କନକ ବ୍ୟୁରୋ: ଜୀବନ କୋଳାହଳ, ମୃତ୍ୟୁ ନିରବ । ସତରେ ଜୀବନ ଜିଇଁବା ପାଇଁ କେତେ ଛଟପଟ ହୋଇଥିବା ଏହି ମଣିଷ ଶେଷରେ ଆଖି ବୁଜି ଦେଇଛି, ସବୁ ଦିନ ପାଇଁ ନିରବୀ ଯାଇଛି । ଆଉ ନିରବୀ ଯାଇଥିବା ମଣିଷ ପାଖରେ ଠିଆ ହେବା ପାଇଁ କେହି ନାହାଁନ୍ତି । ନା’ ଆତ୍ମୀୟ ସ୍ୱଜନ ନା’ ପାଖ ପଡ଼ୋଶୀ । ଜୀବନ ଯାକ ପରିବାର ଲୋକଙ୍କ ବୋଝ ଉଠାଇଥିବା ବୃଦ୍ଧକୁ ଶେଷରେ କାନେ୍ଧଇବାକୁ ପରିବାର ଲୋକଙ୍କContinue reading “ପଶ୍ଚିମ ଓଡ଼ିଶାରୁ ଆସିଲା କରୋନାର ଦୁଇ କରୁଣ ଚିତ୍ର । ବାପାର ଶବକୁ ସାଇକେଲରେ ବୋହିଲା ପୁଅ । ସେପଟେ ଶଗଡ଼ରେ ବୁହା ହୋଇ ଶ୍ମଶାନ ଗଲା ଶବ ।”
Author Archives: Raghaba
ଚିନ୍ତା ବଢ଼ାଇଲା କଟକ-ଭୁବନେଶ୍ୱରର ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଟୁଇନସିଟିରେ ଉପୁଜିଲାଣି ଗୋଷ୍ଠୀ ସଂକ୍ରମଣ ସ୍ଥିତି
କନକ ବ୍ୟୁରୋ: ଜନଗହଳିପୂର୍ଣ୍ଣ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ନେଇ ଆସୁଥିବା ସଂଖ୍ୟା ଯେତିକି ଲୋକଙ୍କୁ ଯେତିକି ବିବ୍ରତ କରୁଛି, ତାଠାରୁ ଅଧିକ ଚିନ୍ତା ବଢ଼ାଇ ଦେଉଛି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ବୟାନ । ସେ କହିଛନ୍ତି- ଦ୍ୱୈତନଗରୀ କଟକ- ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଛି । କେବଳ ସେତିକି ନୁହେଁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରିଛନ୍ତି । ରାଜ୍ୟରେ ବଢ଼ୁଥିବା ସଂକ୍ରମଣରେ ପ୍ରାୟ ସବୁବେଳେ ଆଗରେ ରହୁଛି ଖୋର୍ଦ୍ଧା ଜିଲ୍ଲାContinue reading “ଚିନ୍ତା ବଢ଼ାଇଲା କଟକ-ଭୁବନେଶ୍ୱରର ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଟୁଇନସିଟିରେ ଉପୁଜିଲାଣି ଗୋଷ୍ଠୀ ସଂକ୍ରମଣ ସ୍ଥିତି “
୬ ଦିନ ପରେ ରାଜ୍ୟରେ କରୋନାର ଲମ୍ବା ଡିଆଁ । ୨୪ ଘଂଟାରେ ୮୩୮୬ ଆକ୍ରାନ୍ତ ଚିହ୍ନଟ । ଆଗକୁ ଆହୁରି ବଢ଼ିପାରେ ସଂକ୍ରମଣ ।
କନକ ବ୍ୟୁରୋ: ଓଡ଼ିଶାରେ କରୋନା ପରୀକ୍ଷା କରୁଥିବା ୫ ଜଣଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ହଠାତ୍ ଏହିପରି ଲମ୍ବା ଡିଆଁ ମାରିଛି ସଂକ୍ରମଣ । ଗତ ୬ ଦିନ ହେଲା ୬ ହଜାରରୁ ୬ ହଜାର ୬ ଶହ ମଧ୍ୟରେ ସଂକ୍ରମଣ ରହୁଥିଲା, ହେଲେ ଦିନକରେ ୮ ହଜାର ୩ ଶହ ଉପରେ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି । ଏପ୍ରିଲ ୧୮, ୧୯, ୨୦ ତାରିଖରେ ୪Continue reading “୬ ଦିନ ପରେ ରାଜ୍ୟରେ କରୋନାର ଲମ୍ବା ଡିଆଁ । ୨୪ ଘଂଟାରେ ୮୩୮୬ ଆକ୍ରାନ୍ତ ଚିହ୍ନଟ । ଆଗକୁ ଆହୁରି ବଢ଼ିପାରେ ସଂକ୍ରମଣ ।”
ପିଏମ୍ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି । ଟୁଇଟ୍ କରି ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କନକ ବ୍ୟୁରୋ: ପିଏମ୍ କେୟାର୍ସ ପାଣ୍ଠିରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ସହ ଅତିରିକ୍ତ ୫୦୦ଟି ପ୍ରେସର ସ୍ୱିଇଂ ଏଡସରସ୍ପନ (ପିଏସଏ) ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା କରିବାକୁ ମଞ୍ଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଏପରି ନିଷ୍ପତ୍ତି ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡ଼ିମାଣ୍ଡ କ୍ଲଷ୍ଟର ନିକଟରେ ମେଡ଼ିକାଲ ଅକ୍ସିଜେନର ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ @narendramodi ଜୀ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିContinue reading “ପିଏମ୍ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି । ଟୁଇଟ୍ କରି ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । “
ଟିକାକରଣ ପାଇଁ ଯୁବବର୍ଗଙ୍କ ମଧ୍ୟରେ ଅହେତୁକ ଆଗ୍ରହ । ଗୋଟିଏ ମିନିଟରେ ପଞ୍ଜିକରଣ ପାଇଁ ଉଦ୍ୟମ କଲେ ୨୭ ଲକ୍ଷ । କିଛି ସମୟ ପାଇଁ କ୍ରାସ୍ କରିଗଲା ପୋର୍ଟାଲ ।
କନକ ବ୍ୟୁରୋ: କରୋନା ସଂକ୍ରମଣ ବିପଦଜନକ ଗତିରେ ମାଡି ଚାଲିଥିବା ବେଳେ ଆଜି ଟିକା ନେବା ପାଇଁ ସାରା ଦେଶର ବ୍ୟଗ୍ରତା ସାମ୍ନାକୁ ଆସିିଥିଲା । ଆଜି ଅପରାହ୍ଣ ୪ଟାରେ ୧୮ରୁ ଅଧିକ ବର୍ଷର ଯୁବଗୋଷ୍ଠୀ ଟିକା ନେବା ପାଇଁ ଆରମ୍ଭ ହୋଇଥିଲା ରେଜିଷ୍ଟ୍ରେସନ ପ୍ରକ୍ରିୟା । କୋ ୱିନ୍ ଆପ୍କୁ ଯାଇ ରେଜିଷ୍ଟ୍ରେସନ କରିବା ପାଇଁ ଦେଖାଦେଇଥିଲା ଅସମ୍ଭବ ଆଗ୍ରହ । ପରିସ୍ଥିତି ଏପରି ହୋଇଥିଲା ଯେ ଏହି ୱେବସାଇଟ୍ କ୍ରାସ୍ କରିଯାଇଥିଲା । ପ୍ରତିContinue reading “ଟିକାକରଣ ପାଇଁ ଯୁବବର୍ଗଙ୍କ ମଧ୍ୟରେ ଅହେତୁକ ଆଗ୍ରହ । ଗୋଟିଏ ମିନିଟରେ ପଞ୍ଜିକରଣ ପାଇଁ ଉଦ୍ୟମ କଲେ ୨୭ ଲକ୍ଷ । କିଛି ସମୟ ପାଇଁ କ୍ରାସ୍ କରିଗଲା ପୋର୍ଟାଲ ।”
ଭୁବନେଶ୍ୱରରେ ହଜାରେ ଟପିଲା କୋଭିଡ୍ ସଂକ୍ରମଣ । ଦିନକରେ ଚିହ୍ନଟ ହେଲେ ୧୦୪୪ ନୂଆ ସଂକ୍ରମିତ ।
କନକ ବ୍ୟୁରୋ: ଭୁବନେଶ୍ୱରରେ ହଜାରେ ଟପିଲା କରୋନା ସଂକ୍ରମଣ । ସାରା ରାଜ୍ୟରେ କୋଭିଡ୍ ସଂକ୍ରମଣର ଭୟ ଭିତରେ ରାଜଧାନୀରୁ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଭିତରୁ ୨୧୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୮୨୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ସୂଚନା ଦେଇଛି । Update on newly detected #COVID19 cases in theContinue reading “ଭୁବନେଶ୍ୱରରେ ହଜାରେ ଟପିଲା କୋଭିଡ୍ ସଂକ୍ରମଣ । ଦିନକରେ ଚିହ୍ନଟ ହେଲେ ୧୦୪୪ ନୂଆ ସଂକ୍ରମିତ ।”
୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ । କୋଭିଡ୍ ନିୟମ ଠିକ ଭାବେ ପାଳନ ହେଉନଥିବାରୁ ସିଲ୍ । ମାର୍କେଟ ବିଲ୍ଡିଂ ସିଲ୍ କଲା ବିଏମସି ଓ କମିସନରେଟ୍ ପୋଲିସ ।
କନକ ବ୍ୟୁରୋ: କୋଭିଡର ଦ୍ୱିତୀୟ ଲହର ଓ ସଂକ୍ରମଣ ବଢୁଥିବା ଭିତରେ ସିଲ୍ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । କୋଭିଡ୍ ନିୟମ ପାଳନ ନହେଉଥିବା କାରଣରୁ ବିଏମସି ଓ କମିସନରେଟ୍ ପୋଲିସ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୨ ଦିନ ପାଇଁ ଏହାକୁ ସିଲ୍ କରିଛନ୍ତି । ଆଗାମୀ ଦୁଇ ଦିନ ମାର୍କେଟ୍ ବିଲ୍ଡିଂ ସିଲ୍ ହୋଇରହିବ । ଗତ କିଛି ଦିନ ଧରି ମାର୍କେଟ ବିଲ୍ଡିଂ ଅଂଚଳରେ ପ୍ରବଳ ଜନଗହଳି ଦେଖିବାକୁContinue reading “୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ । କୋଭିଡ୍ ନିୟମ ଠିକ ଭାବେ ପାଳନ ହେଉନଥିବାରୁ ସିଲ୍ । ମାର୍କେଟ ବିଲ୍ଡିଂ ସିଲ୍ କଲା ବିଏମସି ଓ କମିସନରେଟ୍ ପୋଲିସ ।”
ରାଜ୍ୟ ସରକାରମାନଙ୍କ ପାଇଁ ଖୁସି ଖବର । ରାଜ୍ୟ ପାଇଁ କୋଭିସିଲ୍ଡ ଟିକାର ଦର କମାଇଲା ସେରମ ଇନଷ୍ଟିଚ୍ୟୁଟ୍
କନକ ବ୍ୟୁରୋ : ଗୋଟିଏ ଟିକାର ୩ ଟି ଦରକୁ ନେଇ ଲାଗି ରହିଥିବା ବିବାଦ ଭିତରେ କୋଭିସିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ରାଜ୍ୟ ସରକାରମାନଙ୍କ ପାଇଁ ଖୁସି ଖବର ଆଣିଛି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସୂଚନା ଦିଆଯାଇଛି କି ରାଜ୍ୟମାନଙ୍କୁ କୋଭିସିଲ୍ଡ ଟିକାର ପ୍ରତ୍ୟେକ ଡୋଜ୍ ୩୦୦ ଟଙ୍କାରେ ଉପଲବ୍ଧ କରାଯିବ । ଏନେଇ ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । As a philanthropicContinue reading “ରାଜ୍ୟ ସରକାରମାନଙ୍କ ପାଇଁ ଖୁସି ଖବର । ରାଜ୍ୟ ପାଇଁ କୋଭିସିଲ୍ଡ ଟିକାର ଦର କମାଇଲା ସେରମ ଇନଷ୍ଟିଚ୍ୟୁଟ୍”
ଅକ୍ସିଜେନ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । ପିଏମ୍ କେୟାର୍ସ ଫଣ୍ଡରୁ କିଣାଯିବ ୧ ଲକ୍ଷ ଅକ୍ସିଜେନ କନସେନଟ୍ରେଟର
କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଅକ୍ସିଜେନର ଅଭାବ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କେୟାର୍ସ ଫଣ୍ଡରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେନଟ୍ରେଟର କିଣିବାକୁ ମଞ୍ଜୁରୀ ଦେଇଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କହିରଖୁ କି କରୋନା ସଂକଟ ବେଳେ ତରଳ ମେଡିକାଲ ଅମ୍ଳଜାନର ଅଭାବContinue reading “ଅକ୍ସିଜେନ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । ପିଏମ୍ କେୟାର୍ସ ଫଣ୍ଡରୁ କିଣାଯିବ ୧ ଲକ୍ଷ ଅକ୍ସିଜେନ କନସେନଟ୍ରେଟର”
ରାଜଧାନୀ ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମଣ । ବିଏମସି କମିଶନର କହିଲେ, ଜ୍ୱର ହେଉଥିଲେ ବି ଲୋକେ କରୁନାହାନ୍ତି କରୋନା ପରୀକ୍ଷା । ଆଗକୁ ସଚେତନ ନହେଲେ କଡା ପଦକ୍ଷେପ ନେବ ବିଏମସି ।
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢ଼ିବଢ଼ି ଚାଲିଛି । ଏପରି ସମୟରେ ବିଏମସି କମିଶନର କହିଛନ୍ତି ଯେ, ଲୋକେ ସଚେତନ ନହେଲେ କଡ଼ା ପଦକ୍ଷେପ ନେବାକୁ ପ୍ରଶାସନ ବାଧ୍ୟ ହେବ । ଲୋକଙ୍କ ଜ୍ୱର ହେଉଥିଲେ ବି ସେମାନେ ପରୀକ୍ଷା କରୁନାହାଁନ୍ତି । ଅନେକ ସ୍ଥାନରେ ଲୋକ କରୋନା ନିୟମକୁ ପାଳନ କରୁନାହାଁନ୍ତି । ଏଭଳି ସ୍ଥିତିରେ ସଂକ୍ରମିତ ଅଂଚଳରେ ସିଲିଂ ଓ କନଟେନମେନମେଣ୍ଟ ଜୋନ କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛୁContinue reading “ରାଜଧାନୀ ଭୁବନେଶ୍ୱରରେ ବଢୁଛି କରୋନା ସଂକ୍ରମଣ । ବିଏମସି କମିଶନର କହିଲେ, ଜ୍ୱର ହେଉଥିଲେ ବି ଲୋକେ କରୁନାହାନ୍ତି କରୋନା ପରୀକ୍ଷା । ଆଗକୁ ସଚେତନ ନହେଲେ କଡା ପଦକ୍ଷେପ ନେବ ବିଏମସି ।”