ଆସିଲା କରୋନାର ନୂଆ ଔଷଧ । ଭିରାଫିନ ଇଂଜେକ୍ସନ୍ ବ୍ୟବହାରକୁ ମଞ୍ଜୁରୀ ଦେଲା ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ।

କନକ ବ୍ୟୁରୋ: କ୍ରମାଗତ ଦୁଇ ଦିନ ଧରି ଦେଶରେ ରେକର୍ଡ ଭାଙ୍ଗୁଥିବା ଦୈନିକ ସଂକ୍ରମଣ ଭୟ ବଢ଼ାଉଥିବା ବେଳେ ଟିକିଏ ଆଶ୍ୱସ୍ତି କଲାଭଳି ଖବର ଆସିଛି । କରୋନା ମୁକାବିଲାକୁ ଜୋରଦାର କରିବା ପାଇଁ ଜାଇଡସ୍ କାଡିଲା ଫାର୍ମା କଂପାନୀ ନିର୍ମିତ ‘ଭିରାଫିନ୍’ ଇଂଜେକ୍ସନକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିଜିସିଆଇ । ସୀମିତ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଛି ଏହି ଅନୁମତି । ଜାଇଡସ୍ କାଡିଲା ପକ୍ଷରୁ କୁହାଯାଇଛି, ମଧ୍ୟମContinue reading “ଆସିଲା କରୋନାର ନୂଆ ଔଷଧ । ଭିରାଫିନ ଇଂଜେକ୍ସନ୍ ବ୍ୟବହାରକୁ ମଞ୍ଜୁରୀ ଦେଲା ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ।”

ଡରାଇବା ଆରମ୍ଭ କଲାଣି ଭୁବନେଶ୍ୱରର ପଜିଟିଭ୍ ରିପୋର୍ଟ । ଦିନକରେ ଚିହ୍ନଟ ହେଲେ ୬୯୮ ସଂକ୍ରମିତ । ସଂକ୍ରମିତଙ୍କ ଭିତରୁ ୫୪୮ ଲୋକାଲ୍ କେସ୍ ।

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଏବେ ଚିନ୍ତା ବଢାଇଛି ରାଜଧାନୀ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ମୋଟ ୬୯୮ ନୂଆ କରୋନା ପଜିଟିଭ୍ । ସେ ଭିତରୁ ୧୫୦ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୪୮ ସଂକ୍ରମିତ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି । Update on newly detected #COVID19 cases in the last 24 hrs under the BMC area on 23rdContinue reading “ଡରାଇବା ଆରମ୍ଭ କଲାଣି ଭୁବନେଶ୍ୱରର ପଜିଟିଭ୍ ରିପୋର୍ଟ । ଦିନକରେ ଚିହ୍ନଟ ହେଲେ ୬୯୮ ସଂକ୍ରମିତ । ସଂକ୍ରମିତଙ୍କ ଭିତରୁ ୫୪୮ ଲୋକାଲ୍ କେସ୍ ।”

ଆଜି ଆଇପିଏଲରେ ପଞ୍ଜାବ-ମୁମ୍ବାଇ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ।

କନକ ବ୍ୟୁରୋ: ଆଜି ଆଇପିଏଲରେ ଭେଟାଭେଟି ହେବେ ରାହୁଲ-ରୋହିତ ବାହିନୀ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲଢିବ ପଞ୍ଜାବ କିଙ୍ଗସ୍ । ତେବେ ଟସ୍ ଜିତି ଆଜି ପଞ୍ଜାବ କିଙ୍ଗସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ପଲଟନ୍ । ଆଜି ଆଇପିଏଲରେ ପଞ୍ଜାବ-ମୁମ୍ବାଇ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ । #IPL2021 #PBKSvMI pic.twitter.com/cHD3ySi0MKContinue reading “ଆଜି ଆଇପିଏଲରେ ପଞ୍ଜାବ-ମୁମ୍ବାଇ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ।”

କରୋନାକୁ ମାତ୍ ଦେଲେ ସୋନୁ ସୁଦ୍ । ମହାମାରୀ ଜାଲରୁ ସୁସ୍ଥ ହୋଇ ଫେରିଲେ ଶ୍ରମିକଙ୍କ ଭଗବାନ ।

କନକ ବ୍ୟୁରୋ : ସୁସ୍ଥ ହେଲେ ସୋନୁ ସୁଦ୍ । କରୋନାରୁ ସୁସ୍ଥ ହୋଇ ଫେରିଲେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । କରୋନାକୁ ମାତ୍ ଦେଇ ସୋନୁ ସୁସ୍ଥ ହୋଇଛନ୍ତି । ଆଉ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୋନୁ । ଟ୍ୱିଟ କରି ସୋନୁ ନେଗେଟିଭ୍ ଥିବା ସଂକେତ ଦେଇଛନ୍ତି ସୋନୁ । ଗତ ୧୭ ତାରିଖରେ ସୋନୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେତେବେଳେ ସେ ନିଜକୁ ସଙ୍ଗରୋଧରେ ରଖିଥିଲେContinue reading “କରୋନାକୁ ମାତ୍ ଦେଲେ ସୋନୁ ସୁଦ୍ । ମହାମାରୀ ଜାଲରୁ ସୁସ୍ଥ ହୋଇ ଫେରିଲେ ଶ୍ରମିକଙ୍କ ଭଗବାନ ।”

ଇସ୍ପାତ କାରଖାନାରୁ ମେଡିକାଲ ଅକ୍ସିଜେନ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । ଏପର୍ଯ୍ୟନ୍ତ ଯୋଗାଇ ଦିଆଗଲାଣି ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ ।

କନକ ବ୍ୟୁରୋ : ସାରା ଭାରତବର୍ଷର ଇସ୍ପାତ କାରଖାନା ଗୁଡିକ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ଲିକ୍ୟୁଇଡ୍ ମେଡିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଥିବା ବେଳେ କେବଳ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ଗୁଡିକ ୩୯ ହଜାର ମେଟ୍ରିକ ଟନରୁ ଅଧିକ ଅକ୍ସିଜେନ ଯୋଗାଇ ଦେଇଥିବା କଥା ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ତାଙ୍କ ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୋଭିଡ-୧୯ ମହାମାରୀ ବିରୋଧରେ ଲଢେଇ କରିବାContinue reading “ଇସ୍ପାତ କାରଖାନାରୁ ମେଡିକାଲ ଅକ୍ସିଜେନ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । ଏପର୍ଯ୍ୟନ୍ତ ଯୋଗାଇ ଦିଆଗଲାଣି ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ ।”

ସପ୍ତାହାନ୍ତ ସଟଡାଉନ ପାଇଁ ନିୟମିତ ରୁଟରେ ବନ୍ଦ ରହିବ ମୋ ବସ୍ ସେବା । କେବଳ ରେଳ ଷ୍ଟେସନ ଓ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେବ ମୋ ବସ୍ ।

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ । ଆଉ ଟ୍ୱିନସିଟି କଟକ-ଭୁବନେଶ୍ୱରରେ ମଧ୍ୟ ସଟଡାଉନ ରହିବ । ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଗାଡିମୋଟର ଓ ଦୋକାନ ବଜାର ବନ୍ଦ ରହିବ । ଏପରିକି ଲୋକଙ୍କ ଯାତାୟତ ଉପରେ ମଧ୍ୟ କଟକଣା ରହିବ । ଆଉ ଏହାକୁ ଦୃଷ୍ଟିରେ ରଖି ନିୟମିତ ରୁଟରେ ଯାଉଥିବା ମୋ ବସ ସେବାକୁ ବନ୍ଦ କରାଯାଇଛି । କେବଳ ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀଙ୍କୁContinue reading “ସପ୍ତାହାନ୍ତ ସଟଡାଉନ ପାଇଁ ନିୟମିତ ରୁଟରେ ବନ୍ଦ ରହିବ ମୋ ବସ୍ ସେବା । କେବଳ ରେଳ ଷ୍ଟେସନ ଓ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେବ ମୋ ବସ୍ ।”

ଆବାସ ଯୋଜନାରେ ଅନିୟମିତତା ନେଇ ଯାଜପୁରରୁ ଆସିଲା ଅଭିଯୋଗ । ହାତଗୁଞ୍ଜା ନଦେଲେ ମିଳୁନି ଘର । ସେପଟେ ଘରପାଇ ଭଡାରେ ଲଗାଉଛନ୍ତି ହିତାଧିକାରୀ

କନକ ବ୍ୟୁରୋ :  ବିକାଶର ଧାରାରେ ନୂଆନୂଆ ପ୍ରକଳ୍ପ ସହ ସଫଳତା ସାଉଁଟୁଛି ଯାଜପୁର ଜିଲ୍ଳା । କିନ୍ତୁ ଆଜି ବି  ସରକାରୀ ଯୋଜନା ଅନେକଙ୍କ ପାଖରେ  ଅପହଂଚ । ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧାରୁ ବଂଚିତ ହେଉଥିବା ବେଳେ ଥିଲାବାଲା ଓ ଅଯୋଗ୍ୟ ବ୍ୟକ୍ତି ଲାଭ ଉଠାଉଛନ୍ତି । ଯାହା ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ସରକାରୀ ଯୋଜନାରେ ଆବାସଟିଏ ପାଇଁ ଗରିବ ଲୋକ ଚାତକ ପରି ଚାହିଁ ବସିଛିContinue reading “ଆବାସ ଯୋଜନାରେ ଅନିୟମିତତା ନେଇ ଯାଜପୁରରୁ ଆସିଲା ଅଭିଯୋଗ । ହାତଗୁଞ୍ଜା ନଦେଲେ ମିଳୁନି ଘର । ସେପଟେ ଘରପାଇ ଭଡାରେ ଲଗାଉଛନ୍ତି ହିତାଧିକାରୀ”

ଟୁଇନ୍ ସିଟି ସଟଡାଉନକୁ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ । ଅମାନିଆ ନିୟମ ଭାଙ୍ଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ରାଜଧାନୀକୁ ଜଗିବେ ୨୦ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର ।

କନକ ବ୍ୟୁରୋ: ଆସନ୍ତାକାଲିଠୁ ଟୁଇନ୍ ସିଟିରେ ଲାଗୁ ହେବାକୁ ଯାଉଛି ସଟଡାଉନ୍ । ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ଆସନ୍ତାକାଲିଠୁ ଦୁଇ ଦିନ ଧରି ଟୁଇନସିଟିରେ ସଟଡାଉନ୍ କଟକଣା ବଳବତ୍ତର ରହିବ । ନାକାବନ୍ଦୀ କରି ପୋଲିସ ଅଫିସରମାନେ ଚେକିଂ ଜୋରଦାର କରିବେ । ତେଣୁ ସମସ୍ତେ ନିୟମ ଅନୁପାଳନ କରିବା ସହିତ ପୋଲିସଙ୍କୁ ସାହାଯ୍ୟ କରିବାକୁ ସିପି ଅନୁରୋଧContinue reading “ଟୁଇନ୍ ସିଟି ସଟଡାଉନକୁ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ । ଅମାନିଆ ନିୟମ ଭାଙ୍ଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ରାଜଧାନୀକୁ ଜଗିବେ ୨୦ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର ।”

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପୁଣି ମିଳିବ ମାଗଣା ରାସନ । ୮୦ କୋଟି ଲୋକ ହେବେ ଲାଭାନ୍ୱିତ

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ମାଧ୍ୟମରେ ପୁଣି ଗରିବ ଲୋକମାନଙ୍କୁ ରାସନ ଯୋଗାଇବାକୁ ଘୋଷଣା କରିଛନ୍ତି । ଏଥର ୨ ମାସ ପର୍ଯ୍ୟନ୍ତ ପ୍ରତି ଲୋକକୁ ୫ କେଜି ଲେଖାଏଁ ରାସନ ଦିଆଯିବ ବୋଲି କୁହାଯାଇଛି । ଏହି ରାସନ ମେ ଓ ଜୁନ ମାସରେ ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କର ଏହି ମାଗଣା ରାସନ ମାଧ୍ୟମରେ ଦେଶରେ ୮୦ କୋଟି ଲୋକContinue reading “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପୁଣି ମିଳିବ ମାଗଣା ରାସନ । ୮୦ କୋଟି ଲୋକ ହେବେ ଲାଭାନ୍ୱିତ”

କ୍ୟାସଲେସ୍ ହେବ କରୋନା ଚିକିତ୍ସା । ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଲେ “ଆଇଆରଡିଏଆଇ”

କନକ ବ୍ୟୁରୋ : ସାରା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହାରି ମଧ୍ୟରେ ବୀମା ବିନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବାକୁ ଏକ ବଡ ଘୋଷଣାContinue reading “କ୍ୟାସଲେସ୍ ହେବ କରୋନା ଚିକିତ୍ସା । ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଲେ “ଆଇଆରଡିଏଆଇ””

Design a site like this with WordPress.com
Get started