ଗତ ୨୪ ଘଣ୍ଟାରେ ୬୬୪୭ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ସଂକ୍ରମିତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ତୃତୀୟ ଦିନ ପାଇଁ ୬ ହଜାର ଉପରେ ରହିଛି କରୋନା ଗ୍ରାଫ୍ । ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ୬୪୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ସଂଗରୋଧ କେନ୍ଦ୍ରରୁ ୩ହଜାର ୮୫୫ ଜଣ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଆକ୍ରାନ୍ତ ୨ ହଜାର ୭୯୨ ରହିଛି । ସବୁଠାରୁ ଅଧିକ ୧୧୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ । ସୁନ୍ଦରଗଡରୁ ୭୮୮ ଓ ନୂଆପଡାରୁContinue reading “ଗତ ୨୪ ଘଣ୍ଟାରେ ୬୬୪୭ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ସଂକ୍ରମିତ ଚିହ୍ନଟ”

ଛତିଶଗଡ ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା : ଅପହୃତ ଏସଆଇ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ

କନକ ବ୍ୟୁରୋ :  ମାଓବାଦୀମାନେ ଅପହଣର କରିନେଇଥିବା ପୋଲିସ ଏସଆଇଙ୍କୁ ହତ୍ୟା କରିଛନ୍ତି । ଅପହୃତ ପୋଲିସ ଏସଆଇ ମୁରଲୀ ତାତିଙ୍କ ମୃତଦେହ ଛତିଶଗଡ କୁଷୁମପାର ଅଂଚଳରୁ ଉଦ୍ଧାର ହୋଇଛି । କିଛିଦିନ ତଳେ ତାଙ୍କୁ ଅପହରଣ କରିନେଇଥିଲା ଲାଲବାହୀନି । ଛତିଶଗଡ ବିଜାପୁରରେ ନରସଂହାର ପରେ ଯବାନ ରାଜେଶ୍ୱର ସିଂ ମନହାସଙ୍କୁ ମାଓବାଦୀ ଅପହରଣ କରିନେଇଥିଲୋ ହେଲେ ବିନା ସର୍ତରେ ତାଙ୍କୁ ମୁକ୍ତ କରିବାର କେଇଦିନ ନପୂରୁଣୁ ଜଣେ ପୋଲିସ କର୍ମଚାରୀଙ୍କୁ ଉଠାଇ ନେଇଥିଲେ ।Continue reading “ଛତିଶଗଡ ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା : ଅପହୃତ ଏସଆଇ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ”

ଅବସର ନେଲେ ସିଜେଆଇ ବୋବଡ଼େ : ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍‌ ଏନ୍‌ଭି ରମଣା

କନକ ବ୍ୟୁରୋ : ପ୍ରଧାନ ବିଚାରପତି ଏସ୍‌ଏ ବୋବଡ଼େ ଅବସର ନେଇଛନ୍ତି । ବିଚାରପତି ଭାବେ ଦୀର୍ଘ ୨୨ ବର୍ଷ ସେବା ଦେବାପରେ ଗତକାଲି ସେ ଅବସର ଗ୍ରହଣ କରିଛନ୍ତି । ପ୍ରଥା ଅନୁଯାୟୀ ଶେଷ କାର୍ଯ୍ୟ ଦିବସରେ ସେ ତାଙ୍କ ଉତ୍ତରାଧିକାରୀ ଜଷ୍ଟିସ୍‌ ଏନ୍‌ଭି ରମଣାଙ୍କ ସହ ଏକ ଖଣ୍ଡପୀଠରେ ସାମିଲ ଥିଲେ । ଜଷ୍ଟିସ୍‌ ଏନ୍‌ଭି ରମଣା ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ବୋବଡ଼େଙ୍କ ପାଇଁ ସୁପ୍ରିମ୍‌ କୋର୍ଟରେ ଶୁକ୍ରବାର ଏକContinue reading “ଅବସର ନେଲେ ସିଜେଆଇ ବୋବଡ଼େ : ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍‌ ଏନ୍‌ଭି ରମଣା”

ଓଡ଼ିଶା ସୀମାରୁ ଫେରିଗଲେ ୫ ପଶ୍ଚିମବଙ୍ଗ ବର : କୋଭିଡ୍‌ ରିପୋର୍ଟ ନଥିବାରୁ ମିଳିଲାନି ପ୍ରବେଶ ଅନୁମତି

କନକ ବ୍ୟୁରୋ : ଯେତେ ଝଡ଼ଝଞ୍ଜା ଆସିଲେ ବି ବାହାଘର ଭଳି ମାଙ୍ଗଳିକ କାର୍ଯ୍ୟରେ ବାଧକ ସାଜିବାକୁ କେହି କେବେ ଚାହା‌ନ୍ତିନାହିଁ। କିନ୍ତୁ କରୋନା ସଂକ୍ରମଣର ଭୟଙ୍କର ସ୍ଥିତି ଯୋଗୁଁ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରଶାସନ ବାଧ୍ୟ ହୋଇଛି । ଘଟଣାକ୍ରମରେ ପଶ୍ଚିମବଙ୍ଗରୁ ବାଲେଶ୍ବର, ଭଦ୍ରକ ଏବଂ ଅନ୍ୟ ଜିଲ୍ଲାକୁ ବାହା ହେବାକୁ ଆସୁଥିବା କିଛି ବର ଓ କନ୍ୟାଙ୍କୁ ଜଳେଶ୍ବର ସ୍ଥିତ ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ପ୍ରବେଶ ଅନୁମତି ମିଳିନାହିଁ ।Continue reading “ଓଡ଼ିଶା ସୀମାରୁ ଫେରିଗଲେ ୫ ପଶ୍ଚିମବଙ୍ଗ ବର : କୋଭିଡ୍‌ ରିପୋର୍ଟ ନଥିବାରୁ ମିଳିଲାନି ପ୍ରବେଶ ଅନୁମତି”

ଆଜି, କାଲି ସଟ୍‌ଡାଉନ୍‌ : କଟକଣା ଉଲ୍ଲଂଘନ ରୋକିବାକୁ ବିଏମ୍‌ସିର ସ୍ବତନ୍ତ୍ର ବ୍ୟବସ୍ଥା; ଅସୁବିଧାର ସମ୍ମୁଖୀନ ହେବେନି କରୋନା ଆକ୍ରାନ୍ତ

କନକ ବ୍ୟୁରୋ : ବଢ଼ୁଥିବା କୋଭିଡ୍‌ ସଂକ୍ରମଣରେ ରୋକ୍‌ ଲଗାଇବା ଲାଗି ଆଜିଠାରୁ ରାଜ୍ୟର ସମସ୍ତ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆରମ୍ଭ ହେଉଛି । ଏହି ପରିପ୍ରେକ୍ଷୀରେ ହଟ୍‌ସ୍ପଟ୍‌ ପାଲଟିଥିବା ଭୁବନେଶ୍ବରରେ ସଟ୍‌ଡାଉନ୍‌କୁ କଡ଼ାକଡ଼ି କରିବାକୁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । କୌଣସି ସ୍ଥାନରେ ଯେପରି କଟକଣା ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜୋନ୍‌ ଅଧିକାରୀମାନଙ୍କୁ କୁହାଯାଇଛି । ଅଧିକାରୀମାନେ ଦିନରାତି ୨୪ ଘଣ୍ଟା ସଜାଗ ରହିବା ସହ ଟ୍ରେନ୍‌,Continue reading “ଆଜି, କାଲି ସଟ୍‌ଡାଉନ୍‌ : କଟକଣା ଉଲ୍ଲଂଘନ ରୋକିବାକୁ ବିଏମ୍‌ସିର ସ୍ବତନ୍ତ୍ର ବ୍ୟବସ୍ଥା; ଅସୁବିଧାର ସମ୍ମୁଖୀନ ହେବେନି କରୋନା ଆକ୍ରାନ୍ତ”

ସଟଡାଉନ୍ ବେଳେ କଡ଼ାକଡ଼ି ଯାଞ୍ଚ : ଭୁବନେଶ୍ବରରେ ୪୩, କଟକରେ ୨୫ ଚେକ୍‌ ପୋଷ୍ଟ; ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ସଟ୍‌ଡାଉନ୍ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଭୁବନେଶ୍ବର ଓ କଟକରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିଠାରୁ ସଟ୍‌ଡାଉନ୍ ହେଲେ ମଧ୍ୟ ଗତକାଲି ରାତି ୯ଟାରୁ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ପାଇଁ ୨୫ଟି ଚେକ୍‌ ପୋଷ୍ଟ ହୋଇଥିବା ବେଳେ ସଟଡାଉନ୍ ପାଇଁ ଆହୁରି ୧୮ଟି ନୂଆ ଚେକ୍ ପୋଷ୍ଟ କରାଯାଇଛି । ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ଏହି ଚେକ୍‌ ପୋଷ୍ଟContinue reading “ସଟଡାଉନ୍ ବେଳେ କଡ଼ାକଡ଼ି ଯାଞ୍ଚ : ଭୁବନେଶ୍ବରରେ ୪୩, କଟକରେ ୨୫ ଚେକ୍‌ ପୋଷ୍ଟ; ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ”

ସଟଡାଉନ୍ ବେଳେ ଅର୍ଡର କରିପାରିବେ ମାଛ, ମାଂସ ଓ ଅଣ୍ଡା : ବିଏମ୍‌ସି ପକ୍ଷରୁ ହୋମ୍‌ ଡେଲିଭରି ନମ୍ବର ଜାରି

କନକ ବ୍ୟୁରୋ : ସଟଡାଉନ୍ ବେଳେ ଚିଲିକା ଫ୍ରେସ୍‌ ମାଧ୍ୟମରେ ମାଛ, ଓପୋଲଫେଡ୍‌ ମାଧ୍ୟମରେ କୁକୁଡ଼ା ମାଂସ ଓ ଅଣ୍ଡା ଏବଂ ଓମ୍‌ଫେଡ୍‌ ମାଧ୍ୟମରେ ଦୁଗ୍ଧଜା‌ତ ସାମଗ୍ରୀ ସହରବାସୀଙ୍କୁ ଯୋଗାଇ ଦିଆଯିବ । ଏନେଇ ବିଏମ୍‌ସି ପକ୍ଷରୁ ନମ୍ବର ଜାରି କରାଯାଇଛି । ମାଛ, ମାଂସ ଓ ଅଣ୍ଡା ଲାଗି ଗ୍ରାହକମାନେ ସକାଳ ୭ଟାରୁ ୯ଟା ଓ ଅପରାହ୍ନ ୧ଟାରୁ ୩ଟା ମଧ୍ୟରେ ବୁକିଂ କରିପାରିବେ ଏବଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ଣ ୪ଟାରୁContinue reading “ସଟଡାଉନ୍ ବେଳେ ଅର୍ଡର କରିପାରିବେ ମାଛ, ମାଂସ ଓ ଅଣ୍ଡା : ବିଏମ୍‌ସି ପକ୍ଷରୁ ହୋମ୍‌ ଡେଲିଭରି ନମ୍ବର ଜାରି”

ଆଜିଠାରୁ ସପ୍ତାହାନ୍ତ ସଟଡାଉନ : ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ?

କନକ ବ୍ୟୁରୋ : କୋଭିଡ ମହମାରୀ ନିୟନ୍ତ୍ରଣ ପାଇଁ ଆଜିଠାରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆରମ୍ଭ ହେବାକୁ ଯାଉଛି । ପ୍ରତି ଶନିବାର ସକାଳ ୫ଟାରୁ ଏହି ସଟ୍‌ଡାଉନ୍‌ ଆରମ୍ଭ ହୋଇ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସଟଡାଉନ ବେଳେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ? ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଡାକ୍ତରଖାନା, ନର୍ସିଂହୋମ, ଔଷଧ ଦୋକାନ ଖୋଲିବ । ଅଗ୍ନିଶମ, ପୁଲିସ, ପେଟ୍ରୋଲContinue reading “ଆଜିଠାରୁ ସପ୍ତାହାନ୍ତ ସଟଡାଉନ : ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ?”

ସଞ୍ଜିବନୀ ଯୋଗାଇଲା ଓଡ଼ିଶା । ୬ଟି ରାଜ୍ୟକୁ ଗଲା ୨୫୦ ଟନ୍ ଅକ୍ସିଜେନ ।

କନକ ବ୍ୟୁରୋ : କୋଭିଡ୍ ସ୍ଥିତି ଯେତିକି ଭୀଷଣ ହେଉଛି, ଅକ୍ସିଜେନ୍ ସମସ୍ୟା ସେତିକି ଉତ୍କଟ ହେବାରେ ଲାଗିଛି। ଏହାକୁ ନେଇ ଅଧିକ ସଂକ୍ରମିତ ରାଜ୍ୟରେ ଆତଙ୍କ ଖେଳିଗଲାଣି। ଏଭଳିସ୍ଥଳେ ଓଡ଼ିଶା ସରକାର ଗତକାଲି ଯେଉଁ ସହଯୋଗର ହାତ ବଢ଼ାଇଥିଲେ, ତାହାକୁ ଆଉ ଟିକେ ଲମ୍ବାଇଛନ୍ତି। କେବଳ ଦିଲ୍ଲୀ କିମ୍ବା ମହାରାଷ୍ଟ୍ର ନୁହେଁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ବିହାରକୁ ମଧ୍ୟ ଓଡ଼ିଶା ଅକ୍ସିଜେନ୍ ପଠାଇବା ଆରମ୍ଭ କରିଛି। ଆଜି ଉଭୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରContinue reading “ସଞ୍ଜିବନୀ ଯୋଗାଇଲା ଓଡ଼ିଶା । ୬ଟି ରାଜ୍ୟକୁ ଗଲା ୨୫୦ ଟନ୍ ଅକ୍ସିଜେନ ।”

ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ

କନକ ବ୍ୟୁରୋ : ଆଜି ଓ ରବିବାର ରାଜ୍ୟର ସବୁ ସହରାଂଚଳରେ ସଟଡାଉନ । କିନ୍ତୁ ସକାଳେ ମର୍ଣ୍ଣିଂୱାକ୍ କରିବା ପାଇଁ ସରକାର ସକାଳ ୫ଟାରୁ ୬ଟା କୋହଳ କରିଛନ୍ତି ଏବଂ ରେଳଷ୍ଟେସନରୁ ମୋ ବସ୍ ଚଳାଚଳ କରିବା ପାଇଁ ଅନୁମତି ଦେଇଛନ୍ତି । ଏହାସହ ଏୟାରପୋର୍ଟ ଓ ରେଳ ଷ୍ଟେସନ ମଧ୍ୟରେ ବସ୍ ଚଳାଚଳ କରିବ ବୋଲି କୁହାଯାଇଛି । ଏହାରି ଭିତରେ ଗତକାଲି ରାତିରୁ ରାଜଧାନୀରେ କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ଚେକିଂ ଆରମ୍ଭContinue reading “ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ”

Design a site like this with WordPress.com
Get started