କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ଆସିଲା ଅଭାବନୀୟ ଦୃଶ୍ୟ । ରୋଗୀଙ୍କୁ ବେଡ଼ ନମିଳିବାରୁ ହସ୍ପିଟାଲ ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୩ଶହ ଶଯ୍ୟା ବିଶିଷ୍ଟ ଦ୍ୱିତୀୟ କୋଭିଡ଼-୧୯ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଯାଇଛି । ୩ଶହ ଶଯ୍ୟାରେ ଅକ୍ସିଜେନ ସଂଯୋଗ ରହିଛି । ୫୪ଟି ଆଇସିୟୁ ଶଯ୍ୟା ରହିଛି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳିଛି ।Continue reading “ବ୍ରହ୍ମପୁର ବଡ଼ ମେଡ଼ିକାଲର ବିଚିତ୍ର ଦୃଶ୍ୟ : ବାରଣ୍ଡାରେ ଶୋଇ ରହିଛନ୍ତି ରୋଗୀ, ଘଂଟା ଘଂଟା ଅପେକ୍ଷା ପରେ ବି ମିଳୁନି ବେଡ଼”
Author Archives: Raghaba
କଲବଲ କରୁଛି କରୋନା… ଅକ୍ସିଜେନ୍ ଅଭାବରୁ ଛଟପଟ ହୋଇ ବାପା କୋଳରେ ଚାଲିଗଲା କୁନି ଝିଅର ଜୀବନ
କଲବଲ କରୁଛି କରୋନା… ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଆସୁଛି ଭିନ୍ନ ଭିନ୍ନ ଚିତ୍ର । କେଉଁଠି ଅଟୋ ଭିତରେ କରୋନା ରୋଗୀଙ୍କ ଜୀବନ ଚାଲିଯାଉଛି ତ ଆଉ କେଉଁଠି ଅକ୍ସିଜେନ୍ ଅଭାବରୁ ରୋଗୀ ମୃତ୍ୟୁବରଣ କରୁଛନ୍ତି । ସେହିଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ୧୯ବର୍ଷର ବାଳିକା ନିଶ୍ବାସ ନେଇ ନପାରିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗୁରୁତର ଅବସ୍ଥାରେ ବାଳିକାଙ୍କୁ ତାଙ୍କ ବାପା ମୋଟରସାଇକେଲରେ ନେଇ ସରକାରୀContinue reading “କଲବଲ କରୁଛି କରୋନା… ଅକ୍ସିଜେନ୍ ଅଭାବରୁ ଛଟପଟ ହୋଇ ବାପା କୋଳରେ ଚାଲିଗଲା କୁନି ଝିଅର ଜୀବନ”
ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି : ରଥଖଳାରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥ କାଠ
କନକ ବ୍ୟୁରୋ : ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ବୌଦ୍ଧ ବନଖଣ୍ଡରୁ ଆଜି ଚତୁର୍ଥ ପର୍ଯ୍ୟାୟରେ ତିନୋଟି ରଥକାଠ ବୋଝେଇ ଟ୍ରକ ପୁରୀ ରଥଖଳାରେ ପହଂଚିଛି । ମୋଟ ୯୬ଖଣ୍ଡ କାଠ ଆସିଥିବା ବେଳେ ଏଥିରେ ୪୦ ଫୁଟିଆ ୫୧ଖଣ୍ଡ ଓ ୨୦ ଫୁଟିଆ ୪୫ଖଣ୍ଡ ଆସନ ଓ ଧଉରା କାଠ ରହିଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୮ଶହ ୬୫ଖଣ୍ଡ କାଠ ଆବଶ୍ୟକContinue reading “ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି : ରଥଖଳାରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥ କାଠ”
ପଦ୍ମପୁର ଉପଖଣ୍ଡ ଜାମୁଟବାହାଲ ଗାଁରେ ୧୪ଘଂଟା ଧରି ପଡ଼ି ରହିଲା ଶବ : କରୋନା ସଂକ୍ରମଣ ଭୟରେ ଛୁଇଁଲେନି ସମ୍ପର୍କୀୟ
କନକ ବ୍ୟୁରୋ : ହଜିଗଲା ମାନବିକତା । କରୋନା ଭୟରେ ଛୁଇଁଲେନି ସମ୍ପର୍କୀୟ । ୧୪ଘଂଟା ଧରି ପଡ଼ିରହିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଜାମୁଟବାହାଲ ଗାଁରେ । ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ୫ଦିନ ତଳେ ତାମିଲନାଡ଼ୁରୁ ଫେରିଥିଲେ । ତାମିଲନାଡ଼ୁର ଫେରିଲା ପରେ ତାଙ୍କୁ ଜ୍ୱର ହେଉଥିଲା । ଗତକାଲି ତାଙ୍କ ଦେହ ଅଧିକା ଖରାପ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେContinue reading “ପଦ୍ମପୁର ଉପଖଣ୍ଡ ଜାମୁଟବାହାଲ ଗାଁରେ ୧୪ଘଂଟା ଧରି ପଡ଼ି ରହିଲା ଶବ : କରୋନା ସଂକ୍ରମଣ ଭୟରେ ଛୁଇଁଲେନି ସମ୍ପର୍କୀୟ”
ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଂଗ୍ରେସର ଦାବି । ଲୋକଙ୍କ ଜୀବନକୁ ବାଜି ଲଗାଇ ନିର୍ବାଚନ ନକରିବାକୁ ଅପିଲ୍ । ବିଜେଡି-ବିଜେପି କ’ଣ କହିଲେ ପଢ଼ନ୍ତୁ…
କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ଘୁଂଚାଇବାକୁ କଗ୍ରେସର ଦାବି । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରେସମିଟ୍ କରି କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି, ହେଲେ ଲୋକଙ୍କ ଜୀବନକୁ ବାଜି ଲଗେଇକି ନୁହେଁ । ରାଜ୍ୟରେ କରୋନା ସ୍ଥିତି ଉପରମୁହାଁ ଥିବାବେଳେ ନିର୍ବାଚନ ଲଢ଼ିବା କେତେଦୂର ସମୀଚିନ । କଂଗ୍ରେସ ଥରେ ଜଣେ ପ୍ରାର୍ଥୀଙ୍କୁ କରୋନା ଯୋଗୁଁ ହରାଇ ସାରିଛି । ଏହି ଉପନିର୍ବାଚନରେ ସରକାର ବଦଳି ଯିବନି । ତେଣୁ ସମସ୍ତେContinue reading “ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ କଂଗ୍ରେସର ଦାବି । ଲୋକଙ୍କ ଜୀବନକୁ ବାଜି ଲଗାଇ ନିର୍ବାଚନ ନକରିବାକୁ ଅପିଲ୍ । ବିଜେଡି-ବିଜେପି କ’ଣ କହିଲେ ପଢ଼ନ୍ତୁ…”
ଡାକ୍ତରଙ୍କ ଗାଲରେ ନର୍ସଙ୍କ ଚାପୁଡ଼ା : ୟୁପି ରାମପୁର ଜିଲ୍ଲା ହସ୍ପିଟାଲରୁ ଆସିଲା ଅଭାବନୀୟ ଦୃଶ୍ୟ
କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଯୋଦ୍ଧା ବୋଲି କୁହାଯାଉଛି । କାରଣ ସ୍ୱାସ୍ଥ୍ୟ ସଂକଟ ସହ ଲଢୁଥିବା ଅମୂଲ୍ୟ ଜୀବନ ବଂଚାଇବାରେ ଏମାନଙ୍କର ପ୍ରମୁଖ ଭୂମିକା ରହିଛି । ତେଣୁ ସାଧାରଣରେ ଏମାନଙ୍କ ସ୍ୱଭାବ କେମିତି ହେବା ଉଚିତ୍ । ବିପଦ ବେଳାରେ ଦେବଦୂତର ଆକ୍ଷା ପାଇଥିବା ଡାକ୍ତର କିମ୍ବା ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ କିଭଳି ଆଚରଣ କରିବା ଉଚିତ୍ । ଏହି ପ୍ରଶ୍ନ ଏଥପାଇଁ ଉଠୁଛି, କାରଣContinue reading “ଡାକ୍ତରଙ୍କ ଗାଲରେ ନର୍ସଙ୍କ ଚାପୁଡ଼ା : ୟୁପି ରାମପୁର ଜିଲ୍ଲା ହସ୍ପିଟାଲରୁ ଆସିଲା ଅଭାବନୀୟ ଦୃଶ୍ୟ”
ରାଜ୍ୟରେ ରେମଡେସିଭିର ଅଭାବ । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସୂଚନା ଆବଶ୍ୟକତା ଅନୁସାରେ ଆସିପାରୁନି ରେମଡେସିଭିର ଭାଏଲ ।
କନକ ବ୍ୟୁରୋ: ରାଜ୍ୟରେ ରେମଡେସିଭର ଅଭାବ । ଏନେଇ ସୂଚନା ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଅନ୍ନଦା ଶଙ୍କର ଦାସ । କହିଛନ୍ତି, କେନ୍ଦ୍ର ସରକାର ନିଜେ ଏହାର ବିତରଣ କରୁଛନ୍ତି । ଏହାର ବହୁତ ଅବଶ୍ୟକତା ରହୁଛି । ଏପ୍ରିଲ ୨୧ରୁ ୩୦ ଯାଏଁ ଆମକୁ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି । ପ୍ରତିଦିନ କିଛି କିଛି ରେମଡିସିଭର ଆସୁଛି । ଗତକାଲି ରାଜ୍ୟରେ ରେମଡେସିଭର ୨ହଜାର ଭାଏଲ ଆବଶ୍ୟକତା ଥିଲା । ହେଲେContinue reading “ରାଜ୍ୟରେ ରେମଡେସିଭିର ଅଭାବ । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସୂଚନା ଆବଶ୍ୟକତା ଅନୁସାରେ ଆସିପାରୁନି ରେମଡେସିଭିର ଭାଏଲ ।”
ଅନିଶ୍ଚିତତା ଘେରରେ ଟିକାକରଣ : ୧୮ ରୁ ୪୫ ବର୍ଷ ଟିକାକରଣ ପାଇଁ ଆସିବାକୁ ଥିବା ଟିକା ଆସିବାରେ ହେବ ବିଳମ୍ବ
କନକ ବ୍ୟୁରୋ : ଅନିଶ୍ଚିତତା ଘେରରେ ଟିକାକରଣ । ୧୮ ରୁ ୪୫ ବର୍ଷ ପାଇଁ ଟିକାକରଣ ପାଇଁ ଆସିବାକୁ ଥିବା ଟିକା ଆସିବାରେ ବିଳମ୍ବ ହେବ । ଏପରିକି ମେ ମାସରେ କୋଭିଡସିଲ୍ଡ ଟିକା ପହଁଚିବା ସମ୍ଭାବନା କ୍ଷୀଣ ରହିଛି । ମେ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିପାରେ । କିନ୍ତୁ କୋଭିସିଲ୍ଡ ଟିକା ପହଁଚିପାରିବ କି ନାହିଁ କହିହେବ ନାହିଁ । ଟିକା ଉପଲବ୍ଧ ହେବା ପରେ ଟିକାକରଣ କରାଯିବ । ଏଭଳିContinue reading “ଅନିଶ୍ଚିତତା ଘେରରେ ଟିକାକରଣ : ୧୮ ରୁ ୪୫ ବର୍ଷ ଟିକାକରଣ ପାଇଁ ଆସିବାକୁ ଥିବା ଟିକା ଆସିବାରେ ହେବ ବିଳମ୍ବ”
ଟିକା ନେଲେ ୩ମାସ ଯାଏଁ କରିପାରିବେନି ରକ୍ତଦାନ । ଆଗକୁ ସୃଷ୍ଟି ହୋଇପାରେ ରକ୍ତ ଅଭାବର ସମସ୍ୟା
କରୋନା ଟିକାକରଣ ଅଭିଯାନ ଦ୍ବାରା ପ୍ରଭାବିତ ହେବ ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନ। ଏବେ ଏହିଭଳି ଆଶଙ୍କା ସୃଷ୍ଟି ହୋଇଛି। ଯଦି ଆବଶ୍ୟକ ସଚେତନତା ସୃଷ୍ଟି କରା ନଯାଏ ଅଥବା ଯୋଜନାବଦ୍ଧ ପଦକ୍ଷେପ ନିଆ ନଯାଏ, ଆଗକୁ କିଛି ମାସ ଯାଏ ହୁଏତ ଗୁରୁତର ରକ୍ତ ଅଭାବଜନିତ ସମସ୍ୟା ସୃଷ୍ଟି ହେବା ଆଶଙ୍କା କରାଯାଇଛି। କରୋନା ଟିକାକରଣର ନିୟମାବଳୀ ଅନୁଯାୟୀ ପ୍ରଥମ ଡୋଜ୍ ଟିକା ନେବା ପରେ ଜଣେ ବ୍ୟକ୍ତି ଅନ୍ତତଃପକ୍ଷେ ତିନି ମାସ ଯାଏ ରକ୍ତ ଦେଇContinue reading “ଟିକା ନେଲେ ୩ମାସ ଯାଏଁ କରିପାରିବେନି ରକ୍ତଦାନ । ଆଗକୁ ସୃଷ୍ଟି ହୋଇପାରେ ରକ୍ତ ଅଭାବର ସମସ୍ୟା”
କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା : ଅତି ଆବଶ୍ୟକ ନଥିଲେ ଅଯଥାରେ ହସ୍ପିଟାଲରେ ବେଡ୍ ଅକ୍ତିଆର କରନି
କନକ ବ୍ୟୁରୋ : ଆବଶ୍ୟକ ନଥିଲେ ହସ୍ପିଟାଲ ବେଡ଼ ଅକ୍ତିଆର ନକରିବାକୁ ସରକାରଙ୍କ ପରାମର୍ଶ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଅଯଥାରେ ହସ୍ପିଟାଲ ବେଡ଼ ଅକ୍ତିଆର ନକରି ଘରେ ରହି ଚିକିତ୍ସିତ ହୁଅନ୍ତୁ । ସେହିପରି ରାଜ୍ୟରେ ଟେଷ୍ଟିଂ କିଟର ଅଭାବ ନଥିବା ସେ କହିଛନ୍ତି । ଆବଶ୍ୟକ ଲୋକଙ୍କର ଟେଷ୍ଟ କରାଉଛୁ । ଟେଷ୍ଟିଂର ଡ଼ିମାଣ୍ଡ ଏବେ ଅଧିକା ରହୁଛି ତେଣୁ ଲୋକେ ସ୍ୱତଃ ପ୍ରବୃତ ଭାବେ ଟେଷ୍ଟ କରାଉଛନ୍ତି । ସେହିପରି ରେମଡ଼ିସିଭର ମେଡ଼ିସିନ୍Continue reading “କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା : ଅତି ଆବଶ୍ୟକ ନଥିଲେ ଅଯଥାରେ ହସ୍ପିଟାଲରେ ବେଡ୍ ଅକ୍ତିଆର କରନି”