ଆଇପିଏଲରେ ଆଜି କେକେଆରକୁ ମାତ୍ ଦେଲା ରାଜସ୍ଥାନ । ୧୩୪ ରନର ବିଜୟ ଲକ୍ଷ୍ୟ ହାସଲ କଲା ସାମସନ ବାହିନୀ । ଟୁର୍ଣ୍ଣାମେଣ୍ଟରେ ରୟାଲ୍ସର ଦ୍ୱିତୀୟ ବିଜୟ ।

କନକ ବ୍ୟୁରୋ: ଆଜି ଏକ ଲୋ ସ୍କୋରିଂ ମ୍ୟାଚରେ ଶକ୍ତିଶାଳୀ କେକେଆରକୁ ମାତ୍ ଦେଇଛି ରାଜସ୍ଥାନ ରୟାଲ୍ସ । ଦଳ କୋଲକାତାକୁ ୬ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ଉପରକୁ ଉଠିଛି । କୋଲକାତା ଆଜି ବିଜୟ ପାଇଁ ରାଜସ୍ଥାନ ଆଗରେ ୧୩୪ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଯାହାକୁ ଦଳ ମାତ୍ର ୪ଟି ୱିକେଟ ହରାଇ ହାତେଇ ନେଇଛି । ଆଇପିଏଲରେ ଆଜି କେକେଆରକୁ ମାତ୍ ଦେଲା ରାଜସ୍ଥାନ । ୧୩୪ ରନର ବିଜୟContinue reading “ଆଇପିଏଲରେ ଆଜି କେକେଆରକୁ ମାତ୍ ଦେଲା ରାଜସ୍ଥାନ । ୧୩୪ ରନର ବିଜୟ ଲକ୍ଷ୍ୟ ହାସଲ କଲା ସାମସନ ବାହିନୀ । ଟୁର୍ଣ୍ଣାମେଣ୍ଟରେ ରୟାଲ୍ସର ଦ୍ୱିତୀୟ ବିଜୟ ।”

କୋଭିସିଲ୍ଡଠାରୁ କୋଭାକ୍ସିନ୍ ଆହୁରି ମହଙ୍ଗା । ରାଜ୍ୟ ସରକାରଙ୍କୁ ୬ଶହ ଏବଂ ଘରୋଇ ହସ୍ପିଟାଲକୁ ୧୨ଶହ ଟଙ୍କାରେ ମିଳିବ କୋଭାକ୍ସିନ୍ ଟିକା

କନକ ବ୍ୟୁରୋ: କୋଭିସିଲ୍ଡଠାରୁ ଆହୁରି ମହଙ୍ଗା କୋଭାକ୍ସିନ୍ ଟିକା । କୋଭାକ୍ସିନ୍ ଟିକାର ଦର ନେଇ ଭାରତ ବାୟୋଟେକ୍ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କୁ ୬ଶହ ଏବଂ ଘରୋଇ ହସ୍ପିଟାଲକୁ ୧୨ଶହ ଟଙ୍କାରେ ମିଳିବ କୋଭାକ୍ସିନ ଟିକା । ତେବେ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ମିଳିବ କୋଭାକ୍ସିନ୍ ଟିକା । ତେବେ ବିଦେଶ ରପ୍ତାନୀ ପାଇଁ ଟିକାର ଦାମ ୧୧ ଶହରୁ ୧୫ ଶହ ଟଙ୍କା ମଧ୍ୟରେ ରହିବ ।Continue reading “କୋଭିସିଲ୍ଡଠାରୁ କୋଭାକ୍ସିନ୍ ଆହୁରି ମହଙ୍ଗା । ରାଜ୍ୟ ସରକାରଙ୍କୁ ୬ଶହ ଏବଂ ଘରୋଇ ହସ୍ପିଟାଲକୁ ୧୨ଶହ ଟଙ୍କାରେ ମିଳିବ କୋଭାକ୍ସିନ୍ ଟିକା”

କୋଭିଡ୍ ଚିକିତ୍ସା କେନ୍ଦ୍ର ପାଇଁ ଖାଲି ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ଏସିଏସ

କନକ ବ୍ୟୁରୋ: କୋଭିଡ୍ ଚିକିତ୍ସା କେନ୍ଦ୍ରରେ ବ୍ୟବହାର ପାଇଁ ଖାଲି ଥିବା ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ କାଳରେ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର, କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ ହେଉଥିବା ଅକ୍ସିଜେନ୍କୁ ଦୃଷ୍ଟିରେ ରଖି ଖାଲି ସିଲିଣ୍ଡରକୁ ଭର୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏନେଇ ରାଜ୍ୟର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁContinue reading “କୋଭିଡ୍ ଚିକିତ୍ସା କେନ୍ଦ୍ର ପାଇଁ ଖାଲି ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲେ ଏସିଏସ”

ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ ପଜିଟିଭ୍, ୨ ହଜାର ୬୧୪ ଜଣଙ୍କ ମୃତ୍ୟ

କନକ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୩ଲକ୍ଷ ୪୬ ହଜାର ୭୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୨୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ରହିଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯ ଲକ୍ଷ ୫୪୪ ରହିଥିବାContinue reading “ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ ପଜିଟିଭ୍, ୨ ହଜାର ୬୧୪ ଜଣଙ୍କ ମୃତ୍ୟ”

ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ଘଂଟାରେ ୨୫ ରୋଗୀଙ୍କ ମୃତ୍ୟୁ ।

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ସଂକ୍ରମଣ ବଢାଉଛି । ଏପରି ସମୟରେ ଅମ୍ଲଜାନ ପାଇଁ ସବୁଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି । ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ୨୪ ଘଂଟାରେ ୨୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ଦିଲ୍ଲୀ ସ୍ଥିତ ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁଁ ୨୫ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।Continue reading “ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ଘଂଟାରେ ୨୫ ରୋଗୀଙ୍କ ମୃତ୍ୟୁ ।”

କରୋନାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ ଦ୍ୱିତୀୟ ଲହର ନୁହେଁ ଏହା ସୁନାମୀ । ଅକ୍ସିଜେନ ଯୋଗାଣରେ କେହି ବାଧା ପହଂଚାଇଲେ ମିଳିବନି କ୍ଷମା ।

କନକ ବ୍ୟୁରୋ : ଦିଲ୍ଲୀରେ କରୋନା ରୋଗୀଙ୍କ ମୃତ୍ୟୁ ଓ ଅକ୍ସିଜେନ୍ ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି, ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କଲେ କ୍ଷମା ଦିଆଯିବ ନାହିଁ । କୌଣସି ଡାକ୍ତରଖାନାକୁ ଅକ୍ସିଜେନ୍ ଯୋଗାଣରେ ଯଦି କିଏ ବାଧା ସୃଷ୍ଟି କରେ ତେବେ ତାକୁ ଫାଶି ଦଣ୍ଡ ଦିଆଯାଇପାରେ । ଅମ୍ଳଜାନର ଘୋର ଅଭାବ ଦେଖା ଦେବା ପରେ ଏହାକୁ ନେଇ ଦିଲ୍ଲୀର ପ୍ରମୁଖ ହସ୍ପିଟାଲ ଗୁଡିକContinue reading “କରୋନାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ ଦ୍ୱିତୀୟ ଲହର ନୁହେଁ ଏହା ସୁନାମୀ । ଅକ୍ସିଜେନ ଯୋଗାଣରେ କେହି ବାଧା ପହଂଚାଇଲେ ମିଳିବନି କ୍ଷମା ।”

ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ? ଯଦି ଆଗକୁ ସ୍ଥିତି ବିଗିଡେ, ଓଡିଶା କେତେ ପ୍ରସ୍ତୁତ ଅଛି?

କନକ ବ୍ୟୁରୋ: ଓଡିଶାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଭିତରେ ସବୁଠାରୁ ବଡ ପ୍ରଶ୍ନଟି ହେଲା, ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ? ରାଜ୍ୟରେ ଏବେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯଦି ଆଗକୁ ସ୍ଥିତି ବିଗିଡେ, ଓଡିଶା କେତେ ପ୍ରସ୍ତୁତ ଅଛି? ଏଭଳି ସ୍ଥିତିରେ ନଜର ପକାନ୍ତୁ ରାଜ୍ୟରେ ଅକ୍ସିଜେନ୍ର ଉତ୍ପାଦନ, ଗଚ୍ଛିତ ପରିମାଣ ଏବଂ ହସ୍ପିଟାଲରେ ଅକ୍ସିଜେନର ଆବଶ୍ୟକତା ଉପରେ । ଓଡି଼ଶାରେ ଅକ୍ସିଜେନର ହିସାବ ନିକାଶContinue reading “ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ? ଯଦି ଆଗକୁ ସ୍ଥିତି ବିଗିଡେ, ଓଡିଶା କେତେ ପ୍ରସ୍ତୁତ ଅଛି?”

ବିଦେଶଠାରୁ ଭାରତରେ କୋଭିସିଲ୍ଡ ଟିକାର ଦାମ ଅଧିକ । ଏପଟେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ଟ୍ୱିଟ୍ କରି ଦାବି ଜଣାଇଲେ ବିଜେପି ସାଂସଦ ଅପରାଜିତା ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କା ଓ ଘରୋଇ ହସପିଟାଲକୁ ପ୍ରତି ଡୋଜ୍ ପିଛା ୬୦୦ ଟଙ୍କାରେ କୋଭିସିଲ୍ଡ ଯୋଗାଇ ଦେବ ସେରମ୍ ଇନଷ୍ଟିଚ୍ୟୁଟ୍ । ଭାରତରେ କୋଭିସିଲ୍ଡ ଟିକାର ମୂଲ୍ୟ ଯେତିକି ରହିଛି, ତା’ଠାରୁ ବେଶ କମ୍ ରହିଛି ବିଦେଶରେ ଏହାର ମୂଲ୍ୟ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ସମସ୍ତଙ୍କୁ ମାଗଣା ଟିକା ଦେବା ପାଇଁ ଦାବି କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେପଟେ ବିଜେଡିContinue reading “ବିଦେଶଠାରୁ ଭାରତରେ କୋଭିସିଲ୍ଡ ଟିକାର ଦାମ ଅଧିକ । ଏପଟେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ଟ୍ୱିଟ୍ କରି ଦାବି ଜଣାଇଲେ ବିଜେପି ସାଂସଦ ଅପରାଜିତା ।”

ଏମକେସିଜିରେ ଅକ୍ସିଜେନ୍ ଅଭାବ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲ୍ଲାପାଳଙ୍କ ଜବାବ, ଏହା ମିଛ ଖବର ।

କନକ ବ୍ୟୁରୋ: ଦେଶରେ ଆବଶ୍ୟକ କରୁଥିବା ରାଜ୍ୟକୁ ଓଡିଶା ଅକ୍ସିଜେନ୍ ଯୋଗାଉଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଅକ୍ସିଜେନ୍ ଷ୍ଟକ ନଥିବା ନେଇ ଟୁଇଟ କରି ଅଭିଯୋଗ ଆଣିଛନ୍ତି ବିଜେପି ନେତା ପୃଥ୍ୱିରାଜ ହରିଚନ୍ଦନ । ଏପରିକି ଅକ୍ସିଜେନ ନଥିବା କାରଣରୁ କିଛି ରୋଗୀ ପ୍ରାଣ ହରାଇଥିବା କଥା ମଧ୍ୟ ସେ ଟୁଇଟରେ ଉଲ୍ଲେଖ କରିଥିଲେ । ତେବେ ଏହାର ଜବାବରେ ଗଂଜାମ ଜିଲ୍ଲାପାଳ କହିଛନ୍ତି ଏହା ଏକ ମିଛ ଖବର । ଏଥିସହ ଜିଲ୍ଲାପାଳ ପ୍ରଥମContinue reading “ଏମକେସିଜିରେ ଅକ୍ସିଜେନ୍ ଅଭାବ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲ୍ଲାପାଳଙ୍କ ଜବାବ, ଏହା ମିଛ ଖବର ।”

ସଂକ୍ରମଣ ଶିଖର ଛୁଇଁବା ପରେ ମେ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ କମିବ ସଂକ୍ରମଣ । ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା, ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ସ୍ଥିତି ଭଲ

କନକ ବ୍ୟୁରାେ: କ୍ରମାଗତ ୩ ଦିନ ଧରି ରାଜ୍ୟରେ ୬ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛି । ଗତ ୨୪ ଘଂଟାରେ ୬ ହଜାର ୬୪୭ ନୂଆ ପଜିଟିଭ୍ ଚିହ୍ନଟ ଓ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯, ସୁନ୍ଦରଗଡରୁ ୭୮୮ ଓ ନୂଆପଡାରୁ ୫୫୯ ପଜିଟିଭ୍ ମାମଲା ଆସିଛି । ପୁରୀ, କଳାହାଣ୍ଡି, ଝାରସୁଗୁଡା ଓ କଟକ ଜିଲ୍ଲାରେ ୩ଶହରୁ ଅଧିକ ଓ ୯ ଜିଲ୍ଲାରେContinue reading “ସଂକ୍ରମଣ ଶିଖର ଛୁଇଁବା ପରେ ମେ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ କମିବ ସଂକ୍ରମଣ । ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା, ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ସ୍ଥିତି ଭଲ”

Design a site like this with WordPress.com
Get started