କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ପ୍ରତିଦିନ ଅଲୋଡା ରେକର୍ଡ ସୃଷ୍ଟି ହେଉଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ଭିତରେ ସାରାଦେଶରୁ ୩ ଲକ୍ଷ ୩୨ ହଜାର ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨ ହଜାର ୨୬୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ଗୋଟିଏ ଦିନରେ ୩ ଲକ୍ଷ ୧୪Continue reading “କରୋନା ସଂକ୍ରମଣର ସ୍ଥଙ୍ଗୀନ ସ୍ଥିତିରେ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା ।”
Author Archives: Raghaba
କୋଭିଡ ରୋଗୀଙ୍କ ପାଇଁ ସଂଜୀବନୀ ପାଲଟିଛି ଅମ୍ଲଜାନ । ଶୀଘ୍ର ଯୋଗାଣ ପାଇଁ ଆକାଶପଥରେ ଆରମ୍ଭ ହେଲା ଅକ୍ସିଜେନ ସିଲିଣ୍ଡର ଯୋଗାଣ ।
କନକ ବ୍ୟୁରୋ: ଦେଶରେ ଆକାଶପଥରେ ଆରମ୍ଭ ହୋଇଛି ଅମ୍ଲଜାନ ଯୋଗାଣ । ବାୟୁସେନାର ବିଶାଳ କାର୍ଗୋ ବିମାନ ଅକ୍ସିଜେନ୍ ଟ୍ୟାଙ୍କର ନେଇ ଦିଲ୍ଲୀରେ ପହଂଚିଛି । ଏବେର ପରିସ୍ଥିତିରେ ଏହି ଅମ୍ଲଜାନ କରୋନା ଆକ୍ରନ୍ତଙ୍କ ପାଇଁ ସଂଜୀବନୀ ପାଲଟିଛି । ସେହିପରି ତେଲେଙ୍ଗାନା ହାଇଦ୍ରାବାଦରେ ମଧ୍ୟ ଆକାଶପଥରେ ଅମ୍ଲଜାନ ଯୋଗାଣ ଆରମ୍ଭ ହୋଇଛି । ଫଳରେ ଅତି କମ୍ ସମୟ ମଧ୍ୟରେ ଏବେ ଅକ୍ସିଜେନ୍ ଟ୍ୟାଙ୍କର ଯୋଗାଣ ହୋଇପାରୁଛି । ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣContinue reading “କୋଭିଡ ରୋଗୀଙ୍କ ପାଇଁ ସଂଜୀବନୀ ପାଲଟିଛି ଅମ୍ଲଜାନ । ଶୀଘ୍ର ଯୋଗାଣ ପାଇଁ ଆକାଶପଥରେ ଆରମ୍ଭ ହେଲା ଅକ୍ସିଜେନ ସିଲିଣ୍ଡର ଯୋଗାଣ ।”
କରୋନା ମହାମାରୀ ଭିତରେ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍ଗୀନ । ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ନା ମିଳୁଛି ବେଡ୍ ନା ମିଳୁଛି ଆଡମିସନ ।
କନକ ବ୍ୟୁରୋ: କରୋନା ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ ଦିଲ୍ଲୀ । ଆଉ ଏହାର ଚିତ୍ର ଏବେ ଦେଖିବାକୁ ମିଳୁଛି । ହସ୍ପିଟାଲ ବେଡ୍, ଅକ୍ସିଜେନ୍ ଓ କରୋନା ଟିକା ଉପଲବ୍ଧ ଥିବା ନେଇ ସରକାରଙ୍କ ବାରମ୍ବାର ଆଶ୍ୱାସନା ସତ୍ୱେ ପ୍ରକୃତ ସ୍ଥିତି କିଭଳି ରହିଛି, ତାର ପ୍ରମାଣ ଦେଉଛି ଦିଲ୍ଲୀରେ ଥିବା ଲୋକନାୟକ ଜୟପ୍ରକାଶ ହସ୍ପିଟାଲରୁ ପ୍ରତିଦିନ ଆସୁଥିବା ଉଦବେଗଜନକ ଚିତ୍ର । କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟContinue reading “କରୋନା ମହାମାରୀ ଭିତରେ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍ଗୀନ । ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ନା ମିଳୁଛି ବେଡ୍ ନା ମିଳୁଛି ଆଡମିସନ ।”
ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ବକେଶନ ହରିଚନ୍ଦନ ହେଲେ ପିପିଲି ପାଇଁ କଂଗ୍ରେସ ପ୍ରାର୍ଥୀ ।
କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସର ପିପିଲି ପ୍ରାର୍ଥୀ । ଆଜି ତାଙ୍କ ନାଁକୁ ଏଆଇସିସି ଅନୁମୋଦନ କରିବା ସହିତ ସେ ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ବାସିନ୍ଦା ବିଶ୍ୱକେଶନ ମହାପାତ୍ର । ସେ ଜିଲ୍ଲା କଂଗ୍ରେସର ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି । #ବିଶ୍ୱକେଶନ_କଂଗ୍ରେସର #ପିପିଲି_ଯୋଦ୍ଧା ପିପିଲି ଉପନିର୍ବାଚନ ପାଇଁContinue reading “ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ବକେଶନ ହରିଚନ୍ଦନ ହେଲେ ପିପିଲି ପାଇଁ କଂଗ୍ରେସ ପ୍ରାର୍ଥୀ ।”
ଅକ୍ସିଜେନ୍ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଚର୍ଚ୍ଚାର ଭିଡିଓ ସେୟାର କରି ସମାଲୋଚନାର ଶିକାର ହେଲେ କେଜ୍ରିୱାଲ ।
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଛି । ଏତିକି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନକୁ ନେଇ ଦିଲ୍ଲୀ ସମ୍ମୁଖୀନ ହେଉଥିବା ସମସ୍ୟାର ଗୋଟି ଗୋଟି ତଥ୍ୟ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ରଖିଛନ୍ତି । କିନ୍ତୁ ଏସବୁ ଭିତରେ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତବ୍ୟର ସିଧାପ୍ରସାରଣକୁ ନେଇ ବିବାଦ ଉଠିଛି । ଆଉ ଏହାକୁ ପରମ୍ପରାର ଉଲ୍ଲଙ୍ଘନ ହୋଇଛି କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତିContinue reading “ଅକ୍ସିଜେନ୍ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘେରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଚର୍ଚ୍ଚାର ଭିଡିଓ ସେୟାର କରି ସମାଲୋଚନାର ଶିକାର ହେଲେ କେଜ୍ରିୱାଲ ।”
କରୋନାରେ ଚାଲିଗଲା ଜୀବନ । ୧୫ ଘଂଟା ଧରି ପଡ଼ି ରହିଲା ଶବ, ଶୁଣିଲାନି ପ୍ରଶାସନ । ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ହେଲା ଶବଦାହ ।
କନକ ବ୍ୟୁରୋ: କରୋନା କାଳରେ ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ମଣିଷ କେବେ କଳ୍ପନା କରିନଥିଲା । ଗୋଟିଏ ମୃତଦେହକୁ ଜରିରେ ଗୁଡାଇ ଦିଆଯାଇଛି । ଆଉ ଶବକୁ ଦାହ କରିଛନ୍ତି ୪ ଜଣ ସ୍ୱେଚ୍ଛାସେବୀ । କାହିଁକି ନାଁ ଜଣେ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଥିବାରୁ ୧୫ ଘଂଟା ଧରି ପଡିରହିଥିଲା ଶବ । ହେଲେ ପ୍ରଶାସନ ଶୁଣିଲାନି ଆଉ ଶବକୁ ମିଳିଲାନି ସମ୍ମାନ । ତେଣୁ ଶେଷରେ ସ୍ୱେଚ୍ଛାସେବୀଙ୍କ ପ୍ରୟାସରେContinue reading “କରୋନାରେ ଚାଲିଗଲା ଜୀବନ । ୧୫ ଘଂଟା ଧରି ପଡ଼ି ରହିଲା ଶବ, ଶୁଣିଲାନି ପ୍ରଶାସନ । ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ହେଲା ଶବଦାହ ।”
ବେଦୀରେ କନିଆଁ, ବାଟରେ ବର । ପଶ୍ଚିମବଙ୍ଗରୁ ଓଡ଼ିଶା ବାହା ହେବା ପାଇଁ ଆସୁଥିବା ଦୁଇ ବର ବାଲେଶ୍ୱର ସୀମାରେ ଅଟକ ।
କନକ ବ୍ୟୁରୋ: କରୋନା କାଳରେ ଦହଗଞ୍ଜ ହେଉଛନ୍ତି ଲୋକେ । କେଉଁଠି ଚିକିତ୍ସା ପାଇଁ ରୋଗୀ ହସ୍ପିଟାଲକୁ ଚାହିଁ ରହିଛି ତ ଆଉ କେଉଁଠି ଶ୍ମଶାନରେ ଅପେକ୍ଷା କରି ରହିଛି ଶବ । ଭୂତାଣୁ କେବଳ ସ୍ୱାସ୍ଥ୍ୟ ସେବାକୁ ଦୋହଲାଇ ଦେଇନି, ବରଂ ସାମାଜିକ ସଂକଟ ଭାବେ ଠିଆ ହୋଇଛି । ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାରୁ ଆସିଛି ଏମିତି ଏକ ଖବର, ଯେଉଁଥିରେ ଭୂତାଣୁ ଯୋଗୁଁ ସୀମାରେ ଅଟକି ରହିଛି ବର ଆଉ ବରକୁ ଅପେକ୍ଷାContinue reading “ବେଦୀରେ କନିଆଁ, ବାଟରେ ବର । ପଶ୍ଚିମବଙ୍ଗରୁ ଓଡ଼ିଶା ବାହା ହେବା ପାଇଁ ଆସୁଥିବା ଦୁଇ ବର ବାଲେଶ୍ୱର ସୀମାରେ ଅଟକ ।”
କରୋନାରେ ଅଣନିଃଶ୍ୱାସୀ ଭାରତ, ସଞ୍ଜିବନୀ ଯୋଗାଉଛି ଓଡିଶା । ଅକ୍ସିଜେନ ଅଭାବ ଥିବା ୬ ରାଜ୍ୟକୁ ସହାୟତାର ହାତ ବଢାଇଲା ଓଡିଶା ।
କନକ ବ୍ୟୁରୋ: କୋଭିଡରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ବାହାର ରାଜ୍ୟରେ ଅକ୍ସିଜେନର କେତେ ଆବଶ୍ୟକତା ରହିଛି, ତାହା ଆପଣ ଜାଣିଥିବେ । ଏହାରି ଭିତରେ ଯାଜପୁୁର କଳିଙ୍ଗନଗର ଟାଟାଷ୍ଟିଲ କାରଖାନାରୁ ଗଡିଛି ଅକ୍ସିଜେନ ଗାଡି । ଆଗେ ଆଗେ ଚାଲିଛି ଏସକର୍ଟ ଭ୍ୟାନ, ପଛେ ପଛେ ଚାଲିଛି ଅକ୍ସିଜେନ ଟ୍ୟାଙ୍କର । ଯାଜପୁର ପୋଲିସର ଏସକର୍ଟରେ ୫ଟି ଅକ୍ସିଜେନ ଟ୍ୟାଙ୍କର ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭିମୁଖେ ବାହାରିଛନ୍ତି । କରୋନା କାଳରେ ଅକ୍ସିଜେନContinue reading “କରୋନାରେ ଅଣନିଃଶ୍ୱାସୀ ଭାରତ, ସଞ୍ଜିବନୀ ଯୋଗାଉଛି ଓଡିଶା । ଅକ୍ସିଜେନ ଅଭାବ ଥିବା ୬ ରାଜ୍ୟକୁ ସହାୟତାର ହାତ ବଢାଇଲା ଓଡିଶା ।”
କାଲିଠାରୁ ଦୁଇ ଦିନିଆ ସହର ହେବ ସଟଡାଉନ୍। କଟକଣାରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ରହିବ ବନ୍ଦ ।
କନକ ବ୍ୟୁରୋ: ସକାଳୁ ଘଂଟାଏ କୋହଳ ହେବ ସପ୍ତାହନ୍ତ ସଟଡାଉନ୍। ପ୍ରାତଃ ଭ୍ରମଣ ଓ ବ୍ୟାୟମ ପାଇଁ କଟକଣାକୁ ଘଂଟାଏ ପାଇଁ କୋହଳ କରାଯିବ । ତେବେ ଶନି ଓ ରବିବାର ସକାଳ ୫ଟାରୁ ୬ ଯାଏଁ ଲୋକମାନେ ମର୍ଣ୍ଣି ୱାକ୍, ଜଗିଂ ଓ ସାଇକେଲିଂ କରିପାରିବେ । ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ସପ୍ତାହାନ୍ତ ସଟଡାଉନ । ଆଜିର ନାଇଟ୍ କର୍ଫ୍ୟୁ ସମୟରୁ ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ ରହିବ । ଅର୍ଥାତ୍ ଆଜିContinue reading “କାଲିଠାରୁ ଦୁଇ ଦିନିଆ ସହର ହେବ ସଟଡାଉନ୍। କଟକଣାରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ରହିବ ବନ୍ଦ ।”
ଚିନ୍ତା ବଢ଼ାଉଛି ବେଙ୍ଗଲ ଭାଇରସ । ବିଶେଷଜ୍ଞ କହିଲେ, ଡବଲ ମ୍ୟୁଟାଂଟ ଠାରୁ ଅଧିକ କ୍ଷତିକାରକ ଟ୍ରିପଲ ମ୍ୟୁଟାଂଟ ।
କନକ ବ୍ୟୁରୋ: ଡବଲ୍ ମ୍ୟୁଟାଂଟ କରୋନା ଭୂତାଣୁ ସାରା ଦେଶର ନିଦ ହଜାଇ ଦେଇଥିବା ବେଳେ ଏବେ ଭୟ ବଢ଼ାଇଛି ଟ୍ରିପଲ୍ ମ୍ୟୁଟାଂଟ । ଡବଲ ମ୍ୟୁଟାଂଟ କରୋନା ଭୂତାଣୁର ବିବର୍ତ୍ତନ ଘଟିବା ସହ ୩ଟି ଷ୍ଟ୍ରେନ୍ ମିଶି ଏହି ଟ୍ରିପଲ ମ୍ୟୁଟାଂଟ ଭୂତାଣୁର ଉତ୍ପତି ହୋଇଛି । ଏଥିରେ ରହିଛି ଘାତକ ସାଉଥ୍ ଆଫ୍ରିକା ଷ୍ଟ୍ରେନ୍ ‘ଋ୪୮୪କ’ । ଏହି ଭୂତାଣୁ ସହଜରେ ଶରୀରର ପ୍ରତିରକ୍ଷା ବଳୟକୁ ଭେଦ କରିବା ପାଇଁ ସମର୍ଥ । ତେଣୁContinue reading “ଚିନ୍ତା ବଢ଼ାଉଛି ବେଙ୍ଗଲ ଭାଇରସ । ବିଶେଷଜ୍ଞ କହିଲେ, ଡବଲ ମ୍ୟୁଟାଂଟ ଠାରୁ ଅଧିକ କ୍ଷତିକାରକ ଟ୍ରିପଲ ମ୍ୟୁଟାଂଟ ।”