ଅନୁଗୁଳରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା : ଶିଳ୍ପ ସଂସ୍ଥା ଗୁଡିକରେ ନିୟମ ପାଳନ ହେଉନଥିବା ଅଭିଯୋଗ

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅନୁଗୁଳ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଶହେ ଉପରୁ ରହୁଛି । ହେଲେ ଜିଲ୍ଲାରେ ଥିବା ଶିଳ୍ପ ସଂସ୍ଥା ଗୁଡ଼ିକରେ କଟକଣା ଉପରେ ବିଶେଷ ଧ୍ୟାନ ଦିଆଯାଉ ନାହିଁ । ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା କର୍ମଚାରୀଙ୍କ ସଠିକ ଭାବରେ ଟେଷ୍ଟ କିମ୍ବା ଥର୍ମାଲ ସ୍କ୍ରିନିଂ ସଠିକ ଭାବରେ କରାଯାଉନଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଶିଳ୍ପContinue reading “ଅନୁଗୁଳରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା : ଶିଳ୍ପ ସଂସ୍ଥା ଗୁଡିକରେ ନିୟମ ପାଳନ ହେଉନଥିବା ଅଭିଯୋଗ”

ଦିଲ୍ଲୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଅନେକ ହସ୍ପିଟାଲରେ ଅକ୍ସିଜେନ ଅଭାବ । ରାଜୀବ ଗାନ୍ଧୀ ହସ୍ପିଟାଲରେ ମାତ୍ର ୨ ଘଂଟା ପାଇଁ ଷ୍ଟକ ଅଛି ଅକ୍ସିଜେନ

କନକ ବ୍ୟୁରୋ : ଦେଶରେ ରାଜଧାନୀ ଦିଲ୍ଲୀ ଏବେ କରୋନା ମହାମାରୀ ପାଇଁ ବଡ ସଂକଟରେ ରହିଛି । କିଛିଦିନ ହେବ ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୦ ହଜାର ଉପରେ ରହୁଥିବା ବେଳେ ୨୦୦ ରୁ ୨୫୦ ପର୍ଯ୍ୟନ୍ତ ରୋଗୀଙ୍କର ଦୈନିକ ମୃତ୍ୟୁ ହେଉଛି । ହେଲେ ଏବେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ପାଇଁ ବେଡର ଅଭାବ ସହିତ ଅକ୍ସିଜେନର ଅଭାବ ସରକାରଙ୍କୁ ଚିନ୍ତାରେ ପକାଇଛି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ସକାଳ ୧୦ ଟାContinue reading “ଦିଲ୍ଲୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଅନେକ ହସ୍ପିଟାଲରେ ଅକ୍ସିଜେନ ଅଭାବ । ରାଜୀବ ଗାନ୍ଧୀ ହସ୍ପିଟାଲରେ ମାତ୍ର ୨ ଘଂଟା ପାଇଁ ଷ୍ଟକ ଅଛି ଅକ୍ସିଜେନ”

ପ୍ରବାସୀ ଶ୍ରମିକଙ୍କୁ ନେବାକୁ ଆସିଥିବା ବସକୁ ଅଟକ ରଖିଲେ ଗ୍ରାମବାସୀ : ଏକ କମ୍ପାନିରେ କାମ କରିବା ପାଇଁ ଶ୍ରମିକଙ୍କୁ ନେବାକୁ ଆସିଥିଲା ବସ୍

କନକ ବ୍ୟୁରୋ : ପ୍ରବାସୀ ଶ୍ରମିକଙ୍କୁ ମହାରାଷ୍ଟ ନେବାକୁ ଆସିଥିବା ବସକୁ ଅଟକ ରଖିଲେ ଗ୍ରାମବାସୀ । ସୂଚନା ଅନୁସାରେ ଏକ କାରଖାନାରେ କାମ ଯୋଗାଇ ଦେବାକୁ କହି ଶ୍ରମିକଙ୍କୁ ନେବା ପାଇଁ ବସ୍ଟି ଆସିଥିବାବେଳେ ଅଟକ ରଖିଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ହରିପୁର ଗ୍ରାମର ୨୦ ପିଲାଙ୍କୁ ଏକ ଘରୋଇ କମ୍ପାନୀର କାମ ଯୋଗାଇ ଦେବାକୁ କହି ସେମାନଙ୍କୁ ନେବାକୁ ଆସିଥିଲା ବସ୍ । ଏହି ଖବର ପ୍ରଚାରିତ ହେବା ପରେContinue reading “ପ୍ରବାସୀ ଶ୍ରମିକଙ୍କୁ ନେବାକୁ ଆସିଥିବା ବସକୁ ଅଟକ ରଖିଲେ ଗ୍ରାମବାସୀ : ଏକ କମ୍ପାନିରେ କାମ କରିବା ପାଇଁ ଶ୍ରମିକଙ୍କୁ ନେବାକୁ ଆସିଥିଲା ବସ୍”

ଦେଶରେ ନୂଆ ରେକର୍ଡ କରୁଛି ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୩ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ଚିହ୍ନଟ, ୨ହଜାର ୧୦୪ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦୈନିକ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଭାରତ । ଭାରତରେ ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାର ୮୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି କରୋନା ଆସିବା ଦିନଠାରୁ ସାରା ବିଶ୍ୱରରେ କୌଣସି ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ସଂଖ୍ୟା । ଏହା ପୂର୍ବରୁ ଆମେରିକାରେ ଜାନୁଆରୀ ୭ରେ ଗୋଟିଏ ଦିନରେ ସର୍ବାଧିକ ୩ଲକ୍ଷ ୭ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଭାରତରେ ଗତContinue reading “ଦେଶରେ ନୂଆ ରେକର୍ଡ କରୁଛି ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୩ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ଚିହ୍ନଟ, ୨ହଜାର ୧୦୪ ଜଣଙ୍କ ମୃତ୍ୟୁ”

କରୋନାରେ ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ପୁଅଙ୍କ ଦେହାନ୍ତ । କୋହଭରା ଟ୍ୱିଟ୍ କରି ସୂଚନା ଦେଲେ ନିଜେ ସୀତାରାମ

‘ସିପିଆଇ(ଏମ୍‌)’ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଜ୍ୟେଷ୍ଠପୁତ୍ର ଆଶିଷ ୟେଚୁରୀ କୋଭିଡ୍‌-୧୯ଦ୍ୱାରା ଆକ୍ରାନ୍ତ ହୋଇ ଗୁରୁବାର ସକାଳେ ମୃତ୍ୟୁବରଣ କରିଛନ୍ତି । ଟୁଇଟ୍‌ କରି ସୀତାରାମ ୟେଚୁରୀ ଏହି ଦୁଃସମ୍ବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ଅତି ଦୁଃଖର ସହ ଆପଣମାନଙ୍କୁ ଜଣାଇବାକୁ ପଡୁଛି ଯେ, କୋରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ମୋର ଜ୍ୟେଷ୍ଠପୁତ୍ର ଆଶିଷ ୟେଚୁରୀକୁ ଆଜି ସକାଳେ ହରାଇଲି। ଆମକୁ ଆଶା ଆଶ୍ୱାସନା ଦେଇଥିବା ଏବଂ  ତା’ର ଚିକିତ୍ସା କରିଥିବା ଡାକ୍ତର, ନର୍ସ, ପ୍ରତ୍ୟକ୍ଷ ସେବାକାରୀ ସ୍ୱାସ୍ଥ୍ୟକର୍ମୀ, ପରିମଳContinue reading “କରୋନାରେ ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ପୁଅଙ୍କ ଦେହାନ୍ତ । କୋହଭରା ଟ୍ୱିଟ୍ କରି ସୂଚନା ଦେଲେ ନିଜେ ସୀତାରାମ”

ମାଲକାନଗିରିରେ ପୁଣି ଲାଗିଲା ମାଓ ପୋଷ୍ଟର : କେନ୍ଦୁପତ୍ର ବ୍ୟବସାୟୀଙ୍କ ବିରୋଧରେ ତେଜିଲେ ଲାଲ ବାହିନୀ

କନକ ବ୍ୟୁରୋ : ମାଲକାନଗିରିରେ ପୁଣି ପୋଷ୍ଟର ମାରିଲେ ମାଓବାଦୀ । କୋରୁକଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଡି ପଂଚାୟତ ମୁଖ୍ୟ ରାସ୍ତା ପାଶ୍ୱର୍ରେ ବ୍ୟାନର ମାରି କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଧମକ ଦେଇଛି ଲାଲସଂଗଠନ । ପୂର୍ବରୁ ଠିକାଦାର ଓ ପୋଲିସ ବାହିନୀଙ୍କୁ ଟାର୍ଗେଟ କରି ଆସୁଥିଲେ ନକ୍ସଲପନ୍ଥି । କିନ୍ତୁ ଏଥର ନକ୍ସଲଙ୍କ ଟାର୍ଗେଟରେ କେନ୍ଦୁପତ୍ର ବ୍ୟବସାୟୀ । ପୋଷ୍ଟରରେ ୩ ଟି ଦାବି ପୂରଣ ପାଇଁ ଚେତାବନୀ ଦେଇଛନ୍ତି ମାଓବାଦୀ । କେନ୍ଦୁପତ୍ର ତୋଳାଳିଙ୍କୁ ସଠିକContinue reading “ମାଲକାନଗିରିରେ ପୁଣି ଲାଗିଲା ମାଓ ପୋଷ୍ଟର : କେନ୍ଦୁପତ୍ର ବ୍ୟବସାୟୀଙ୍କ ବିରୋଧରେ ତେଜିଲେ ଲାଲ ବାହିନୀ”

ରାଜ୍ୟରେ ୬ ହଜାର ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୬ ହଜାର ୧୬୪ ଆକ୍ରାନ୍ତ ଚିହ୍ନଟ, ୭ଜଣ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୩୨ ମାମଲା

କନକ ବ୍ୟୁରୋ :ରାଜ୍ୟରେ କରୋନାର ଦୈନିକ ସଂକ୍ରମଣର ନୂଆ ରେକର୍ଡ । ଲଗାତର ୪ ଦିନ ଧରି ୪ ହଜାର ଉପରେ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ଅଚାନକ ଏହି ସଂଖ୍ୟା ୬ ହଜାର ପାର କରିଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ୧୬୪ ଜଣରେ କରୋନାରେ ସଂକ୍ରମିତ ହୋଇଛନ୍ତି । ମୋଟ ୬ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟିନରୁ ୩Continue reading “ରାଜ୍ୟରେ ୬ ହଜାର ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୬ ହଜାର ୧୬୪ ଆକ୍ରାନ୍ତ ଚିହ୍ନଟ, ୭ଜଣ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୩୨ ମାମଲା”

ମାଲକାନଗିରି ତାମସା ମେନ୍ କେନାଲ ଭୁଶୁଡିବାରୁ ସୃଷ୍ଟି ହେଲା କୃତ୍ରିମ ବନ୍ୟା : ଦୋରିଗୁଡା ଗାଁରେ ବ୍ୟାପକ କ୍ଷୟକ୍ଷତି, ଜଳମଗ୍ନ ହେଲା ଚାଷ ଜମି 

କନକ ବ୍ୟୁରୋ : ମାଲକାନଗିରି ତାମସା ମେନ୍ କେନାଲ ଭାଙ୍ଗି ଯିବାରୁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଦୋରିଗୁଡା ଏମପି ଭି-୨ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହେକ୍ଟର ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇଛି ।  ୧୦ ରୁ ଅଧିକ ଘର ଜଳମଗ୍ନ ହେବା ସହ କାନ୍ଥ ବାଡ ଭୁଷୁଡି ପଡିଛି । ମାଲକାନଗିରି ଜିଲ୍ଲାର ଲାଇଫ ଲାଇନ କୁହା ଥିବା ତାମସା ମେନ କେନାଲରେ ଫାଟ ଥିବା ନେଇContinue reading “ମାଲକାନଗିରି ତାମସା ମେନ୍ କେନାଲ ଭୁଶୁଡିବାରୁ ସୃଷ୍ଟି ହେଲା କୃତ୍ରିମ ବନ୍ୟା : ଦୋରିଗୁଡା ଗାଁରେ ବ୍ୟାପକ କ୍ଷୟକ୍ଷତି, ଜଳମଗ୍ନ ହେଲା ଚାଷ ଜମି “

ମହାନଦୀରୁ ବାହାବେଦୀ: ୫ ବର୍ଷ ପୂର୍ବେ ଯେଉଁ ମହାନଦୀରେ ଭାସିଆସିଥିଲେ ସେହି ମହାନଦୀ କୂଳରେ ହେଲା ମହାମିଳନ, ନଦୀକନ୍ୟା ଆରମ୍ଭ କଲେ ନୂଆ ଜୀବନ ।

କନକ ବ୍ୟୁରୋ: ହାତରେ ମେହେନ୍ଦୀ, ପାଦରେ ଅଳତା, ଦେହରେ ଲାଲ ଫର୍ ଫର୍ ଶାଢୀ ଓ ମଥାରେ ନାଲି ଓଢଣୀ । ଏଭଳି ନବବଧୂ ବେଶରେ ସଜେଇ ହୋଇ ବିବାହ ବେଦୀରେ ବସିଛନ୍ତି ନଦୀକନ୍ୟା ସୋନୀ ଯାଦବ । ମହାନଦୀରୁ ବାହାବେଦୀ । ହୋମ ନିଆଁକୁ ସାକ୍ଷୀ ରଖି ପଡ଼ିଲା ନଦୀକନ୍ୟାଙ୍କ ହାତଗଣ୍ଠି । ୫ ବର୍ଷ ପୂର୍ବେ ମହାନଦୀର ଅକାତ କାତ ପାଣିରେ ଛତିଶଗଡ଼ରୁ ଭାସି ଆସିଥିବା ଝିଅ ସାଜିଲା ବୋହୂ । ବୈଦିକ ରୀତିନୀତିରେContinue reading “ମହାନଦୀରୁ ବାହାବେଦୀ: ୫ ବର୍ଷ ପୂର୍ବେ ଯେଉଁ ମହାନଦୀରେ ଭାସିଆସିଥିଲେ ସେହି ମହାନଦୀ କୂଳରେ ହେଲା ମହାମିଳନ, ନଦୀକନ୍ୟା ଆରମ୍ଭ କଲେ ନୂଆ ଜୀବନ ।”

ରାଜ୍ୟରେ ୪୮ ଘଂଟା ଯାଏଁ କାଳବୈଶାଖୀ ଆଶଙ୍କା : ସତର୍କ କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ଆସନ୍ତା ୪୮ ଘଂଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ସ୍ଥାନେ ସ୍ଥାନେ ଘଂଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ୨୨ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାରେ ସମ୍ଭାବନା ରହିଛି । ସୁନ୍ଦରଗଡ଼, ଦେବଗଡ଼,Continue reading “ରାଜ୍ୟରେ ୪୮ ଘଂଟା ଯାଏଁ କାଳବୈଶାଖୀ ଆଶଙ୍କା : ସତର୍କ କଲା ପାଣିପାଗ ବିଭାଗ”

Design a site like this with WordPress.com
Get started