ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ : ସଂକ୍ରମଣ ବଢ଼ୁଥିବାରୁ ନିଷ୍ପତ୍ତି ନେଲେ କୁଳପତି

କନକ ବ୍ୟୁରୋ : ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି କୁଳପତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଭିନ୍ନ ପିଜି ବିଭାଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଉଥିବା ନୋଟିସରେ ଉଲ୍ଲେଖ କରାଯାଇଛି । ତେବେ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ନୋଟିସ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ସଂଜିବ ମିତଲ ।Continue reading “ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ : ସଂକ୍ରମଣ ବଢ଼ୁଥିବାରୁ ନିଷ୍ପତ୍ତି ନେଲେ କୁଳପତି”

ମେ’ ପ୍ରଥମ ସପ୍ତାହରୁ ସଂଗ୍ରହ ହେବ ରବିଧାନ : କରୋନା କଟକଣା ମାନି ମଣ୍ଡିରେ ଧାନ ଉଠାଇବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭିତରେ ବି ମେ ପ୍ରଥମ ସପ୍ତାହରୁ ରବି ଧାନ ସଂଗ୍ରହ କରିବା ପ୍ରକ୍ରିୟା ଆରମ୍ଭ ହେବ । କରୋନା କଟକଣା ମାନି ଧଶନ ସଂଗ୍ରହ କରିବା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ମାସ୍କ ପିନ୍ଧିବା ଓ ସାମାଜିକContinue reading “ମେ’ ପ୍ରଥମ ସପ୍ତାହରୁ ସଂଗ୍ରହ ହେବ ରବିଧାନ : କରୋନା କଟକଣା ମାନି ମଣ୍ଡିରେ ଧାନ ଉଠାଇବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ”

ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ : ୨୪ ଘଂଟାରେ ୪ ହଜାର ୮୫୧ ଜଣ ନୂଆ ମାମଲା ଚିହ୍ନଟ, ୫ ମୃତ

କନକ ବ୍ୟୁରୋ : ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ୪ ହଜାର ୮୫୧ ନୂଆ ମାମଲା ଚିହ୍ନଟ । ଏହା ପୂର୍ବବର୍ତୀ ୨୪ ଘଂଟାରେ ୪ ହଜାର ୭୬୧ ନୂଆ ମାମଲା ସାମ୍ନାକୁ ଆସିଥିଲା । ଯାହା ଗତ ସେପ୍ଟେମ୍ବରରେ ଦେଖାଦେଇଥିବା କରୋନାର ସର୍ବାଧିକ ସଂକ୍ରମଣକୁ ଟପି ଯାଇଥିଲା । ତେବେ ଗତ ୨୪ ଘଂଟାରେ ରାଜ୍ୟରେ ୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ନୂଆପଡାରୁ ୨ଜଣ,Continue reading “ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ : ୨୪ ଘଂଟାରେ ୪ ହଜାର ୮୫୧ ଜଣ ନୂଆ ମାମଲା ଚିହ୍ନଟ, ୫ ମୃତ”

କାହିଁକି ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ ନକରିବା ପାଇଁ ଦେଉଛନ୍ତି ପରାମର୍ଶ? କଣ ହୋଇପାରେ ଏହା ପଛର କାରଣ?

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଲକଡାଉନକୁ ଶେଷ ବିକଳ୍ପ ବାଛିବା ପାଇଁ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଲୋକମାନଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ଗୁଡିକରେ କରୋନା କଟକଣା କଡାକଡି କରାଯାଉ କିନ୍ତୁ ଲକଡାଉନକୁ ଶେଷ ବିକଳ୍ପ ଭାବେ ରଖାଯାଉ ବୋଲି ସେ କହିଛନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି କି,Continue reading “କାହିଁକି ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ ନକରିବା ପାଇଁ ଦେଉଛନ୍ତି ପରାମର୍ଶ? କଣ ହୋଇପାରେ ଏହା ପଛର କାରଣ?”

ତାଳଚେର ସାର କାରଖାନାରୁ ଉତ୍ପାଦନ ହେବାକୁ ଥିବା ୟୁରିଆ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ସବସିଡି ନୀତି : ନୂଆ ନୀତିକୁ ଅନୁମୋଦନ କଲା କ୍ୟାବିନେଟ

କନକ ବ୍ୟୁରୋ : ତାଳଚେର ସାର କାରଖାନାରୁ ଉତ୍ପାଦିତ ହେବାକୁ ଥିବା ୟୁରିଆ ସାର ପାଇଁ ସରକାର ଆଜି ଏକ ସ୍ୱତନ୍ତ୍ର ସବସିଡି ନୀତି ଘୋଷଣା କରାଯାଇଛି । ନୂଆ କରି ନିର୍ମାଣ ହେଉଥିବା ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ ପ୍ରଯୁକ୍ତିର ଉପଯୋଗ କରାଯିବ । ଏହି ଅଂଚଳରେ ପ୍ରଚୁର ମାତ୍ରାରେ କୋଇଲା ଉପଲବ୍ଧ ହେଉଥିବାରୁ କୋଇଲାକୁ ଗ୍ୟାସରେ ରୂପାନ୍ତରିତ କରାଯିବ । ଏବଂ ସେହି ଗ୍ୟାସରୁ ୟୁରିଆ ସାର ଉତ୍ପାଦନ କରାଯିବ । ଏଥିପାଇଁContinue reading “ତାଳଚେର ସାର କାରଖାନାରୁ ଉତ୍ପାଦନ ହେବାକୁ ଥିବା ୟୁରିଆ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ସବସିଡି ନୀତି : ନୂଆ ନୀତିକୁ ଅନୁମୋଦନ କଲା କ୍ୟାବିନେଟ”

ଆଜି ଗୋସାଗରେଶ୍ୱର ଛକରୁ ପୁଣି ଆରମ୍ଭ ହେବ ରଥ ଟଣା : ଅପରାହ୍ନ ୩ଟାରୁ ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରଥ

କନକ ବ୍ୟୁରୋ : ପୂର୍ବରୁ ହୋଇଥିବା ସବୁ ପ୍ରସ୍ତୁତି ଠିକଣା ସମୟରେ ଓଲଟପାଲଟ ହୋଇଗଲା । ସାଢ଼େ ୩ଟାରେ ରଥ ଟଣା ହେବକୁ ଥିଲା କିନ୍ତୁ ଘଂଟାଳ ବିଳମ୍ବରେ ଅର୍ଥାତ ସାଢ଼େ ୪ଟାରେ ରଥ ଗଡ଼ିଲା । ଏହି ୧ ଘଂଟା ବିଳମ୍ବ ପାଇଁ ରୁକୁଣା ରଥ ରାମେଶ୍ୱର ମନ୍ଦିରରେ ଲାଗି ପାରିଲାନି । ଅଧା ବାଟରେ ଗୋସାଗରେଶ୍ୱର ଛକରେ ଅଟକି ଯାଇଥିଲା ରଥ । ଆଜି ଅପରାହ୍ନ ୩ଟାରେ ପୁଣି ରଥ ଟଣା ହେବ ଓContinue reading “ଆଜି ଗୋସାଗରେଶ୍ୱର ଛକରୁ ପୁଣି ଆରମ୍ଭ ହେବ ରଥ ଟଣା : ଅପରାହ୍ନ ୩ଟାରୁ ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରଥ”

ନିଜ ମୁଣ୍ଡରୁ ଦୋଷ ଖସାଇଦେଲେ ସମ୍ବଲପୁର ଜେଲର : ହାଇଦର ଫେରାର ମାମଲାରେ କହିଲେ ଜେଲ କର୍ତୃପକ୍ଷଙ୍କୁ ଅନ୍ଧାରରେ ରଖିଥିଲେ ସୁରକ୍ଷା ଦାୟିତ୍ୱରେ ଥିବା ୱାର୍ଡର

କନକ ବ୍ୟୁରୋ : ହାଇଦର ଫେରାର ମାମଲାରେ ୱାର୍ଡର ମୁଣ୍ଡରେ ଅଠା ବୋଳିଛନ୍ତି ସମ୍ବଲପୁର ଜେଲର । କହିଛନ୍ତି ନିୟମିତ ବ୍ୟବଧାନରେ ହାଇଦରର ସୁରକ୍ଷାଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଯୋଗାଯୋଗ କରି ଖବର ନେଉଥିଲେ । ହେଲେ ସଂପୃକ୍ତ ଓକ୍ୱାର୍ଡର ହାଇଦର ସଂପର୍କରେ ଭୁଲ ତଥ୍ୟ ଦେବା ସହ ତାଙ୍କୁ ଅନ୍ଧାରରେ ରଖୁଥିଲେ । ଯେଉଁଥିପାଇଁ ହାଇଦର ସଂପର୍କରେ ସଠିକ ତଥ୍ୟ ମିଳୁନଥିଲା । ଏପରିକି ଗଣମାଧ୍ୟମରୁ ୱାର୍ଡର ଗିରଫ ଖବର ଜାଣିଥିବା କହିଛନ୍ତି ଜେଲର । ସେପଟେ,Continue reading “ନିଜ ମୁଣ୍ଡରୁ ଦୋଷ ଖସାଇଦେଲେ ସମ୍ବଲପୁର ଜେଲର : ହାଇଦର ଫେରାର ମାମଲାରେ କହିଲେ ଜେଲ କର୍ତୃପକ୍ଷଙ୍କୁ ଅନ୍ଧାରରେ ରଖିଥିଲେ ସୁରକ୍ଷା ଦାୟିତ୍ୱରେ ଥିବା ୱାର୍ଡର”

ଦାବି ପୂରଣ ହେଲାନି କିନ୍ତୁ ଚାଲିଗଲା ଜୀବନ : ନିୟମିତ କରିବା ଦାବିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆତ୍ମାହୂତି ଉଦ୍ୟମ କରିଥିଲେ ଠିକା କର୍ମଚାରୀ

କନକ ବ୍ୟୁରୋ : କଟକ ସ୍ଥାନାନ୍ତର ସମୟରେ ଅନୁଗୁଳରେ ପ୍ରାଣ ହରାଇଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର । ଚାକିରୀ ନିୟମିତ କରିବା ଓ ସର୍ବନିମ୍ନ ପାରିଶ୍ରମିକ ଦାବିରେ କୁଳପତିଙ୍କ ଚାମ୍ବର ସମ୍ମୁଖ ସମ୍ମିଳନୀ କକ୍ଷ ପାଖରେ ପେଟ୍ରୋଲ ଢାଳି ହୋଇ ସେ ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ବଲପୁରରୁ କଟକ ସ୍ଥାନାନ୍ତର କରିବା ସମୟରେ ଅନୁଗୁଳ ଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗରେ ଠିକାContinue reading “ଦାବି ପୂରଣ ହେଲାନି କିନ୍ତୁ ଚାଲିଗଲା ଜୀବନ : ନିୟମିତ କରିବା ଦାବିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆତ୍ମାହୂତି ଉଦ୍ୟମ କରିଥିଲେ ଠିକା କର୍ମଚାରୀ”

ପୂର୍ବ ଶତ୍ରୁତାକୁ ନେଇ ବ୍ରହ୍ମଗିରିରେ ସିରିଜ ବୋମାମାଡ : ଜନ୍ତାଳ ଭୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ ନେଇ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳରେ ଗୋଷ୍ଠୀ ସଂଘର୍ଷରୁ ସିରିଜ ବୋମା ମାଡ । ବ୍ରହ୍ମଗିରି ଥାନା ଅଂଚଳର ବଡବନ୍ଧକେରା ଗାଁରେ ଗୋଷ୍ଠୀ ସଂଘର୍ଷର ଉଗ୍ର ରୁପ ଦେଖିବାକୁ ମିଳିଛି । ବୋମା ମାଡରେ ଜଣେ ଯୁବକ ହାତ ଛିଣ୍ଡି ଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମଗିରି ଥାନା ବଡ଼ବନ୍ଧକେରା ଗାଁରେ ପୂର୍ବରୁ ଦୁଇ ଗୋଷ୍ଠୀContinue reading “ପୂର୍ବ ଶତ୍ରୁତାକୁ ନେଇ ବ୍ରହ୍ମଗିରିରେ ସିରିଜ ବୋମାମାଡ : ଜନ୍ତାଳ ଭୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ”

ସତର୍କ ନରହିଲେ ମାଡ଼ି ଆସିବ ବିପତି : ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ୬ଟି ଦିଗ ଉପରେ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁତ୍ୱ

କନକ ବ୍ୟୁରୋ : ସତର୍କ ନରହିଲେ ମାଡ଼ି ଆସିବ ବିପତି । କୋଭିଡ୍ ସ୍ଥିତିର ସମୀକ୍ଷା ପରେ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ଆମ ଅତି ଭୟଙ୍କର ସମୟ ଦେଇ ଗତି କରୁଛି, ଲୋକଙ୍କ ବିନା ସହାୟତାରେ ଓ ଦାୟୀତ୍ୱପୂର୍ଣ୍ଣ କାର୍ଯ୍ୟ ବିନା ଏହାର ମୁକାବିଲା କରିବା ଅସମ୍ଭବ । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିନା ଲକଡାଉନରେ କୋଭିଡ୍ ମୁକାବିଲା କରିପାରିବା ପାଇଁ ସମସ୍ତେ ମାସ୍କ ପିନ୍ଧି ଓ ସାମାଜିକ ଦୂରତାContinue reading “ସତର୍କ ନରହିଲେ ମାଡ଼ି ଆସିବ ବିପତି : ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ୬ଟି ଦିଗ ଉପରେ ମୁଖ୍ୟମନ୍ତ୍ରୀ ଦେଲେ ଗୁରୁତ୍ୱ”

Design a site like this with WordPress.com
Get started