କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ଭିନ୍ନ ଢ଼ଙ୍ଗରେ ପ୍ରଚାର ଆରମ୍ଭ କରିବ ବିଜେଡି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିବ ଦଳ । ପ୍ରତି ଘରକୁ ଯାଇ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଦଳୀୟ ନେତା କହିବା ସହ ଲୋକଙ୍କୁ ବୁଝାଇବେ ଏବଂ ପ୍ରତି ଘର ଆଗରେ ଶଙ୍ଖ ଚିହ୍ନ ଷ୍ଟିକର ଲଗାଇବେ । ଏହା ସହ କୋଭିଡ ସଚେତନତା ବି ସୃଷ୍ଟି କରିବ ଦଳ । କୋଭିଡ ଗାଇଡ଼ଲାଇନ ମାନି କିଛି ଏଭଳିContinue reading “ପିପିଲି ଉପ ନିର୍ବାଚନ ପାଇଁ ଭିନ୍ନ ଢ଼ଙ୍ଗରେ ପ୍ରଚାର ଆରମ୍ଭ କଲା ବିଜେଡି । ଆରମ୍ଭ ହେଲା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ।”
Author Archives: Raghaba
ଦେଶରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । ହତ୍ୟା ମାମଲା ରୁଜୁ କରିବାକୁ ଦେଲେ ଚେତାବନୀ
କନକ ବ୍ୟୁରୋ : ଦେଶରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି କି, ଗତ କିଛିମାସ ହେବ ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ନିର୍ବାଚନ କମିସନ ସେମାନଙ୍କୁ ନ ଅଟକାଇ ସମ୍ଭବତଃ ଦାୟିତ୍ୱହୀନ ପ୍ରତିଷ୍ଠାନ ଭଳି କାର୍ଯ୍ୟ କରିଛନ୍ତି । ତେଣୁ ଏହି ପ୍ରତିଷ୍ଠାନ ବିରୋଧରେ ନରହତ୍ୟା ଅଭିଯୋଗ ଦାଏର ହେବା ଉଚିତ୍ ବୋଲି ଅଦାଲତ କହିଛନ୍ତି । ଏନେଇContinue reading “ଦେଶରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । ହତ୍ୟା ମାମଲା ରୁଜୁ କରିବାକୁ ଦେଲେ ଚେତାବନୀ”
କରୋନା ଚେନ୍ ଭାଙ୍ଗିବା ପାଇଁ ଗଞ୍ଜାମରେ ଜୋରଦାର ପ୍ରସ୍ତୁତି : ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରତି ଘରେ ଆରମ୍ଭ ହୋଇଛି କରୋନା ଯାଂଚ
କନକ ବ୍ୟୁରୋ : କରୋନାର ପ୍ରଥମ ଲହରରେ ଗଞ୍ଜାମ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିଥିଲେ । ପରବର୍ତ୍ତୀ ସମୟରେ ସେମାନେ ପୁଣି ରୋଜଗାର ଲାଗି ରାଜ୍ୟ ବାହାରକୁ ଚାଲି ଯାଇଥିଲେ । କିନ୍ତୁ ଏବେ ସେସବୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲକଡାଉନ, ନାଇଟକର୍ଫ୍ୟୁ ଭଳି କଡା କଟକଣା ଲାଗୁ ହୋଇଛି । ତେଣୁ ପ୍ରବାସୀ ଶ୍ରମିକମାନେ ଗାଁକୁ ଫେରିବା ଆରମ୍ଭ କରିଛନ୍ତି । ଏଭଳି ସମୟରେ ଗଞ୍ଜାମ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରତି ଘରେContinue reading “କରୋନା ଚେନ୍ ଭାଙ୍ଗିବା ପାଇଁ ଗଞ୍ଜାମରେ ଜୋରଦାର ପ୍ରସ୍ତୁତି : ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରତି ଘରେ ଆରମ୍ଭ ହୋଇଛି କରୋନା ଯାଂଚ”
ଅକ୍ସିଜେନ୍ ଯୋଗାଇ ଦେବାକୁ ଆଗେଇ ଆସିଲେ ଘରୋଇ ପ୍ଲାଣ୍ଟ ମାଲିକ : ଜୟପୁରରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟ ମାଲିକଙ୍କ ଉଦ୍ୟମକୁ ପ୍ରଶଂସା
କନକ ବ୍ୟୁରୋ : ଅକ୍ସିଜେନ ଯୋଗାଇ ଦେବାକୁ ଆଗେଇ ଆସିଲେ ଘରୋଇ ପ୍ଲାଂଟ ମାଲିକ । ଜୟପୁରରେ ଥିବା ଏକ ଅକ୍ସିଜେନ ପ୍ଲାଂଟ ମାଲିକ କହିଛନ୍ତି ଜିଲ୍ଳା ପ୍ରଶାସନ ହୁଅନ୍ତୁ କି ସରକାର ଯଦି ଆବଶ୍ୟକ କରନ୍ତି, ସେ ଯୋଗାଇ ଦେବେ । ଏହି ପ୍ଲାଂଟର ପ୍ରତ୍ୟକ ଦିନ ୧୦ଟନ୍ ଅମ୍ଳଜାନ ଉତ୍ପାଦନ କ୍ଷମତା ରହିଛି । ବିଭିନ୍ନ ଶିଳ୍ପ ସଂସ୍ଥାକୁ ଏହି ପ୍ଲାଂଟ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦେଇଥାଏ । ଏହି ପ୍ଲାଂଟରେ ଗୋଟିଏ ଲାଇନରେ ୪୦ଟିContinue reading “ଅକ୍ସିଜେନ୍ ଯୋଗାଇ ଦେବାକୁ ଆଗେଇ ଆସିଲେ ଘରୋଇ ପ୍ଲାଣ୍ଟ ମାଲିକ : ଜୟପୁରରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟ ମାଲିକଙ୍କ ଉଦ୍ୟମକୁ ପ୍ରଶଂସା”
ପ୍ରାଇଭେଟ ହସ୍ପିଟାଲରେ ପ୍ରଥମ ଡୋଜ ନେଇଥିଲେ ବି ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ ଦ୍ୱିତୀୟ ଡୋଜ । ପଜିଟିଭ ଚିହ୍ନଟ ହୋଇଥିଲେ ସୁସ୍ଥ ହେବାର ୪ ସପ୍ତାହ ପରେ ନେବେ ଟିକା ।
କନକ ବ୍ୟୁରୋ : ଗୋଟିଏ ପଟେ କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ସରକାରଙ୍କ ଫୋକସରେ ରହିଛି ଟିକାକରଣ । ରାଜ୍ୟରେ ଏଯାଏଁ ୫୫ ଲକ୍ଷରୁ ଅଧିକ ଡୋଜ ଟିକା ଦିଆସରିଥିବା ବେଳେ ଏବେ ପୂର୍ବଭଳି ଟିକାକରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତି ପୂର୍ବରୁ ପ୍ରାଇଭେଟ ହସ୍ପିଟାଲରେ ଟିକାର ପ୍ରଥମ ଡୋଜ ନେଇଥିଲେ ସରକାରୀ ହସ୍ପିଟାଲରେ ଏହାର ଦ୍ୱିତୀୟ ଡୋଜContinue reading “ପ୍ରାଇଭେଟ ହସ୍ପିଟାଲରେ ପ୍ରଥମ ଡୋଜ ନେଇଥିଲେ ବି ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ ଦ୍ୱିତୀୟ ଡୋଜ । ପଜିଟିଭ ଚିହ୍ନଟ ହୋଇଥିଲେ ସୁସ୍ଥ ହେବାର ୪ ସପ୍ତାହ ପରେ ନେବେ ଟିକା ।”
ଜଳପଥରେ ଲୋକଙ୍କୁ କରାଯାଉଛି ସଚେତନ : କରୋନା କଟକଣା ଲୋକେ କେମିତି ପାଳନ କରୁଛନ୍ତି ତଦାରଖ କରୁଛି ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ
କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମୁଦ୍ରିକ ଥାନା ପକ୍ଷରୁ ଜଳ ପଥରେ କରୋନା ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ସାମୁଦ୍ରକି ଥାନା ଅଧିକାରୀଙ୍କ ସହ ଇଂଟର ସେକ୍ଟର ବୋଟ ଏବଂ ନାଭାଲ କର୍ମଚାରୀମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଦେବୀ ନଦୀ ସହ ସମୁଦ୍ର ପଥ ଓ ଦେବୀ ମୁହାଁଣରେ ସନ୍ଧିଗ୍ଧ କୋଲକାତା ମାଛ ଧରାଳି ଉପରେ କଡା ନଜର ରଖିଛନ୍ତିି । ବିଶେଷକରି ଦେବୀ ନଦୀରେ ମାଛ ମାରୁଥିବା ଲୋକେContinue reading “ଜଳପଥରେ ଲୋକଙ୍କୁ କରାଯାଉଛି ସଚେତନ : କରୋନା କଟକଣା ଲୋକେ କେମିତି ପାଳନ କରୁଛନ୍ତି ତଦାରଖ କରୁଛି ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ”
ଦିଲ୍ଲୀରେ ୧୮ ବର୍ଷରୁ ଅଧିକ ସବୁ ଲୋକଙ୍କୁ ମାଗଣା କରୋନା ଟିକା । ୧.୩୪ କୋଟି ଟିକା କିଣିବାକୁ ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ
କନକ ବ୍ୟୁରୋ : ଦିଲ୍ଲୀରେ ଲଗାତର ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । ସୋମବାର ଦିନ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଦିଲ୍ଲୀରେ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ । ଏନେଇ ୧.୩୪ କୋଟି ଟିକା କିଣିବା ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି କେଜ୍ରିୱାଲ । ସେ କହିଥିଲେ କି ମାଗଣାରେ ଟିକା ପ୍ରଦାନ କରାଗଲେ ଲୋକମାନେ ଟିକା ନେବାକୁ ଆଗ୍ରହContinue reading “ଦିଲ୍ଲୀରେ ୧୮ ବର୍ଷରୁ ଅଧିକ ସବୁ ଲୋକଙ୍କୁ ମାଗଣା କରୋନା ଟିକା । ୧.୩୪ କୋଟି ଟିକା କିଣିବାକୁ ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ”
ଓଡ଼ିଶା ସରକାରଙ୍କୁ ସୁରଟରୁ ଅପିଲ କଲେ ପ୍ରବାସୀ ଓଡ଼ିଆ : ନୋଡାଲ ଅଫିସର ନିଯୁକ୍ତି କରିବାକୁ କଲେ ଅନୁରୋଧ
କନକ ବ୍ୟୁରୋ : ସୁରତ ସହରରେ କରୋନା ସଂକ୍ରମଣ କମିବାର ନା ନେଉ ନାହିଁ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଭଳି ସମୟରେ ସୁରତରେ ରହୁଥିବା ପ୍ରବାସୀ ଓଡିଆ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ପ୍ରବାସି ଶ୍ରମିକମାନେ କରୋନା ଆକ୍ରାନ୍ତ ହୋଇ ଗୁରୁତ୍ୱର ହେବା ପରେ ବି ଚିକିିତ୍ସା ସୁବିଧାରୁ ବଂଚିତ ହେଉଥିିବା ଅଭିଯୋଗ ହେଉଛି । ଏପରିକି ବିଳମ୍ବିତ ଚିକିତ୍ସା ଯାଗୁଁ ୨୦ ଜଣ ପ୍ରବାସୀ ଓଡିଆଙ୍କରContinue reading “ଓଡ଼ିଶା ସରକାରଙ୍କୁ ସୁରଟରୁ ଅପିଲ କଲେ ପ୍ରବାସୀ ଓଡ଼ିଆ : ନୋଡାଲ ଅଫିସର ନିଯୁକ୍ତି କରିବାକୁ କଲେ ଅନୁରୋଧ”
କରୋନା ସଂକ୍ରମଣକୁ ନେଇ ବିଏମସିକୁ ଘାରିଲାଣି ବସ୍ତି ଚିନ୍ତା । ଘରକୁ ଘର ବୁଲି କରାଯାଉଛି ସର୍ଭେ । ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରୁଛନ୍ତି ଅଙ୍ଗନୱାଡି କର୍ମୀ
କନକ ବ୍ୟୁରୋ : କରୋନା ମହାମାରୀ ବେଳେ ଭୁବନେଶ୍ୱରର ବସ୍ତିକୁ ନେଇ ବିଏମସିର ଚିନ୍ତା ବଢିଛି । କରୋନାର ପ୍ରଥମ ଲହରରେ ରାଜଧାନୀର ବିଭିନ୍ନ ବସ୍ତି ଯେଭଳି ହଟସ୍ପଟ୍ ପାଲଟିଥିଲା ତାହାକୁ ନେଇ ଦ୍ୱିତୀୟ ଲହର ବେଳେ ସଜାଗ ହୋଇଛି ବିଏମସି । କାରଣ ବସ୍ତିଗୁଡିକରେ ଥରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲେ ପୁରା ଭୁବନେଶ୍ୱରର ସ୍ଥିତି ବିଗିଡିଯିବ । ଏହାକୁ ନଜରରେ ରଖି ବିଏମସି ଏବେ ବସ୍ତି ମାନଙ୍କ ଉପରେ ଫୋକସ୍ କରିଛି । ଘରକୁContinue reading “କରୋନା ସଂକ୍ରମଣକୁ ନେଇ ବିଏମସିକୁ ଘାରିଲାଣି ବସ୍ତି ଚିନ୍ତା । ଘରକୁ ଘର ବୁଲି କରାଯାଉଛି ସର୍ଭେ । ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରୁଛନ୍ତି ଅଙ୍ଗନୱାଡି କର୍ମୀ”
ଆସନ୍ତା ୨୮ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ହେବ ପଞ୍ଜିକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା
କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା । ତୃତୀୟ ପର୍ଯ୍ୟାୟ ଟିକାକରଣ ସମ୍ପୂର୍ଣ୍ଣ ମାଗଣା ପାଇଁ ସରକାର ଘୋଷଣା କରିଛନ୍ତି । ଆସନ୍ତା ୨୮ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ ହେବ । ଟିକାକରଣ ପାଇଁ କୋ-ୱିନ୍ ଆପରେ ପଞ୍ଜିକରଣ କରିପାରିବେ । କୋ-ୱିନ୍ ଆପରେ ଗୋଟିଏ ପଞ୍ଜିକରଣ ଓ ଆପଏଣ୍ଟମେଣ୍ଟ ପ୍ରକ୍ରିୟା ରହିଛି । ପଞ୍ଜିକରଣ ପରେ ଟିକାକୁ ଦେଖି ସ୍ଲଟ୍ ବୁକ୍ କରାଯିବ ।Continue reading “ଆସନ୍ତା ୨୮ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ହେବ ପଞ୍ଜିକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା”