ବାଙ୍ଗାଲୋରକୁ ବଡ ଝଟକା । ଚଳିତ ଆଇପିଏଲରୁ ଓହରିଲେ ଦୁଇ ବିଦେଶୀ ଖେଳାଳି, କିନ୍ତୁ କାହିଁକି?

କନକ ବ୍ୟୁରୋ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । ଚଳିତ ଆଇପିଏଲରୁ ବିଦାୟ ନେଲେ ଦୁଇ ବିଦେଶୀ ଖେଳାଳି । ଆଉ ଏହି ୨ ଖେଳାଳି ହେଉଛନ୍ତି ଅଷ୍ଟ୍ରେଲୀୟ ଖେଳାଳି । ବ୍ୟକ୍ତିଗତ କାରଣରୁ ଦ୍ରୁତ ବୋଲର କେନ୍ ରିଚାର୍ଡସନ ଓ ସ୍ପିନର ଆଡାମ ଜାମ୍ପା ବାଙ୍ଗାଲୋରକୁ ବାଏ ବାଏ କରି ଅଷ୍ଟ୍ରେଲିଆ ଯିବାକୁ ନିଷ୍ପତି କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଆରସିବି । ବାଙ୍ଗାଲୋର ନିଜର ଅଫିସିଆଲ ଟ୍ୱିଟରContinue reading “ବାଙ୍ଗାଲୋରକୁ ବଡ ଝଟକା । ଚଳିତ ଆଇପିଏଲରୁ ଓହରିଲେ ଦୁଇ ବିଦେଶୀ ଖେଳାଳି, କିନ୍ତୁ କାହିଁକି?”

କରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା : ରାଜ୍ୟରେ ଏବେ ବି ୭୦ % ବେଡ୍ ଖାଲି ରହିଛି

କନକ ବ୍ୟୁରୋ : ଦୁଇ ତିନି ଜିଲ୍ଲାକୁ ମିଶାଇ ଗୋଟିଏ ଗୋଟିଏ କ୍ଲଷ୍ଟର କରାଯାଇଛି । ଯେଉଁ ହସ୍ପିଟାଲରେ ବେଡ୍ ଶେଷ ହୋଇଯାଉଛି, ସେଠାରେ ଅନ୍ୟ ଜିଲ୍ଲାକୁ ରୋଗୀଙ୍କୁ ପଠାଯାଉଛି । ରାଜ୍ୟରେ ଏବେ ପ୍ରାୟ ୭୦ ପ୍ରତିଶତ ବେଡ୍ ଖାଲି ରହିଛି । ଓଡିଶା ଅକ୍ସିଜେନ ବଳକା ରାଜ୍ୟ । ରାଜ୍ୟରେ ଯେମିତି ଅକ୍ସିଜେନ ଅଭାବନ ହେବ ସେଥିପାଇଁ ସବୁ ସିଲିଣ୍ଡର ଗୁଡିକୁ ଭରି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତିର ମୁକାବିଲାContinue reading “କରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା : ରାଜ୍ୟରେ ଏବେ ବି ୭୦ % ବେଡ୍ ଖାଲି ରହିଛି”

ପ୍ଲାଟୋ ଷ୍ଟେଜକୁ ଆସିଲାଣି ସଂକ୍ରମଣ, ଆଗକୁ କମିପାରେ କରୋନା । ଯଥେଷ୍ଟ ବେଡ ଅଛି, ଲକ୍ଷଣବିହୀନ ରୋଗୀ ଘରେ ରହି ଚିକିତ୍ସିତ ହୁଅନ୍ତୁ ବୋଲି କହିଲେ ଡିଏମଇଟି ।

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୫ ଦିନ ହେବ ସଂକ୍ରମଣ ସଂଖ୍ୟା ପାଖାପାଖି ସମାନ ରହୁଛି । ତେଣୁ ଏବେ ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ଆସିଲାଣି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଯାହା ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି କରିପାରେ । ପ୍ଲାଟୋ ଷ୍ଟେଜକୁ ଆସିବା ପରେContinue reading “ପ୍ଲାଟୋ ଷ୍ଟେଜକୁ ଆସିଲାଣି ସଂକ୍ରମଣ, ଆଗକୁ କମିପାରେ କରୋନା । ଯଥେଷ୍ଟ ବେଡ ଅଛି, ଲକ୍ଷଣବିହୀନ ରୋଗୀ ଘରେ ରହି ଚିକିତ୍ସିତ ହୁଅନ୍ତୁ ବୋଲି କହିଲେ ଡିଏମଇଟି ।”

ଭାରତକୁ ସହାୟତାର ହାତ ବଢାଇଲା ଆମେରିକା । ଅକ୍ସିଜେନ ଅଭାବକୁ ନଜରରେ ରଖି ପଠାଇଲା ୩୧୮ ଟି ‘ଅକ୍ସିଜେନ କନସେନଟ୍ରେଟର’

କନକ ବ୍ୟୁରୋ : ଭାରତରେ କରୋନା ମହାମାରୀ ଭିତରେ ଅକ୍ସିଜେନର ଅଭାବକୁ ନେଇ ଏବେ ଚିନ୍ତାରେ ସରକାର । ଏଭଳି ସଂକଟ ସମୟରେ ପଡୋଶୀ ଦେଶ ଆମେରିକା ଭାରତକୁ ୩୧୮ ଟି ‘ଅକ୍ସିଜେନ କନସେନଟ୍ରେଟର’ ପଠାଇଛି । ଆଜି ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’ ପଠାଇଛି। ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ‘ଜେଏଫ୍‌କେ’ ଏୟାର୍‌ପୋର୍ଟରେ ଏୟାର୍‌ ଇଣ୍ଡିଆର ଏକ ବିମାନରେ ଏଗୁଡ଼ିକୁ ବୋଝେଇ କରି ଅଣାଯାଉଛି। ମାରାତ୍ମକ କରୋନାଭାଇରସ୍‌ ସଙ୍କଟ ସହ ଲଢୁଥିବା ଭାରତ ପାଇଁ ଅତ୍ୟାବଶ୍ୟକContinue reading “ଭାରତକୁ ସହାୟତାର ହାତ ବଢାଇଲା ଆମେରିକା । ଅକ୍ସିଜେନ ଅଭାବକୁ ନଜରରେ ରଖି ପଠାଇଲା ୩୧୮ ଟି ‘ଅକ୍ସିଜେନ କନସେନଟ୍ରେଟର’”

ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଯିବା ମନା : ଆଜି ଠାରୁ ଲାଗୁ ହେଲା ମନ୍ଦିର ପ୍ରଶାସନର ନୂଆ ଏସଓପି

କନକ ବ୍ୟୁରୋ : ଆଜିଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ଆଜି ଠାରୁ ଲାଗୁ ହେଲା ମନ୍ଦିର ପ୍ରଶାସନର ନୂଆ ଏସଓପି  । କରୋନା ସ୍ଥିତିକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି । ମେ ୧୫ ଯାଏଁ କଟକଣା ବଳବତର ରହିବ । ସେପଟେ ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ନୟାଗଡ଼ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଂଚିଛିContinue reading “ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଯିବା ମନା : ଆଜି ଠାରୁ ଲାଗୁ ହେଲା ମନ୍ଦିର ପ୍ରଶାସନର ନୂଆ ଏସଓପି”

ପାନୀୟ ଜଳ ସମସ୍ୟା ନେଇ ରାସ୍ତାରୋକ୍ : ରଙ୍ଗମାଟିଆ ଓ ବନ୍ୟା ସାହି ଗ୍ରାମବାସୀଙ୍କ ରାସ୍ତାରୋକ

କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରଙ୍ଗମାଟିଆ ଓ ବନ୍ୟାସାହିର ଲୋକମାନେ ପାଣି ପାଇଁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପାଇପରେ ପାଣି ନଆସିବାରୁ ମହିଳାମାନେ ଗରା, ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ କାରଣରୁ ଯାଜପୁର- ଭୁବନ- କାମାକ୍ଷାନଗର- ତାଳଚେର- ଅନୁଗୁଳ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।ଉୟୟ ଗାଁରେ ୧୭୦Continue reading “ପାନୀୟ ଜଳ ସମସ୍ୟା ନେଇ ରାସ୍ତାରୋକ୍ : ରଙ୍ଗମାଟିଆ ଓ ବନ୍ୟା ସାହି ଗ୍ରାମବାସୀଙ୍କ ରାସ୍ତାରୋକ”

କରୋନା ସଂକଟବେଳେ ଭାରତକୁ ସହାୟତା ଯୋଗାଇବ ଆମେରିକା । ପ୍ରତିଶୃତି ଦେଲେ ରାଷ୍ଟ୍ରପତି ଜୋ ବାଇଡେନ

କନକ ବ୍ୟୁରୋ : ଭାରତରେ କରୋନା ସଂକଟ ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ ଭାରତକୁ ସହାୟତା ଯୋଗାଇଦେବାକୁ ଅଶ୍ୱାସନା ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି କି କରୋନା ସଂକ୍ରମଣ ଭଳି ସଂକଟ ବେଳେ ଭାରତକୁ ସ୍ୱାସ୍ଥ୍ୟ ସୁବିଧା ସମ୍ବନ୍ଧୀୟ ସୁବିଧା ସୁଯୋଗ ଆମେରିକା ତରଫରୁ ଯୋଗାଇ ଦିଆଯିବ । ଏହା ସହ ସେ କହିଛନ୍ତି କି ଆମର ସଂକଟ ସମୟରେ ଭାରତ ଯେଭଳି ଭାବେ ଆମକୁContinue reading “କରୋନା ସଂକଟବେଳେ ଭାରତକୁ ସହାୟତା ଯୋଗାଇବ ଆମେରିକା । ପ୍ରତିଶୃତି ଦେଲେ ରାଷ୍ଟ୍ରପତି ଜୋ ବାଇଡେନ”

ସଂକ୍ରମଣ ଏଡାଇବାକୁ ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ନିଷେଧାଦେଶ ଜାରି କଲା ଇଟାଲି । ନେଗେଟିଭ ରିପୋର୍ଟ ବିନା ଇଟାଲିରେ ପ୍ରବେଶ ମନା, ଆଗରୁ ଆସିଥିଲେ ସ୍ୱାବ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ :  କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କା ଏଡ଼ାଇବା ଲାଗି ଅନ୍ୟ ଦେଶମାନଙ୍କ ଭଳି ଇଟାଲି ମଧ୍ୟ ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପ୍ରତି ନିଷେଧାଦେଶ ଜାରି କରିଛି। ଇଟାଲିର ସ୍ୱାସ୍ଥ୍ୟମନ୍ତ୍ରୀ ରୋବେର୍ଟୋ ସ୍ପେରାଞ୍ଜା ଟୁଇଟ୍‌ କରି କହିଛନ୍ତି, ଗତ ୧୪ ଦିନ ଧରି ଭାରତରେ ଥିବା ବିଦେଶୀ ଯାତ୍ରୀମାନଙ୍କ ଇଟାଲି ପ୍ରବେଶ ଉପରେ ଜାରି ଏକ ଆଦେଶନାମାରେ ସେ ସ୍ୱାକ୍ଷର କରିଛନ୍ତି। ସ୍ୱାସ୍ଥ୍ୟ ସଙ୍କଟରେ ସମ୍ମୁଖୀନ ହୋଇ ସମ୍ପ୍ରତି କୋଭିଡ୍‌-୧୯ର ‘ଡବଲ୍‌ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନ୍‌’ ସହ ଏସୀୟContinue reading “ସଂକ୍ରମଣ ଏଡାଇବାକୁ ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ନିଷେଧାଦେଶ ଜାରି କଲା ଇଟାଲି । ନେଗେଟିଭ ରିପୋର୍ଟ ବିନା ଇଟାଲିରେ ପ୍ରବେଶ ମନା, ଆଗରୁ ଆସିଥିଲେ ସ୍ୱାବ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ ।”

ବିସ୍ଫୋରଣ କରି ରେଳ ଲାଇନ ଉଡ଼ାଇଲେ ମାଓବାଦୀ : ଚକ୍ରଧରପୁର ଥାନା ଅନ୍ତର୍ଗତ ଲୋଟାପାହାଡ ଷ୍ଟେସନ ନିକଟରେ ରେଳ ଧାରଣା କ୍ଷତିଗ୍ରସ୍ତ

କନକ ବ୍ୟୁରୋ : ରେଳ ଲାଇନ୍ ଉଡାଇଲେ ମାଓବାଦୀ । ଚକ୍ରଧରପୁର ଥାନା ଅନ୍ତର୍ଗତ ଲୋଟାପାହାଡ ଷ୍ଟେସନ ନିକଟରେ ବିସ୍ଫୋରଣ କରି ଏହି କାଣ୍ଡ ଘଟାଇଛନ୍ତି ମାଓବାଦୀ । ଲାଲବାହିନୀ ପକ୍ଷରୁ ଭାରତ ବନ୍ଦ ପାଳନ ଅବସରରେ ଏହି ବିସ୍ଫୋରଣ କରାଯାଇଛି । ବିସ୍ଫୋରଣ ଫଳରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଛି । ଫଳରେ ହାୱଡା- ମୁମ୍ବାଇ ରେଳପଥ ଦେଇ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ଯୁଦ୍ଧକାଳିନ ଭିତିରେ ମରାମତି କାର୍ଯ୍ୟ ଜାରି ରହିଛି। ଓଡିଶା-ଝାଡଖଣ୍ଡContinue reading “ବିସ୍ଫୋରଣ କରି ରେଳ ଲାଇନ ଉଡ଼ାଇଲେ ମାଓବାଦୀ : ଚକ୍ରଧରପୁର ଥାନା ଅନ୍ତର୍ଗତ ଲୋଟାପାହାଡ ଷ୍ଟେସନ ନିକଟରେ ରେଳ ଧାରଣା କ୍ଷତିଗ୍ରସ୍ତ”

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ପୁଣି ଏକାଠି ହେଲେ ଛାତ୍ରଛାତ୍ରୀ : ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ପୁଣି ଏକାଠି ହେଲେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଏକାଠି ହୋଇଛନ୍ତି ଏକାଧିକ କଲେଜର ଛାତ୍ରଛାତ୍ରୀ । କିଛି ଦିନ ପୂର୍ବରୁ ମଧ୍ୟ ସମାନ ଦାବି କରି ରାଜଧାନୀର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ କରିଥିଲେ । କରୋନା ଯୋଗୁଁ ଯେମିତି ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି ଠିକ୍ ସେହିପରି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁContinue reading “ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ପୁଣି ଏକାଠି ହେଲେ ଛାତ୍ରଛାତ୍ରୀ : ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ”

Design a site like this with WordPress.com
Get started