କନକ ବ୍ୟୁରୋ: କରୋନାର କରାଳ ରୂପ । ପରିବାରରୁ ମୁଖିଆ ଛଡ଼େଇ ନେଲା ସଂକ୍ରମଣ । ୨୪ ଘଂଟା ଭିତରେ ଆଗ ପଛ ହୋଇ ଚାଲିଗଲେ ବାପା ଓ ପୁଅ । ଏଭଳି ଅଭାବନୀୟ ଘଟନା ଘଟିଛି ଗୁଣୁପୁର ସହର ପୁରୁଣାପୋଷ୍ଟ ଅଫିସ ସାହିରେ । କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ଘଂଟା ମଧ୍ୟରେ ବାପା ଚନ୍ଦ୍ରଶେଖର ସାହୁ ଓ ପୁଅ ବାପୁ ସାହୁଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ କିଛିContinue reading “କରୋନାର କରୁଣ କାହାଣୀ: ରାୟଗଡ଼ା ଗୁଣୁପୁରରେ ଦିନକରେ ବାପ ପୁଅଙ୍କ ମୃତ୍ୟୁକୁ ନେଇ ସହରରେ ଚାଞ୍ଚଲ୍ୟ, ମସଲା ଫ୍ୟାକ୍ଟ୍ରି ନିର୍ମାଣ କରି ବ୍ୟବସାୟ ପାଇଁ କରୁଥିଲେ ପ୍ରସ୍ତୁତି ।”
Author Archives: Raghaba
ଆମ ରାଜ୍ୟରେ କେତେ ରୋଗୀଙ୍କୁ ପଡୁଛି ଅକ୍ସିଜେନର ଆବଶ୍ୟକତା? କ’ଣ କହୁଛି ଓଡ଼ିଶାରେ ଅକ୍ସିଜେନର ହିସାବ କିତାବ…
କନକ ବ୍ୟୁରୋ: ଦେଶରେ ଏବେ କରୋନା ପାଇଁ ଅକ୍ସିଜେନର ହାହାକାର ପଢ଼ିଛି । ଆଉ ଏହାରି ଭିତରେ ପ୍ରଶ୍ନ ଉଠୁଛି ଆଇସିୟୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ରାଜ୍ୟରେ କେତେ ରୋଗୀଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ପଡୁଛି । ଆମ ରାଜ୍ୟ ଅନ୍ୟ ରାଜ୍ୟଗୁଡିକୁ ଅକ୍ସିଜେନ୍ ଯୋଗାଇ ଦେଉଥିବାବେଳେ ଆମ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ୍ ମହଜୁଦ ଅଛି ତ ? ଏଭଳି ପ୍ରଶ୍ନ ଭିତରେ ଆସନ୍ତୁ ଜାଣିବା ରାଜ୍ୟରେ ଅକ୍ସିଜେନର ହିସାବ କିତାବ । ରାଜ୍ୟରେContinue reading “ଆମ ରାଜ୍ୟରେ କେତେ ରୋଗୀଙ୍କୁ ପଡୁଛି ଅକ୍ସିଜେନର ଆବଶ୍ୟକତା? କ’ଣ କହୁଛି ଓଡ଼ିଶାରେ ଅକ୍ସିଜେନର ହିସାବ କିତାବ…”
ରାଜ୍ୟରେ ଉତ୍କଟ ହେଉଛି କରୋନା ସ୍ଥିତି । ଆଇସିୟୁରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା, ୨୪ ଘଂଟାରେ ରାଜ୍ୟରେ ପୂରଣ ହେଲାଣି ୩୫ ପ୍ରତିଶତ ICU ବେଡ୍ ।
କନକ ବ୍ୟୁରୋ: ରାଜ୍ୟରେ କ୍ରମାଗତ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୨ଟି ଜିଲ୍ଲା ରେଡ୍ ଜୋନରେ ଥିବାବେଳେ ୮ଜିଲ୍ଲା ୟେଲୋ ଜୋନରେ ରହିଛି । ଆଉ ଏହାରି ଭିତରେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖାଯାଉଛି । ୨୩ ତାରିଖରେ ୨୬ ପ୍ରତିଶତ ଆଇସିୟୁ ବେଡ୍ ଭର୍ତି ହୋଇଥିବାବେଳେ ୨୪ ଘଂଟା ଭିତରେ ଏହା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି । ୨୪ ତାରିଖContinue reading “ରାଜ୍ୟରେ ଉତ୍କଟ ହେଉଛି କରୋନା ସ୍ଥିତି । ଆଇସିୟୁରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା, ୨୪ ଘଂଟାରେ ରାଜ୍ୟରେ ପୂରଣ ହେଲାଣି ୩୫ ପ୍ରତିଶତ ICU ବେଡ୍ । “
ସାନିଟାଇଜ ହେଲା ପୁରୀ ଶ୍ରୀମନ୍ଦିର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ରବିବାରେ ମନ୍ଦିର ସାନିଟାଇଜ କରୁଛି ପ୍ରଶାସନ ।
କନକ ବ୍ୟୁରୋ: ସାନିଟାଇଜ ହେଲା ପୁରୀ ଶ୍ରୀମନ୍ଦିର । କରୋନା ସଂକ୍ରମଣ ପାଇଁ ପ୍ରତି ରବିବାରେ ଶ୍ରୀମନ୍ଦିର ସାନିଟାଇଜ କରାଯାଉଥିବା ବେଳେ ଆଜି ମଧ୍ୟ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି । ଶ୍ରୀମନ୍ଦିର ଭିତର ବାହାରକୁ ସାନିଟାଇଜ କରିଛି ପ୍ରସାଶନ । ଶନିବାର ଏବଂ ରିବିବାର ସଟଡ଼ାଉନ୍ ଜାରି ରହିଥିବା ବେଳେ ଶ୍ରୀମନ୍ଦିର ମଧ୍ୟ ବନ୍ଦ ରହିଛି । ଏହି ଅବସରରେ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କଯାଇଛି । ସେପଟେContinue reading “ସାନିଟାଇଜ ହେଲା ପୁରୀ ଶ୍ରୀମନ୍ଦିର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ରବିବାରେ ମନ୍ଦିର ସାନିଟାଇଜ କରୁଛି ପ୍ରଶାସନ ।”
ସଟଡାଉନ ପାଇଁ ନବରଙ୍ଗପୁରରେ କ୍ଷୀର ବିକ୍ରି କରିପାରିଲେନି ଚାଷୀ । ସେପଟେ ଗାଁରେ ପଡ଼ିଲା ସହର ସଟଡାଉନର ପ୍ରଭାବ ।
କନକ ବ୍ୟୁରୋ: ନବରଙ୍ଗପୁରର କ୍ଷୀର ଚାଷୀଙ୍କ ଉପରେ ସଟଡ଼ାଉନ୍ ପ୍ରଭାବ ପଡ଼ିଛି । ନିଜର ଉତ୍ପାଦିତ କ୍ଷୀର ବିକ୍ରି କରିନପାରି ହନ୍ତ ସନ୍ତ ହେଉଛନ୍ତି ନବରଙ୍ଗପୁରର ଝରିଗାଁ ଅଂଚଳର କ୍ଷୀର ଚାଷୀ । ସଂକ୍ରମଣକୁ ରୋକିବା ପାଇଁ ସରକାର କଟକଣା ଲାଗୁ କରୁଛନ୍ତି । ଆଉ ଏହା ଏବେ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । ଝରିଗାଁ ବ୍ଲକ ଧଡ଼୍ରା ଠାରେ ଥିବା ଶୀତଳିକରଣ କେନ୍ଦ୍ର ଉପରେ ନିର୍ଭର କରନ୍ତି ପୂର୍ଲା, କରାଗାଁ ଏବଂContinue reading “ସଟଡାଉନ ପାଇଁ ନବରଙ୍ଗପୁରରେ କ୍ଷୀର ବିକ୍ରି କରିପାରିଲେନି ଚାଷୀ । ସେପଟେ ଗାଁରେ ପଡ଼ିଲା ସହର ସଟଡାଉନର ପ୍ରଭାବ । “
ଦିଲ୍ଲୀରେ ବଢିଲା ଲକଡାଉନ୍ ଅବଧି । ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଳବତ୍ତର
କନକ ବ୍ୟୁରୋ : ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଣି ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ମେ ମାସ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଜାରି ରହିବ । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ କି ଏବେ କରୋନା ଏବେ ପିକ୍ ରେ ରହିଛି ।Continue reading “ଦିଲ୍ଲୀରେ ବଢିଲା ଲକଡାଉନ୍ ଅବଧି । ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଳବତ୍ତର”
ମୋଦୀଙ୍କ ‘ମନ୍ କି ବାତ୍’ । କହିଲେ କଷ୍ଟ ସହିବା ସୀମାର ପରୀକ୍ଷା ନେଉଛି କରୋନା
କନକ ବ୍ୟୁରୋ : କୋଭିଡ୍-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଢ଼ ହୋଇଥିଲା କିନ୍ତୁ, ଏଥରର କରୋନା ‘ତୋଫାନ୍’ ଦେଶକୁ ବିପର୍ଯ୍ୟସ୍ତ କରି ପକାଇଛି। କୋଭିଡ୍ର ଏହି ପ୍ରବାହକୁ ମୁକାବିଲା କରିବା ନିମନ୍ତେ ଔଷଧ ଶିଳ୍ପ, ଅମ୍ଳଜାନ ଉତ୍ପାଦନ ଆଦି ଅନେକ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୭୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେContinue reading “ମୋଦୀଙ୍କ ‘ମନ୍ କି ବାତ୍’ । କହିଲେ କଷ୍ଟ ସହିବା ସୀମାର ପରୀକ୍ଷା ନେଉଛି କରୋନା”
ଚରିତ୍ର : ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା, ମଞ୍ଜରୀରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର
କନକ ବ୍ୟୁରୋ: ଆଜି ସନ୍ଧ୍ୟା ୬ଟାରେ ଓଡ଼ିଆ ସିନେମା ‘ଚରିତ୍ର’ର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି ‘ମଞ୍ଜରୀ’ରେ । କୋରାପୁଟ ସହରକୁ ବଦଳି ହୋଇ ଆସନ୍ତି ସରକାରୀ ଅଫିସର ଅଭିଷେକ ପଟ୍ଟନାୟକ, ସାଥିରେ ନବବିବାହିତା ପତ୍ନୀ ମଧୁ । ନୂଆ କ୍ୱାଟରରେ ନିଜର ଜିନିଷ ପତ୍ର ସଜାଉ ସଜାଉ ମଧୁ ହାତରେ ପଡେ ଏକ ଡାଏରୀ । ସେଇ ଡାଏରୀର ପୃଷ୍ଠାରେ ଲେଖା ଥାଏ ସେମାନଙ୍କ ପୂର୍ବରୁ ସେଇ କ୍ୱାଟରରେ ରହୁଥିବା ଅଫିସର ସୁଧୀର ପାଣିଗ୍ରାହୀଙ୍କContinue reading “ଚରିତ୍ର : ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା, ମଞ୍ଜରୀରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର”
ଝାରସୁଗୁଡ଼ାରୁ ଆସିଲା ଭୋକର ବିକଳ ଚିତ୍ର । ମେଡିକାଲ ଡଷ୍ଟବିନରୁ ଖାଦ୍ୟ ଅଣ୍ଡାଳି ଖାଇଲେ ବୃଦ୍ଧା, ସାମ୍ନାକୁ ଆସିଲା ଖାଦ୍ୟ ସୁରକ୍ଷା ଯୋଜନାର ଅସଲ ସତ ।
କନକ ବ୍ୟୁରୋ: କ୍ଷୁଧା ମୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ, ଗହମ ଆଦି ଯୋଗାଇ ଦିଆଯାଉଛି । ରାଜ୍ୟ ସରକାର ମଧ୍ୟ ଟଙ୍କିକିଆ ଚାଉଳ ଯୋଜନା ଚଳାଇଛନ୍ତି । ସହରାଂଚଳରେ ଆହାର କେନ୍ଦ୍ର ଖୋଲି ସବସିଡି ଦରରେ ରନ୍ଧା ଖାଦ୍ୟ ଦିଆଯାଉଛି ।… ହେଲେ ଭୋକ ବିକଳରେ ଡଷ୍ଟିବିନରୁ ଦରାଣ୍ଡି ଖାଦ୍ୟ ଖାଇବାର ଏହି ଚିତ୍ର ସରକାରଙ୍କ ଖାଦ୍ୟ ନିରାପତା ଯୋଜନା ଉପରେ ଏକାଧିକ ପ୍ରଶ୍ନ ଛିଡା କରୁଛି । ଭୋକରେ ପେଟContinue reading “ଝାରସୁଗୁଡ଼ାରୁ ଆସିଲା ଭୋକର ବିକଳ ଚିତ୍ର । ମେଡିକାଲ ଡଷ୍ଟବିନରୁ ଖାଦ୍ୟ ଅଣ୍ଡାଳି ଖାଇଲେ ବୃଦ୍ଧା, ସାମ୍ନାକୁ ଆସିଲା ଖାଦ୍ୟ ସୁରକ୍ଷା ଯୋଜନାର ଅସଲ ସତ ।”
ତାଳଚେର ହିଙ୍ଗୁଳା ମନ୍ଦିର ପାଇଁ ୯.୩୨ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ଯୋଷୀ । ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
କନକ ବ୍ୟୁରୋ : ତାଳଚେରରେ ଥିବା ହିଙ୍ଗୁଳା ମନ୍ଦିରର ମରାମତି ପାଇଁ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପହଲ୍ଲାଦ ଯୋଷୀ ୯.୩୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ଏମସିଏଲର ସିଏସଆର ପାଣ୍ଠିରୁ ଦିଆଯିବ ବୋଲି କୁହାଯାଇଛି । ଏହି ଖବର ଆସିବା ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁହାଯାଇଛି କି ଏହି ଟଙ୍କାରେ ମନ୍ଦିରର ମୁଖଶାଳା ଓ ଯଜ୍ଞଶାଳାର ନିର୍ମାଣ କାର୍ଯ୍ୟ କରାଯିବContinue reading “ତାଳଚେର ହିଙ୍ଗୁଳା ମନ୍ଦିର ପାଇଁ ୯.୩୨ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ଯୋଷୀ । ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର”