ବାହାଘର ପ୍ରସେସନ ଉପରେ ପୋଲିସର ଚଢାଉ : କରୋନା କଟକଣା ଉଲ୍ଲଂଘନ କରି ଚାଲିଥିଲା ବାହାଘର ପ୍ରସେସନ 

କନକ ବ୍ୟୁରୋ : ବାହାଘର ପ୍ରସେସନ ବେଳେ ପହଂଚିଲା ପୋଲିସ । କରୋନା କଟକଣାକୁ ଉଲ୍ଲଂଘନ କରି ବାହାଘର ପ୍ରସେସନ ଚାଲିଥିବା ବେଳେ ପୋଲିସ ଚଢାଉ କରିଛି । କୋରାପୁଟ ଜିଲ୍ଲା ଚାରଗାଁରେ ଗତକାଲି କୋଭିଡ଼ ନୀୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୌଣସି ସୁତ୍ରରୁ ଖବର ପାଇ ବୋରିଗୁମା ଥାନା ଅଧିକାରୀ ସଂଜୟ ମଣ୍ଡଳ ଏବଂ ତାଙ୍କର ଏକ ଟିମ୍ ସହ ଚଢଉ କରିଥିଲେ । ପୋଲିସକୁContinue reading “ବାହାଘର ପ୍ରସେସନ ଉପରେ ପୋଲିସର ଚଢାଉ : କରୋନା କଟକଣା ଉଲ୍ଲଂଘନ କରି ଚାଲିଥିଲା ବାହାଘର ପ୍ରସେସନ “

ଆଜିଠାରୁ ପୁରୀରେ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ : ଔଷଧ, ଗ୍ୟାସ ଓ ପେଟ୍ରୋଲ ପମ୍ପ ବାଦ୍

କନକ ବ୍ୟୁରୋ : ଆଜି ଠାରୁ ପୁରୀରେ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଏକାଧିକ ବ୍ୟବସାୟୀ ସଂଘ ନିଷ୍ପତି ନେିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି । ଏହି ବନ୍ଦ ନିଷ୍ପତି ନେଇ ଆଜି ପୁରୀ ଡିଷ୍ଟ୍ରିବ୍ୟୁଟର ଆଣ୍ଡ ଟ୍ରେଡର୍ସ ଆସୋସିଏସନ ପକ୍ଷରୁ ପୁରୀ ଏସପିଙ୍କୁ ଅବଗତ କରାଯାଇଛି । ଏଥିରେ ଶ୍ରୀକ୍ଷେତ୍ର ଭେଜିଟେବୁଲ ହୋଲସେଲର ଆସୋସିଏସନ, ବଡ଼ଶଙ୍ଖ ମା’ ଶଙ୍ଖେଶ୍ୱରୀContinue reading “ଆଜିଠାରୁ ପୁରୀରେ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ : ଔଷଧ, ଗ୍ୟାସ ଓ ପେଟ୍ରୋଲ ପମ୍ପ ବାଦ୍”

ଟିକା ପାଇଁ ରାଜ୍ୟ ସରକାରଙ୍କ ପର୍ଚେଜ ଅର୍ଡର । ଦୁଇ କମ୍ପାନିକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ଜାଣନ୍ତୁ କେତେ ଅର୍ଡର ହୋଇଛି ଟିକା? 

କନକ ବ୍ୟୁରୋ : କରୋନା ରାଜ୍ୟକୁ କଲବଲ କରୁଥିବା ବେଳେ ସଂକ୍ରମଣରେ ବ୍ରେକ ଦେବାକୁ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଏପରିକି ଆସନ୍ତା ମେ ପହିଲାରୁ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣା ଟିକା ଦେବା ନେଇ ସରକାର ଘୋଷଣା କରିଛନ୍ତି । ଆଉ ଏଥିପାଇଁ ଟିକା ଉତ୍ପାଦନକାରୀ ସଂସ୍ଥା ଠାରୁ ଟିକା କିଣିବାକୁ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ଉଭୟ ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟକୁ  ଏନେଇ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟContinue reading “ଟିକା ପାଇଁ ରାଜ୍ୟ ସରକାରଙ୍କ ପର୍ଚେଜ ଅର୍ଡର । ଦୁଇ କମ୍ପାନିକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ଜାଣନ୍ତୁ କେତେ ଅର୍ଡର ହୋଇଛି ଟିକା? “

ନିଜର ସୁଦୃଢ଼ ବ୍ୟବସ୍ଥା ଥିବା କହି କୋଭିଡ୍-୧୯ ସଂଗ୍ରାମ ଲାଗି ଜାତିସଂଘର ସହାୟତା ଯୋଗାଣକୁ ଅଗ୍ରାହ୍ୟ କଲା ଭାରତ

କନକ ବ୍ୟୁରୋ : ଦେଶରେ ସୁଦୃଢ଼ ବ୍ୟବସ୍ଥା ଥିବା କହି ଜାତିସଂଘ ତା’ର ସମନ୍ବିତ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ଯାଚିଥିବା କୋଭିଡ୍-୧୯ ସମ୍ବନ୍ଧୀୟ ସାମଗ୍ରୀକୁ ଭାରତ ଅଗ୍ରାହ୍ୟ କରିଦେଇଛି ବୋଲି ଜାତିସଂଘର ମହାନିର୍ଦେଶକ ଆଣ୍ଟୋନିଓ ଗଟେରସ୍ଙ୍କର ଜଣେ ମୁଖପାତ୍ର କହିଛନ୍ତି। ଜାତିସଂଘ ମୁଖ୍ୟଙ୍କ ଉପମୁଖପାତ୍ର ଫାର୍ହାନ୍ ହକ୍ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଆବଶ୍ୟକ ପଡ଼ିପାରେ ବୋଲି ବିଚାରି ଆମେ ଆମର ସମନ୍ବିତ ଯୋଗାଣ ଶୃଙ୍ଖଳ ଜରିଆରେ ସହାୟତା ଯାଚିଲୁ। କିନ୍ତୁ, ଆମକୁ କୁହାଗଲା ଯେ,Continue reading “ନିଜର ସୁଦୃଢ଼ ବ୍ୟବସ୍ଥା ଥିବା କହି କୋଭିଡ୍-୧୯ ସଂଗ୍ରାମ ଲାଗି ଜାତିସଂଘର ସହାୟତା ଯୋଗାଣକୁ ଅଗ୍ରାହ୍ୟ କଲା ଭାରତ”

ସରକାରଙ୍କ ଚାପରେ ନୁହେଁ ବରଂ ଭୁଲରେ ବ୍ଲକ ହୋଇଯାଇଥିଲା  # ରିଜାଇନ ମୋଦି କୋ : ଫେସବୁକ୍ ।

କନକ ବ୍ୟୁରୋ : ସୋସିଆଲ ନେଟୱାକିଂ ସାଇଟ୍ ‘ଫେସବୁକ୍’ ହାସଟାଗ୍ ରିଜାଇନ ମୋଦି କୋ, ସହିତ କରାଯାଇଥିବା ପୋଷ୍ଟଗୁଡିକୁ ବ୍ଲକ କରିଦେଇଥିଲା । ଏହାର କିଛି ଘଂଟା ପରେ ପୁଣି ଏହାକୁ ରିଷ୍ଟୋର କରିଥିଲା । ଯାହାକୁ ନେଇ ବିବାଦ ଉପୁଜିଛି । କିଛି ଲୋକ ଅଭିଯୋଗ ଆଣିଥିଲେ କି ଫେସବୁକ୍ ତରଫରୁ ଏଭଳି ପ୍ରତିବନ୍ଧକ ସରକାରଙ୍କ ଚାପରେ ଲଗାଯାଇଛି । ଏଭଳି ଅଭିଯୋଗ ଆସିବା ପରେ ଫେସବୁକ୍ ସ୍ପଷ୍ଟ କରିଛି ଯେ ଏଭଳି ବ୍ଲକ ଭୁଲରେContinue reading “ସରକାରଙ୍କ ଚାପରେ ନୁହେଁ ବରଂ ଭୁଲରେ ବ୍ଲକ ହୋଇଯାଇଥିଲା  # ରିଜାଇନ ମୋଦି କୋ : ଫେସବୁକ୍ ।”

ମେଡିକାଲ ସିଟ ନାଁରେ ୬୦ ଲକ୍ଷ ଚଳୁ : ଠକକୁ ଗିରଫ କଲା ଖଣ୍ଡଗିରି ପୁଲିସ

କନକ ବ୍ୟୁରୋ : ମେଡିକାଲ କଲେଜରେ ଆଡମିସନ ନାଁରେ ୬୦ଲକ୍ଷ ଲୁଟ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ପିଜି ଆଡମିସନ କରାଇ ଦେବାକୁ କହି ୬୦ଲକ୍ଷ ଟଙ୍କା ଠକି ନେବାର ଅଭିଯୋଗ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ଠକ ଜଣଙ୍କ ହେଉଛି ଦେବାଶିଷ ମୁଖାର୍ଜୀ । ୨୦୧୮ ମସିହାରେ ଭୁବନେଶ୍ୱର ଶତାବ୍ଦୀ ନଗରର ଆଶିଷ ପଟ୍ଟନାୟକଙ୍କ ଠାରୁ ଏହି ଟଙ୍କା ଠକିଥିଲା ଦେବାଶିଷ । ୩ଟିContinue reading “ମେଡିକାଲ ସିଟ ନାଁରେ ୬୦ ଲକ୍ଷ ଚଳୁ : ଠକକୁ ଗିରଫ କଲା ଖଣ୍ଡଗିରି ପୁଲିସ”

କାହିଁକି ଟ୍ୱିନ ସିଟିରେ ବଢୁଛି ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ପ୍ରବାସୀଙ୍କ ସଂଖ୍ୟା ଅଧିକ ଥିବାରୁ ବଢୁଛି ମାମଲା

କନକ ବ୍ୟୁରୋ : କଟକ ଓ ଭୁବନେଶ୍ୱରରେ କାହିଁକି ବଢୁଛି ସଂକ୍ରମଣ । ଏହାର କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । କଟକ ଓ ଭୁବନେଶ୍ୱରରେ ପ୍ରବାସୀଙ୍କ ସଂଖ୍ୟା ଅଧିକା ଥିବାରୁ ସଂକ୍ରମଣ ବଢୁଛି ଓ ବଢିବ । କଂଟାକ୍ଟ ଟ୍ରେସିଂ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ସ୍ଥାନୀୟ ଗହଳି ଅଂଚଳକୁ ଅଧିକା ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ଡ଼ାକ୍ତର ବିଜୟ ମହାପାତ୍ର । ସେହିପରି ୪୩% ଜେନେରାଲ ବେଡ଼, ୬୩%Continue reading “କାହିଁକି ଟ୍ୱିନ ସିଟିରେ ବଢୁଛି ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ପ୍ରବାସୀଙ୍କ ସଂଖ୍ୟା ଅଧିକ ଥିବାରୁ ବଢୁଛି ମାମଲା”

ଝିଅ ବିବାହ ପାଇଁ ବହୁ କଷ୍ଟରେ ଚାଷୀ ବାପା ସଞ୍ଚିଥିଲେ ୨ ଲକ୍ଷ ଟଙ୍କା । କିନ୍ତୁ କରୋନାର କରାଳ ରୂପ ଦେଖି ଅକ୍ସିଜେନ କିଣିବା ପାଇଁ ଦାନ କରିଦେଲେ ସବୁ ଟଙ୍କା । 

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଭାରତ ଅତି ସାଂଘାତିକ ସ୍ଥିତି ଦେଇ ଗତି କରୁଛି  । ପ୍ରତିଦିନ ସଂକ୍ରମଣ ବଢୁଥିବା ବେଳେ  ହସ୍ପିଟାଲରେ ଅକ୍ସିଜେନ, ଆଇସିୟୁ ବେଡ, ଭେଣ୍ଟିଲେଟର ଓ ଔଷଧର ଅଭାବ ଦେଖା ଦେଇଛି। ଯେଉଁଥିପାଇଁ ଅନେକ ରୋଗୀ ଉପଯୁକ୍ତ ଚିକିତ୍ସା ବିନା ଆଖି ବୁଜି ଦେଉଛନ୍ତି । ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନି । ଅକ୍ସିଜେନ ବିନା ଛଟପଟ ହେଉଛନ୍ତି ରୋଗୀ । ଆଖି ଆଗରେContinue reading “ଝିଅ ବିବାହ ପାଇଁ ବହୁ କଷ୍ଟରେ ଚାଷୀ ବାପା ସଞ୍ଚିଥିଲେ ୨ ଲକ୍ଷ ଟଙ୍କା । କିନ୍ତୁ କରୋନାର କରାଳ ରୂପ ଦେଖି ଅକ୍ସିଜେନ କିଣିବା ପାଇଁ ଦାନ କରିଦେଲେ ସବୁ ଟଙ୍କା । “

୩୪ କୋଟି କୋଭିସିଲ୍ଡ ଟିକା ପାଇଁ ରାଜ୍ୟମାନେ ଦେଲେଣି ଅର୍ଡର । ଜାଣନ୍ତୁ କେବେ ଆରମ୍ଭ ହେବ ଯୋଗାଣ ?

କନକ ବ୍ୟୁରୋ : ଦେଶରେ କରୋନା ପାଇଁ ଟିକାକରଣର ଚତୁର୍ଥ ପର୍ଯ୍ୟାୟ ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ଓ ୪୫ ବର୍ଷରୁ କମ୍ ବୟସ୍କଙ୍କୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଅନ୍ୟପଟେ ଏହି ପର୍ଯ୍ୟାୟର ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କ ଉପରେ ଦେଇଛନ୍ତି । ଦେଶରେ କିଛି ରାଜ୍ୟ ସେମାନଙ୍କ ରାଜ୍ୟର ନାଗରିକଙ୍କୁ ମାଗଣାରେ ଟିକା ଦେବାକୁContinue reading “୩୪ କୋଟି କୋଭିସିଲ୍ଡ ଟିକା ପାଇଁ ରାଜ୍ୟମାନେ ଦେଲେଣି ଅର୍ଡର । ଜାଣନ୍ତୁ କେବେ ଆରମ୍ଭ ହେବ ଯୋଗାଣ ?”

କରୋନାରେ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ଦେହାନ୍ତ : କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଥିଲେ ଚିକିତ୍ସାଧୀନ

କନକ ବ୍ୟୁରୋ : କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟରତ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ସମ୍ବଲପୁରରେ ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଦେହ ଖରାପ ହେବା ପରେ କିଛି ଦିନ ତଳେ ସେ ଦିଲ୍ଲୀରୁ ନିଜ ବାସ ସ୍ଥାନ ସମ୍ବଲପୁର ଫେରି ଆସିଥିଲେ । ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ମାନସ ରଞ୍ଜନ ଜୟପୁରିଆ ରାଜ୍ୟରContinue reading “କରୋନାରେ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ଦେହାନ୍ତ : କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଥିଲେ ଚିକିତ୍ସାଧୀନ”

Design a site like this with WordPress.com
Get started