ମହାରାଷ୍ଟ୍ର ଓ ଦିଲ୍ଲୀରେ କୋଭିଡ୍ ଟିକାର ଅଭାବ । ମେ’ ୧ରୁ ୧୮ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଟିକା ଦିଆଯିବା ନେଇ ଉପୁଜିଲା ସନ୍ଦେହ ।

କନକ ବ୍ୟୁରୋ: କିଛି ଦିନ ହେଲାଣି ଦେଶର ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି। ଏହାର ଅଭାବ ଦୂର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବେଳେ ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ମେ’ ୧ରୁ ୧୮ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦେବା ନେଇ ଘୋଷଣା ‌କରାଯାଇଥିବା ବେଳେ ଟିକା ଅଭାବ ଥିବାରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ୧୮ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକା ଦିଆଯିବ ନାହିଁ ବୋଲି ଜଣାପଡ଼ିଛି।Continue reading “ମହାରାଷ୍ଟ୍ର ଓ ଦିଲ୍ଲୀରେ କୋଭିଡ୍ ଟିକାର ଅଭାବ । ମେ’ ୧ରୁ ୧୮ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଟିକା ଦିଆଯିବା ନେଇ ଉପୁଜିଲା ସନ୍ଦେହ ।”

ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ ଟିକା । ଭାରତ ବାୟୋଟେକ ହ୍ରାସ କଲା କୋଭାକ୍ସିନ ଟିକା ଦର ।

କନକ ବ୍ୟୁରୋ: କମିଲା ‘କୋଭାକ୍ସିନ’ ଟିକାର ଦର । ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ ଟିକା । ଭାରତ ବାୟୋଟେକ ହ୍ରାସ କଲା କୋଭାକ୍ସିନ ଟିକାର ଦର । ପୂର୍ବରୁ କୋଭାକ୍ସିନର ଦର ୬୦୦ ଟଙ୍କା ଧାର୍ଯ୍ୟ ଥିଲା । ହେଲେ ବର୍ତ୍ତମାନ ଉତ୍ପାଦକ ସଂସ୍ଥା କୋଭାକ୍ସିନର ଦର ୨୦୦ ଟଙ୍କା ହ୍ରାସ କରିଛି । ସେହିପରି କାଲି କୋଭିସିଲ୍ଡ ଟିକାର ଦର ହ୍ରାସ କରିଥିଲା ସେରମ ଇନଷ୍ଟିଚ୍ୟୁଟ । ଦେଶରେ କରୋନା ସଂକ୍ରମଣ ଭୟଙ୍କରContinue reading “ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ ଟିକା । ଭାରତ ବାୟୋଟେକ ହ୍ରାସ କଲା କୋଭାକ୍ସିନ ଟିକା ଦର ।”

କରୋନାରୁ ସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଏମ୍ସ ଟ୍ରମା କେୟାରରୁ ଫେରିଲେ ଘରକୁ 

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏହାପରେ ଆଜି ତାଙ୍କୁ ଏମ୍ସ ଟ୍ରମା କେୟାରରୁ ଛୁଟି ମିଳିଛି। ସୁସ୍ଥ ହେବା ପରେ ମନମୋହନ ସିଂ ଘରକୁ ଫେରିଥିବା ସୂଚନା ମିଳିଛି । ମନମୋହନ ସିଂଙ୍କୁ ଏପ୍ରିଲ ୧୯ ତାରିଖରେ ଜ୍ୱର ହୋଇଥିଲା। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଥିଲା। ଏହାପରେ ମନମୋହନ ସିଂଙ୍କୁ ଏମ୍ସ ଟ୍ରମା କେୟାରରେ ଚିକିତ୍ସା ପାଇଁContinue reading “କରୋନାରୁ ସୁସ୍ଥ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଏମ୍ସ ଟ୍ରମା କେୟାରରୁ ଫେରିଲେ ଘରକୁ “

ବଟଲର-ସାମସନଙ୍କ ଦମଦାର ବ୍ୟାଟିଂ । ୧୭୧ ରନ କଲା ରାଜସ୍ଥାନ ରୟାଲ୍ସ । ମୁମ୍ବାଇ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ 

କନକ ବ୍ୟୁରୋ: ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଛି ରାଜସ୍ଥାନ ରୟାଲ୍ସ ଦଳ । ଫଳରେ ୧୭୧ ରନ କରିବାରେ ସକ୍ଷମ ହୋଇଛି ଦଳ । ଏହାସହ ମୁମ୍ବାଇ ଆଗରେ ଏବେ ୧୭୨ ରନର ବିଜୟ ଲକ୍ଷ୍ୟ ରହିଛି । ମୁମ୍ବାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଏବେ ରାଜସ୍ଥାନର ବୋଲର ମାନଙ୍କୁ ସାମ୍ନା କରିବାକୁ ହେବ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେContinue reading “ବଟଲର-ସାମସନଙ୍କ ଦମଦାର ବ୍ୟାଟିଂ । ୧୭୧ ରନ କଲା ରାଜସ୍ଥାନ ରୟାଲ୍ସ । ମୁମ୍ବାଇ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ “

କୋଭିଡ୍ ନିୟମ ଭାଙ୍ଗିଥିବା ଅମାନିଆଙ୍କୁ ଗିରଫ କରିବା, ଫାଇନ୍ କାଟିବା ଆମକୁ ଦୁଃଖ ଦେଉଛି । ତେଣୁ ଲୋକ ନିୟମକୁ ଠିକ୍ ଭାବେ ପାଳନ କରନ୍ତୁ : ଡିଜିପି ଅଭୟ ।

କନକ ବ୍ୟୁରୋ: ସମସ୍ତ ଜନସାଧାରଣ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନାଇଟ୍ କର୍ଫ୍ୟୁ ନିୟମ ପାଳନ କରନ୍ତୁ । ଯେଉଁ ସ୍ଥାନରେ ଯାହା ନିୟମ ରହିଛି ମାନନ୍ତୁ । ଅମାନିଆ ହୋଇ ପୋଲିସ ହାତରେ ଧରାପଡିଲେ ପୋଲିସ ନିଶ୍ଚୟ ଫାଇନ୍ ଆଦାୟ କରିବ । ଯାହାକି ପୋଲିସଙ୍କୁ ବହୁତ ଦୁଃଖ ଦେଉଛି । କ୍ରିମିନାଲଙ୍କୁ ଧରିବା ପୋଲିସର କାମ, ଏପରି ଅମାନିଆଙ୍କଠୁ ଫାଇନ୍ ଆଦାୟ କଲେ ଆମକୁ ଖୁସି ମିଳୁନି । ଆଜି ରାଜ୍ୟବାସୀଙ୍କୁ କୋଭିଡ୍ ନେଇContinue reading “କୋଭିଡ୍ ନିୟମ ଭାଙ୍ଗିଥିବା ଅମାନିଆଙ୍କୁ ଗିରଫ କରିବା, ଫାଇନ୍ କାଟିବା ଆମକୁ ଦୁଃଖ ଦେଉଛି । ତେଣୁ ଲୋକ ନିୟମକୁ ଠିକ୍ ଭାବେ ପାଳନ କରନ୍ତୁ : ଡିଜିପି ଅଭୟ ।”

ଏପ୍ରିଲ ମାସରେ ଅମାନିଆଙ୍କଠୁ ୫ କୋଟିରୁ ଅଧିକ ଫାଇନ୍ ଆଦାୟ କରିଛି ପୋଲିସ । ସିଲ୍ ହୋଇଛି ୩ ଶହରୁ ଅଧିକ ଦୋକାନ, ୪୧୮ ଜଣ ଅମାନିଆ ଗିରଫ । ପ୍ରେସମିଟ୍ କରି ସୂଚନା ଦେଲେ ପୋଲିସ ଡିଜି ଅଭୟ ।

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ପ୍ରେସମିଟ୍ କରି ଲୋକଙ୍କୁ ସଚେତନ କରିଛନ୍ତି ପୋଲିସ ଡିଜି ଅଭୟ । ଡିଜିପି ଆଜି ରାଜ୍ୟବାସୀଙ୍କୁ ସଂକ୍ରମଣ ଏଡାଇବାକୁ ତିନୋଟି ମନ୍ତ୍ର ଦେବା ସହିତ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହି ତିନୋଟି ମନ୍ତ୍ର ହେଲା – ସମସ୍ତେ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ନିୟମ ପାଳନ କରନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ପାଳନ କରନ୍ତୁContinue reading “ଏପ୍ରିଲ ମାସରେ ଅମାନିଆଙ୍କଠୁ ୫ କୋଟିରୁ ଅଧିକ ଫାଇନ୍ ଆଦାୟ କରିଛି ପୋଲିସ । ସିଲ୍ ହୋଇଛି ୩ ଶହରୁ ଅଧିକ ଦୋକାନ, ୪୧୮ ଜଣ ଅମାନିଆ ଗିରଫ । ପ୍ରେସମିଟ୍ କରି ସୂଚନା ଦେଲେ ପୋଲିସ ଡିଜି ଅଭୟ ।”

କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବାକୁ ସ୍ତ୍ରୀର ଗହଣା ବିକି ଅଟୋରେ ଲଗାଇଲେ ଅକ୍ସିଜେନ ସିଲିଣ୍ଡର । ମାଗଣାରେ ଦେଉଛନ୍ତି ସେବା

କନକ ବ୍ୟୁରୋ : କରୋନା କାଳରେ କିଏ କୋଭିଡ ଔଷଧ ଚୋରାରେ ବିକି ଦି ପଇସା ଲାଭ କରୁଛି । କିଏ ଚୋରାରେ ୩୦୦ ଟଙ୍କାର ଅକ୍ସିଜେନକୁ ଚୋରାରେ ୩୦ ହଜାର ଟଙ୍କାରେ ବିକ୍ରି କରୁଛି । ହେଲେ ଦୁନିଆରେ ସମସ୍ତେ ସମାନ ନୁହନ୍ତି  । ଯାହାର ଉଦାହରଣ ସାଜିଛନ୍ତି ଭୋପାଳର ଜଣେ ଅଟୋ ଚାଳକ । କରୋନା ସଂକଟ କାଳରେ ଅଟୋ ଚଳାଇ ଦୈନିକ ୨ ରୁ ୩ ଶହ ଟଙ୍କା ରୋଜଗାର କରୁଥିବା ଏହିContinue reading “କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବାକୁ ସ୍ତ୍ରୀର ଗହଣା ବିକି ଅଟୋରେ ଲଗାଇଲେ ଅକ୍ସିଜେନ ସିଲିଣ୍ଡର । ମାଗଣାରେ ଦେଉଛନ୍ତି ସେବା”

୨୪ ଘଣ୍ଟା ମଧ୍ୟରେ ଏହି ୮ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ । ୟେଲୋ ଓ୍ଵାର୍ଣ୍ଣିଂ ଜାରି କରି ସତର୍କ କରାଇଲା ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ।

କନକ ବ୍ୟୁରୋ: ରାଜ୍ୟର ଦକ୍ଷିଣ ଓ ଆଭ୍ୟନ୍ତରୀଣର ପ୍ରାୟ ୮ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏଥିସହ କାଳବୈଶାଖୀ ଭୟ ରହିଥିବା ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜାରି ସତର୍କ ସୂଚନା ମତାବକ ଆଜି ଅପରାହ୍ନ ୧ଟା ୩୦ଘଣ୍ଟାContinue reading “୨୪ ଘଣ୍ଟା ମଧ୍ୟରେ ଏହି ୮ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ । ୟେଲୋ ଓ୍ଵାର୍ଣ୍ଣିଂ ଜାରି କରି ସତର୍କ କରାଇଲା ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ।”

ଭୁବନେଶ୍ୱର ଓୟୋ ରୁମରୁ ଏକ କୋଟି ଟଙ୍କା ଜବତ ହେବା ଘଟଣା । ଏସଆଇ ବିଜୟ ଦାସଙ୍କ ନେତୃତ୍ୱରେ ତଦନ୍ତ ବେଳେ କେମିତି ଟଙ୍କା ହେଲା ଚୋରି, ସନ୍ଦେହ ଘେରକୁ ଆସିଲେ ବିଜୟ ।

କନକ ବ୍ୟୁରୋ : ଭୁବନେଶ୍ୱରରୁ କୋଟିଏ ଟଙ୍କା ଜବତ ଘଟଣା । ସନ୍ଦେହରେ ସ୍ପେଶାଲ ସ୍କ୍ୱାର୍ଡ଼ ସବଇନ୍ସପେକ୍ଟର । ତଦନ୍ତ ଘେରକୁ ଆସିଛନ୍ତି ଏସଆଇ ବିଜୟ କୁମାର ଦାସ । ଏସଆଇ ଟିମର ଲିଡ଼ କରୁଥିବା ବେଳେ କେମିତି ଟଙ୍କା ଚୋରି ହେଲା, ସେନେଇ ସନ୍ଦେହ କରୁଛି ପୋଲିସ । ଗିରଫ ହୋଇଥିବା ପୁଲିସ କର୍ମଚାରୀଙ୍କ ସହ ରହିଛି ବିଜୟଙ୍କର ରହିଛି କି ସମ୍ପର୍କ ? ସେନେଇ ତଦନ୍ତ କରୁଛି ପୋଲିସ । ଜଣେ ଆଡ଼ିସନାଲ ଡ଼ିସିପିଙ୍କୁContinue reading “ଭୁବନେଶ୍ୱର ଓୟୋ ରୁମରୁ ଏକ କୋଟି ଟଙ୍କା ଜବତ ହେବା ଘଟଣା । ଏସଆଇ ବିଜୟ ଦାସଙ୍କ ନେତୃତ୍ୱରେ ତଦନ୍ତ ବେଳେ କେମିତି ଟଙ୍କା ହେଲା ଚୋରି, ସନ୍ଦେହ ଘେରକୁ ଆସିଲେ ବିଜୟ ।”

କରୋନା ଟିକାକରଣରେ ୩୨ ହଜାର କୋଟିର ଦୁର୍ନୀତି , ସୁପ୍ରିମକୋର୍ଟରେ ଦାଖଲ ହେଲା ଯାଚିକା

କନକ ବ୍ୟୁରୋ : କରୋନା କାଳରେ କରୋନା ଟିକାକରଣକୁ ନେଇ ପୁଣି ଏକ ଅଭିଯୋଗ ସୁପ୍ରିମକୋର୍ଟରେ ଦାଖଲ ହୋଇଛି । ଏହି ଯାଚିକାରେ ଦାବି କରାଯାଇଛି କି ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ୩୨ ହଜାର କୋଟିର ଦୁର୍ନୀତି ହୋଇଛି । ଦେଶରେ ଚାଲିିଥିବା କରୋନା ମହାମାରୀକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଅଭିଯୋଗମାନ ଦାଖଲ ହୋଇଛି । ଏନେଇ ହାଇକୋର୍ଟରେ ବି ଶୁଣାଣି ଜାରି ରହିଛି । ହେଲେ କରୋନା ଟିକାକରଣ ବେଳେContinue reading “କରୋନା ଟିକାକରଣରେ ୩୨ ହଜାର କୋଟିର ଦୁର୍ନୀତି , ସୁପ୍ରିମକୋର୍ଟରେ ଦାଖଲ ହେଲା ଯାଚିକା”

Design a site like this with WordPress.com
Get started