କରୋନା ନେଇଗଲା ୩ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ । ଆଜତକର ବରିଷ୍ଠ ସାମ୍ବାଦିକ ରୋହିତ ସରଦନା, ପୂର୍ବତନ ଆଟରନି ଜେନେରାଲ ସୋଲି ସୋରାବଜି ଓ ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହଙ୍କ ଦେହାନ୍ତ 

କନକ ବ୍ୟୁରୋ: ଦଙ୍ଗଲରୁ ଦସ୍ତକ୍ । ବିତର୍କରୁ ଖବର ଉପସ୍ଥାପନା । ଲୋକପ୍ରିୟ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ଆଜତକର ଚର୍ଚ୍ଚିତ ଚେହେରା, ରୋହିତ ସରଦାନାଙ୍କ ଦେହାନ୍ତ, ସାରା ଭାରତର ଗଣମାଧ୍ୟମକୁ ଦୋହଲାଇ ଦେଇଛି । ଆଖି ଆଗରେ ଘଟୁଥିବା ମୃତ୍ୟୁ ପରେ ବି ଯଦି କେହି କୁହନ୍ତି, ଗଣମାଧ୍ୟମ କରେନାକୁ ନେଇ ଅତିରଂଜିତ ଖବର ପ୍ରସାରଣ କରୁଛି, ତାହେଲେ ପୁଣି ଥରେ ଚିନ୍ତା କରିବାର ସମୟ ଆସିଛି । ରୋହିତ ସରଦାନାଙ୍କ ଦେହନ୍ତ ଖବର ଯେତେବେଳେ ଆଜତକରContinue reading “କରୋନା ନେଇଗଲା ୩ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ । ଆଜତକର ବରିଷ୍ଠ ସାମ୍ବାଦିକ ରୋହିତ ସରଦନା, ପୂର୍ବତନ ଆଟରନି ଜେନେରାଲ ସୋଲି ସୋରାବଜି ଓ ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହଙ୍କ ଦେହାନ୍ତ “

ସୁନ୍ଦରଗଡ଼ରୁ ଆସିଲା କରୋନା ମୃତ୍ୟୁର ସାଂଘାତିକ୍ କାହାଣୀ । ଭାଇ ଜାଣିପାରିଲାନି, ଭାଇର ମୃତ୍ୟୁ, ହସ୍ପିଟାଲ କର୍ମଚାରୀଙ୍କ ଭୁଲ ସୂଚନା ଯୋଗୁଁ ପରିବାର ଲୋକ ହଟହଟା 

କନକ ବ୍ୟୁରୋ: କୋଭିଡ କେୟାର ସେଂଟରରେ ପଜିଟିଭ ଚିହ୍ନଟ ହୋଇଥିବା ଭାଇର ଚିକିତ୍ସା ଚାଲିଥିଲା । ଆକ୍ରାନ୍ତଙ୍କୁ ପ୍ରତିଦିନ ଖାଦ୍ୟ ଦେଇଆସନ୍ତି ତାଙ୍କ ଭାଇ । ଖାଦ୍ୟ ଦେବା ସମୟରେ ହସ୍ପିଟାଲ କର୍ମଚାରୀ କୁହନ୍ତି, ଭାଇ ଭଲ ଅଛନ୍ତି । କିନ୍ତୁ ହଠାତ ଆକ୍ରାନ୍ତଙ୍କ ସହିତ ଫୋନରେ ଯୋଗା ଯୋଗା ନହୋଇପାରିବରୁ କୋଭିଡ କେୟାର ସେଂଟରରେ ପହଂଚିଥିଲେ ଭାଇ । ଆଉ ଜାଣିବାକୁ ପାଇଥିଲେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇସାରିଲାଣି । କିନ୍ତୁ ଏନେଇ ହସ୍ପିଟାଲ କର୍ତୃପକ୍ଷଙ୍କContinue reading “ସୁନ୍ଦରଗଡ଼ରୁ ଆସିଲା କରୋନା ମୃତ୍ୟୁର ସାଂଘାତିକ୍ କାହାଣୀ । ଭାଇ ଜାଣିପାରିଲାନି, ଭାଇର ମୃତ୍ୟୁ, ହସ୍ପିଟାଲ କର୍ମଚାରୀଙ୍କ ଭୁଲ ସୂଚନା ଯୋଗୁଁ ପରିବାର ଲୋକ ହଟହଟା “

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ । ମେ ଓ ଜନ ମାସରେ ଅତିରିକ୍ତ ଚାଉଳ ଯୋଗାଇବାକୁ ଘୋଷଣା ।

କନକ ବ୍ୟୁରୋ: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ । ମେ ଓ ଜନ ମାସରେ ଅତିରିକ୍ତ ଚାଉଳ ଯୋଗାଇବାକୁ ଘୋଷଣା । ମାଗଣାରେ ଏହି ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମେ ଓ ଜୁନ ଦୁଇ ମାସ ପାଇଁ ହିତାଧିକାରୀ ମାନେ ମାଗଣାରେ ଅତିରିକ୍ତ ପାଞ୍ଚ କେଜି ଲେଖାଏଁ ଚାଉଳ ପାଇବେContinue reading “ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ । ମେ ଓ ଜନ ମାସରେ ଅତିରିକ୍ତ ଚାଉଳ ଯୋଗାଇବାକୁ ଘୋଷଣା ।”

କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ ଜବାବ ।

କନକ ବ୍ୟୁରୋ: ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିକାର ଘୋର ଅଭାବ ସୃଷ୍ଟି ହୋଇଛି । ଗୋଟିଏ ପଟେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି, ଅନ୍ୟପଟେ ଟିକାର ଅଭାବ, ଫଳରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ଶନିବାର ଓ ରବିବାର ରାଜ୍ୟରେ ଟିକାକରଣ ବନ୍ଦ ରହିବ, ତେଣୁ ଟିକା ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗୁଛିContinue reading “କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ ଜବାବ ।”

ରାଜ୍ୟରେ ଏପ୍ରିଲ ମାସରେ ଏକ ଲକ୍ଷ ଟପିଲା ନୂଆ ମାମଲା । ପ୍ରତି ମିନିଟରେ ସାଢ଼େ ୪ ଜଣରୁ ଅଧିକ ବ୍ୟକ୍ତି ହେଉଛନ୍ତି କରୋନାରେ ଆକ୍ରାନ୍ତ ।

କନକ ବ୍ୟୁରୋ: ରାଜ୍ୟର କରୋନା ଗ୍ରାଫ୍ ତଳକୁ ଖସିବା ନାଁ ନେଉନାହିଁ । କେବଳ ଏପ୍ରିଲ ମାସରେ ୧ ଲକ୍ଷ ୩ ହଜାର ୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଗତ ୧୦ ଦିନ ହେଲା ସ୍ଥିତି ଅଧିକ ଉତ୍କଟ ହେବାରେ ଲାଗିଛି । ରାଜ୍ୟରେ ଗତ ୨୦ ତାରିଖରେ ୪ ହଜାର ୮୫୧ ଚିହ୍ନଟ ହୋଇଥିଲା । ଏହାପରେ ଆଉ କରୋନା ସଂକ୍ରମଣରେ ବ୍ରେକ୍ ଲାଗୁନାହିଁ । ୨୧ ତାରିଖରେ ୬ ହଜାରContinue reading “ରାଜ୍ୟରେ ଏପ୍ରିଲ ମାସରେ ଏକ ଲକ୍ଷ ଟପିଲା ନୂଆ ମାମଲା । ପ୍ରତି ମିନିଟରେ ସାଢ଼େ ୪ ଜଣରୁ ଅଧିକ ବ୍ୟକ୍ତି ହେଉଛନ୍ତି କରୋନାରେ ଆକ୍ରାନ୍ତ ।”

କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର । କୋଭିସିଲ୍ଡ ଟିକାର ୨୫ ଲକ୍ଷ ଡୋଜ୍ ଏକାଥରକେ ଯୋଗାଇବାକୁ ଦାବି କଲା ଓଡିଶା ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର । ରାଜ୍ୟରେ ଟିକାର ଅଭାବ ନେଇ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କୋଭିସିଲ୍ଡ ଟିକାର ୨୫ ଲକ୍ଷ ଡୋଜ୍ ଏକାଥରକେ ଯୋଗାଇବାକୁ ଦାବି କଲା ଓଡିଶା । #ଓଡିଶା_ମାଗିଲା_୨୫_ଲକ୍ଷ_ଟିକା କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର । ରାଜ୍ୟରେ ଟିକାର ଅଭାବ ନେଇ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କୋଭିସିଲ୍ଡ ଟିକାର ୨୫ ଲକ୍ଷ ଡୋଜ୍Continue reading “କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର । କୋଭିସିଲ୍ଡ ଟିକାର ୨୫ ଲକ୍ଷ ଡୋଜ୍ ଏକାଥରକେ ଯୋଗାଇବାକୁ ଦାବି କଲା ଓଡିଶା ।”

ଆଇପିଏଲ ଲଢେଇ: ଟସ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ଦଳ ।

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର ଦଳ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପଞ୍ଜାବ କିଙ୍ଗସ । ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ଦଳ ଏହି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ ।Continue reading “ଆଇପିଏଲ ଲଢେଇ: ଟସ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ଦଳ ।”

ଦିନ ୨ ପରେ ରାଜ୍ୟରେ ବନ୍ଦ ହେବ ଦୋକାନ ବଜାର! ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ରାଜ୍ୟ ବ୍ୟବସାୟୀ ମହାସଂଘ । ଆସନ୍ତକାଲି ହୋଇପାରେ ବିଧିବଦ୍ଧ ଘୋଷଣା ।

କନକ ବ୍ୟୁରୋ: ଆସନ୍ତା ସୋମବାରଠାରୁ ରାଜ୍ୟରେ ଦିନ ୨ରୁ ବନ୍ଦ ରହିବ ଦୋକାନ ବଜାର । ଏନେଇ ଆଜି ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ରାଜ୍ୟରେ କରୋନାର ସଂକ୍ରମଣ ବଢୁଥିବା ଦେଖି ବ୍ୟବସାୟୀ ମହାସଂଘ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଯାହାକି ଆସନ୍ତା ୧୫ ତାରିଖ ଯାଏଁ କାର୍ଯ୍ୟକାରୀ ହେବ । ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବContinue reading “ଦିନ ୨ ପରେ ରାଜ୍ୟରେ ବନ୍ଦ ହେବ ଦୋକାନ ବଜାର! ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ରାଜ୍ୟ ବ୍ୟବସାୟୀ ମହାସଂଘ । ଆସନ୍ତକାଲି ହୋଇପାରେ ବିଧିବଦ୍ଧ ଘୋଷଣା ।”

କରୋନା ସଂକ୍ରମିତ ହେଲେ ଦିଲ୍ଲୀ ଉପରାଜ୍ୟପାଳ । ସାମାନ୍ୟ ଲକ୍ଷଣ ଥାଇ ପଜିଟିଭ୍ ଚିହ୍ନଟ

କନକ ବ୍ୟୁରୋ : କରୋନା ଧିରେ ଧିରେ ସମସ୍ତଙ୍କୁ ନିଜ କବଳକୁ ନେବାରେ ଲାଗିଛି । ଏହି କ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଂଗରୋଧରେ ରହିଛନ୍ତି । ସେ ଗଣମାଧ୍ୟମ ଜରିଆରେ ସୂଚନା ଦେଇ କହିଛନ୍ତି କି ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ସନ୍ଦେହରେ ପରୀକ୍ଷା କରିବାକୁ ପଜିଟିଭ୍ ବାହାରିଛି । ଅନ୍ୟପଟେ ସେ ତାଙ୍କ ଟ୍ୱିଟରରେContinue reading “କରୋନା ସଂକ୍ରମିତ ହେଲେ ଦିଲ୍ଲୀ ଉପରାଜ୍ୟପାଳ । ସାମାନ୍ୟ ଲକ୍ଷଣ ଥାଇ ପଜିଟିଭ୍ ଚିହ୍ନଟ”

୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା । ଏହି ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ରାଜ୍ୟର ଦକ୍ଷିଣ, ଉତ୍ତର ଓ ଆଭ୍ୟନ୍ତରୀଣର ପ୍ରାୟ ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏଥିସହ କାଳବୈଶାଖୀ ଭୟ ରହିଥିବା ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜାରି ସତର୍କ ସୂଚନା ମତାବକ ଆଜି (୩୦ ଅପ୍ରେଲ,Continue reading “୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା । ଏହି ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି”

Design a site like this with WordPress.com
Get started