳୁନଥିବାରୁ ଦୁଃଖବ୍ୟକ୍ତ କଲେ ପୁରୀର ଶ୍ରମିକ”
କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବାଇଡେନ ପ୍ରଶାସନର ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଭାରତ ପାଇଁ ପ୍ରସ୍ତାବ : ଆନ୍ଥୋନିଫସି କହିଲେ, ଆଗାମୀ କିଛି ସପ୍ତାହ ପାଇଁ ସଟଡାଉନ ଜରୁରୀ
କନକ ବ୍ୟୁରୋ : ଭାରତ ସରକାର ସଟଡାଉନ ଭଳି ପଦକ୍ଷେପକୁ ଶେଷ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଉଥିବାବେଳେ ଭିନ୍ନ ମତ ରଖିଛନ୍ତି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗାମୀ କିଛି ସପ୍ତାହ ଯାଏଁ ଶକ୍ତ କଟକଣା ଲଗାଇବାକୁ ପରାମର୍ଶ ଦେଇଛନ୍ତି ଆନ୍ଥୋନି ଫସି । ସେ ହେଉଛନ୍ତି, ଆମେରିକା ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ପରାମର୍ଶଦାତା । ଅର୍ଥାତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ପରାମର୍ଶଦାତାContinue reading “କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବାଇଡେନ ପ୍ରଶାସନର ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଭାରତ ପାଇଁ ପ୍ରସ୍ତାବ : ଆନ୍ଥୋନିଫସି କହିଲେ, ଆଗାମୀ କିଛି ସପ୍ତାହ ପାଇଁ ସଟଡାଉନ ଜରୁରୀ”
ବାଲେଶ୍ୱର ସହଦେବଖୁଂଟାରୁ ବ୍ରାଉନସୁଗାର ଜବତ : ୧ କିଲୋ ୩୬୦ ଗ୍ରାମ ବ୍ରାଉନସୁଗାର ଜବତ କଲା ଏସଟିଏଫ୍
କନକ ବ୍ୟୁରୋ : ବାଲେଶ୍ୱର ସହଦେବଖୁଂଟା ଅଂଚଳରୁ ୧ କୋଟି ୩୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଗୁଇନ୍ଦା ସୂଚନା ପାଇ ଭୁବନେଶ୍ୱର ଏସଟିଏଫ ଚଢାଉ କରିଥିବାବେଳେ ଦୁଇ ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ମାନସ ମୁଖୀ ଓ କମଳାକାନ୍ତ ଦାସ । ଚଢାଉ ବେଳେ ଏମାନଙ୍କ ପାଖରୁ ୧ କିଲୋ ୩୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ୱର ଏସଟିଏଫ । ଗୁରଫ ଦୁଇ ବ୍ୟକ୍ତିଙ୍କ ଅନ୍ୟାନ୍ୟ ଅପରାଧରେ ମଧ୍ୟ ସଂପୃକ୍ତିContinue reading “ବାଲେଶ୍ୱର ସହଦେବଖୁଂଟାରୁ ବ୍ରାଉନସୁଗାର ଜବତ : ୧ କିଲୋ ୩୬୦ ଗ୍ରାମ ବ୍ରାଉନସୁଗାର ଜବତ କଲା ଏସଟିଏଫ୍”