ଭଂଜନଗରରୁ ଆସିଲା ଲୋମଟାଙ୍କୁରା ଚିତ୍ର : ରାସ୍ତା ଉପରେ ଜଣଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କଲା ଜଙ୍ଗଲୀ ବାରହା; ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

କନକ ବ୍ୟୁରୋ : ଗଞ୍ଜାମରେ ଜଙ୍ଗଲୀ ବାରହାର ଆତଙ୍କରାଜ । କାଳିଆମ୍ବା ଜଙ୍ଗଲରୁ କିଛି ବାରାହା ଆସି ଭଂଜନଗର ବ୍ରହ୍ମପୁର ମୁଖ୍ୟ ରାସ୍ତାର କଟେଂଇପଲ୍ଲୀ ଓ ମୁଦୁଲି ପଳ୍ଲୀ ଗାଁ ନିକଟରେ ଆତଙ୍କ ରଚିଛନ୍ତ । ଗତକାଲି ପଂସଲରେ ପାଣି ଦେବାକୁ ଯାଇଥିବା ମୁଦୁଲିପ୍ଳଲୀ ଗାଁର ସୁବାସ ବିଶୋୟୀ ବାରାହା ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ସୁବାସକୁ ପ୍ରଥମେ ଭଂଜନଗର ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା ଅବସ୍ଥା ସଂକଟପନ୍ନ ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।Continue reading “ଭଂଜନଗରରୁ ଆସିଲା ଲୋମଟାଙ୍କୁରା ଚିତ୍ର : ରାସ୍ତା ଉପରେ ଜଣଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କଲା ଜଙ୍ଗଲୀ ବାରହା; ଗୁରୁତର ଡାକ୍ତରଖାନାରେ ଭର୍ତ୍ତି”

ପୁଣି ନୂଆ କିଛି କରି ଦେଖାଇଲା ଭାରତୀୟ ସେନା । ୫ ଘଂଟାରେ ନିର୍ମାଣ କଲା ୧ ଶହ ବେଡ ବିଶିଷ୍ଟ କୋଭିଡ୍ ହସ୍ପିଟାଲ

କନକ ବ୍ୟୁରୋ : ଏବେ ପୁରାଦେଶ କୋଭିଡ-୧୯ ର ଦ୍ୱିତୀୟ ଲହର ସହ ଲଢେଇ କରୁଛି । ହସ୍ପିଟାଲରୁ ନେଇ ସ୍ମଶାନ ପର୍ଯ୍ୟନ୍ତ ହାହାକାର ପଡିଛି । କେଉଁଠି ରୋଗୀଙ୍କୁ ବେଡ ମିଳୁନାହିଁ ତ କେଉଁଠି ଅକ୍ସିଜେନ । ଏସବୁ ଭିତରେ ଭାରତୀୟ ସେନା ମାତ୍ର ୫ ଘଂଟାରେ କୋଭିଡ ରୋଗୀଙ୍କ ପାଇଁ ୧ ଶହ ବେଡ ବିଶିଷ୍ଟ ମେଡିକାଲ ନିର୍ମାଣ କରି ସମସ୍ତଙ୍କୁ ଚକିତ କରିଦେଇଛି । ରାଜସ୍ଥାନ ବାଡମେର ଜିଲ୍ଲାରେ କ୍ରମାଗତ ଭାବେ ୫Continue reading “ପୁଣି ନୂଆ କିଛି କରି ଦେଖାଇଲା ଭାରତୀୟ ସେନା । ୫ ଘଂଟାରେ ନିର୍ମାଣ କଲା ୧ ଶହ ବେଡ ବିଶିଷ୍ଟ କୋଭିଡ୍ ହସ୍ପିଟାଲ”

ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର : ଏଚପି ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଓଲଟିଲା

କନକ ବ୍ୟୁରୋ : ଭୁବନେଶ୍ୱରରୁ କଟକ ଯିବା ସମୟରେ ଗ୍ୟାସ୍ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ  । ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଓଲଟିଲା ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡି । ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏପରି ଦୁର୍ଘଟଣା । କଟକ ଭୁବନେଶ୍ୱର ୧୬ ନଂବର ଜାତୀୟ ରାଜପଥରେ ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଏଚପି ଗ୍ୟାସ୍ ଟ୍ୟାଙ୍କି ବୋଝେଇ ଗାଡି ଓଲଟି ପଡିଛି । ଟ୍ରକଟି ରାସ୍ତା କଡରେ ଥିବା ଏକ ପରିବା ଦୋକାନContinue reading “ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର : ଏଚପି ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଓଲଟିଲା”

କରୋନାର ନୂଆ ରେକର୍ଡ : ଦିନକରେ ୩,୪୬,୭୮୬ ନୂଆ ଆକ୍ରାନ୍ତ, ୨,୬୨୪ ମୃତ

କନକ ବ୍ୟୁରୋ : ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୩ଲକ୍ଷ ୪୬ ହଜାର ୭୮୬ ଆକ୍ରାନ୍ତ ଚିହ୍ନଟ । ସେହିପରି ଗୋଟିଏ ଦିନରେ ୨ହଜାର ୬୨୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ରହିଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯ ଲକ୍ଷContinue reading “କରୋନାର ନୂଆ ରେକର୍ଡ : ଦିନକରେ ୩,୪୬,୭୮୬ ନୂଆ ଆକ୍ରାନ୍ତ, ୨,୬୨୪ ମୃତ”

ଅକ୍ସିଜେନ୍ ଗ୍ୟାସ୍ ନେବାକୁ ବାୟୁସେନା ବିମାନରେ ଆସିଲା ୮ ଖାଲି ଟାଙ୍କି : ବିଭିନ୍ନ ପ୍ଲାଂଟରୁ ଅକ୍ସିଜେନ୍ ଭରିବା ପରେ ସଡକ ପଥରେ ଯିବ ଟ୍ୟାଙ୍କର

କନକ ବ୍ୟୁରୋ : କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଇଥିବା ରାଜ୍ୟଗୁଡିକୁ ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଇ ସାରିଲାଣି ଓଡିଶା । ୧୫ଟି ଟ୍ୟାଙ୍କରରେ ବିଶାଖାପାଟଣା, ହାଇଦ୍ରାବାଦ, ଇନ୍ଦୋର, ପୁଣେ, ମୁମ୍ବାଇ ଓ ନାଗପୁର ଭଳି ସହରକୁ ଏସବୁ ଅକ୍ସିଜେନ୍ ପଠା ଯାଇଛି । ଏହାରି ଭିତରେ ଭାରତୀୟ ବାୟୁସେନାର ୩ଟି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଂଚିଛି । ଶୁକ୍ରବାର ଦିନବେଳା ହାଇଦ୍ରାବାଦରୁ ଏକ ବିମାନରେ ଗୋଟିଏContinue reading “ଅକ୍ସିଜେନ୍ ଗ୍ୟାସ୍ ନେବାକୁ ବାୟୁସେନା ବିମାନରେ ଆସିଲା ୮ ଖାଲି ଟାଙ୍କି : ବିଭିନ୍ନ ପ୍ଲାଂଟରୁ ଅକ୍ସିଜେନ୍ ଭରିବା ପରେ ସଡକ ପଥରେ ଯିବ ଟ୍ୟାଙ୍କର”

ମହାରାଷ୍ଟ୍ର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାମରେ ସିବିଆଇ ଦାଖଲ କଲା ମାମଲା । ବିଭିନ୍ନ ସ୍ଥାନରେ ଚଢାଉ ଜାରୀ

କନକ ବ୍ୟୁରୋ : ମହରାଷ୍ଟ୍ର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଶନିବାର ସିବିଆଇ ଚଢାଉ କରିଛି । ଏହାପୂର୍ବରୁ ଶୁକ୍ରବାର ଦିନ ସିବିଆଇ ଅନିଲ ଦେଶମୁଖଙ୍କ ନାମରେ ଦୁର୍ନୀତି ମାମଲା ରୁଜୁ କରିଥିଲା । ମୁମ୍ବାଇର ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କ  ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲା । ଏହି ମାମଲାର ଯାଂଚ କୋର୍ଟ ସବିଆଇକୁ ଦେଇଥିଲା । ଅଦାଲତ ସିବିଆଇକୁ ପ୍ରାରମ୍ଭିକ ତଦନ୍ତ ପାଇଁ ୧୫ ଦିନContinue reading “ମହାରାଷ୍ଟ୍ର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାମରେ ସିବିଆଇ ଦାଖଲ କଲା ମାମଲା । ବିଭିନ୍ନ ସ୍ଥାନରେ ଚଢାଉ ଜାରୀ”

ପୁଣି ଦିଲ୍ଲୀରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ

କନକ ବ୍ୟୁରୋ : ପବନ ଜୀବନ ଦିଏ ଓ ପବନ ଜୀବନ ନିଏ । ଏହି କଥାର ପ୍ରାସଙ୍ଗିକତା ଏବେ ଖୁବ ବଢିଯାଇଛି । କରୋନା କାଳରେ ରୋଗରେ ଯେତିକି ଲୋକ ମରୁନାହାନ୍ତି ତା ଠାରୁ ଅଧିକ ଲୋକ ବର୍ତ୍ତମାନ ଅକ୍ସିଜେନ ଅଭାବରେ ମୃତ୍ୟୁବରଣ କରୁଛନ୍ତି । ଗତକାଲି ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ଜଣ ଲୋକଙ୍କର ଜୀବନ ଯାଇଥିବା ବେଳେ ଆଜି ସେହି ଦିଲ୍ଲୀର ଜୟପୁର ସହରରେ ଥିବା ଗୋଲଡେନ ହସ୍ପିଟାଲରେ ଅକ୍ସିଜେନContinue reading “ପୁଣି ଦିଲ୍ଲୀରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ”

ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରୁଛି କରୋନାର ଦ୍ବିତୀୟ ଲହର : ଜାଣନ୍ତୁ ଅମ୍ଳଜାନ ଅଭାବ ହେଲେ କ’ଣ କରିବେ ?

କନକ ବ୍ୟୁରୋ : କରୋନାର ଦ୍ବିତୀୟ ଲହର ଏବେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି । କେଉଁଠି ଚିକିତ୍ସା ପାଇଁ ଶଯ୍ୟା ମିଳୁ ନାହିଁ ତ ଆଉ କେଉଁଠି ଶଯ୍ୟା ମିଳି‌ଲେ ଅମ୍ଳଜାନ ମିଳୁନି। ଅମ୍ଳଜାନ ଅଭାବରୁ ପ୍ରତିଦିନ ଅନେକ ସଂକ୍ରମିତଙ୍କ ଜୀବନ ଚାଲି ଯାଉଛି। ତେବେ ଅନେକ ସଂକ୍ରମିତ ଘରେ ରହି ମଧ୍ୟ ଚିକିତ୍ସିତ ହେଉଛନ୍ତି । ଘରେ ରହିବା ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ନିଶ୍ବାସପ୍ରଶ୍ବାସ ନେବା‌ରେ କୌଣସି ସମସ୍ୟା ହୁଏ, ତାହାର ସମାଧାନContinue reading “ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରୁଛି କରୋନାର ଦ୍ବିତୀୟ ଲହର : ଜାଣନ୍ତୁ ଅମ୍ଳଜାନ ଅଭାବ ହେଲେ କ’ଣ କରିବେ ?”

ଗୋଦାବରୀ ଗ୍ୟାସ ଫିଲିଂ ଷ୍ଟେସନରେ ଅକ୍ସିଜେନର ଅଭାବ :  ହସ୍ପିଟାଲର ଆବଶ୍ୟକତା ପୂରଣ ହୋଇପାରୁନଥିବା ଅଭିଯୋଗ

କନକ ବ୍ୟୁରୋ : କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଆକ୍ରାନ୍ତଙ୍କୁ ଅକ୍ସିଜେନର ଆବଶ୍ୟକତା ପଡୁଛି । ଆମ ରାଜ୍ୟରେ ମଧ୍ୟ ଗତ କିଛିଦିନ ହେଲା ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ, ପ୍ରତିଦିନ କିଛିକିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଏଭଳି ସ୍ଥିତିରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଉଥିବା ଓଡିଶାରେ କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ଅକ୍ସିଜେନ୍ ରହିଛି ତ । ଏହାର ପରୀକ୍ଷା କରିବା ପାଇଁ ଆମେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରContinue reading “ଗୋଦାବରୀ ଗ୍ୟାସ ଫିଲିଂ ଷ୍ଟେସନରେ ଅକ୍ସିଜେନର ଅଭାବ :  ହସ୍ପିଟାଲର ଆବଶ୍ୟକତା ପୂରଣ ହୋଇପାରୁନଥିବା ଅଭିଯୋଗ”

ରାଜ୍ୟରେ କ୍ରମାଗତ ତୃତୀୟ ଦିନ ପାଇଁ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ : ୨୪ ଘଂଟାରେ ୮ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ତୃତୀୟ ଦିନ ପାଇଁ ୬ ହଜାର ଉପରେ ରହିଛି କରୋନା ଗ୍ରାଫ୍ । ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ୬୪୭ ନୂଆ ପଜିଟିଭ୍ ଚିହ୍ନଟ, ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବ ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ ଏବଂ ନୂଆପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଆଜି ଖୋର୍ଦ୍ଧାରୁContinue reading “ରାଜ୍ୟରେ କ୍ରମାଗତ ତୃତୀୟ ଦିନ ପାଇଁ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ : ୨୪ ଘଂଟାରେ ୮ ଜଣଙ୍କ ମୃତ୍ୟୁ”

Design a site like this with WordPress.com
Get started