ଆଜିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ : ଟିକା ଅଭାବରୁ କେବଳ ୬ଟି ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ନେଇ ସୂଚନା

କନକ ବ୍ୟୁରୋ : ପୂର୍ବ ନିଷ୍ପତ୍ତି ଅନୁସାରେ ଆଜିଠାରୁ ସାରାଦେଶରେ ଆରମ୍ଭ ହେବାକଥା ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ । ସାରାଦେଶରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଏବେ ଅଧକ ବ୍ୟାପକ ହେବ । କାରଣ ଆଜିଠାରୁ ଦେଶରେ ସମସ୍ତ ସାବାଳକଙ୍କ ଟିକାକରଣ ପାଇଁ ଘୋଷଣା କରିଛନ୍ତି ସରକାର । ଅର୍ଥାତ ପ୍ରଥମେ ଆଗଧାଡିର କରୋନା ଯୋଦ୍ଧା ଏବଂ ପରେ ୬୦ ବର୍ଷରୁ ଅଧିକ ଓ ଏକାଧିକ ରୋଗ ଥିବା ୪୫ ବର୍ଷରୁContinue reading “ଆଜିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ : ଟିକା ଅଭାବରୁ କେବଳ ୬ଟି ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ନେଇ ସୂଚନା”

କରୋନା ମହାମାରୀ ଠାରୁ କେମିତି ରଖିବେ ଆପଣଙ୍କ ପିଲାକୁ ସୁରକ୍ଷିତ । ଜାଣନ୍ତୁ ପ୍ରତିଟି ପ୍ରଶ୍ନର ଉତର

କନକ ବ୍ୟୁରୋ : କରୋନା ସଂକ୍ରମଣ ମାମଲା ବଢୁଥିବା ବେଳେ କେନ୍ଦ୍ର ସରକାର ଛୋଟ ପିଲାଙ୍କୁ କରୋନା ସଂକ୍ରମଣ ଓ ଚିକିତ୍ସା ନେଇ ସ୍ୱତନ୍ତ୍ର ନୀତି ଜାରି କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି ଛୋଟ ପିଲାମାନଙ୍କ ଠାରେ ସଂକ୍ରମଣ ପୂର୍ବରୁ କମ ଲକ୍ଷଣ ପରିଲକ୍ଷିତ ହେଉଛି । ଏନେଇ ପିତା ମାତାଙ୍କ ଠାରେ ଭୟ ଦେଖାଦେବା ସହିତ ସେମାନେ ସେମାନଙ୍କ ପିଲାଙ୍କୁ ସଂକ୍ରମଣ ଠାରୁ କିଭଳି ଦୂରେଇ ରଖିବେ ଓ ସଂକ୍ରମିତ ହେଲେ କିଭଳିContinue reading “କରୋନା ମହାମାରୀ ଠାରୁ କେମିତି ରଖିବେ ଆପଣଙ୍କ ପିଲାକୁ ସୁରକ୍ଷିତ । ଜାଣନ୍ତୁ ପ୍ରତିଟି ପ୍ରଶ୍ନର ଉତର”

ମାଲକାନଗିରିରେ କୂର୍ତି ଗାଁରେ ଲସି ପିଇ ଶହେରୁ ଅଧିକ ଗୁରୁତର : ୬୦ରୁ ଅଧିକ ଅସୁସ୍ଥଙ୍କୁ ପଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର

କନକ ବ୍ୟୁରୋ : ବିଷାକ୍ତ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ । ଏପରି ଅଭାବନୀୟ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । ପଡ଼ିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ପଂଚାୟତ କୂର୍ତି ଗାଁରେ ଲସି ପିଇ ଶହେରୁ ଅଧିକ ଗୁରୁତର । ୬୦ରୁ ଅଧିକ ଅସୁସ୍ଥଙ୍କୁ ପଡ଼ିଆ ସ୍ୱାସ୍ଥ୍ୟ କେନ୍ଦରେ ଚିକିତ୍ସିତ ହେଉଛନ୍ତି । ଗତକାଲି କୂର୍ତି ସାପ୍ତାହିକ ହାଟରେ ଏକ ଦୋକାନରୁ ଲସି ପିଇ ଗାଁ ଲୋକେ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ଅସୁସ୍ଥଙ୍କContinue reading “ମାଲକାନଗିରିରେ କୂର୍ତି ଗାଁରେ ଲସି ପିଇ ଶହେରୁ ଅଧିକ ଗୁରୁତର : ୬୦ରୁ ଅଧିକ ଅସୁସ୍ଥଙ୍କୁ ପଡ଼ିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର”

ତାଳଚେର ଏମସିଏଲ୍ ହସ୍ପିଟାଲ ହେଲା କୋଭିଡ୍ ହସ୍ପିଟାଲ । ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବା ପାଇଁ ଅନୁମତି ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏପ୍ରିଲ ୨୪ରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦContinue reading “ତାଳଚେର ଏମସିଏଲ୍ ହସ୍ପିଟାଲ ହେଲା କୋଭିଡ୍ ହସ୍ପିଟାଲ । ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ”

ଘରୋଇ ସଂଗରୋଧରେ ଚାଲିଗଲା ବାପାଙ୍କ ଜୀବନ : ପ୍ରଶାସନକୁ ଖବର ଦେଇ ପିପିଇ କିଟରେ ଶବକୁ ଶଶ୍ମାନ ଯାଏଁ ଆଣିଲେ ୨ ପୁଅ

କନକ ବ୍ୟୁରୋ : ପିପିଇ କିଟ ପିନ୍ଧି ସ୍କୁଟିରେ ଶ୍ମଶାନ ଯାଏଁ ନେଲେ ଶବ । କରୋନା ମହାମାରୀ କାଳରେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଅତ୍ୟନ୍ତ ଉଦବେଗଜନକ । ପିପିଇ କିଟ୍ ପିନ୍ଧି ବାପାଙ୍କ ଶବକୁ ସ୍କୁଟିରେ ବୋହି ନେଇଛନ୍ତି ଦୁଇ ପୁଅ । ଏଥିରେ ସହାୟତା କରିଛନ୍ତି ମୃତଙ୍କ ଜଣେ ପୁତୁରା । ଗୁରୁବାର ବଲାଙ୍ଗୀର ବେଲପଡା ବ୍ଲକ ସଲଣ୍ଡି ଗାଁରେ ଉଦ୍ଧବ ବେହେରାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପତ୍ନୀContinue reading “ଘରୋଇ ସଂଗରୋଧରେ ଚାଲିଗଲା ବାପାଙ୍କ ଜୀବନ : ପ୍ରଶାସନକୁ ଖବର ଦେଇ ପିପିଇ କିଟରେ ଶବକୁ ଶଶ୍ମାନ ଯାଏଁ ଆଣିଲେ ୨ ପୁଅ”

କରୋନା ଉଜାଡ଼ି ଦେଲା ଜୀବିକା : ହାତ ବାନ୍ଧି ବସିଲେଣି ଅନଲାଇନ୍ ବାଇକ୍ ଚାଳକ; ମାସେ ହେଲାଣି ବେପାର ଠପ୍‌

କନକ ବ୍ୟୁରୋ : ଏ ହେଉଛି ଅନଲାଇନ ବାଇକ ଚାଳକଙ୍କ ଅବସ୍ଥା । କରୋନା ପାଇଁ ଉଜୁଡି ଗଲାଣି ଜୀବିକା । ହାତ ବାନ୍ଧି ବସିଲେଣି ସେମାନେ । ‘ଦିନକୁ ୩୦ରୁ ୪୦ଟି ଭଡ଼ା ମିଳି ଯାଉଥିଲା । ଭଡ଼ା ପିଛା ଅତି କମ୍‌ରେ ୪୦ ଟଙ୍କା ମିଳିଗଲେ ବି କମ୍ପାନି ତା’ ପଇସା ରଖି ଆମକୁ ଅତି କମ୍‌ରେ ହଜାରେରୁ ୧୨ଶ’ ଟଙ୍କା ଦେଉଥିଲା । ତେଣୁ ୫ ଦିନ କାମ ନ କଲେ ବି ତେଲContinue reading “କରୋନା ଉଜାଡ଼ି ଦେଲା ଜୀବିକା : ହାତ ବାନ୍ଧି ବସିଲେଣି ଅନଲାଇନ୍ ବାଇକ୍ ଚାଳକ; ମାସେ ହେଲାଣି ବେପାର ଠପ୍‌”

ଦେଶରେ ଦୈନିକ ସଂକ୍ରମଣ ଟପିଲା ୪ଲକ୍ଷ : ୨୪ ଘଂଟାରେ ୪ଲକ୍ଷ ୧୯୯୩ ଆକ୍ରାନ୍ତ ଚିହ୍ନଟ, ୩୫୨୩ ମୃତ

କନକ ବ୍ୟୁରୋ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଆଜି ଦେଶରେ ରେକର୍ଡ ସ୍ତରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରୁ ୪ଲକ୍ଷ ୧ହଜାର ୯୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୯୧ଲକ୍ଷ ୬୪ହଜାର ୯୬୯ରେ ପହଁଚିଛି । ଅନ୍ୟପଟେ ଗତ ୨୪ଘଂଟାରେ ୩ହଜାର ୫୨୩ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ । ଦେଶରେ କରୋନାଜନିକContinue reading “ଦେଶରେ ଦୈନିକ ସଂକ୍ରମଣ ଟପିଲା ୪ଲକ୍ଷ : ୨୪ ଘଂଟାରେ ୪ଲକ୍ଷ ୧୯୯୩ ଆକ୍ରାନ୍ତ ଚିହ୍ନଟ, ୩୫୨୩ ମୃତ”

ସମଗ୍ର ଯାଜପୁର ଜିଲ୍ଲାରେ ଲାଗିଲା ସପ୍ତାହାନ୍ତ ସଟଡାଉନ : ପୂର୍ବରୁ ଯାଜପୁର ଟାଉନ ଓ ବ୍ୟାସନଗରରେ ଜାରି ହୋଇଥିଲା ସଟଡାଉନ

କନକ ବ୍ୟୁରୋ : ଆଜିଠୁ ପୁରା ଯାଜପୁର ଜିଲ୍ଲାରେ ଲାଗିଲା ସପ୍ତାହାନ୍ତ ସଟଡାଉନ । ପୂର୍ବରୁ ଯାଜପୁରର ଦୁଇ ସହରାଚଂଳ ଯାଜପୁର ଟାଉନ ଓ ବ୍ୟାସନଗରରେ ସପ୍ତାହାନ୍ତ ସଟଡାଉନ ଜାରି ଜାରି କରାଯାଇ ଥିବା ବେଳେ ଏବେ ପୂରା ଜିଲ୍ଲାରେ ଏହି କଟକଣା ଲଗାଯାଇଛି । ଜିଲ୍ଲାର ପ୍ରତ୍ୟେକ ଅଂଚଳରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ୩୧୧ ପଂଚାୟତର ସରପଂଚମାନେ ନିଜ ନିଜ ପଂଚାୟତକୁ ସଟଡାଉନ ଘୋଷଣା କରିଛନ୍ତି । ଯାହାକୁ କି ଜିଲ୍ଲା ପ୍ରଶାସନ ଅନୁମତିContinue reading “ସମଗ୍ର ଯାଜପୁର ଜିଲ୍ଲାରେ ଲାଗିଲା ସପ୍ତାହାନ୍ତ ସଟଡାଉନ : ପୂର୍ବରୁ ଯାଜପୁର ଟାଉନ ଓ ବ୍ୟାସନଗରରେ ଜାରି ହୋଇଥିଲା ସଟଡାଉନ”

ଭାରତରୁ ଆମେରିକାକୁ ପ୍ରବେଶ ଉପରେ କଟକଣା : କରୋନାର ନୂଆ ପ୍ରଜାତିର ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ

କନକ ବ୍ୟୁରୋ : ମଙ୍ଗଳବାର ମଧ୍ୟ ରାତ୍ରୀରୁ ଭାରତରୁ ଆମେରିକାକୁ ପ୍ରବେଶ ଉପରେ କଟକଣା । ଭାରତରେ ଦେଖା ଦେଇଥିବା କରୋନାର ନୂଆ ପ୍ରଜାତିର ସଂକ୍ରମଣରୁ ରୋକିବା ପାଇଁ ଏଭଳି ପଦକ୍ଷେପ ଘୋଷଣା କରିଛନ୍ତି ବାଇଡେନ୍ ସରକାର । ଆମେରିକା ସେଂଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନର ପରାମର୍ଶରେ ଏହି କଟକଣା ଜାରି କରାଯାଇଥିବା ହ୍ୱାଇଟ ହାଉସ କହିଛି । ତେବେ ଏହି କଟକଣା ଆମେରିକା ନାଗରିକଙ୍କ ଉପରେ ଲାଗୁ ହେବନାହିଁ । ଅର୍ଥାତ ଭାରତରେContinue reading “ଭାରତରୁ ଆମେରିକାକୁ ପ୍ରବେଶ ଉପରେ କଟକଣା : କରୋନାର ନୂଆ ପ୍ରଜାତିର ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ”

ଆଜିଠାରୁ ବନ୍ଦ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ : ମେ’ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି

କନକ ବ୍ୟୁରୋ : ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଘୋଷଣା କରାଯାଇଛି । ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହର ଦ୍ରୁତ ଗତିରେ ବ୍ୟାପୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ବନ୍ଦ ଘୋଷଣା କରିଛନ୍ତି ବୋଲି ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏବେ ଶନିବାର ଓ ରବିବାର ସପ୍ତାହନ୍ତ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ନିୟମାନୁସାରେ ସୋମବାରContinue reading “ଆଜିଠାରୁ ବନ୍ଦ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ : ମେ’ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି”

Design a site like this with WordPress.com
Get started