କନକ ବ୍ୟୁରୋ : ବେଲଗାମ କରୋନା ସଂକ୍ରମଣ । ଗତ ୨୪ଘଂଟାରେ ଦେଶରୁ ପୁଣି ଚିହ୍ନଟ ହୋଇଛନ୍ତିି ୩ଲକ୍ଷ ୫୨ ହଜାର ୯୯୧ ନୂଆ ସଂକ୍ରମିତ । ସେହିପରି ଦେଶରେ ଗତ ୨୪ଘଂଟାରେ ୨ ହଜାର ୮୧୨ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ଲକ୍ଷ ୧୯ ହଜାର ୨୭୨ଜଣ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭୩ଲକ୍ଷ ୧୩ ହଜାର ୧୬୩ରେ ପହଁଚିଛି । ସେହିପରି କରୋନା ଜନିତContinue reading “ବଢ଼ିବାରେ ଲାଗିଛି ଦେଶରେ ସଂକ୍ରମଣ : ୨୪ ଘଂଟାରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ, ୨, ୮୧୨ ମୃତ”
Author Archives: Raghaba
ପୁଣି ରାଜ୍ୟରେ କରୋନା ମିଟର ଉପରମୁହାଁ : ୨୪ ଘଂଟାରେ ୬ ହଜାର ୫୯୯ ଆକ୍ରାନ୍ତ ଚିହ୍ନଟ, ୯ ମୃତ
କନକ ବ୍ୟୁରୋ : ଆଜି ପୁଣି ଉପରମୁହାଁ ରାଜ୍ୟର କରୋନା ମିଟର । ଦିନକରେ ୬ ହଜାର ୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦିନକରେ ୯ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟର କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୯୯୭ରେ ପହଁଚିଛି । ସେହିପରି ୨୪ ଘଂଟାରେ ୩ ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁContinue reading “ପୁଣି ରାଜ୍ୟରେ କରୋନା ମିଟର ଉପରମୁହାଁ : ୨୪ ଘଂଟାରେ ୬ ହଜାର ୫୯୯ ଆକ୍ରାନ୍ତ ଚିହ୍ନଟ, ୯ ମୃତ”
କରୋନା ସଂକ୍ରମଣ : ଗତବର୍ଷ ଅପେକ୍ଷା ଏଥର କରୋନା ଆକ୍ରାନ୍ତଙ୍କ ପାଇଁ ଦରକାର ହେଉଛି ଅଧିକ ଅକ୍ସିଜେନ୍
କନକ ବ୍ୟୁରୋ : ରାଜ୍ୟ ସରକାର କହୁଛନ୍ତି ଓଡିଶାରେ ଅକ୍ସିଜେନର ଅଭାବ ନାହିଁ । କରୋନା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ହେଉଥିବା ଅକ୍ସିଜେନ୍ ତୁଳନାରେ ଢେର ଅଧିକ ଉତ୍ପାଦନ ହେଉଛି । ସରକାରୀ ତଥ୍ୟ ଅନୁସାରେ ଏହା ସତ ମଧ୍ୟ । ହେଲେ ରାଜ୍ୟରେ ଅକ୍ସିଜେନର ଆବଶ୍ୟକତା ବଢିଥିବା ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି । ଓଡିଶାରେ ଯେଭଳି କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ଓ ହସ୍ପିଟାଲ ଆଇସିୟୁରେ ରୋଗୀ ସଂଖ୍ୟା ବଢୁଛି,Continue reading “କରୋନା ସଂକ୍ରମଣ : ଗତବର୍ଷ ଅପେକ୍ଷା ଏଥର କରୋନା ଆକ୍ରାନ୍ତଙ୍କ ପାଇଁ ଦରକାର ହେଉଛି ଅଧିକ ଅକ୍ସିଜେନ୍”
ସଟଡାଉନରେ ୪୦୦୦ କୋଟିର ବେପାର ବନ୍ଦ । ଦୁଇ ଦିନରେ ରାଜ୍ୟ ସରକାର ହରାଇଲେ ୩୦୦ କୋଟିର ଟିକସ ।
କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ଫଳରେ ସରକାର ବାଧ୍ୟ ହୋଇ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଥିଲେ । ଗତ ଶନି-ରବିବାର ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଥିଲା । ଅତ୍ୟାବଶ୍ୟକ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସବୁ ପ୍ରକାର ଦୋକାନ ବନ୍ଦ ଥିଲା। ରାସ୍ତାରେ କାଁ ଭାଁ ଗାଡ଼ି ଗଡ଼ିଥିଲା। ଲୋକେ ଜୀବନ ରକ୍ଷା ପାଇଁ ଘରେ ରହିଥିଲେ। ଏହି ଦୁଇContinue reading “ସଟଡାଉନରେ ୪୦୦୦ କୋଟିର ବେପାର ବନ୍ଦ । ଦୁଇ ଦିନରେ ରାଜ୍ୟ ସରକାର ହରାଇଲେ ୩୦୦ କୋଟିର ଟିକସ ।”
ପୁଣି ଉପରମୁହାଁ ରାଜ୍ୟର କରୋନା ମିଟର : ଦିନକରେ ୬,୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮
କନକ ବ୍ୟୁରୋ : ଆଜି ପୁଣି ଉପରମୁହାଁ ରାଜ୍ୟର କରୋନା ମିଟର । ଦିନକରେ ୬,୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୫୫୧, କଳାହାଣ୍ଡିରୁ ୫୧୮, କଟକରୁ ୪୮୮, ଝାରସୁଗୁଡାରୁ ୪୩୬, ସୁନ୍ଦରଗଡରୁ ୪୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡରୁ ୨୦୩, , ଅନୁଗୁଳରୁ ୧୮୭, ପୁରୀରୁ ୧୪୫Continue reading “ପୁଣି ଉପରମୁହାଁ ରାଜ୍ୟର କରୋନା ମିଟର : ଦିନକରେ ୬,୫୯୯ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮”
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ସପ୍ତମ ପର୍ଯ୍ୟାୟ ଭୋଟ : ୩୪ଟି ଆସନରେ ୨୬୮ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲାଗି ଆଜି ସପ୍ତମ ପର୍ଯ୍ୟାୟ ମତଦାନ ଜାରି ରହିଛି । ୫ଟି ଜିଲ୍ଲାର ମୋଟ୍ ୩୬ଟି ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବାର ଥିଲା । ହେଲେ ୨ ଟି ଆସନ ପାଇଁ ଭୋଟିଂ ମେ ୧୬ ତାରିଖକୁ ଘୁଂଚାଇ ଦିଆଯାଇଛି । ଆଜି ୩୪ଟି ଆସନରେ ମତଦାନ ହେଉଥିବାବେଳେ ୩୭ ମହିଳା ପ୍ରାର୍ଥୀଙ୍କ ସହ ମୋଟ୍ ୨୬୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । କୋଭିଡ ନିୟମକୁContinue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ସପ୍ତମ ପର୍ଯ୍ୟାୟ ଭୋଟ : ୩୪ଟି ଆସନରେ ୨୬୮ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା”
ଏମାନେ ବି କୌଣସି ଯୋଦ୍ଧା ଠାରୁ କମ ନୁହଁନ୍ତି । ଏବେ ସୁଦ୍ଧା ୧୪୦୦ କରୋନା ରୋଗୀଙ୍କର କଲେଣି ଶବଦାହ ।
କନକ ବ୍ୟୁରୋ : ସେମାନଙ୍କ ଘର ପାଲଟିଛି କଟକ ସତୀଚଉରାର ମଶାଣି । ଦିନରାତି ୨୪ ଘଣ୍ଟା ଏହି ଶଶ୍ମାନରେ କୋଭିଡ୍ ରୋଗୀଙ୍କ ମୃତଦେହ ଦାହ କରୁଛନ୍ତି। ଯେତେବେଳେ ବିନା ପିପିଇ କିଟରେ ସେବିକା କିମ୍ବା ଡାକ୍ତର ରୋଗୀଙ୍କ ଚିକିତ୍ସା କରୁନାହାନ୍ତି, ସେତେବେଳେ ସେମାନେ ବିନା ଭୟରେ ମୃତକଙ୍କୁ ଦାହ କରୁଛନ୍ତି। ଏପର୍ଯ୍ୟନ୍ତ ସେମାନେ ୧୪୦୦ କରୋନା ରୋଗୀଙ୍କ ଶବଦାହ କରିସାରିଲେଣି। ଗତବର୍ଷ ୧୨୦୦ ଶବ ଦାହ କରିଥିବାବେଳେ ଏବର୍ଷ ୨୦୦ ଶବଦାହ କରିସାରିଛନ୍ତି। ତା’ରି ଭିତରContinue reading “ଏମାନେ ବି କୌଣସି ଯୋଦ୍ଧା ଠାରୁ କମ ନୁହଁନ୍ତି । ଏବେ ସୁଦ୍ଧା ୧୪୦୦ କରୋନା ରୋଗୀଙ୍କର କଲେଣି ଶବଦାହ ।”
ସଂକଟ ବଢ଼ୁଥିବା ବେଳେ ମିଳିଲା ସହାୟତାର ପ୍ରତିଶ୍ରୁତି : ଭାରତକୁ ସହାୟତା ପାଇଁ ଆଗେଇ ଆସିଲେ ଜର୍ମାନୀ, ବ୍ରିଟେନ ଓ ୟୁରୋପୀୟ ସଂଘ
କନକ ବ୍ୟୁରୋ : ଭାରତରେ କରୋନା ସଂକଟ ବଢ଼ୁଥିବା ବେଳେ ମିଳିଲା ସହାୟତାର ପ୍ରତିଶ୍ରୁତି । ଭାରତକୁ ସହାୟତା ପାଇଁ ଆଗେଇ ଆସିଲେ ଜର୍ମାନୀ, ବ୍ରିଟେନ ଓ ୟୁରୋପୀୟ ସଂଘ । କରୋନା ସଂକଟ ସମୟରେ ଦୃଢ଼ ଭାବେ ଭାରତ ସହ ରହିଛୁ ବୋଲି କହିଛନ୍ତି ଜର୍ମାନୀ ଚାନ୍ସଲର ଏଂଜେଲା ମାର୍କେଲ । ବ୍ରିଟେନ ମଧ୍ୟ ଭାରତକୁ ଭେଂଟିଲେଟର ଏବଂ ଅକ୍ସିଜେନ କନସେନଟ୍ରେଟର ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି । ବ୍ରିଟେନରୁ ଖୁବଶୀଘ୍ର ଏସବୁContinue reading “ସଂକଟ ବଢ଼ୁଥିବା ବେଳେ ମିଳିଲା ସହାୟତାର ପ୍ରତିଶ୍ରୁତି : ଭାରତକୁ ସହାୟତା ପାଇଁ ଆଗେଇ ଆସିଲେ ଜର୍ମାନୀ, ବ୍ରିଟେନ ଓ ୟୁରୋପୀୟ ସଂଘ”
ଭାରତରେ କରୋନା ସୁନାମି : ପ୍ରତି ମିନିଟରେ ସଂକ୍ରମିତ ହେଉଛନ୍ତି ୨୪୩ ଜଣ, ୨ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ଭାରତରେ ଗତ ବର୍ଷ ମାର୍ଚରେ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ସେପ୍ଟେମ୍ବର ମାସରେ ଶୀର୍ଷରେ ପହଞ୍ଚିଥିଲା। ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୯୭ ହଜାର। ଏହାପରେ ସଂକ୍ରମଣ ହ୍ରାସ ପାଇ ଗତ ଫେବୃଆରିରେ ୮ ହଜାର ୬୦୦କୁ ଖସି ଆସିଥିଲା। କିନ୍ତୁ ମାର୍ଚ ଶେଷରେ ପୁଣି ହୁ ହୁ ହୋଇ ବଢ଼ି ଚାଲିଲା ସଂକ୍ରମଣ। ୫ ଏପ୍ରିଲରେ ଏହା ଏକ ଲକ୍ଷ ଛୁଇଁବା ପରେ ଆଉ ଖସିବାର ନାମ ଧରୁନାହିଁ। ଅନ୍ୟପକ୍ଷରେ ଏହାContinue reading “ଭାରତରେ କରୋନା ସୁନାମି : ପ୍ରତି ମିନିଟରେ ସଂକ୍ରମିତ ହେଉଛନ୍ତି ୨୪୩ ଜଣ, ୨ଜଣଙ୍କ ମୃତ୍ୟୁ”
ହାଇଦ୍ରାବାଦରେ ଫଶିଥିବା ଓଡିଆ ଶ୍ରମିକଙ୍କ ଫିଟିଲା ଫେରିବା ବାଟ : ତେଲେଙ୍ଗାନାର ସହରାଂଚଳ ବିକାଶ ମନ୍ତ୍ରୀ ଟୁଇଟ କରି ସ୍ଥାନୀୟ ପ୍ରଶାସନକୁ କଲେ ତାଗିଦ
କନକ ବ୍ୟୁରୋ : ହାଇଦ୍ରାବାଦର ଏକ ରେଳଷ୍ଟେସନରେ ଅଟକି ରହିଥିବା ୨୮ଜଣ ଓଡିଆ ଶ୍ରମିକଙ୍କ ଫେରିବାର ବାଟ ଫିଟିଛି । ତେଲେଙ୍ଗାନାର ସହରାଂଚଳ ବିକାଶ ମନ୍ତ୍ରୀ କେ.ଟି ରାମାରାଓ ମଧ୍ୟ ଟୁଇଟ କରି ସ୍ଥାନୀୟ ପ୍ରଶାସନକୁ ଶ୍ରମିକଙ୍କ କଥା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଶ୍ରମିକମାନଙ୍କ ପାଇଁ ଏକ ଗାଡିର ବ୍ୟବସ୍ଥା କରି ଘରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେଟିଆର । ଏହା ପୂର୍ବରୁ ବିଧାୟକ ରୋହିତ ପୂଜାରି ଏହି ଶ୍ରମିକମାନଙ୍କ କଥା ବୁଝିବାContinue reading “ହାଇଦ୍ରାବାଦରେ ଫଶିଥିବା ଓଡିଆ ଶ୍ରମିକଙ୍କ ଫିଟିଲା ଫେରିବା ବାଟ : ତେଲେଙ୍ଗାନାର ସହରାଂଚଳ ବିକାଶ ମନ୍ତ୍ରୀ ଟୁଇଟ କରି ସ୍ଥାନୀୟ ପ୍ରଶାସନକୁ କଲେ ତାଗିଦ”