କରୋନା ମୁକାବିଲା ପାଇଁ ଆଉ ଏକ ଔଷଧକୁ ମଞ୍ଜୁରୀ । ‘ଭିରାଫିନ୍’କୁ ମଞ୍ଜୁରୀ ଦେଲା ଡିଜିସିଆଇ । 

କନକ ବ୍ୟୁରୋ :ଭାଇରସ ମାରିବ ଭିରାଫିନ! କରୋନା ମୁକାବିଲାରେ ଭିରାଫିନ ଔଷଧ ବ୍ୟବହାରକୁ ମଞ୍ଜୁରୀ ଦେଇଛି ଭାରତୀୟ ଔଷଧ ନିୟାମକ ବା ଡିଜିସିଆଇ । ଔଷଧ ନିର୍ମାଣକାରୀ କମ୍ପାନୀ ଜାଏଡ଼ସ କାଡ଼ିଲା ଦ୍ୱାରା ପ୍ରସ୍ତୁତ ଭିରାଫିନକୁ ଭାରତୀୟ ଔଷଧ ନିୟାମକ ବା ଡିଜିସିଆଇ ଅନୁମୋଦନ ଦେଇଛି । ଜରୁରୀକାଳୀନ ବ୍ୟବହାର ପାଇଁ ଡିଜିସିଆଇ ଏହି ଔଷଧକୁ ବ୍ୟବହାର ପାଇଁ ଅନୁମତି ଦେଇଛି । କରୋନା ରୋଗୀଙ୍କ ପାଇଁ ବର୍ତ୍ତମାନ ଫାଭିପିରାଭିର ଓ ରେମଡେସିଭିର ବ୍ୟବହାର କରାଯାଉଛି ଜ୍ଝContinue reading “କରୋନା ମୁକାବିଲା ପାଇଁ ଆଉ ଏକ ଔଷଧକୁ ମଞ୍ଜୁରୀ । ‘ଭିରାଫିନ୍’କୁ ମଞ୍ଜୁରୀ ଦେଲା ଡିଜିସିଆଇ । “

ହାଏରେ କରୋନା ଏ କି କଲୁ… ସ୍ତ୍ରୀ ଆଖି ଆଗରେ ସ୍ୱାମୀକୁ ଶବ କରିଦେଲୁ… ଭୂତାଣୁ ଭୟରେ ଭିଟାମାଟି ଫେରୁଥିଲେ, ଅଧାବାଟରେ ଶବ ପାଲଟିଗଲେ

କନକ ବ୍ୟୁରୋ: ଭୂତାଣୁ ଭୟରେ ଭିଟାମାଟି ଫେରୁଥିଲେ । ଜୀବନ ଯିବା ଆଗରୁ ପ୍ରାଣକୁ ପୁଟୁଳିରେ ବାନ୍ଧି ଘରମୁହାଁ ହେଉଥିଲେ । ହେଲେ ଘରେ ପହଞ୍ଚିବା ଆଗରୁ ଅଧା ରାସ୍ତାରେ ଉଡିଗଲା ପ୍ରାଣ । ଶବ ହେଲା ଶ୍ରମିକ, ମୁର୍ଦ୍ଦାର ପାଲଟିଲା ଦାଦନରୁ ଫେରୁଥିବା ମଣିଷ । ଆଉ ସ୍ତ୍ରୀ ଆଗରେ ସବୁଦିନ ପାଇଁ ଆଖିବୁଜିଲା ସ୍ୱାମୀ । କରୋନା ଭିତରେ ପୁଣି ଓଲଟିଲା ଗତବର୍ଷର ପୃଷ୍ଠା । କୋରାପୁଟରୁ ଆସିଲା ସେମିତି ଏକ କରୁଣ କାହାଣୀContinue reading “ହାଏରେ କରୋନା ଏ କି କଲୁ… ସ୍ତ୍ରୀ ଆଖି ଆଗରେ ସ୍ୱାମୀକୁ ଶବ କରିଦେଲୁ… ଭୂତାଣୁ ଭୟରେ ଭିଟାମାଟି ଫେରୁଥିଲେ, ଅଧାବାଟରେ ଶବ ପାଲଟିଗଲେ”

ଅକ୍ସିଜେନ ଅଭାବ ଦୂର କରିବାକୁ ଓଡ଼ିଶା ବଢ଼ାଇଲା ସହାୟତାର ହାତ । ଯେକୌଣସି ରାଜ୍ୟ ଅକ୍ସିଜେନ୍ ମାଗିଲେ ପଠାଇବ ଓଡ଼ିଶା ।

କନକ ବ୍ୟୁରୋ: ଅକ୍ସିଜେନ ଅଭାବ ଭିତରେ ଓଡ଼ିଶା ବଢ଼ାଇଲା ସହାୟତାର ହାତ । ଅକ୍ସିଜେନ୍ ଅଭାବ ଥିବା ରାଜ୍ୟକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ୬ଟି ରାଜ୍ୟକୁ ଲଗାତାର ଭାବରେ ପଠାଯାଉଛି ଅକ୍ସିଜେନ୍ । ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ବିହାରକୁ ଓଡ଼ିଶା ପଠାଉଛି ଅକ୍ସିଜେନ । ସବୁଠାରୁ ବଡ଼ କଥା ହେଲା, ଅକ୍ସିଜେନ୍ ଯୋଗାଣ ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ୨୪ ଘଣ୍ଟିଆContinue reading “ଅକ୍ସିଜେନ ଅଭାବ ଦୂର କରିବାକୁ ଓଡ଼ିଶା ବଢ଼ାଇଲା ସହାୟତାର ହାତ । ଯେକୌଣସି ରାଜ୍ୟ ଅକ୍ସିଜେନ୍ ମାଗିଲେ ପଠାଇବ ଓଡ଼ିଶା ।”

ଆକାଶ ବିକାଶଙ୍କ ଠେଲାଗାଡ଼ି, ଅଭାବ ଭିତରେ ଯାଉଛି ଗଡ଼ି । ବାପା ଆଖିବୁଜିବାର ୪ ବର୍ଷ ପରେ ମାଡ଼ି ବସିଛି ଅଭାବ-ଅନଟନ ।

କନକ ବ୍ୟୁରୋ: ଆପଣ ଦେଖୁଥିବା ଠେଲାଗାଡ଼ିକୁ ଯିଏ ଠେଲି ଠେଲି ନେଉଛନ୍ତି ସେମାନେ ହେଉଛନ୍ତି ଦୁଇ ଭାଇ । ଜଣେ ବିକାଶ ହେଲେ ଆଉ ଜଣେ ଆକାଶ, ଆଉ ଏବେ ତାଙ୍କର ସ୍କୁଲ ଯିବା ବୟସ କିନ୍ତୁ ବିଧାତା ତାଙ୍କୁ ବାଟରେ ଆଣି ଛିଡ଼ା କରିଛି । ପରିବାରର ବୋଝ ଆଉ ପେଟର ଭୋକ ଏତେ ଅକଥନୀୟ ଯେ, ଦୁଇ ଭାଇ ଗାଁ ଦାଣ୍ଡରୁ ଗଳିକନ୍ଦି ଠେଲାଗାଡ଼ି ନେଇ ନବୁଲିଲେ ପରିବାର ପେଟରେ ମୁଠେ ଦାନା ପଡ଼ିବାContinue reading “ଆକାଶ ବିକାଶଙ୍କ ଠେଲାଗାଡ଼ି, ଅଭାବ ଭିତରେ ଯାଉଛି ଗଡ଼ି । ବାପା ଆଖିବୁଜିବାର ୪ ବର୍ଷ ପରେ ମାଡ଼ି ବସିଛି ଅଭାବ-ଅନଟନ ।”

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦାବି : କହିଲେ, ଦେଶର ଅକ୍ସିଜେନ୍ ପ୍ଲାଂଟକୁ ନିୟନ୍ତ୍ରଣକୁ ନେଉ ସେନା

କନକ ବ୍ୟୁରୋ : ୧୦ଟି ସର୍ବାଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନାର ଦ୍ରୁତ ସଂକ୍ରମଣ ଓ ହସ୍ପିଟାଲ ବେଡରୁ ଆରମ୍ଭ କରି ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଅଭିଯୋଗ ଭିତରେ ସ୍ଥିତିର ସମୀକ୍ଷା କରିଛନ୍ତି ମୋଦି । ତେବେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଚର୍ଚ୍ଚାବେଳେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶରେ ଅକ୍ସିଜେନ୍ ପ୍ଲାଂଟଗୁଡିକୁ ସେନା ନିଜ ନିୟନ୍ତ୍ରଣକୁ ନେବା ଦରକାରContinue reading “ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦାବି : କହିଲେ, ଦେଶର ଅକ୍ସିଜେନ୍ ପ୍ଲାଂଟକୁ ନିୟନ୍ତ୍ରଣକୁ ନେଉ ସେନା”

ଭୟ ବଢାଉଛି ଟ୍ରିପଲ ମ୍ୟୁଟାଂଟ କରୋନା ଭୂତାଣୁ : ପଶ୍ଚିମବଙ୍ଗ ସୀମାରେ ପ୍ରଶାସନର କଡ଼ା କଟକଣା, ଅଟକି ରହିଲା ବର

କନକ ବ୍ୟୁରୋ : ବଙ୍ଗଳା ସୀମାରେ ଅଟକି ରହିଛି ବର । କେମିତି ହେବ ବାହାଘର । ପଶ୍ଚିମବଙ୍ଗରୁ ଆସୁଥିବା ବରଗାଡିକୁ ଓଡିଶା ଭିତରକୁ ଯିବା ପାଇଁ ଅନୁମତି ମିଳିବ ନା ନାହିଁ । ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ବରପକ୍ଷ । ତେବେ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଂଟ କରୋନା ଭୂତାଣୁକୁ ନେଇ ରାଜ୍ୟ ସରକାର ଅଧିକ ସଚେତନ ହୋଇଛନ୍ତି । ପଶ୍ଚିମବଙ୍ଗ ସୀମାକୁ ସିଲ କରି ଦିଆଯାଇଛି । ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତିଙ୍କ ଉପରେContinue reading “ଭୟ ବଢାଉଛି ଟ୍ରିପଲ ମ୍ୟୁଟାଂଟ କରୋନା ଭୂତାଣୁ : ପଶ୍ଚିମବଙ୍ଗ ସୀମାରେ ପ୍ରଶାସନର କଡ଼ା କଟକଣା, ଅଟକି ରହିଲା ବର”

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିଫଳତାକୁ ନେଇ ବର୍ଷିଲା ବିଜେପି । କହିଲା ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ,ଟ୍ରେସିଂ ଏବଂ ଟ୍ରିଟମେଣଣ୍ଟକୁ ଅନୁଶୀଳନ କରିବାରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଫଳ

କନକ ବ୍ୟୁରୋ : ଓଡିଶାରେ କରୋନା ସ୍ଥିତି ଦିନକୁ ଦିନ ବେହାଲ ହେବାରେ ଲାଗିଛି । ବିଶେଷ ଭାବେ ପଶ୍ଚିମ ଓଡିଶାରେ ସ୍ଥିତି ପୁରା ସଂଗୀନ ହୋଇଛି । ଏଭଳି ସ୍ଥଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଲେନ୍ସ ଲଗାଇ ଖୋଜିବାକୁ ପଡୁଛି ବୋଲି ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ,ଟ୍ରେସିଂ ଏବଂ ଟ୍ରିଟମେଣଣ୍ଟକୁ ଅନୁଶୀଳନ କରିବାରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଫଳ  ହୋଇଛନ୍ତିContinue reading “ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିଫଳତାକୁ ନେଇ ବର୍ଷିଲା ବିଜେପି । କହିଲା ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ,ଟ୍ରେସିଂ ଏବଂ ଟ୍ରିଟମେଣଣ୍ଟକୁ ଅନୁଶୀଳନ କରିବାରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଫଳ”

ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

କନକ ବ୍ୟୁରୋ : ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି । ପଶ୍ଚିମବଙ୍ଗରୁ ଯେଉଁମାନେ ଫେରୁଛନ୍ତି ସେମାନେ କ୍ୱାରେଂଟିନରେ ରହିବେ । ଏବେ କୋଭିଡ଼ ପାଇଁ ରାଜ୍ୟରେ ୧୧ହଜାରରୁ ଅଧିକା ବେଡ଼ ପ୍ରସ୍ତୁତ ଅଛି । ଏବେ ସୁଦ୍ଧା ୨୭ଶହ ରୋଗୀ ବେଡ଼ରେ ଅଛନ୍ତି । ଅକ୍ସିଜେନର ଅଭାବ ନାହିଁ । ଓଡ଼ିଶା ଏବେ ବାହାର ରାଜ୍ୟକୁ ଅକ୍ସିଜେନ୍ ଯୋଗାଇଦେଉଛି । ଆବଶ୍ୟକତା ଅନୁସାରେ ବେଡ଼ ବୃଦ୍ଧି କରାଯିିବ । ହସ୍ପିଟାଲ କରିବା ପାଇଁ ଘର ଚିହ୍ନଟ ହୋଇContinue reading “ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା”

ଶନି-ରବି ସଟଡାଉନରେ ଘଣ୍ଟାଏ କୋହଳ । ସୂଚନା ଦେଲେ ଏସଆରସି, ଜାଣନ୍ତୁ କାହିଁକି ଘଣ୍ଟାଏ କୋହଳ କଲେ ସରକାର?

କନକ ବ୍ୟୁରୋ : ସପ୍ତାହନ୍ତ ସଟଡାଉନରେ ଘଣ୍ଟାଏ କୋହଳ । ସକାଳ ୫ଟାରୁ ୬ଟା ଯାଏଁ ଲୋକଙ୍କୁ ଘଣ୍ଟାଏ କୋହଳ ଦିଆଯିବ । ତେବେ ଏହି ସମୟରେ କେବଳ ମର୍ଣ୍ଣିଂ ୱାର୍କ, ଜଗିଂ ଓ ସାଇକେଲିଂ କରିପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସପ୍ତାହନ୍ତ ସଟଡାଉନର ସମୟକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ବେଳେ ଏହା ବାବଦରେ ସମସ୍ତ ସୂଚନା ଦେଇଛନ୍ତି ଏସଆରସି । ଶୁକ୍ରବାରରୁ ଆରମ୍ଭ ହେବାକୁ ଥିବା ନାଇଟକର୍ଫ୍ୟୁContinue reading “ଶନି-ରବି ସଟଡାଉନରେ ଘଣ୍ଟାଏ କୋହଳ । ସୂଚନା ଦେଲେ ଏସଆରସି, ଜାଣନ୍ତୁ କାହିଁକି ଘଣ୍ଟାଏ କୋହଳ କଲେ ସରକାର?”

ସୁପ୍ରିମକୋର୍ଟଙ୍କ କୋଭିଡ ମାମଲାର ଶୁଣାଣି । ଓହରିଗଲେ ‘ଆମିକସ୍ କ୍ୟୁରି’ ନିଯୁକ୍ତ ହରିଶ ସାଲଭେ

କନକ ବ୍ୟୁରୋ : ଭାରତରେ କୋଭିଡ-୧୯ ସଂକଟର ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୁମିକାକୁ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣିରେ କୋର୍ଟଙ୍କୁ ସହଯୋଗ କରିବା ନିମନ୍ତେ ‘ଆମିକସ୍ କ୍ୟୁରି’ ଭାବେ ନିଯୁକ୍ତ ଆଡ୍ଭୋକେଟ୍ ହରିଶ ସାଲଭେ ଏଥିରୁ ଓହରିଯିବାକୁ ନିବେଦନ କରିଛନ୍ତି । ସେ ତାଙ୍କ ଆବେଦନରେ କହିଛନ୍ତି କି କୋର୍ଟ ଶୁଣାଣି କରିବାକୁ ଯାଉଥିବା ଏହି ମାମଲା ସ୍ପର୍ଶକାତର ମାମଲାଗୁଡିକ ଭିତରୁ ଅନ୍ୟତମ । ଦେଶ ଏବେ କରୋନା ସଂକ୍ରମଣକୁ ନେଇ ଉଦବେଗଜନକ ସ୍ଥିତିରେ ରହିଛିContinue reading “ସୁପ୍ରିମକୋର୍ଟଙ୍କ କୋଭିଡ ମାମଲାର ଶୁଣାଣି । ଓହରିଗଲେ ‘ଆମିକସ୍ କ୍ୟୁରି’ ନିଯୁକ୍ତ ହରିଶ ସାଲଭେ”

Design a site like this with WordPress.com
Get started