ଦେଶରେ କରୋନା ମିଟର ଉପରମୁହାଁ : ଦିନକରେ ୩ ଲକ୍ଷ ୭୯ ହଜାର ସଂକ୍ରମଣ, ୩୬୪୫ ମୃତ୍ୟୁ

କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପର ମୁହାଁ । ୨୪ ଘଂଟା ଭିତରେ ୩ଲକ୍ଷ ୭୯ହଜାର ୨ଶହ ୫୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା କାରଣରୁ ୨୪ଘଂଟା ଭିତରେ ୩ହଜାର ୬ଶହ ୪୫ଜଣଙ୍କର ମୃତ୍ୟୁ ହୋଇଛି । ୨ଲକ୍ଷ ୬୯ହଜାର ୫ଶହ ୭ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୁଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟିContinue reading “ଦେଶରେ କରୋନା ମିଟର ଉପରମୁହାଁ : ଦିନକରେ ୩ ଲକ୍ଷ ୭୯ ହଜାର ସଂକ୍ରମଣ, ୩୬୪୫ ମୃତ୍ୟୁ”

ମେ ୫ ତାରିଖ ଯାଏଁ ସିଲ ହେଲା ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ : ପଜିଟିଭ ଚିହ୍ନଟ ପରେ ବିଶୋଧନ ପାଇଁ ପଦକ୍ଷେପ

କନକ ବ୍ୟୁରୋ : ସିଲ ହେଲା ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ । କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ ବିଶୋଧନ କରିବା ପାଇଁ ବିଏମସି ଏହି ପଦକ୍ଷେପ ନେଇଛି । ଆଜିଠାରୁ ମେ’ ୫ ତାରିଖ ଯାଏଁ କୋର୍ଟ ପରିସରକୁ ବନ୍ଦ ଘୋଷଣା କରାଯାଇଛି । ବିଏମସି ଅଧିକୃତ ଲୋକଙ୍କୁ ଛାଡିଦେଲେ ଅନ୍ୟ କେହି କୋର୍ଟ କମ୍ପେ୍ଲକ୍ସକୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । ଯେଉଁମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ସଙ୍ଗରୋଧରେContinue reading “ମେ ୫ ତାରିଖ ଯାଏଁ ସିଲ ହେଲା ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ : ପଜିଟିଭ ଚିହ୍ନଟ ପରେ ବିଶୋଧନ ପାଇଁ ପଦକ୍ଷେପ”

ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟଙ୍କୁ ୱାଇ+ ସୁରକ୍ଷା । ଜାଣନ୍ତୁ କାରଣ ?

କନକ ବ୍ୟୁରୋ : କେନ୍ଦ୍ର ସରକାର ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଦାର ପୁନାୱାଲାଙ୍କୁ ୱାଇ+ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସୂତ୍ର ମୁତାବକ କେନ୍ଦ୍ର ଗୃହମନ୍ତ୍ରଣାଳୟ ଭବିଷ୍ୟତରେ ବିପଦକୁ ନଜରରେ ରଖି ଏନେଇ ଆଦେଶ ଜାରି କରିଛନ୍ତି । କହିରଖୁ କି ଗାସାଇରସ ପୁନାୱାଲାଙ୍କ ପୁଅ ଅଦାର ପୁନାୱାଲା ବିଦେଶରେ ପାଠ ପଢିବା ପରେ ଭାରତରେ ଥିବା ବାପାଙ୍କର କମ୍ପାନୀରେ ସହଯୋଗ କରିଥିଲେ । ଏହାସହ ଖୁବଶୀଘ୍ର ସେ କମ୍ପାନୀର ସିଇଓContinue reading “ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟଙ୍କୁ ୱାଇ+ ସୁରକ୍ଷା । ଜାଣନ୍ତୁ କାରଣ ?”

ଟିକାକରଣ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଜାରି : ବର୍ତମାନ ସୁଦ୍ଧା ୧ କୋଟି ୩୩ ଲକ୍ଷ ଲୋକଙ୍କ ପଞ୍ଜିକରଣ

କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭିତରେ ତୃତୀୟ ପର୍ଯ୍ୟାୟ ଟିକାରକରଣ ମେ ମାସ ୧ ତାରିଖରୁ ଆରମ୍ଭ ହେବ । କରୋନା ଲଢେଇ ବିରୋଧରେ ଟିକାକରଣର ମୁଖ୍ୟ ଭୁମିକା ରହିଛି । ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଲୋକଙ୍କ ମନରେ ଉତ୍ସାହ ଲାଗିରହିଛି । ଏହି ପର୍ଯ୍ୟାୟରେ ୧୮ବର୍ଷରୁ ଅଧିକା ବୟସ୍କ ଲୋକଙ୍କୁ ଟିକାକରଣ କରାଯିବ । ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି । ତେବେ ସୁଚନା ଅନୁସାରେ ଟିକାକରଣରContinue reading “ଟିକାକରଣ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଜାରି : ବର୍ତମାନ ସୁଦ୍ଧା ୧ କୋଟି ୩୩ ଲକ୍ଷ ଲୋକଙ୍କ ପଞ୍ଜିକରଣ”

ଚିନ୍ତାରେ ସ୍ମାର୍ଟଫୋନ୍ କମ୍ପାନୀ… କରୋନା ସ୍ଥିତି ସୁଧୁରିଗଲା ଭାବି ମଗାଇଛନ୍ତି ବିପୁଳ ସ୍ମାର୍ଟପୋନ୍ । ଘାରିଲା ବିକ୍ରି ଚିନ୍ତା

ଗତବର୍ଷ ଦେଖାଦେଇଥିବା କରୋନା ମହାମାରୀର ପ୍ରଭାବ ଚଳିତ ବର୍ଷ ପ୍ରାରମ୍ଭରେ ଅନେକାଂଶରେ ପ୍ରଶମିତ ହୋଇଯାଇଥିଲା। ଆଗକୁ ଭଲ ଦିନ ଆସୁଥିବା ବିଚାର କରି ମୋବାଇଲ୍ କଂପାନିଗୁଡ଼ିକ ବିପୁଳ ପରିମାଣର ସ୍ମାର୍ଟଫୋନ୍ ମଗାଇଥିଲେ। ସେଥିପାଇଁ ୨୦୨୧ ଜାନୁଆରିରୁ ମାର୍ଚ୍ଚ ଭିତରେ ଦେଶକୁ ଆସିଥିବା ସ୍ମାର୍ଟଫୋନ୍‌ରେ ୨୩% ବୃଦ୍ଧି ଘଟିଥିଲା। ମାତ୍ର ଏବେ ଦେଖାଦେଇଥିବା କରୋନା ମହାମାରୀର ଦ୍ବିତୀୟ ଲହର କଂପାନିଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି। ଏପ୍ରିଲ୍‌ରୁ ଜୁନ୍ ଭିତରେ ସ୍ମାର୍ଟଫୋନ୍ ବିକ୍ରି ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କାContinue reading “ଚିନ୍ତାରେ ସ୍ମାର୍ଟଫୋନ୍ କମ୍ପାନୀ… କରୋନା ସ୍ଥିତି ସୁଧୁରିଗଲା ଭାବି ମଗାଇଛନ୍ତି ବିପୁଳ ସ୍ମାର୍ଟପୋନ୍ । ଘାରିଲା ବିକ୍ରି ଚିନ୍ତା”

ଆଗକୁ ତାତିରୁ ମିଳିବ ଆଶ୍ୱସ୍ତି… କମିବ ୨ରୁ ୩ ଡିଗ୍ରି ତାପମାତ୍ରା

ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାକୁ ଥିବା ବେଳେ ପରବର୍ତୀ ୩ ଦିନ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରି କମିବ । ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର,Continue reading “ଆଗକୁ ତାତିରୁ ମିଳିବ ଆଶ୍ୱସ୍ତି… କମିବ ୨ରୁ ୩ ଡିଗ୍ରି ତାପମାତ୍ରା”

ପଶ୍ଚିମବଙ୍ଗରେ ଆଜି ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ଭୋଟ : ୩୫ ଆସନରେ ୨୮୩ ଜଣ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ । ୪ଟି ଜିଲ୍ଲାର ୩୫ ବିଧାନସଭା ଆସନରେ ଅଷ୍ଟମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର ୧୧ ଆସନ, ମୁଶିଦାବାଦର ୧୧ ଆସନ, କୋଲକତା ଦକ୍ଷିଣର ୭ ଆସନ ରହିଛି । ୩୫ ବିଧାନସଭା ଆସନରେ ୮୪ ଲକ୍ଷ ୭୭ ହଜାର ୭୨୮ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତContinue reading “ପଶ୍ଚିମବଙ୍ଗରେ ଆଜି ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ଭୋଟ : ୩୫ ଆସନରେ ୨୮୩ ଜଣ ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର”

ରାଜ୍ୟରେ ୨୪ ଘଂଟାରେ ଆଉ ୬୯୯୮ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୧୯, ଚିନ୍ତା ବଢାଇଲେ କଟକ ଓ ସୁନ୍ଦରଗଡ

କନକ ବ୍ୟୁରୋ : ରାଜ୍ୟରେ ୨୪ଘଂଟା ଭିତରେ ୬ହଜାର ୯ଶହ ୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ଭିତରୁ ୪ହଜାର ୫୪ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୯ଶହ ୪୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ ୩୯୬, କଳାହାଣ୍ଡିରୁ ୨୯୨, ମୟୁରଭଂଜରୁ ୩୦୮,ନବରଙ୍ଗପୁରରୁ ୨୫୫, ସମ୍ବଲପୁରରୁ ୩୨୩,Continue reading “ରାଜ୍ୟରେ ୨୪ ଘଂଟାରେ ଆଉ ୬୯୯୮ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୧୯, ଚିନ୍ତା ବଢାଇଲେ କଟକ ଓ ସୁନ୍ଦରଗଡ”

କରୋନା ମୁକାବିଲାରେ ବେସି ଫଳପ୍ରଦ ହେଉଛି ଭାରତର ଦେଶୀ ଟିକା । ଭୂତାଣୁକୁ କୋଭାକ୍ସିନ୍ ଅକ୍ଷମ କରୁଥିବା କହିଛନ୍ତି ହ୍ୱାଇଟହାଉସର ମୁଖ୍ୟ ଭେଷଜ ପରାମର୍ଶଦାତା

ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଦ୍ବାରା ସ୍ବଦେଶରେ ବିକଶିତ କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ ବି.୧.୬୧୭ ନାମକ ସବୁଠୁ ଘାତକ ଭାରତୀୟ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁକୁ ଅକ୍ଷମ କରିବାରେ ସଫଳ ବୋଲି ଆମେରିକା ହ୍ବାଇଟ୍‌ହାଉସ୍‌ର ମୁଖ୍ୟ ଭେଷଜ ପରାମର୍ଶଦାତା ଡା. ଆନ୍ଥୋନି ଫୌସି କହିଛନ୍ତି । ସୁତରାଂ ଭାରତରେ ଦେଖାଦେଇଥିବା କୋଭିଡ୍‌ ସଂକଟଜନିତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏହି ମହାମାରୀ ବିରୋଧରେ ଟିକାକରଣ ହିଁ ଅମୋଘ ଅସ୍ତ୍ର ହୋଇପାରିବ ବୋଲି ସେ କହିଛନ୍ତି । ଭାରତର ଜାତୀୟContinue reading “କରୋନା ମୁକାବିଲାରେ ବେସି ଫଳପ୍ରଦ ହେଉଛି ଭାରତର ଦେଶୀ ଟିକା । ଭୂତାଣୁକୁ କୋଭାକ୍ସିନ୍ ଅକ୍ଷମ କରୁଥିବା କହିଛନ୍ତି ହ୍ୱାଇଟହାଉସର ମୁଖ୍ୟ ଭେଷଜ ପରାମର୍ଶଦାତା”

ମହାମାରୀ ସମୟରେ ଅକ୍ସିଜେନ ପାଇଁ ଲାଗିଲା ଏସମା : ମେଡିକାଲ ଅକ୍ସିଜେନ ଉତ୍ପାଦନ, ପରିବହନ, ବଂଟନକୁ ଅତ୍ୟାବଶ୍ୟକ ସେବା ଭାବେ ଗ୍ରହଣ କଲେ ରାଜ୍ୟ ସରକାର

କନକ ବ୍ୟୁରୋ : କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ମେଡିକାଲ୍ ଲିକୁଡ୍ ଅକ୍ସିଜେନ୍କୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର । ଜନହିତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି । ଅକ୍ସିଜେନ ଉତ୍ପାଦନ, ଫିଲିଙ୍ଗ, ପରିବହନ ଓ ବଂଟନରେ ଯେପରି କୌଣସି ନ ଉପୁଜେ, ଏଥିପାଇଁ ଏସମା ବା ଓଡ଼ିଶା ଏସେନ୍ସିଆଲ୍ ସର୍ଭିସେସ୍ ମେଂଟେନାନ୍ସ ଆକ୍ଟ ଲାଗୁ କରିଛନ୍ତି ରାଜ୍ୟ ସରକାର । ୬ ମାସ ପର୍ଯ୍ୟନ୍ତ ସରକାରଙ୍କ ଏହି ନିର୍ଦ୍ଦେଶନାମା ବଳବତର ରହିବContinue reading “ମହାମାରୀ ସମୟରେ ଅକ୍ସିଜେନ ପାଇଁ ଲାଗିଲା ଏସମା : ମେଡିକାଲ ଅକ୍ସିଜେନ ଉତ୍ପାଦନ, ପରିବହନ, ବଂଟନକୁ ଅତ୍ୟାବଶ୍ୟକ ସେବା ଭାବେ ଗ୍ରହଣ କଲେ ରାଜ୍ୟ ସରକାର”

Design a site like this with WordPress.com
Get started