କନକ ବ୍ୟୁରୋ: ଭାରତର କୋଭିଡଜନିତ ଏଭଳି ସଂକଟଜନକ ପରିସ୍ଥିତି ଲାଗି ରହିଛି । ଏହି ସମୟରେ ଆମେରିକାରେ ଗଚ୍ଛିତ ଥିବା କୋଭିଡ ଟିକା ଏବଂ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଭେଷଜ ସାମଗ୍ରୀ ତୁରନ୍ତ ରପ୍ତାନି ପାଇଁ ବାଇଡେନ୍ ପ୍ରଶାସନ ଉପରେ ପ୍ରବଳ ଚାପ ପଡ଼ୁଛି । ଏପରିକି ଆମେରିକାର ଚାମ୍ବର୍ସ ଅଫ୍ କମର୍ସ ସମେତ ଆଇନଜୀବୀ ସଂଘ ଓ ପ୍ରମୁଖ ଭାରତୀୟ ଆମେରିକୀୟମାନେ ସଂପୃକ୍ତ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ଯଥାଶୀଘ୍ର ସମ୍ଭବ ଭାରତ ପଠାଇବା ଉପରେ ଗୁରୁତ୍ୱରୋପ କରିଛନ୍ତିContinue reading “ଭାରତକୁ ଭେଷଜ ସାମଗ୍ରୀ ରପ୍ତାନୀ ପାଇଁ ବାଇଡେନ ପ୍ରଶାସନ ଉପରେ ଚାପ । ଆମେରିକା ଚାମ୍ବର୍ସ ଅଫ୍ କମର୍ସ, ଆଇନଜୀବୀ ସଂଘ ଓ ଭାରତୀୟ- ଆମେରିକୀୟମାନେ ପକାଇଲେ ଚାପ ।”
Author Archives: Raghaba
ପରୀକ୍ଷା ଦେଉଛନ୍ତି ମାଟ୍ରିକ ପିଲା । ସଂକ୍ରମଣ ଆଶଙ୍କାରେ ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ ସରକାର, ହେଲେ ବାକି ଥିବା ପ୍ରି-ବୋର୍ଡ ପରୀକ୍ଷା ସାରିବାକୁ ଛାତ୍ରଛାତ୍ରୀଙ୍କୁ ଡକାଇଦେଲେ ସ୍କୁଲ କର୍ତ୍ତୃପକ୍ଷ ।
କନକ ବ୍ୟୁରୋ: ମହାମାରୀ ଭିତରେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ମାଟ୍ରିକ ପିଲା । ସଂକ୍ରମଣ ଆଶଙ୍କାରେ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । ହେଲେ ବାକି ଥିବା ପ୍ରି-ବୋର୍ଡ଼ ପରୀକ୍ଷା ସାରିବାକୁ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଡ଼କାଇ ପରୀକ୍ଷା କରିଛନ୍ତି ସ୍କୁଲ କର୍ତୃପକ୍ଷ । ସଂକ୍ରମଣ ପାଇଁ କଟକଣା ଲଗାଯାଇଥିବା ବେଳେ ଏହି କଟକଣାକୁ ଫୁ କରି ଶ୍ରେଣୀ ଗୃହରେ ପିଲାଙ୍କୁ ବସାଇ ପରୀକ୍ଷା କରିଛନ୍ତି ସ୍କୁଲ କର୍ତୃପକ୍ଷ । ମୟୁରଭଂଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ପାଇକସାହିContinue reading “ପରୀକ୍ଷା ଦେଉଛନ୍ତି ମାଟ୍ରିକ ପିଲା । ସଂକ୍ରମଣ ଆଶଙ୍କାରେ ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ ସରକାର, ହେଲେ ବାକି ଥିବା ପ୍ରି-ବୋର୍ଡ ପରୀକ୍ଷା ସାରିବାକୁ ଛାତ୍ରଛାତ୍ରୀଙ୍କୁ ଡକାଇଦେଲେ ସ୍କୁଲ କର୍ତ୍ତୃପକ୍ଷ ।”
ରାଜ୍ୟରେ ମେ’ ପହିଲାରୁ ମାଗଣାରେ ଦିଆଯିବ କି ଟିକା? ମାଗଣା କରୋନା ଟିକା ନେଇ ଘୋଷଣା କରିସାରିଲେଣି ଦେଶର ବିଭିନ୍ନ ରାଜ୍ୟ
କନକ ବ୍ୟୁରୋ: ମେ’ ପହିଲାରୁ ରାଜ୍ୟରେ ମାଗଣାରେ ଦିଆଯିବ କି କରୋନା ଟିକା? କେନ୍ଦ୍ରର ନୂଆ ନିର୍ଦ୍ଦେଶନାମା ପରେ ଏଭଳି ସମ୍ଭାବନା ଉପୁଜିଛି । କାରଣ ମେ’ ୧ ତାରିଖରୁ ସାରାଦେଶରେ ସାବାଳକମାନଙ୍କ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଅର୍ଥାତ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ । ଏଥିପାଇଁ ୫୦ ପ୍ରତିଶତ ଟିକା ରାଜ୍ୟଗୁଡିକୁ ସିଧାସଳଖ କିଣିବା ପାଇଁ କୁହାଯାଇଛି । ରାଜ୍ୟ ସରକାର, ଘରୋଇ ହସ୍ପିଟାଲ ଓ ଶିଳ୍ପContinue reading “ରାଜ୍ୟରେ ମେ’ ପହିଲାରୁ ମାଗଣାରେ ଦିଆଯିବ କି ଟିକା? ମାଗଣା କରୋନା ଟିକା ନେଇ ଘୋଷଣା କରିସାରିଲେଣି ଦେଶର ବିଭିନ୍ନ ରାଜ୍ୟ”
ପୁଣି ଦୈନିକ ସଂକ୍ରମଣର ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଂଟାରେ ୩ ଲକ୍ଷ ୪୯ ହଜାର ୬୯୧ ଜଣ କରେନା ସଂକ୍ରମିତ,୨,୭୬୭ ଜଣଙ୍କର ମୃତ୍ୟୁ
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଂଚିଛି । ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୪୯ ହଜାର ୬୯୧ ଜଣ କରେନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୬୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨ ରେ ପହଂଚିଛି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣରେ ୨୭୬୭Continue reading “ପୁଣି ଦୈନିକ ସଂକ୍ରମଣର ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଂଟାରେ ୩ ଲକ୍ଷ ୪୯ ହଜାର ୬୯୧ ଜଣ କରେନା ସଂକ୍ରମିତ,୨,୭୬୭ ଜଣଙ୍କର ମୃତ୍ୟୁ”
ଭାରତରେ କରୋନା ସଂକଟକୁ ନେଇ ଚିନ୍ତାବ୍ୟକ୍ତ କଲେ ପରିବେଶବିତ୍ ଗ୍ରେଟା ଥନବର୍ଗ । ବିଶ୍ୱ ସମୁଦାୟ ସହାୟତା ଯୋଗାଇବାକୁ କଲେ ଅନୁରୋଧ
କନକ ବ୍ୟୁରୋ : କୃଷକ ଆନ୍ଦୋଳନ ବେଳେ ଟ୍ୱିଟ୍ କରି ଚର୍ଚ୍ଚାକୁ ଆସିଥିବା ପରିବେଶବିତ୍ ଗ୍ରେଟା ଥନବର୍ଗ ଏବେ ଭାରତରେ କରୋନା ସଂକଟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଶନିବାର ଦିନ ସେ ଏକ ଟ୍ୱିଟ୍ କରି କହିଛନ୍ତି କି ଭାରତରେ ଯେଭଳି ଭାବେ କରୋନା ସଂକଟ ଦେଖାଦେଇଛି ଏନେଇ ବିଶ୍ୱ ସମୁଦାୟ ଭାରତକୁ ସହାୟତାର ହାତ ବଢାଇବାର ଆବଶ୍ୟକତା ରିହିଛି । ଗ୍ରେଟା କହିଛନ୍ତି କି ଏବେ ଭାରତର ସ୍ଥିତି ‘ମର୍ମଭେଦୀ’ ଏଭଳି ସ୍ଥତିରେ ବିଶ୍ୱContinue reading “ଭାରତରେ କରୋନା ସଂକଟକୁ ନେଇ ଚିନ୍ତାବ୍ୟକ୍ତ କଲେ ପରିବେଶବିତ୍ ଗ୍ରେଟା ଥନବର୍ଗ । ବିଶ୍ୱ ସମୁଦାୟ ସହାୟତା ଯୋଗାଇବାକୁ କଲେ ଅନୁରୋଧ”
ରାଜ୍ୟରେ ୨୪ ଘଣ୍ଟାରେ ୬,୧୧୬ କରୋନା ପଜିଟିଭ୍ ଚିହ୍ନଟ । କେଉଁ ଜିଲ୍ଲାରୁ କେତେ ପଜିଟିଭ୍ ପଢ଼ନ୍ତୁ…
କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଂଟା ଭିତରେ ୬ହଜାର ୧୧୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ଭିତରେ ୪୩ହଜାର ୭୬୫ ଟେଷ୍ଟିଂ ହୋଇଥିବା ବେଳେ ଏଥିରୁ ୬ହଜାର ୧୧୬ଜଣ ପଜିଟିଭ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୩ହଜାର ୫୪୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୫୭୦ ଜଣ ସ୍ଥାନିୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । Covid-19 Report For 24th April New Positive Cases:Continue reading “ରାଜ୍ୟରେ ୨୪ ଘଣ୍ଟାରେ ୬,୧୧୬ କରୋନା ପଜିଟିଭ୍ ଚିହ୍ନଟ । କେଉଁ ଜିଲ୍ଲାରୁ କେତେ ପଜିଟିଭ୍ ପଢ଼ନ୍ତୁ…”
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା । ୧୮ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା । ୧୮ରୁ ଅଧିକ ବୟସ୍କ ଟିକା ନେବା ପାଇଁ ଅନଲାଇନରେ କରିବେ ଆବେଦନ । ବୟସ୍କ ଟିକା ନେବା ପାଇଁ ଅନଲାଇନରେ କରିବେ ଆବେଦନ ।
କନକ ବ୍ୟୁରୋ: ମେ ପହିଲା ଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ତୃତୀୟ ପର୍ଯ୍ୟାୟରେ ୧୮ବର୍ଷରୁ ୪୫ ବର୍ଷ ମଧ୍ୟରେ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଟିକା ଦିଆଯିବ । ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ମାର୍ଗଦର୍ଶିକାରେ କୁହାଯାଇଛି ଯେ ୧୮ରୁ ୪୫ ବର୍ଷ ବୟସ ବର୍ଗଙ୍କ ପାଇଁ କେବଳ ଅନଲାଇନ ପଂଜୀକରଣ ସୁବିଧା ଦିଆଯିବ । #LargestVaccineDrive pic.twitter.com/2GfFolRb8Q — Ministry of HealthContinue reading “ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା । ୧୮ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା । ୧୮ରୁ ଅଧିକ ବୟସ୍କ ଟିକା ନେବା ପାଇଁ ଅନଲାଇନରେ କରିବେ ଆବେଦନ । ବୟସ୍କ ଟିକା ନେବା ପାଇଁ ଅନଲାଇନରେ କରିବେ ଆବେଦନ ।”
ସଂସ୍କୃତରେ ମୁସଲମାନ ଯୁବତୀଙ୍କୁ ସୁନା ପଦକ । ‘ଆଚାର୍ଯ୍ୟ’ ବିଷୟରେ ପ୍ରଥମ ମୁସଲମାନ ଯୁବତୀ ଭାବେ ଟପ୍ପର ହେଲେ, ଗୋଲ୍ଡ ମେଡାଲ ପାଇ ଇତିଆସ ରଚିଲେ । ଆଶ୍ଚର୍ଯ୍ୟ କରିଦେଲେ ମୁସଲମାନ ଯୁବତୀ ଅସମତ୍ ପରବୀନ୍ ।
କନକ ବ୍ୟୁରୋ: ଶିକ୍ଷାର ନା ଥାଏ ଧର୍ମ ନା ଥାଏ ଜାତି । ଉଚ୍ଚ-ନୀଚ୍ଚ କି ଧନୀ ଗିରବ ଏସବୁକୁ ଦେଖେନି ବିଦ୍ୟା । ଆମେ ଏକଥା ଏଥିପାଇଁ କହୁଛୁ କାରଣ ଗୋଟିଏ ଛୋଟ ଗାଁର ଜଣେ ମୁସଲମାନ ଯୁବତୀ ସଂସ୍କୃତ ବ୍ୟାକରଣ (ଆଚାର୍ଯ୍ୟ) ବିଷୟବସ୍ତୁରେ ଟପ୍ କରିବା ସହ ପ୍ରଥମ ମୁସଲମାନ ଯୁବତୀ ଭାବେ ହାସଲ କରିଛନ୍ତି ଗୋଲ୍ଡ ମେଡାଲ । ଯାହା ଏବେ ଜାତୀୟ ଗଣମାଧ୍ୟମ ସହ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛିContinue reading “ସଂସ୍କୃତରେ ମୁସଲମାନ ଯୁବତୀଙ୍କୁ ସୁନା ପଦକ । ‘ଆଚାର୍ଯ୍ୟ’ ବିଷୟରେ ପ୍ରଥମ ମୁସଲମାନ ଯୁବତୀ ଭାବେ ଟପ୍ପର ହେଲେ, ଗୋଲ୍ଡ ମେଡାଲ ପାଇ ଇତିଆସ ରଚିଲେ । ଆଶ୍ଚର୍ଯ୍ୟ କରିଦେଲେ ମୁସଲମାନ ଯୁବତୀ ଅସମତ୍ ପରବୀନ୍ । “
କୋଭିସିଲ୍ଡଠାରୁ କୋଭାକ୍ସିନ୍ ଆହୁରି ମହଙ୍ଗା । ରାଜ୍ୟ ସରକାରଙ୍କୁ ୬ଶହ ଏବଂ ଘରୋଇ ହସ୍ପିଟାଲକୁ ୧୨ଶହ ଟଙ୍କାରେ ମିଳିବ ଟିକା ।
କନକ ବ୍ୟୁରୋ: କୋଭିସିଲ୍ଡଠାରୁ ଆହୁରି ମହଙ୍ଗା କୋଭାକ୍ସିନ୍ ଟିକା । କୋଭାକ୍ସିନ୍ ଟିକାର ଦର ନେଇ ଭାରତ ବାୟୋଟେକ୍ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କୁ ୬ଶହ ଏବଂ ଘରୋଇ ହସ୍ପିଟାଲକୁ ୧୨ଶହ ଟଙ୍କାରେ ମିଳିବ ଟିକା । ତେବେ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ମିଳିବ କୋଭାକ୍ସିନ୍ ଟିକା । ତେବେ ବିଦେଶ ରପ୍ତାନୀ ପାଇଁ ଟିକାର ଦାମ ୧୧ଶହରୁ ୧୫ ଶହ ଟଙ୍କା ମଧ୍ୟରେ ରହିବ । ପୂର୍ବରୁ ସେରମ୍Continue reading “କୋଭିସିଲ୍ଡଠାରୁ କୋଭାକ୍ସିନ୍ ଆହୁରି ମହଙ୍ଗା । ରାଜ୍ୟ ସରକାରଙ୍କୁ ୬ଶହ ଏବଂ ଘରୋଇ ହସ୍ପିଟାଲକୁ ୧୨ଶହ ଟଙ୍କାରେ ମିଳିବ ଟିକା ।”
ରାଜୁ ମଉସାଙ୍କ ‘କୋକେଇ କାରଖାନା’ରେ ତିଆରି ହେଉଛି ଶବର ଶେଷ ଶଯ୍ୟା । ୬ ଦଶନ୍ଧି ଧରି ସହରର ସବୁ ଶବ ପାଇଁ ‘କୋକେଇ ମଉସା ସାଜିଛନ୍ତି ରାଜୁ ତୁରୀ ।
କନକ ବ୍ୟୁରୋ: ଛଅ ଖଣ୍ଡ କାଠରେ ହେବ ସବାରୀ, ସେହି ସବାରୀରେ ଶବ ଯିବ ସେପାରୀ । ଶବର ଶେଷ ଠିକଣା ଯଦି ଶ୍ମଶାନ ହୁଏ ତେବେ ଶବର ଶେଷ ଶଯ୍ୟା ହୋଇଥାଏ କୋକେଇ । ଆଉ ସେ କୋକେଇ କାରଖାନାର କୋକେଇ ମଉସା ଜଣକ ହେଉଛନ୍ତି ରାଜୁ ତୁରୀ । ରାଉରକେଲାର କୋକେଇ ମ୍ୟାନ୍ ଭାବେ ପରିଚିତ ରାଜୁ ମଉସା ରାତି ହେଉ କି ଦିନ ସବୁବେଳେ ଶବର ଶେଷ ଶଯ୍ୟା ପାଇଁ ପ୍ରସ୍ତୁତ ଥାଆନ୍ତି Continue reading “ରାଜୁ ମଉସାଙ୍କ ‘କୋକେଇ କାରଖାନା’ରେ ତିଆରି ହେଉଛି ଶବର ଶେଷ ଶଯ୍ୟା । ୬ ଦଶନ୍ଧି ଧରି ସହରର ସବୁ ଶବ ପାଇଁ ‘କୋକେଇ ମଉସା ସାଜିଛନ୍ତି ରାଜୁ ତୁରୀ । “