କନକ ବ୍ୟୁରୋ: ପଞ୍ଜାବ କିଙ୍ଗସକୁ ମାତ୍ ଦେଲା ସନରାଇଜର୍ସ ହାଇଦ୍ରାବାଦ । ଆଜି ଏକ ଲୋ-ସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୯ ୱିକେଟରେ ହରାଇଛି ହାଇଦ୍ରାବାଦ । ଆଜି ପ୍ରଥମ ଇଂନିସରେ ପଞ୍ଜାବ ୧୨୦ ରନ୍ କରିଥିବାବେଳେ ହାଇଦ୍ରାବାଦ ଏହାକୁ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୨୧ ରନ୍ ସଂଗ୍ରହ କରିନେଇଛି । ଆଜି ପ୍ରଥମରୁ ପଞ୍ଜାବ କିଙ୍ଗସ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହାପରେ ପଡିଆକୁ ଓହ୍ଲାଇଥିଲେ ମୟଙ୍କ-ରାହୁଲ ଯୋଡି । ହେଲେContinue reading “ପଞ୍ଜାବ କିଙ୍ଗସକୁ ୯ ୱିକେଟରେ ମାତ୍ ଦେଲା ହାଇଦ୍ରାବାଦ । ଜନି ବେୟୋରେଷ୍ଟୋଙ୍କ ଅର୍ଦ୍ଧଶତକ, ଖଲିଲ ଅହମ୍ମଦଙ୍କୁ ୩ ୱିକେଟ୍ ସଫଳତା ।”
Author Archives: Raghaba
ଭୁବନେଶ୍ୱର ଏମ୍ସ ଓପିଡି ୨୫ ତାରିଖରୁ ବନ୍ଦ । ସାମୟିକ ଭାବେ ବନ୍ଦ ରହିବ ହସ୍ପିଟାଲର ଓପିଡି ।
କନକ ବ୍ୟୁରୋ: ଆସନ୍ତା ୨୫ ତାରିଖରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଓପିଡି । ହସ୍ପିଟାଲର କିଛି ସ୍ୱାସ୍ଥ୍ୟକର୍ମୀ ଓ ରୋଗୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଏବଂ କିଛି ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ହସ୍ପିଟାଲ ଓପିଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୫ ତାରିଖରୁ ହସ୍ପିଟାଲର ଓପିଡି କିଛି ଦିନ ପାଇଁ ବନ୍ଦ ରହିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ଏମ୍ସ ଓପିଡି ୨୫ ତାରିଖରୁContinue reading “ଭୁବନେଶ୍ୱର ଏମ୍ସ ଓପିଡି ୨୫ ତାରିଖରୁ ବନ୍ଦ । ସାମୟିକ ଭାବେ ବନ୍ଦ ରହିବ ହସ୍ପିଟାଲର ଓପିଡି ।”
ଭୁବନେଶ୍ୱରକୁ ଭୂତାଣୁ ଭୟ । ଆଜି ୪୭୬ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୧୪୦ ଜଣ
କନକ ବ୍ୟୁରୋ: ଭୁବନେଶ୍ୱରରେ ବଢୁଛି ଭୂତାଣୁ ଭୟ । ଆଜି ଭୁବନେଶ୍ୱରରେ ୪୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୮୮ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେପଟେ ଭୁବନେଶ୍ୱରରେ ୧୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଶୋକ ନଗର, ବଡଗଡ, ବରମୁଣ୍ଡା, ବମିଖାଲ, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ଡୁମୁଡୁମା, ଇନଫୋସିଟି, ଆଇଆରସି ଭିଲେଜ, କଳିଙ୍ଗନଗର, ଖଣ୍ଡଗିରି ଓ ସହିଦ ନଗର ଅଞ୍ଚଳରୁ ପିଜିଟିଭContinue reading “ଭୁବନେଶ୍ୱରକୁ ଭୂତାଣୁ ଭୟ । ଆଜି ୪୭୬ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୧୪୦ ଜଣ”
ମେ’ ପହିଲାରୁ ସିଧାସଳଖ ଟିକା କିଣିପାରିବେ ରାଜ୍ୟ ଓ ଘରୋଇ ହସ୍ପିଟାଲ । ରାଜ୍ୟ ପାଇଁ ଗୋଟିଏ ଡୋଜର ଦାମ ୪୦୦ ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ।
କନକ ବ୍ୟୁରୋ: ସାରାଦେଶରେ ମେ’ ୧ ତାରିଖରୁ ଜୋରଦାର ହେବ ଟିକାକରଣ । କାରଣ ୧୮ ବର୍ଷରୁ ଅଧିକ ସମସ୍ତଙ୍କ ଟିକାକରଣ ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ହେଲେ ରାଜ୍ୟଗୁଡିକରେ ଟିକାର ଅଭାବ ନେଇ ହେଉଥିବା ଅଭିଯୋଗକୁ ଦେଖି ଏବେ କେନ୍ଦ୍ର କହିଛି, ରାଜ୍ୟଗୁଡିକୁ ସିଧାସଳଖ ଟିକା ଉତ୍ପାଦକଙ୍କଠାରୁ ଟିକା କିଣିପାରିବେ । ସେହିପରି ଘରୋଇ ହସ୍ପିଟାଲ ଓ ଅଧିକୃତ ଟିକା କେନ୍ଦ୍ର ମଧ୍ୟ ଟିକା ଆଣିପାରିବେ । ସରକାରଙ୍କ ଏହି ନିଷ୍ପତି ପରେContinue reading “ମେ’ ପହିଲାରୁ ସିଧାସଳଖ ଟିକା କିଣିପାରିବେ ରାଜ୍ୟ ଓ ଘରୋଇ ହସ୍ପିଟାଲ । ରାଜ୍ୟ ପାଇଁ ଗୋଟିଏ ଡୋଜର ଦାମ ୪୦୦ ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ।”
କୋଭିଡ୍ ସ୍ଥିତିକୁ ନେଇ ଦେଶର ୩ ବରିଷ୍ଠ ଡାକ୍ତରଙ୍କ ପ୍ରେସମିଟ୍ । କହିଲେ, ସଂକ୍ରମିତ ହେଲେ ବି ଲୋକମାନେ ଡରନ୍ତୁ ନାହିଁ । ରେମଡେସିଭିରି ‘ରାମବାଣ’ ନୁହେଁ ।
କନକ ବ୍ୟୁରୋ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ ଆଜି କୋଭିଡ୍ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି ଦେଶର ୩ ବରିଷ୍ଠ ଡାକ୍ତର । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ , ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନ ଆଜି ଦେଶର କୋଭିଡ୍ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଯେଉଁଥିରେ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ, ରେମଡେସିଭିର ଔଷଧ ରାମବାଣ ନୁହେଁ, ଏହା କେବଳContinue reading “କୋଭିଡ୍ ସ୍ଥିତିକୁ ନେଇ ଦେଶର ୩ ବରିଷ୍ଠ ଡାକ୍ତରଙ୍କ ପ୍ରେସମିଟ୍ । କହିଲେ, ସଂକ୍ରମିତ ହେଲେ ବି ଲୋକମାନେ ଡରନ୍ତୁ ନାହିଁ । ରେମଡେସିଭିରି ‘ରାମବାଣ’ ନୁହେଁ ।”
କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ । ୨ ଦିନ ପାଇଁ ସିଲ୍ ହେଲା ରିଲାଏନ୍ସ ସୁପରମାର୍ଟ ।
କନକ ବ୍ୟୁରୋ : କୋଭିଡ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ଆଜି ସୁନ୍ଦରଗଡ ମିସନ ରୋଡରେ ଥିବା ରିଲାଏନ୍ସ ସୁପରମାର୍ଟ ଷ୍ଟୋରକୁ ପ୍ରଶାସନ ୨ ଦିନ ପାଇଁ ସିଲ୍ କରିଛି। ଏହାସହ ଷ୍ଟୋର ଉପରେ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ମଲରେ ଆଜି କୋଭିଡ ଆଇନ ଉଲ୍ଲଂଘନ ପୂର୍ବକ ଲୋକଙ୍କ ଭିଡ ଜମିଥିଲା। ଅନେକ ଲୋକ ମାକ୍ସ ପିନ୍ଧି ନଥିବା ବେଳେ ମାଲିକ ଜାଣିଶୁଣି ସାମାଜିକ ଦୂରତ୍ବ କଟକଣାକୁ ଅଣଦେଖା କରୁଥିବା ଖବର ପାଇ ସୁନ୍ଦରଗଡ଼Continue reading “କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ । ୨ ଦିନ ପାଇଁ ସିଲ୍ ହେଲା ରିଲାଏନ୍ସ ସୁପରମାର୍ଟ ।”
ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ । ୧୨୦ ରନରେ ଅଲଆଉଟ ହେଲା ପଞ୍ଜାବ କିଙ୍ଗସ । ହାଇଦ୍ରାବାଦ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ମାତ୍ର ୧୨୦ ରନର ଅଲଆଉଟ ହୋଇଯାଇଛି ପଞ୍ଜାବ ଦଳ । ଫଳରେ ଏହି ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ପଞ୍ଜାବ ବୋଲରଙ୍କୁ ସାମ୍ନା କରିବାକୁ ହେବ । ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦୁଇ ଓପନର ମୈଦାନକୁ ଓହ୍ଲାଇଥିଲେContinue reading “ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ । ୧୨୦ ରନରେ ଅଲଆଉଟ ହେଲା ପଞ୍ଜାବ କିଙ୍ଗସ । ହାଇଦ୍ରାବାଦ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ “
ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ପିକରେ ରହିପାରେ କରୋନା । ଗତଥର ଠାରୁ ଅଧିକ ଅକ୍ସିଜେନ ମହଜୁଦ ଥିବା କହିଲେ ଡିିଏମଇଟି ନିର୍ଦ୍ଦେଶକ ।
କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡ଼ିଛି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକରେ ରହିପାରେ । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅକ୍ସିଜେନ ମଧ୍ୟ ଗତ ବର୍ଷ ଅପେକ୍ଷା ମହଜୁଦ ଥିବା କହିଛନ୍ତି ସିବିକେ ମହାନ୍ତି । ଏହାସହ ସେContinue reading “ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ପିକରେ ରହିପାରେ କରୋନା । ଗତଥର ଠାରୁ ଅଧିକ ଅକ୍ସିଜେନ ମହଜୁଦ ଥିବା କହିଲେ ଡିିଏମଇଟି ନିର୍ଦ୍ଦେଶକ ।”
କରୋନାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରାଳୟର ପ୍ରେସମିଟ୍ । ରାଜେଶ ଭୂଷଣ କହିଲେ, ଦେଶରେ ସଂକ୍ରମଣ ବଢିଚାଲିଥିବାବେଳେ ହ୍ରାସ ପାଉଛି ମୃତ୍ୟୁହାର
କନକ ବ୍ୟୁରୋ : ଦେଶର ୨୭୪ଟି ଜିଲ୍ଲାରେ କରୋନା ପଜିଟିଭିଟି ହାର ୫ରୁ ୧୫ ପ୍ରତିଶତ ମଧ୍ୟରେ ରହିଛି । ସେହିପରି ୧୪୬ଟି ଜିଲ୍ଲାରେ ପଜିଟିଭିଟି ହାର ୧୫ ପ୍ରତିଶତରୁ ଅଧିକ ରହିଛି । ତେବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିବାବେଳେ ମୃତ୍ୟୁହାର ହ୍ରାସ ପାଇ ୧.୧୭ ପ୍ରତିଶତରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ଦେଶର କରୋନା ସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜେଶ ଭୂଷଣ କହିଛନ୍ତିContinue reading “କରୋନାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରାଳୟର ପ୍ରେସମିଟ୍ । ରାଜେଶ ଭୂଷଣ କହିଲେ, ଦେଶରେ ସଂକ୍ରମଣ ବଢିଚାଲିଥିବାବେଳେ ହ୍ରାସ ପାଉଛି ମୃତ୍ୟୁହାର”
ଗଞ୍ଜାମରେ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ମନା । କେବଳ ସୀମିତ ପୂଜକଙ୍କୁ ନେଇ ହେବ ରୀତିନୀତି । ମେ ୧୫ ଯାଏଁ ଗଞ୍ଜାମବାସୀଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ନିଷେଧ ।
କନକ ବ୍ୟୁରୋ: ଗଞ୍ଜାମରେ ଧର୍ମାନୁଷ୍ଠାନକୁ ଯିବାକୁ ଲାଗିଲା କଟକଣା । କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଧର୍ମୀୟ ପୀଠରେ ପ୍ରବେଶ ନିଷେଧ କରାଯାଇଛି । କେବଳ ମନ୍ଦିରର ପୂଜକମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବା କରିପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଅନ୍ୟପଟେ କାଲିଠୁ ମେ ୧୫ ତାରିଖ ଯାଏଁ ସାଧାରଣ ଲୋକ ଜନଗହଳି ପୂଣ୍ଣ ଅଂଚଳ ଯେପରିକି ଧର୍ମୀୟ ଅନୁଷ୍ଠାନ, ପାର୍କ,Continue reading “ଗଞ୍ଜାମରେ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ମନା । କେବଳ ସୀମିତ ପୂଜକଙ୍କୁ ନେଇ ହେବ ରୀତିନୀତି । ମେ ୧୫ ଯାଏଁ ଗଞ୍ଜାମବାସୀଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ନିଷେଧ ।”