ମେ’ ମାସରୁ ଆରମ୍ଭ ହେବ ୧୮ ରୁ ଅଧିକ ବୟସ୍କଙ୍କ ଟିକାକରଣ : ଏନେଇ ଏସଓପି ଜାରି କରିବେ ରାଜ୍ୟ ସରକାର

କନକ ବ୍ୟୁରୋ : ମେ’ ମାସରୁ ଆରମ୍ଭ ହେବ ୧୮ ରୁ ଅଧିକ ବୟସ୍କଙ୍କ ଟିକାକରଣ । ଏନେଇ ଏସଓପି ଜାରି କରିବେ ରାଜ୍ୟ ସରକାର । ୧୮ ରୁ ୪୫ ବର୍ଷ ଭିତରେ ୪୨ ପ୍ରତିଶତ ଲୋକ ରହିଛନ୍ତି । ତେଣୁ ଟିକାକରଣ କେନ୍ଦ୍ର ବଢ଼ାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଏଥିସହ କହିଛନ୍ତି ଟିକା ଦର ଧାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ନିୟମ କରି ଉତ୍ପାଦନକାରୀ କମ୍ପାନୀମାନଙ୍କୁ କ୍ଷମତାContinue reading “ମେ’ ମାସରୁ ଆରମ୍ଭ ହେବ ୧୮ ରୁ ଅଧିକ ବୟସ୍କଙ୍କ ଟିକାକରଣ : ଏନେଇ ଏସଓପି ଜାରି କରିବେ ରାଜ୍ୟ ସରକାର”

ଦେଶରେ କରୋନା ସ୍ଥିତିକୁ ନେଇ ସୁପ୍ରିମକୋର୍ଟ କହିଲେ ଦେଶରେ ଜରୁରୀକାଳୀନ ପରିସ୍ଥିତି, କେନ୍ଦ୍ରକୁ ପଠାଇଲେ ନୋଟିସ୍

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି କି ଏବେ ଦେଶରେ ଯେଭଳି ଭାବେ କରୋନା ମହାମାରୀ ସ୍ଥିତି ଦେଖା ଦେଇଛି ତାହା ଜରୁରୀକାଳୀନ ପରିସ୍ଥିତି ଠାରୁ କମ୍ ନୁହେଁ । ଅକ୍ସିଜେନ ଯୋଗାଣ ଓ ଟିକାକରଣ ନେଇ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏସ୍ ଏ ବୋବଡେ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତିContinue reading “ଦେଶରେ କରୋନା ସ୍ଥିତିକୁ ନେଇ ସୁପ୍ରିମକୋର୍ଟ କହିଲେ ଦେଶରେ ଜରୁରୀକାଳୀନ ପରିସ୍ଥିତି, କେନ୍ଦ୍ରକୁ ପଠାଇଲେ ନୋଟିସ୍”

ଦିଲ୍ଲୀକୁ ଅକ୍ସିଜେନ ଦେବ ଓଡ଼ିଶା । କେଜ୍ରିୱାଲ କହିଲେ, ରାଜ୍ୟ ଗୁଡିକ ସାଥୀ ହୋଇ ଲଢିଲେ ଭାରତ ଉପରୁ ସଙ୍କଟ ହଟିବ ।

କନକ ବ୍ୟୁରୋ: ଦିଲ୍ଲୀକୁ ଅକ୍ସିଜେନ ଦେବ ଓଡ଼ିଶା । ଆଉ ଏନେଇ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଓଡ଼ିଶାରୁ ବିମାନ ଯୋଗେ ଦିଲ୍ଲୀକୁ ଅକ୍ସିଜେନ ଆସିବା ନେଇ କହିଛନ୍ତି କେଜ୍ରିୱାଲ । ଏହାସହ କେନ୍ଦ୍ର ଓ ଦିଲ୍ଲୀ ହାଇକୋର୍ଟକୁ ମଧ୍ୟ ପ୍ରଶଂସା କରିଛନ୍ତି କେଜ୍ରିୱାଲ । ଦିଲ୍ଲୀର ଆବଶ୍ୟକୀୟ ଅକ୍ସିଜେନ ଚାହିଦାକୁ ପୂରଣ କରିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।ଦିଲ୍ଲୀରେ ଅଧିକ ମାତ୍ରାରେ ଅକ୍ସିଜେନContinue reading “ଦିଲ୍ଲୀକୁ ଅକ୍ସିଜେନ ଦେବ ଓଡ଼ିଶା । କେଜ୍ରିୱାଲ କହିଲେ, ରାଜ୍ୟ ଗୁଡିକ ସାଥୀ ହୋଇ ଲଢିଲେ ଭାରତ ଉପରୁ ସଙ୍କଟ ହଟିବ ।”

ଅକ୍ସିଜେନର ଅଭାବ : ଜାଣନ୍ତୁ ଦେଶରେ କେତେ ଅକ୍ସିଜେନ୍ ଉତ୍ପାଦନ ହେଉଛି ? ଅକ୍ସିଜେନ ଯୋଗାଣରେ କେଉଁଠି ରହୁଛି ସମସ୍ୟା ?

ଦେଶରେ ଅକ୍ସିଜେନର ଅଭାବ ? – କ’ଣ ଦେଶରେ ଅକ୍ସିଜେନର ଅଭାବ ରହିଛି ? – ଦେଶରେ କେତେ ଅକ୍ସିଜେନ୍ ଉତ୍ପାଦନ ହେଉଛି ? – ହସ୍ପିିଟାଲ ଗୁଡିକରେ କେତେ ଅକ୍ସିଜେନ୍ ଆବଶ୍ୟକ ହେଉଛି ? – ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣରେ କ’ଣ ରହିଛି ସମସ୍ୟା ? – ଦେଶରେ ମହଜୁଦ ଥିବା ଅକ୍ସିଜେନ୍ କେତେ ଦିନ ଯିବ? ଦେଶରେ କେତେ ଅକ୍ସିଜେନ୍ ଉତ୍ପାଦନ ହେଉଛି ? ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିୟାଲ ଗ୍ୟାସେଜ ମ୍ୟାନୁଫ୍ୟାକ୍ଚର୍ସ ଆସୋସିଏସନରContinue reading “ଅକ୍ସିଜେନର ଅଭାବ : ଜାଣନ୍ତୁ ଦେଶରେ କେତେ ଅକ୍ସିଜେନ୍ ଉତ୍ପାଦନ ହେଉଛି ? ଅକ୍ସିଜେନ ଯୋଗାଣରେ କେଉଁଠି ରହୁଛି ସମସ୍ୟା ?”

ପଶ୍ଚିମବଙ୍ଗରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ । ମଧ୍ୟାହ୍ନ ୧୨ ଟା ସୁଦ୍ଧା ୪୦.୯୭ ପ୍ରତିଶତ ମତଦାନ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଆଜି ୪୩ ଟି ଆସନ ପାଇଁ ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ ବିଜେପିର ବରିଷ୍ଠ ନେତା ମୁକୁଲ ରାୟଙ୍କ ସମେତ ୩୦୬ ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି । ଅନ୍ୟପଟେ ଭୋଟଦାନ କେନ୍ଦ୍ର ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ବି କଡାକଡି କରାଯାଇଛି । ଭୋଟଦାନ ବେଳେ ହିଂସା ରୋକିବାକୁ କେନ୍ଦ୍ରୀୟ ସୁରକ୍ଷାବଳର ୧୦୭୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏହି ପର୍ଯ୍ୟାୟରେ ସମସ୍ତ ରାଜନୈତିକContinue reading “ପଶ୍ଚିମବଙ୍ଗରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ । ମଧ୍ୟାହ୍ନ ୧୨ ଟା ସୁଦ୍ଧା ୪୦.୯୭ ପ୍ରତିଶତ ମତଦାନ”

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା : ଭୁବନେଶ୍ୱରରୁ ଅଭିଯୁକ୍ତ ଶେଖର ସ୍ୱାଇଁ ଗିରଫ କଲା ଯାଜପୁର ପୋଲିସ; ପୂର୍ବରୁ ୨ଜଣ ଅଭିଯୁକ୍ତ ହୋଇଥିଲେ ଗିରଫ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ । ଅଭିଯୁକ୍ତ ଶେଖର ସ୍ୱାଇଁକୁ ଭୁବନେଶ୍ୱରରୁ ଗିରଫ କରିଛି ଯାଜପୁର ପୋଲିସ । ଏହା ପୂର୍ବରୁ ୨ ଅଭିଯୁକ୍ତ ଗିରଫ ହୋଇଥିଲେ । ଜାନୁଆରୀ ୨୬ ତାରିଖ ରାତିରେ ଭୁବନେଶ୍ୱରର ଏକ ଗେଷ୍ଟହାଉସର ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା । ତାପରଦିନ ସକାଳୁ ଝରାଫୁଲଙ୍କ ମୃତଦେହକୁ ଏକ ସ୍କୁଟିରେ ପ୍ରେମିକ ରାକେଶ ଓ ଶେଖର ଯାଜପୁର କୁଆଖିଆ ପର୍ଯ୍ୟନ୍ତ ନେଇଥିଲେContinue reading “ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା : ଭୁବନେଶ୍ୱରରୁ ଅଭିଯୁକ୍ତ ଶେଖର ସ୍ୱାଇଁ ଗିରଫ କଲା ଯାଜପୁର ପୋଲିସ; ପୂର୍ବରୁ ୨ଜଣ ଅଭିଯୁକ୍ତ ହୋଇଥିଲେ ଗିରଫ”

ସ୍ମାର୍ଟ ସିଟିର ସମସ୍ତ ପାର୍କରେ ଲାଗିଲା କଟକଣା : ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ରୋକ

କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଖୋର୍ଦ୍ଧାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନରେ କଟକଣା ଲାଗିବା ପରେ ବିଏମସି ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ସ୍ମାର୍ଟସିଟିର ସମସ୍ତ ପାର୍କରେ କଟକଣା ଲାଗିଛି । ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ରୋକ ଲାଗିଛି । ସବୁ ପାର୍କରେ ବିଏମସି ପକ୍ଷରୁ ନୋଟିସContinue reading “ସ୍ମାର୍ଟ ସିଟିର ସମସ୍ତ ପାର୍କରେ ଲାଗିଲା କଟକଣା : ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ରୋକ”

ଯୁକ୍ତ ୨ ପରୀକ୍ଷା ବାତିଲ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ : ମାଷ୍ଟରକ୍ୟାଂଟିନରେ ବିକ୍ଷୋଭ ପ୍ରଦର୍ଶନ; କରୋନା ଯୋଗୁଁ ପରୀକ୍ଷା ବାତିଲ ପାଇଁ ଦାବି 

କନକ ବ୍ୟୁରୋ :ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପରେ ସମାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଭୁବନେଶ୍ୱରରର ମାଷ୍ଟରକ୍ୟାଂଟିନରେ ଏକାଧିକ କଲେଜର ଛାତ୍ରଛାତ୍ରୀ ବିକ୍ଷୋଭ କରିବା ସହ ପରୀକ୍ଷା ବାତିଲ ପାଇଁ ଦାବି କରିଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଯେମିତି ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି ସେମିତି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି,Continue reading “ଯୁକ୍ତ ୨ ପରୀକ୍ଷା ବାତିଲ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ : ମାଷ୍ଟରକ୍ୟାଂଟିନରେ ବିକ୍ଷୋଭ ପ୍ରଦର୍ଶନ; କରୋନା ଯୋଗୁଁ ପରୀକ୍ଷା ବାତିଲ ପାଇଁ ଦାବି “

ଦିଲ୍ଲୀ ହସ୍ପିଟାଲରେ ଅକ୍ସିଜେନ ପାଇଁ ହାହାକାର : ରାଜୀବ ଗାନ୍ଧୀ ହସ୍ପିଟାଲରେ ୨ ଘଂଟାରେ ଶେଷ ହୋଇଯିବ ଅମ୍ଲଜାନ

କନକ ବ୍ୟୁରୋ : ମହାମାରୀ କରୋନା ଯୋଗୁଁ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ଆଜି ବି ୨୫ ହଜାର ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଅମ୍ଳଜାନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହ ପ୍ରତ୍ୟକ ଦିନ ୨ଶହରୁ ଅଢ଼େଇ ଶହ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି । ଏସବୁ ଭିତରେ ବିଭିନ୍ନ ହସ୍ପିଟାଲରେ ବେଡ୍ ଅଭାବ ସହ ଅମ୍ଳଜାନର ଅଭାବ ଅନୁଭୂତ ହେଉଛିContinue reading “ଦିଲ୍ଲୀ ହସ୍ପିଟାଲରେ ଅକ୍ସିଜେନ ପାଇଁ ହାହାକାର : ରାଜୀବ ଗାନ୍ଧୀ ହସ୍ପିଟାଲରେ ୨ ଘଂଟାରେ ଶେଷ ହୋଇଯିବ ଅମ୍ଲଜାନ”

ହରିୟାଣାର ଜୀନ୍ଦ୍ ହସ୍ପିଟାଲରୁ ୧୭୧୦ ଡୋଜ କୋଭିଡ୍ ଭ୍ୟାକ୍ସିନ ଚୋରି । ୨ ଫାଇଲ ଗାଏବ

କନକ ବ୍ୟୁରୋ : ହରିୟାଣାର ଜୀନ୍ଦ ହସ୍ପିଟାଲରୁ ୧୨୭୦ କୋଭିସିଲ୍ଡ ଓ ୪୪୦ କୋଭାକ୍ସିନ ଟିକା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆଜି (ଗୁରୁବାର) ସକାଳେ ହସ୍ପିଟାଲର ସ୍ୱାସ୍ଥ୍ୟ ନିରୀକ୍ଷକ ରାମମେହର ବର୍ମା ମେଡିକାଲରେ ପହଂଚିବା ପରେ ମେଡିକାଲ କର୍ମଚାରୀ ଏନେଇ ତାଙ୍କୁ ସୂଚିତ କରିଥିଲେ । ଏହାପରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଗୁରୁବାର ସକାଳେ ମେଡିକାଲ କର୍ମଚାରୀ ମେଡିକାଲରେ ପହଂଚିବା ପରେ ଦେଖିବାକୁContinue reading “ହରିୟାଣାର ଜୀନ୍ଦ୍ ହସ୍ପିଟାଲରୁ ୧୭୧୦ ଡୋଜ କୋଭିଡ୍ ଭ୍ୟାକ୍ସିନ ଚୋରି । ୨ ଫାଇଲ ଗାଏବ”

Design a site like this with WordPress.com
Get started