କନକ ବ୍ୟୁରୋ : ଦେଶରେ ଦୈନିକ ସଂକ୍ରମଣ ଆଜି ୪ ଲକ୍ଷ ଟପିଛି । କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ଆମ ସମସ୍ତଙ୍କ ଜୀବନ ବି ଆଶଙ୍କା ଘେରରେ ରହିଛି । ଏହା ଭିତରେ ତାମିଲନାଡୁ ମଦୁରାଇରୁ ଆସିଛି ଏହି ଦୃଶ୍ୟ ଯାହାକୁ ଦେଖିଲେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଉଠିବା ସ୍ୱାଭାବିକ । ସତରେ କଣ ଏମାନଙ୍କୁ କରୋନା ଭୟ ନାହିଁ ? ଏହି ଦୃଶ୍ୟContinue reading “ତାମିଲନାଡୁ ମଦୁରାଇରେ ବିଶାଳ ମାଛ ଧରା ପ୍ରତିଯୋଗିତାର ଦୃଶ୍ୟ : ମାଛ ଧରିବାକୁ ଆସିଲେ, କୋଭିଡ୍ କଟକଣା ଭୁଲିଗଲେ”
Author Archives: Raghaba
କରୋନା ବିରୋଧୀ ଲଢେଇରେ ରାଜ୍ୟମାନଙ୍କୁ ମିଳିଲା କେନ୍ଦ୍ରର ସହାୟତା । କେନ୍ଦ୍ରସରକାର ଜାରି କଲେ ଏସଡିଆରଏଫ୍ ର ପ୍ରଥମ କିସ୍ତି
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ରେକର୍ଡ ଭାଙ୍ଗୁଛି । ଗତ ୨୪ ଘଂଟାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ପାର କରିଛି । ଯାହାକି ସାରା ବିଶ୍ୱର କୌଣସି ଦେଶର ଦୈନିକ ସଂକ୍ରମଣ ଠାରୁ ବହୁତ ଆଗରେ । ଏଭଳି ସ୍ଥିତିରେ ରାଜ୍ୟ ସରକାରମାନେ ଏବେ ଆର୍ଥିକ ମାନ୍ଦାବସ୍ତା ଦେଇ ଗତି କରୁଛନ୍ତି । ଏସବୁ ଭିତରେ କେନ୍ଦ୍ରର ସହାୟତା ନିହାତି ଆବଶ୍ୟକ ହେଉଥିବା ବେଳେ କେନ୍ଦ୍ର ସରକାର ଏସଡିଆରଏଫ୍Continue reading “କରୋନା ବିରୋଧୀ ଲଢେଇରେ ରାଜ୍ୟମାନଙ୍କୁ ମିଳିଲା କେନ୍ଦ୍ରର ସହାୟତା । କେନ୍ଦ୍ରସରକାର ଜାରି କଲେ ଏସଡିଆରଏଫ୍ ର ପ୍ରଥମ କିସ୍ତି”
କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେଲା ତାଳଚେର ଏମସିଏଲ ହସ୍ପିଟାଲ । ଉପକୃତ ହେବେ ଅନୁଗୁଳ ଓ ପାଖ ଅଞ୍ଚଳର ରୋଗୀ, ପ୍ରଧାନମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ।
କନକ ବ୍ୟୁରୋ : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ପାର କରିଥିବା ବେଳେ ଅନୁଗୁଳରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । ଆଉ ଏଭଳି ସ୍ଥିତିରେ ଅନୁଗୁଳରେ ବଢୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼୍ ହସ୍ପିଟାଲରେ ପରିଣତ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରContinue reading “କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେଲା ତାଳଚେର ଏମସିଏଲ ହସ୍ପିଟାଲ । ଉପକୃତ ହେବେ ଅନୁଗୁଳ ଓ ପାଖ ଅଞ୍ଚଳର ରୋଗୀ, ପ୍ରଧାନମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର । “
ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ଡ୍ରାଏ ରନ୍ : ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ୫୦ ଜଣଙ୍କୁ ଦିଆଗଲା ଟିକା
କନକ ବ୍ୟୁରୋ : ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣର ଡ୍ରାଏ ରନ୍ । ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଲା ଡ୍ରାଏ ରନ । ବିଏମସି କମିଶନରଙ୍କ ଉପସ୍ଥିତିରେ ହେଲା ଟିକାକରଣ ।୧୮ ବର୍ଷରୁ ଅଧିକ ୫୦ ଜଣଙ୍କୁ ଦିଆଗଲା ଟିକା । ମେ’ ୧ରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ନେଇ ସନ୍ଦେହ ପ୍ରକାଶ ପାଇଥିଲା । କାରଣ ରାଜ୍ୟରେ ଟିକାର ଅଭାବ ଦେଖାଦେଇଥିଲା । ଗତକାଲି ରାତିରେ ଦେଢ଼Continue reading “ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ଡ୍ରାଏ ରନ୍ : ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ୫୦ ଜଣଙ୍କୁ ଦିଆଗଲା ଟିକା”
ରଖେ ହରି ତ ମାରେ କିଏ : ୩ ଘଣ୍ଟା ଜୀବନ ମୃତ୍ୟୁର ସଂଘର୍ଷ ଭିତରେ ବଂଚିଗଲା ପୋଷା କୁକୁର , ସଫଳ ହେଲା ଅସ୍ତ୍ରୋପଚାର
କନକ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାରେ କିଏ । ଏହି କଥାର ତାଜା ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମ.ଭି ୧୭ ଗାଁରେ । ପ୍ରାୟ ୩ଘଂଟା ଦୀର୍ଘ ସମୟର ଅସ୍ତ୍ରୋପଚାର ପରେ ପୋଷା କୁୁକୁରଟି ପାଇଛି ପୁର୍ନଜନ୍ମ । ଏହି ଗାଁର ରିତା ସରକାରଙ୍କ ପୋଷା କୁକୁର ଦୁବୃର୍ତଙ୍କ ତୀର ମାଡର ଶିକାର ହୋଇଥିଲା । ଆହତ ପୋଷା କୁକୁର ଯନ୍ତ୍ରଣା ଛଟପଟ ହେବା ପରେ ଜୀବନ ରକ୍ଷାContinue reading “ରଖେ ହରି ତ ମାରେ କିଏ : ୩ ଘଣ୍ଟା ଜୀବନ ମୃତ୍ୟୁର ସଂଘର୍ଷ ଭିତରେ ବଂଚିଗଲା ପୋଷା କୁକୁର , ସଫଳ ହେଲା ଅସ୍ତ୍ରୋପଚାର”
କରୋନା ବିରୋଧ ଲଢେଇରେ ଭାରତକୁ ଆସୁଛି ଆଉ ଏକ ଅସ୍ତ୍ର । ଆଜି ଭାରତରେ ପହଂଚିବ ଋଷ ଟିକା ସ୍ପୁଟନିକ୍- ଭି ।
କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଆଜି ଭାରତରେ ପହଂଚିବ ଋଷ ଟିକା ସ୍ପୁଟନିକ୍-ଭିର ପ୍ରଥମ ପର୍ଯ୍ୟାୟ । ଏହାପୂର୍ବରୁ ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନକୁ କରୋନା ବିରୋଧ ଲଢେଇରେ ବ୍ୟବହାର କରାଯାଉଛି । ସ୍ପୁଟନିକ-ଭି ର ପ୍ରଥମ ପର୍ଯ୍ୟାୟ ଆସିବା ପରେ ଦେଶରେ ଟିକାକରଣ ଅଭିଯାନ ଦ୍ରୁତ ହେବ ବୋଲି କୁହାଯାଇଛି । କହିରଖୁ କି ଆଜି ଠାରୁ ଦେଶରେ ୧୮ ବର୍ଷରୁ ଅଧିକ ଓ ୪୫ ବର୍ଷରୁ କମ୍ ବୟସରContinue reading “କରୋନା ବିରୋଧ ଲଢେଇରେ ଭାରତକୁ ଆସୁଛି ଆଉ ଏକ ଅସ୍ତ୍ର । ଆଜି ଭାରତରେ ପହଂଚିବ ଋଷ ଟିକା ସ୍ପୁଟନିକ୍- ଭି ।”
ଆଜିଠାରୁ ୩ ମାସ ବନ୍ଦ ରହିବ ଭିତରକନିକା : କୁମ୍ଭୀରଙ୍କ ପ୍ରଜନନ ଦୃଷ୍ଟିରେ ରଖି ଭିତରକନିକା ବନ୍ଦ ରଖିବାକୁ ନିଷ୍ପତ୍ତି
କନକ ବ୍ୟୁରୋ : ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ବନ୍ଦ ଜାତୀୟ ଉଦ୍ୟାନ ଭିତରକନିକା ବନ୍ଦ ରହିବ । ମେ’୧ରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପ୍ରବେଶକୁ ବନ୍ଦ ରଖିଛି ରାଜନଗର ବନବିଭାଗ । ପ୍ରତିବର୍ଷ ଭଳି ଚଳିତ ବର୍ଷ ବଉଳା କୁମ୍ଭୀରଙ୍କ ପଜନନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ପ୍ରଜନନ ପାଇଁ ମା କୁମ୍ଭୀରମାନେ ସ୍ଥଳ ଭାଗକୁ ଚାଲି ଆସିଥାନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳିContinue reading “ଆଜିଠାରୁ ୩ ମାସ ବନ୍ଦ ରହିବ ଭିତରକନିକା : କୁମ୍ଭୀରଙ୍କ ପ୍ରଜନନ ଦୃଷ୍ଟିରେ ରଖି ଭିତରକନିକା ବନ୍ଦ ରଖିବାକୁ ନିଷ୍ପତ୍ତି”
ଗୁରୁ ତେଗ୍ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ : ଗୁରୁଦ୍ୱାରରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଗୁରୁ ତେଗ୍ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ ଅବସରରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଥିବା ଗୁରୁଦ୍ବାର ସିସ୍ ଗଞ୍ଜ ସାହିବ ଦର୍ଶନ କରିଛନ୍ତି । ୪୦୦ତମ ପ୍ରକାଶ ପର୍ବ ଉପଲକ୍ଷେ ସେ ଗୁରୁଦ୍ବାରରେ ପ୍ରାର୍ଥନା କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁରୁ ତେଗ୍ ବାହାଦୁର କୌଣସି ସ୍ବେଚ୍ଛାଚାର ଏବଂ ଅନ୍ୟାୟ ଆଗରେ ମୁଣ୍ଡ ନୋଇଁ ନ ଥିଲେ। ତାଙ୍କର ଆତ୍ମବଳି ଅନେକଙ୍କୁContinue reading “ଗୁରୁ ତେଗ୍ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ : ଗୁରୁଦ୍ୱାରରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ”
କରୋନା ନେଲା ଆଉ ଜଣେ ଅଭିନେତାଙ୍କ ଜୀବନ : ଅଭିନେତା ବିକ୍ରମଜିତ୍ କାନୱାରପାଲଙ୍କ ଦେହାନ୍ତ
କନକ ବ୍ୟୁରୋ : କରୋନା…ମଣିଷ ଭିତରେ ଏବେ ଯୁଦ୍ଧ ଚାଲିଛି । ପ୍ରତ୍ୟେକ ଦିନ କେତେ ଯେ ଆତ୍ମୀୟଲୋକ ଏଥିରେ ପ୍ରାଣ ହରାଉଛନ୍ତି ତାହା କଳ୍ପନା କରିବା ବି କଷ୍ଟ । ଗତକାଲି ଆଜତକର ବରିଷ୍ଠ ସାମ୍ବାଦିକ ରୋହିତ ସରଦାନା, ପୂର୍ବତନ ଆଟରନି ଜେନେରାଲ ସୋଲି ସୋରାବଜି ଓ ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହଙ୍କ ଦେହାନ୍ତକୁ ଗୋଟେ ଦିନ ବି ନ ପୁରୁଣୁ ଆଜି ଆଉ ଜଣେ ଅଭିନେତାଙ୍କ ଦେହାନ୍ତ ହୋଇଛି ।Continue reading “କରୋନା ନେଲା ଆଉ ଜଣେ ଅଭିନେତାଙ୍କ ଜୀବନ : ଅଭିନେତା ବିକ୍ରମଜିତ୍ କାନୱାରପାଲଙ୍କ ଦେହାନ୍ତ”
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପଞ୍ଜାବରେ ଚିକିତ୍ସିତ ହୋଇପାରିବେ ବାହାର ରାଜ୍ୟର କରୋନା ସଂକ୍ରମିତ
କନକ ବ୍ୟୁରୋ : ବାହାର ରାଜ୍ୟରୁ ଆସୁଥିବା କରୋନା ସଂକ୍ରମିତମାନେ ପଞ୍ଜାବରେ ଚିକିତ୍ସିତ ହୋଇପାରିବେ । ଏନେଇ ପଞ୍ଜାବ ସରକାର ଘୋଷଣା କରି କହିଛନ୍ତି କି ଯଦି କୌଣସି ବାହାର ରାଜ୍ୟର କରୋନା ସଂକ୍ରମିତ ପଞ୍ଜାବରେ ଚିକିତ୍ସିତ ହେବାକୁ ଚାହିଁବେ ତେବେ ତାଙ୍କୁ ପଞ୍ଜାବରେ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇ ଦିଆଯିବ । ଏହାସହ ବାହାର ରାଜ୍ୟରୁ ଆସୁଥିବା ସଂକ୍ରମିତଙ୍କ ପାଇଁ ପଞ୍ଜାବ ସରକାର ରାଜ୍ୟ ହସ୍ପିଟାଲ ମାନଙ୍କରେ ୨୫ ପ୍ରତିଶତ ବେଡ ସଂରକ୍ଷିତ ରଖିଥିବା କଥା ଦାବିContinue reading “ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପଞ୍ଜାବରେ ଚିକିତ୍ସିତ ହୋଇପାରିବେ ବାହାର ରାଜ୍ୟର କରୋନା ସଂକ୍ରମିତ”