ଆଇପିଏଲ ଲଢେଇ: ଟସ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ।

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ତେଣୁ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ । ଉଭୟ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବ । ଉଭୟ ଦଳ ଚଳିତ ଆଇପିଏଲରେContinue reading “ଆଇପିଏଲ ଲଢେଇ: ଟସ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ।”

ଶ୍ରମିକ ଦିବସରେ ସରକାରଙ୍କୁ ବାଟଚଲା ବିଶ୍ୱକର୍ମାଙ୍କ ପ୍ରଶ୍ନ… ସରକାର ! ଏଥର ଆମକୁ ନିଜ ରାଜ୍ୟରେ କାମ ଦେବ ତ ? ନା ପୁଣି ଫେରିବୁ ପର ରାଇଜକୁ ?

କନକ ବ୍ୟୁରୋ: ସହର ପାଇଁ ଶ୍ରମିକ ନା ଶ୍ରମିକ ପାଇଁ ସହର ? ଶ୍ରମିକ ନଥିଲେ ହୁଏତ ଗଢା ହୋଇନଥାନ୍ତା ସହର, ଆଉ ବିନା ସହରରେ ବଞ୍ଚିବା ଶ୍ରମିକ ପାଇଁ ମୁସକିଲ ହୋଇପଡିଥାନ୍ତା । କାମଧନ୍ଦା ମିଳିନଥାନ୍ତା, ପେଟ ପୋଷି ହୋଇନଥାନ୍ତା… ସେଇଥି ପାଇଁ ତ ସହର ଓ ଶ୍ରମିକ ଉଭୟ ପରିପୂରକ । ଶ୍ରମିକ ସହର ସଜାଏ, ସହରକୁ ଗଢେ, ନିଜ ରକ୍ତକୁ ଝାଳ ପରି ନିଗାଡି ଦେଇ ସହରର କାନ୍ଥବାଡକୁ ସୁନ୍ଦର କରୁଥାଏ… ସହରରContinue reading “ଶ୍ରମିକ ଦିବସରେ ସରକାରଙ୍କୁ ବାଟଚଲା ବିଶ୍ୱକର୍ମାଙ୍କ ପ୍ରଶ୍ନ… ସରକାର ! ଏଥର ଆମକୁ ନିଜ ରାଜ୍ୟରେ କାମ ଦେବ ତ ? ନା ପୁଣି ଫେରିବୁ ପର ରାଇଜକୁ ?”

ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ । ଆରମ୍ଭ ହେଉ ହେଉ ମେ’୭ ଯାଏଁ ସବୁ ସ୍ଲଟ୍ ବୁକିଂ ।

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଯେଉଁଥିରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସହିତ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କୁ ବି ଟିକା ଦିଆଯିବ । ଆଜି ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କରି ସୂଚନା ଦେବା ସହିତ ଆଜି ସନ୍ଧ୍ୟାରୁ ଏଥିପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି କହିଥିଲେ । ହେଲେ ସ୍ଲୁଟ୍ ବୁକିଂ ଆରମ୍ଭ ହେବାର ମାତ୍ରContinue reading “ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ । ଆରମ୍ଭ ହେଉ ହେଉ ମେ’୭ ଯାଏଁ ସବୁ ସ୍ଲଟ୍ ବୁକିଂ ।”

ଦିଲ୍ଲୀରେ ଗୋଟିଏ ସପ୍ତାହ ପାଇଁ ବଢିଲା ଲକଡାଉନ୍ । ଲକଡାଉନ୍ ବଢିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

କନକ ବ୍ୟୁରୋ: କରୋନାର ବଢୁଥିବା ସଂକ୍ରମଣକୁ ଦେଖି ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ମେ ୩ ଯାଏଁ ଲକଡାଉନ୍ ଅବଧି ରହିଥିଲା । ଏବେ ଏହାକୁ ଆଉ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି । ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ଗୋଟିଏ ସପ୍ତାହ ପାଇଁ ବଢିଲା ଲକଡାଉନ୍Continue reading “ଦିଲ୍ଲୀରେ ଗୋଟିଏ ସପ୍ତାହ ପାଇଁ ବଢିଲା ଲକଡାଉନ୍ । ଲକଡାଉନ୍ ବଢିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।”

କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । କୌଣସି ପରିସ୍ଥିତିରେ ଦୈନିକ ଦିଲ୍ଲୀକୁ ଯୋଗାଅ ୪୯୦ ମେଟ୍ରିକ୍ ଟନ୍ ଅକ୍ସିଜେନ

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ମେଡିକାଲରେ ଅକ୍ସିଜେନ ଅଭାବରୁ ଦୈନିକ ଶହ ଶହ କରୋନା ସଂକ୍ରମିତଙ୍କ ଜୀବନ ଯାଉଛି । ଗୋଟେପଟେ କେନ୍ଦ୍ର ସରକାର ଅକ୍ସିଜେନ ମହଜୁଦ ଥିବା କଥା କହୁଥିବା ବେଳେ ଦିଲ୍ଲୀ ସରକାରଙ୍କ କୋଟା ୪୯୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବାରେ ବିଫଳ ହେଉଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଉପରେContinue reading “କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । କୌଣସି ପରିସ୍ଥିତିରେ ଦୈନିକ ଦିଲ୍ଲୀକୁ ଯୋଗାଅ ୪୯୦ ମେଟ୍ରିକ୍ ଟନ୍ ଅକ୍ସିଜେନ”

ଜିଏସଟି ଆଦାୟରେ ନୂଆ ସର୍ବକାଳୀନ ରେକର୍ଡ । ଏପ୍ରିଲ୍‌ରେ ୧.୪୧ ଲକ୍ଷ କୋଟିର ରାଜସ୍ବ ଆଦାୟ ।

କନକ ବ୍ୟୁରୋ : ଏପ୍ରିଲ ମାସରେ ଦେଶର ଜିଏସଟି ରାଜସ୍ୱ ଏକ ନୂଆ ସର୍ବକାଳୀନ ରେକର୍ଡ ୧ ଲକ୍ଷ ୪୧ ହଜାର କୋଟି ଛୁଇଁଛି  । ଗତ ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ରେକର୍ଡ ୧ ଲକ୍ଷ ୨୩ ହଜାର ୯୦୨ କୋଟିର ଜିଏସଟି ରାଜସ୍ବକୁ ଏହା ଟପିଯ଼ାଇଛି । ଗତ ୨୦୧୭ ଜୁଲାଇରେ ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏହା ହେଉଛି ସର୍ବାଧିକ ମାସିକ ଜିଏସଟି ସଂଗ୍ରହ । ଫେବ୍ରୁଆରି ୨୦୨୧ରେ ଜିଏସଟି ଆଦାୟContinue reading “ଜିଏସଟି ଆଦାୟରେ ନୂଆ ସର୍ବକାଳୀନ ରେକର୍ଡ । ଏପ୍ରିଲ୍‌ରେ ୧.୪୧ ଲକ୍ଷ କୋଟିର ରାଜସ୍ବ ଆଦାୟ ।”

ଭାରତକୁ ଆସିଲା ସ୍ଫୁଟନିକ-ଭି ଟିକା । ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରେ ପହଁଚିଲା ଦେଢ଼ ଲକ୍ଷ ଡୋଜ୍ । ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ ।

କନକ ବ୍ୟୁରୋ: ଭାରତ ଆସିଲା ସ୍ଫୁଟନିକ୍-ଭି ଟିକା । ମସ୍କୋରୁ ଆସି ହାଇଦ୍ରାବାଦରେ ପହଁଚିଛି ଟିକାର ଦେଢ଼ ଲକ୍ଷ ଡୋଜ୍ । ଚଳିତ ମାସରେ ଆଉ ୩ଲକ୍ଷ ଡୋଜ୍ ଆସି ପହଁଚିବ । ଟିକା ହାଇଦ୍ରାବାଦରେ ପହଁଚିବା ପରେ ଋଷିୟ ଟିକା ନିର୍ମାତା କମ୍ପାନୀ ସହ ବୁଝାମଣା କରିଥିବା ଭାରତୀୟ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ ଲ୍ୟାବୋରେଟୋରୀକୁ ଏହି ଟିକା ପ୍ରଦାନ କରାଯାଇଛି । ଅନୁମତି ମିଳିବା ପରେ ଟିକା ବଂଟନ କରାଯିବ । ଏହି ଟିକାକୁContinue reading “ଭାରତକୁ ଆସିଲା ସ୍ଫୁଟନିକ-ଭି ଟିକା । ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରେ ପହଁଚିଲା ଦେଢ଼ ଲକ୍ଷ ଡୋଜ୍ । ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ ।”

ରାଜଧାନୀରେ କେବଳ ୧୦ ପ୍ରତିଶତ ଆଇସିୟୁ ବେଡ୍ ଫାଙ୍କା । ସାଧାରଣ, ଏଚଡିୟୁ ବେଡ୍ ୫୦ ପ୍ରତିଶତ ଭର୍ତ୍ତି ।

କନକ ବ୍ୟୁରୋ: ରାଜଧାନୀରେ ଏବେ ପ୍ରତିଦିନ ବଢିବାକୁ ଲାଗିଛି କରୋନା ସଂକ୍ରମଣ । ଗତ ୩/୪ ଦିନ ହେଲା ଭୁବନେଶ୍ୱରରୁ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥିତିରେ ରାଜଧାନୀରେ କେବଳ ୧୦ ପ୍ରତିଶତ ଆଇସିୟୁ ବେଡ୍ ଫାଙ୍କା ଅଛି । କୋଭିଡ୍ ସମ୍ପର୍କୀତ ସୂଚନା ଦେଇ ଆଜି ଏଭଳି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । ଭୁବନେଶ୍ୱରର କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ପ୍ରେସମିଟ୍ ଗତ ଦୁଇ ତିନି ଦିନContinue reading “ରାଜଧାନୀରେ କେବଳ ୧୦ ପ୍ରତିଶତ ଆଇସିୟୁ ବେଡ୍ ଫାଙ୍କା । ସାଧାରଣ, ଏଚଡିୟୁ ବେଡ୍ ୫୦ ପ୍ରତିଶତ ଭର୍ତ୍ତି ।”

୧୮ରୁ ୪୪ ବର୍ଷ ଟୀକାକରଣ ନେଇ ବଡ଼ ଖବର: ଆଜି ସଂଧ୍ୟାରେ ମିଳିବ ସ୍ଲଟ୍, ରେଜିଷ୍ଟ୍ରେସନ୍ ନକଲେ ଟୀକା ମନା ।

କନକ ବ୍ୟୁରୋ: ଆଜି ସନ୍ଧ୍ୟାରେ ୧୮ରୁ ୪୪ ବର୍ଷ ଲୋକଙ୍କ ଟୀକାକରଣ ପାଇଁ ସ୍ଲଟ୍ ଓପନ କରାଯିବ । http://www.cowin.gov.in ରେ ରେଜିଷ୍ଟ୍ରେସନ୍ କରିନେବାକୁ ପରାମର୍ଶ ଦେଲେ ବିଏମସି କମିଶନର । ତେବେ ୧୮ରୁ ୪୪ ବର୍ଷର ରେଜିଷ୍ଟ୍ରେନ ନକରିଥିଲେ ଟୀକା ମିଳିବନି ବୋଲି ଆଗରୁ ଚେତାଇ ଦେଇଛନ୍ତି ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ । ତେବେ ସୋମବାରରୁ ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ଲୋକ ଟୀକା ନେବେ । ଏହି ଟୀକାକରଣ ବେଳେ ଅଯଥାରେContinue reading “୧୮ରୁ ୪୪ ବର୍ଷ ଟୀକାକରଣ ନେଇ ବଡ଼ ଖବର: ଆଜି ସଂଧ୍ୟାରେ ମିଳିବ ସ୍ଲଟ୍, ରେଜିଷ୍ଟ୍ରେସନ୍ ନକଲେ ଟୀକା ମନା ।”

ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ସାବାଳକ ଟିକାକରଣ । ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ପ୍ରେସମିଟ୍ କରି ସୂଚନା ଦେଲେ ବିଏମସି କମିଶନର ।

କନକ ବ୍ୟୁରୋ: ଆସନ୍ତା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କ ଟିକାକରଣ । ଏଥିପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଲୋକମାନେ ନିଜର ରେଜିଷ୍ଟ୍ରେସନ କରି ସିଡ୍ୟୁଲ କରିବା ପରେ ଟିକାକେନ୍ଦ୍ରକୁ ଯାଇ ଟିକା ନେଇପାରିବେ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ସାବାଳକ ଟିକାକରଣ । ଆଜି ସନ୍ଧ୍ୟାରୁ ଆରମ୍ଭ ହେବContinue reading “ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ସାବାଳକ ଟିକାକରଣ । ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ପ୍ରେସମିଟ୍ କରି ସୂଚନା ଦେଲେ ବିଏମସି କମିଶନର ।”

Design a site like this with WordPress.com
Get started