କନକ ବ୍ୟୁରୋ : ସମ୍ପ୍ରତି ଜାରି ରହିଥିବା କୋଭିଡ୍-୧୯ର ସଂକ୍ରମଣ ବୃଦ୍ଧି ଦେଶରେ ଉପଲବ୍ଧ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଛାରଖାର କରିଦେଇଛି । ଦିନକୁ ଦିନ ବଢ଼ି ଚାଲିଥିବା ସକ୍ରିୟ ମାମଲା ଯୋଗୁଁ ଜଣେ ସଂକ୍ରମିତ ପାଇଁ ତ ରୋଗୀଶଯ୍ୟାର ଅଭାବ ଦେଖାଦେଉଛି; ଏଥି ସହିତ ଅନ୍ୟ ଅଣକୋଭିଡ୍ ଗୁରୁତର ରୋଗୀ ମଧ୍ୟ ଜରୁରୀକାଳୀନ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଉତ୍ତରପ୍ରଦେଶର ବାରଣାସୀରେ ଗତ ସୋମବାର ଜଣେ ଯୁବକ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡ଼ି ଦଉଡ଼ି ଶେଷରେContinue reading “କରୋନାର କରୁଣ କାହାଣୀ… ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡି ଦଉଡି ଚାଲିଗଲା ପୁଅର ଜୀବନ । ଶବକୁ ରିକ୍ସାରେ ଲଦି ଘରକୁ ଆଣିଲା ମାଆ”
Author Archives: Raghaba
ଶ୍ରୀରାମ ନବମୀରେ ବନ୍ଦ ରହିବ ଠାକୁରଙ୍କ ଦୁଆର : କରୋନା ସଂକ୍ରମଣ ଯୋଗୁଁ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଭୁବନେଶ୍ୱର, କଟକ ସହରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
କନକ ବ୍ୟୁରୋ : ଆଜି ଶ୍ରୀରାମ ନବମୀ । ହେଲେ, କରୋନା ଯୋଗୁଁ ବନ୍ଦ ରହିବ ଶ୍ରଦ୍ଧାଳୁଙ୍କ ଦର୍ଶନ । କେବଳ ପରମ୍ପରା ଅନୁସାରେ ପୂଜାପାଠ ସହ ଧାର୍ମିକ ନୀତିକାନ୍ତି ହେବ । ଅନ୍ୟପଟେ ଆଜିଠାରୁ କଟକ ଓ ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ଧାର୍ମାନୁଷ୍ଠାନ । ମନ୍ଦିର, ମସ୍ଜିଦ୍, ଗୁରୁଦ୍ୱାରା ଏବଂ ଚର୍ଚ୍ଚ ସମେତ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । ଏନେଇ ବିଏମସି ଓ ସିଏମସି ପକ୍ଷରୁ ଘୋଘଣାContinue reading “ଶ୍ରୀରାମ ନବମୀରେ ବନ୍ଦ ରହିବ ଠାକୁରଙ୍କ ଦୁଆର : କରୋନା ସଂକ୍ରମଣ ଯୋଗୁଁ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଭୁବନେଶ୍ୱର, କଟକ ସହରର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ”
କୋଭିଡକୁ ନେଇ ମୃତ୍ୟୁ ବଢୁଥିବା ବେଳେ ଶବ ପୋଡିବାକୁ ନେଇ ଚାଲିଛି କର୍ପୋରେଟ ଡିଲ୍ । ପ୍ୟାକେଜ ଘୋଷଣା କରି ଶବ ପୋଡୁଛନ୍ତି କମ୍ପାନୀ ।
କନକ ବ୍ୟୁରୋ: କୋଭିଡ ସମୟରେ ସବୁଠାରୁ ବଡ ଚ୍ୟାଲେଂଜ ହୋଇ ଛିଡା ହୋଇଛି, ଶ୍ମସାନରେ ଶବଦାହ । କାରଣ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଯେମିତି ବଢି ବଢି ଚାଲିଛି, ଶ୍ମସାନରେ ଶବ ପୋଡିବା ପାଇଁ ମଧ୍ୟ ଭିଡ ସେମିତି ହେଉଛି । ଶବକୁ ପୋଡିବା କଥା ଛାଡନ୍ତୁ ଶ୍ମସାନରେ ଯାଗା ଖଣ୍ଡିଏ ପାଇବା ପାଇଁ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି । ଆମେ ଆପଣଙ୍କୁ ହାଇଦ୍ରାବାଦ ସହରର କାହାଣୀ କହିବୁ । ଯେଉଁଠି କର୍ପରେଟContinue reading “କୋଭିଡକୁ ନେଇ ମୃତ୍ୟୁ ବଢୁଥିବା ବେଳେ ଶବ ପୋଡିବାକୁ ନେଇ ଚାଲିଛି କର୍ପୋରେଟ ଡିଲ୍ । ପ୍ୟାକେଜ ଘୋଷଣା କରି ଶବ ପୋଡୁଛନ୍ତି କମ୍ପାନୀ ।”
ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ବିଶ୍ୱରେ ଚିହ୍ନଟ ହେଉଥିବା ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣେ ଭାରତୀୟ ସଂକ୍ରମିତ ।
କନକ ବ୍ୟୁରୋ: କରୋନା ମହାମାରୀ ଆରମ୍ଭ ହେବାର ପ୍ରାୟ ବର୍ଷକ ପରେ ସାରା ବିଶ୍ୱରେ ଏହା ପୂର୍ବ ଶୀର୍ଷକୁ ଟପିଯାଇଛି । ଏବେ ପ୍ରତି ଦିନ ସାମ୍ନାକୁ ଆସୁଥିବା ନୂଆ ମାମଲା ଏକ ଅଲୋଡା ରେକର୍ଡ ସୃଷ୍ଟି କରୁଛି । ନୂଆ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଯେପରି ଭାବରେ ବଢିଚାଲିଛି ତାହା ନିଶ୍ଚିତ ଭାବରେ ଚିନ୍ତାଜନକ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧାନମ । ଭାରତରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣContinue reading “ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ବିଶ୍ୱରେ ଚିହ୍ନଟ ହେଉଥିବା ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣେ ଭାରତୀୟ ସଂକ୍ରମିତ । “
ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଶ୍ରମିକଙ୍କ ଘର ବାହୁଡା । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରୁ ଘର ମୁହାଁ ପ୍ରବାସୀ ଶ୍ରମିକ । ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଶ୍ରମିକଙ୍କ ଭିଡ ।
କନକ ବ୍ୟୁରୋ: ବଢି ବଢି ଚାଲିଛି ଶ୍ରମିକଙ୍କ ଦୁଃଖ । ନା ରୋଜଗାର ଅଛି ନା ଖାଇବାକୁ ଅଛି । କରୋନା ମହାମାରୀଠୁ ବଳିପଡିଛି ପେଟର ଭୋକ । ତାଲାବନ୍ଦ ଭିତରେ ଏବେ କେବଳ ସାହାରା ନିଜ ଭିଟାମାଟି । ଆଉ ନିଜ ଘରକୁ ଫେରିବା ପାଇଁ ବାହାରିଛନ୍ତି ଶହ ଶହ ଶ୍ରମିକ । ବସ୍ ଟ୍ରେନ ବା ଅନ୍ୟ କୌଣସି ସବାରୀ ନମିଳିଲେ ଚାଲି ଚାଲି ଯିବାକୁ କରିଛନ୍ତି ମନସ୍ଥ । ମୁଣ୍ଡ ଉପରେ ଧୁContinue reading “ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଶ୍ରମିକଙ୍କ ଘର ବାହୁଡା । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରୁ ଘର ମୁହାଁ ପ୍ରବାସୀ ଶ୍ରମିକ । ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଶ୍ରମିକଙ୍କ ଭିଡ ।”
ଲକଡାଉନ ଆଡକୁ ଗତି କରୁଛି ମହାରାଷ୍ଟ୍ର । କ୍ୟାବିନେଟ ମିଟିଂରେ କଡାକଡି ଲକଡାଉନ ନେଇ ପ୍ରସ୍ତାବ । ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ: ଲକଡାଉନ ଆଡକୁ ଅଗ୍ରସର ହେଉଛି ମହାରାଷ୍ଟ୍ର । ବଢୁଥିବା ସଂକ୍ରମଣକୁ ନଜରରେ ରଖି ଲକଡାଉନ କରିବାକୁ ପ୍ରସ୍ତୁତି କରୁଛନ୍ତି ମହାରାଷ୍ଟ୍ର ସରକାର । ତେବେ ‘ବ୍ରେକ ଦ ଚେନ୍’କୁ ଗୁରୁତ୍ୱ ଦିଆଯାଇ ଯେମିତି ଲୋକଙ୍କ ଯାତାୟତ ଉପରେ କୌଣସି ପ୍ରଭାବ ନପଡେ ସେ ନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯିବ । ଆଜି କାଲି ଭିତରେ ଏନେଇ ନିଷ୍ପତି ନିଆଯିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିବେ । from Kanak News viaContinue reading “ଲକଡାଉନ ଆଡକୁ ଗତି କରୁଛି ମହାରାଷ୍ଟ୍ର । କ୍ୟାବିନେଟ ମିଟିଂରେ କଡାକଡି ଲକଡାଉନ ନେଇ ପ୍ରସ୍ତାବ । ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ”
ବାୟୁରେ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍ । ବିଶେଷଜ୍ଞ କହିଲେ ପବନରେ ଭାଇରସ ଭାସି ରହୁଥିବାରୁ ଅଧିକ ହେଉଛନ୍ତି ଆକ୍ରାନ୍ତ
କନକ ବ୍ୟୁରୋ: ପ୍ରାୟ ବର୍ଷେ ହେବ ଜଣେ ସଂକ୍ରମିତଙ୍କ କାଶ ଓ ଛିଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଡ୍ରପଲେଟରୁ କରୋନା ଭୂତାଣୁ ଅନ୍ୟକୁ ଆକ୍ରାନ୍ତ କରୁଥିବା କୁହାଯାଉଥିଲା । ଏହାକୁ ଆଧାର କରି ଗବେଷଣା ବି ଚାଲିଥିଲା । କିନ୍ତୁ ଦ୍ୱିତୀୟ ଲହରରେ କରୋନା ଭୂତାଣୁ ବାୟୁଦ୍ୱାରା ସଂକ୍ରମିତ ହେଉଥିବା ଜଣାପଡିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଦ୍ୱିତୀୟ ଲହରରେ କରୋନା ଭୂତାଣୁର ନୂଆ ରୂପ ଯୋଗୁଁ ଏହା ବାୟୁରେ ସଂକ୍ରମିତ କରିବାକୁ ସକ୍ଷମ ହୋଇଛି । କୁହାଯାଉଥିଲାContinue reading “ବାୟୁରେ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍ । ବିଶେଷଜ୍ଞ କହିଲେ ପବନରେ ଭାଇରସ ଭାସି ରହୁଥିବାରୁ ଅଧିକ ହେଉଛନ୍ତି ଆକ୍ରାନ୍ତ”
ମୟୂରଭଂଜରେ କରୋନାର କରୁଣ ଚିତ୍ର । ଘରେ ସଙ୍ଗରୋଧ ସୁବିଧା ନଥିବାରୁ ପୋଲ ତଳେ ଝଡ ତୋଫାନରେ ରାତି କାଟିଲେ ମାଆ ଓ ପୁଅ ।
କନକ ବ୍ୟୁରୋ: କରୋନର କରୁଣ ଚିତ୍ର । ଆସିଛି ମୟୂରଭଂଜ ଜିଲ୍ଲା ମୋରଡା ବ୍ଲକ ନୂଆ ଗାଁରୁ ଆସିଛି, ଅସହାୟତାର ଦୁଃଖଦ ଦୃଶ୍ୟ । ନୂଆ ଗାଁ ପାଖ ପୋଲ ତଳେ କରୋନା ଆକ୍ରାନ୍ତ ପୁଅ ସହ ଝଡ ତୋଫାନ ରାତି କାଟିଛି ମାଆ । ଘରେ ସଙ୍ଗରୋଧ ପାଇଁ ଜାଗା ନଥିବାରୁ ବାଧ୍ୟ ହୋଇ ପୋଲ ତଳେ ଆଶ୍ରୟ ନେଇଥିଲେ ପୁଅ । ଆଉ ପୁଆ କରୋନାରେ ଆକ୍ରାନ୍ତ ଜାଣିଶୁଦ୍ଧା ମାଆ ପୁଅର ପାଖ ନଛାଡିContinue reading “ମୟୂରଭଂଜରେ କରୋନାର କରୁଣ ଚିତ୍ର । ଘରେ ସଙ୍ଗରୋଧ ସୁବିଧା ନଥିବାରୁ ପୋଲ ତଳେ ଝଡ ତୋଫାନରେ ରାତି କାଟିଲେ ମାଆ ଓ ପୁଅ ।”
ହାଇଦର ଫେରାର ମାମଲା, ଷଡଯନ୍ତ୍ରର ନୂଆ ଗୁମର । ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ଓ ଜେଲ୍ ୱାର୍ଡରଙ୍କୁ ବାନ୍ଧିଲା କମିସନରେଟ ପୁଲିସ
କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ଫେରାର ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା କମିସନରେଟ ପୁଲିସ । କର୍ତବ୍ୟରେ ଅବହେଳା ଅଭିଯୋଗରେ ଜଣେ କନଷ୍ଟେବଳ ଓ ଜଣେ ଜେଲ ୱାର୍ଡରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ମଙ୍ଗଳବାଗ ଥାନା ପୁଲିସ । ଏସସିବିରେ ହାଇଦର ଚିକିତ୍ସା ଚାଲିଥିବା ସମୟରେ ମହମ୍ମଦ ମୌସିମ ଓ ଶିବନାରାୟଣ ହାଇଦରର ସୁରକ୍ଷାରେ ଜାଣିଶୁଣି ଅବହେଳା କରିଛନ୍ତି । ଏପରିକି ଶିବନାରାୟଣଙ୍କ ମୋବାଇଲରୁ ହାଇଦର କଲ କରିଥିବା ପୁଲିସContinue reading “ହାଇଦର ଫେରାର ମାମଲା, ଷଡଯନ୍ତ୍ରର ନୂଆ ଗୁମର । ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ଓ ଜେଲ୍ ୱାର୍ଡରଙ୍କୁ ବାନ୍ଧିଲା କମିସନରେଟ ପୁଲିସ “
କରୋନ ସଂକ୍ରମଣ ଯୋଗୁଁ ଠାକୁର ଦୁଆର ବନ୍ଦ । ସେପଟେ ଚିନ୍ତା ବଢ଼ାଉଛି ପୁରୀରେ ସବାୟତଙ୍କ ସଂକ୍ରମଣ, କଟକର କୁମ୍ଭମେଳା ଫେରନ୍ତା ପଜିଟିଭ
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଧାର୍ମିକ ଅନୁଷ୍ଠାନ ନେଇ ମହାନଗର ନିଗମ ପ୍ରଶାସନ ନେଇଥିବା ନିଷ୍ପତି ହୁଏତ, ସାରା ରାଜ୍ୟ ପାଇଁ ଏକ ସଂକେତ ହୋଇପାରେ, ଯଦି ଓଡ଼ିଶାରେ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲେ । ଭୁବନେଶ୍ୱରର ସବୁ ମନ୍ଦିର, ମସ୍ଜିଦ୍, ଗୁରୁଦ୍ୱାରା ଏବଂ ଚର୍ଚ୍ଚ ସମେତ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । – ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ, ନୀତିକାନ୍ତି ସ୍ୱାଭାବିକ ଚାଲିବ –Continue reading “କରୋନ ସଂକ୍ରମଣ ଯୋଗୁଁ ଠାକୁର ଦୁଆର ବନ୍ଦ । ସେପଟେ ଚିନ୍ତା ବଢ଼ାଉଛି ପୁରୀରେ ସବାୟତଙ୍କ ସଂକ୍ରମଣ, କଟକର କୁମ୍ଭମେଳା ଫେରନ୍ତା ପଜିଟିଭ”