କନକ ବ୍ୟୁରୋ : କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ୬ହଜାରରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ । ୨୪ଘଂଟା ଭିତରେ ରାଜ୍ୟରୁ ୬ହଜାର ୨ଶହ ୧୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ହଜାର ୬ଶହ ୪ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୬ଶହ ୧୧ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ସଂକ୍ରମିତ ଚିହ୍ନଟ ତାଲିକାରେ ଆଜି ଖୋର୍ଦ୍ଧା ଜିଲ୍ଲା ରହିଛି ସବୁଠୁ ଆଗରେ । ଖୋର୍ଦ୍ଧାରୁContinue reading “କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୬ହଜାରରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୯ଶହ୫୦ ସଂକ୍ରମିତ, ସୁନ୍ଦରଗଡ଼ରୁ ୬ଶହ୮୪ ଓ କଳାହାଣ୍ଡି ୬ଶହ ୮୨ ଆକ୍ରାନ୍ତ”
Author Archives: Raghaba
ଲୋକଙ୍କୁ ଦାରିଦ୍ର୍ୟ ଆଡକୁ ଠେଲୁଛି କରୋନା । ମେ’ ଶେଷ ସୁଦ୍ଧା ସଂକ୍ରମଣ ନିୟନ୍ତ୍ରଣକୁ ନଆସିଲେ ଭୟଙ୍କର ହେବ ସ୍ଥିତି
ପ୍ରଥମ ଲହର କରୋନା ସଂକ୍ରମଣ ଅନେକ ଭାରତୀୟଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଇଛି । ଲକ୍ଡାଉନ୍ ପାଇଁ ଅନେକଙ୍କର ଚାକିରି ଏବଂ ଜୀବିକା ଚାଲିଯାଇଛି । ଏକ ଅଧ୍ୟୟନ ଅନୁଯାୟୀ ପ୍ରଥମ ଲହର କରୋନା ସଂକ୍ରମଣ ପାଇଁ ଦେଶରେ ଦାରିଦ୍ର୍ୟ ଦ୍ବିଗୁଣା ହୋଇଛି । ଦେଶବ୍ୟାପୀ ଲକ୍ଡାଉନ୍ ହେବାପରେ ଭାରତରେ ଅଧିକାଂଶ ଲୋକଙ୍କ ରୋଜଗାର ସ୍ତର ଅତି ଦ୍ରୁତ ଗତିରେ ଖସି ଆସିଛି ବୋଲି ବିଶ୍ବ ବ୍ୟାଙ୍କ୍ ଆକଳନରୁ ଜଣାପଡ଼ିଛି ଏବଂ ଏହାକୁ ଆଧାର କରି ପିଉContinue reading “ଲୋକଙ୍କୁ ଦାରିଦ୍ର୍ୟ ଆଡକୁ ଠେଲୁଛି କରୋନା । ମେ’ ଶେଷ ସୁଦ୍ଧା ସଂକ୍ରମଣ ନିୟନ୍ତ୍ରଣକୁ ନଆସିଲେ ଭୟଙ୍କର ହେବ ସ୍ଥିତି”
ବିଶ୍ୱକେତନ ମହାପାତ୍ର ହୋଇପାରନ୍ତି କଂଗ୍ରେସର ପିପିଲି ପ୍ରାର୍ଥୀ : ପିସିସି ପକ୍ଷରୁ ଏଆଇସିସିକୁ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା
କନକ ବ୍ୟୁରୋ : ବିଶ୍ୱକେତନ ମହାପାତ୍ର ହୋଇପାରନ୍ତି କଂଗ୍ରେସର ପିପିଲି ପ୍ରାର୍ଥୀ । ପିସିସି ପକ୍ଷରୁ ଏଆଇସିସିକୁ ଅନୁମୋଦନ ପାଇଁ ପଠାଯାଇଥିବା ସୁଚନା । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରହିଛି ପିପିଲି ଉପନିର୍ବାଚନ । ମେ ୧୬ରେ ପଡ଼ିବ ଭୋଟ । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ବାସିନ୍ଦା ବିଶ୍ୱକେତନ ମହାପାତ୍ର । ସେ ଜିଲ୍ଲା କଂଗ୍ରେସର ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି । ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କContinue reading “ବିଶ୍ୱକେତନ ମହାପାତ୍ର ହୋଇପାରନ୍ତି କଂଗ୍ରେସର ପିପିଲି ପ୍ରାର୍ଥୀ : ପିସିସି ପକ୍ଷରୁ ଏଆଇସିସିକୁ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା”
ରାଜଧାନୀ ଉପକଣ୍ଠରେ ଭାଲୁ : ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀ ନିକଟରୁ ୫ ଭାଲୁଛୁଆ ଉଦ୍ଧାର
କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ଭାଲୁ । ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀ ନିକଟରୁ ୫ ଭାଲୁଛୁଆ ଉଦ୍ଧାର ହୋଇଛନ୍ତି । ସକାଳେ ଏହି ଭାଲୁଛୁଆ ଉଦ୍ଧାର ହୋଇଥିଲେ । ଗତକାଲି ସନ୍ଧ୍ୟାରେ ଆଉ ୨ ଭାଲୁଛୁଆ ଉଦ୍ଧାର ହୋଇଛନ୍ତି । ଗଡଖୋର୍ଦ୍ଧା ଛକ ନିକଟ ବିପ୍ରଚରଣ ବେଉରାଙ୍କ ଘର ଭିତରୁ ଏହି ଭାଲୁ ଛୁଆଙ୍କୁ ରଖାଯାଇଥିଲା । ତେବେ ଏହି ଭାଲୁଛୁଆ କେଉଁଠୁ ଆସିଲା ତାହା ଜଣାପଡିନାହିଁ । ବରୁଣେଇ ପାହାଡରୁ ଏହି ଭାଲୁଛୁଆ ଚାଲିContinue reading “ରାଜଧାନୀ ଉପକଣ୍ଠରେ ଭାଲୁ : ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀ ନିକଟରୁ ୫ ଭାଲୁଛୁଆ ଉଦ୍ଧାର”
କାଲିଠୁ ସହରାଂଚଳରେ ସପ୍ତାହାନ୍ତ ସଟଡ଼ାଉନ୍ : ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ସହ ପୋଲିସର ଆଲୋଚନା
କନକ ବ୍ୟୁରୋ : କାଲିଠୁ ସହରାଂଚଳରେ ସପ୍ତାହାନ୍ତ ସଟଡ଼ାଉନ । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ସହ ପୋଲିସ ଆଲୋଚନା କରିଛିି । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡ଼ାଉନ୍ ଥିବା ବେଳେ କମିଶନରେଟ୍ ପୋଲିସର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ବନ୍ଦ ରହିବ ଚଳପ୍ରଚଳ । ସଟଡ଼ାଉନ୍ ବେଳେ କେବଳ ଜରୁରୀକାଳୀନ ସେବାରେ ନିୟାଜିତ ଥିବା ବ୍ୟକ୍ତିଙ୍କୁ ବାଦ୍ ଦେଲେ ଆଉContinue reading “କାଲିଠୁ ସହରାଂଚଳରେ ସପ୍ତାହାନ୍ତ ସଟଡ଼ାଉନ୍ : ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ସହ ପୋଲିସର ଆଲୋଚନା”
ମୁମ୍ବାଇର କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ : ବିଜୟ ବଲ୍ଲଭ ହସ୍ପିଟାଲ ଆଇସିୟୁରେ ନିଆଁ ଲାଗି ୧୩ ରୋଗୀ ମୃତ
କନକ ବ୍ୟୁରୋ : ମୁମ୍ବାଇ ପାଲଘର ଜିଲ୍ଲା ବିରାର ସ୍ଥିତ ବିଜୟ ବଲ୍ଲଭ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ରୋଗୀଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କରୋନା ସଂକ୍ରମଣର ସଂକଟ ଭିତରେ ମୁମ୍ବାଇରେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଅଘଟଣ ସାମ୍ନାକୁ ଆସୁଛି । ବୁଧବାରେ ନାସିକର ଏକ ହସ୍ପିଟାଲରେ ଅକ୍ସିଜେନ ଲିକେଜ ହୋଇ ୨୨ଜଣ ରୋଗୀଙ୍କ ପ୍ରାଣହାନି ହୋଇଥିଲା । ଆଉContinue reading “ମୁମ୍ବାଇର କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ : ବିଜୟ ବଲ୍ଲଭ ହସ୍ପିଟାଲ ଆଇସିୟୁରେ ନିଆଁ ଲାଗି ୧୩ ରୋଗୀ ମୃତ”
ଟିକା ନେଲେ ସଂକ୍ରମଣ ଆଶଙ୍କା କ୍ଷୀଣ । ୧୦ହଜାର ଲୋକଙ୍କ ମଧ୍ୟରୁ ସଂକ୍ରମିତ ହେଉଛନ୍ତି ମାତ୍ର ୨ରୁ ୪ଜଣ । ପଢନ୍ତୁ କଣ ରହିଛି ପୂରା ତଥ୍ୟ…
କରୋନା ଟିକାକୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ପ୍ରକାର ଭ୍ରାନ୍ତଧାରଣା ରହିଛି। ଟିକା ନେବା ପରେ ବି ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି ବୋଲି ଆସୁଥିବା ଖବର ଲୋକଙ୍କୁ ଚିନ୍ତାରେ ପକାଉଛି। ମାତ୍ର ତଥ୍ୟ କହୁଛି, ଟିକା ନେଇଥିବା ୧୦ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୨ରୁ ୪ଜଣ କରୋନାରେ ସଂକ୍ରମିତ ହେଉଛନ୍ତି। ଦେଶରେ ଯେତିକି ଲୋକ ଟିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ମାତ୍ର ୦.୦୪ ପ୍ରତିଶତ ସଂକ୍ରମିତ ହୋଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଯାହାକି ଚିନ୍ତାଜନକ ନୁହେଁ।Continue reading “ଟିକା ନେଲେ ସଂକ୍ରମଣ ଆଶଙ୍କା କ୍ଷୀଣ । ୧୦ହଜାର ଲୋକଙ୍କ ମଧ୍ୟରୁ ସଂକ୍ରମିତ ହେଉଛନ୍ତି ମାତ୍ର ୨ରୁ ୪ଜଣ । ପଢନ୍ତୁ କଣ ରହିଛି ପୂରା ତଥ୍ୟ…”
ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟାଂଟ ଭୂତାଣୁ ଚିହ୍ନଟ ଓଡିଶାର ବଢାଇଲା ଚିନ୍ତା : ପଶ୍ଚିମବଙ୍ଗ ଫେରନ୍ତାକୁ ୧୪ ଦିନିଆ ବାଧ୍ୟତାମୂଳକ ସଂଗରୋଧ; ରାଜ୍ୟ ସୀମାରେ ହେବ କଡାକଡି ଯାଂଚ
କନକ ବ୍ୟୁରୋ : ଭୟ ବଢାଇଛି ପଶ୍ଚିମବଙ୍ଗର ଟ୍ରିପଲ ମ୍ୟୁଟାଂଟ । ଏହାକୁ ବେଙ୍ଗଲ ଷ୍ଟ୍ରେନ ମଧ୍ୟ କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱରକୁ ଲାଗିଥିବା ସୀମାରେ କଡା କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏଣିକି ପଶ୍ଚିମବଙ୍ଗରୁ ଫେରିଲେ ୧୪ଦିନିଆ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ଓଡିଶା ସହ ଲାଗିଥିବା ପଶ୍ଚିମବଙ୍ଗରେ ସୀମାରେ ଚେକିଂ କଡାକଡି ହେବ । ଏଥିପାଇଁ ମୟୁରଭଞ୍ଜ ଓ ବାଲେଶ୍ୱର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନଙ୍କ ୪୮Continue reading “ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟାଂଟ ଭୂତାଣୁ ଚିହ୍ନଟ ଓଡିଶାର ବଢାଇଲା ଚିନ୍ତା : ପଶ୍ଚିମବଙ୍ଗ ଫେରନ୍ତାକୁ ୧୪ ଦିନିଆ ବାଧ୍ୟତାମୂଳକ ସଂଗରୋଧ; ରାଜ୍ୟ ସୀମାରେ ହେବ କଡାକଡି ଯାଂଚ”
ଦୁର୍ଗମ ଅଂଚଳରେ ଭ୍ୟାକ୍ସିନ ପହଂଚାଇବ ଡ୍ରୋନ : ଆଇସିଏମଆର ଓ ଆଇଆଇଟି-କାନପୁରର ପ୍ରସ୍ତାବକୁ ମିଳିଲା ମଂଜୁରୀ
କନକ ବ୍ୟୁରୋ : ଟିକାକରଣକୁ ଦୁର୍ଗମ ଅଂଚଳରେ ତ୍ୱରାନ୍ୱିତ କରିବାକୁ ବଡ ପଦକ୍ଷେପ । ଏଣିକି ଡ୍ରୋନ ଜରିଆରେ ପଠାଯାଇ ପାରିବ ଟିକା । ଏନେଇ ଆଇସିଏମଆର ଓ ଆଇଆଇଟି କାନପୁରକୁ ସର୍ତମୂଳକ ଅନୁମତି ଦେଇଛି ବେସାମମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଡିଜିସିଏ । ଦେଶର ବିଭିନ୍ନ ସ୍ଥାନରେ ଟିକା ପହଂଚାଇବାରେ ସମସ୍ୟା ହେଉଥିବା ନେଇ ଖବର ଆସିଥିଲା । ତେଣୁ ଶୀଘ୍ର କରୋନା ଭ୍ୟାକ୍ସିସନ ପହଂଚାଇବା ପାଇଁ ଡ୍ରୋନର ସହାୟତା ନେବାକୁ କେନ୍ଦ୍ର ସରକାରଙ୍କContinue reading “ଦୁର୍ଗମ ଅଂଚଳରେ ଭ୍ୟାକ୍ସିନ ପହଂଚାଇବ ଡ୍ରୋନ : ଆଇସିଏମଆର ଓ ଆଇଆଇଟି-କାନପୁରର ପ୍ରସ୍ତାବକୁ ମିଳିଲା ମଂଜୁରୀ “
ଅକ୍ସିଜେନ ଅଭାବ ଭିତରେ ବଡ ଆଶ୍ୱସ୍ତି : ବିଶାଖାପଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଲା ଅକ୍ସିଜେନ ଏକ୍ସପ୍ରେସ
କନକ ବ୍ୟୁରୋ : ଅକ୍ସିଜେନ ଅଭାବ ଭିତରେ ବିଶାଖପାଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଛି ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ । ଏହି ଅକ୍ସିଜେନ ଏକ୍ସପ୍ରେସରେ ୭ଟି ଟ୍ୟାଙ୍କରରେ ଅକ୍ସିଜେନ ପଠାଯାଇଛି । ପ୍ରତି ଟ୍ୟାଙ୍କରରେ ରହିଛି ୧୫ ଟନ ଲେଖାଏଁ ତରଳ ମେଡିକାଲ ଅକ୍ସିଜେନ । ଗତକାଲି ସନ୍ଧ୍ୟାରେ ବିଶାଖପାଟନମର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଛି । ଏହା ପଶ୍ଟିମ ଭାରତର ବିଭିନ୍ନ ଅଂଚଳର ଡାକ୍ତରଖାନା ଓ କରୋନା ରୋଗୀଙ୍କ ପାଇଁ ସହାୟକContinue reading “ଅକ୍ସିଜେନ ଅଭାବ ଭିତରେ ବଡ ଆଶ୍ୱସ୍ତି : ବିଶାଖାପଟଣାରୁ ମହାରାଷ୍ଟ୍ର ଅଭିମୁଖେ ଗଡିଲା ଅକ୍ସିଜେନ ଏକ୍ସପ୍ରେସ”