ନିର୍ବାଚନୀ ରାଲିକୁ ନା ପରେ ଟ୍ୱିଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି । ସଂକ୍ରମଣ ଦୃଷ୍ଟିରୁ ପିପିଲିରେ ପ୍ରଚାର ନକରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଟୁଇଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି । ପିପିଲି ଉପନିର୍ବାଚନରେ ରାଲି କରିବନି ବିଡେଡି । ବଢୁଥିବା ସଂକ୍ରମଣ ଦୃଷ୍ଟିରେ ରଖି ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ବିଜେଡି ରାଲିଠାରୁ ଦୂରେଇ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେବା ପରେ ଏହା ଟ୍ୱିଟରରେ ଟ୍ରେଣ୍ଡିଂ ପାଲଟିଛି । ହାସଟ୍ୟାଗ୍ #StatesmanNaveen ଭାବେ ଟ୍ୱିଟରରେ ଟ୍ରେଣ୍ଡ ହେଉଛି । କରୋନା ବେଳେ ଅନ୍ୟ ରାଜ୍ୟ ମାନଙ୍କରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାରContinue reading “ନିର୍ବାଚନୀ ରାଲିକୁ ନା ପରେ ଟ୍ୱିଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି । ସଂକ୍ରମଣ ଦୃଷ୍ଟିରୁ ପିପିଲିରେ ପ୍ରଚାର ନକରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ।”

ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ନୁହେଁ ଦ୍ୱିତୀୟ ଲହରୀ । ଆଇସିଏମଆର ଡିଜି କହିଲେ, ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ ହେଉଛନ୍ତି ୪୦ବର୍ଷରୁ ଅଧିକ ବ୍ୟକ୍ତି ।

କନକ ବ୍ୟୁରୋ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହରି ଭିତରେ କଣ ରହିଛି ସମାନତା ଓ କଣ ରହିଛି ପ୍ରଭେଦ ତାର ଏକ ତୁଳନାତ୍ମକ ତଥ୍ୟ ରଖିଛନ୍ତି ଆଇସିଏମଆର ମହାନିର୍ଦ୍ଦେଶକ ବଲରାମ ଭାର୍ଗବ । ଭାର୍ଗବ ରଖିଥିବା ତଥ୍ୟ କରୋନାକୁ ନେଇ ଉଠୁଥିବା ଅନେକ ଗୁଡିଏ ପ୍ରଶ୍ନର ସମାଧାନ ବି ସାମନାକୁ ଆସିଛି । -ଦ୍ୱିତୀୟ ଲହରୀରେ ଛୋଟ ପିଲା ଓ ଯୁବକଙ୍କୁ ଅଧିକ ଆକ୍ରାନ୍ତ ହେଉଥିବା ଚର୍ଚ୍ଚା ଠିକ ନୁହେଁ -ପ୍ରଥମ ଲହରି ଭଳି ଦ୍ୱିତୀୟContinue reading “ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ନୁହେଁ ଦ୍ୱିତୀୟ ଲହରୀ । ଆଇସିଏମଆର ଡିଜି କହିଲେ, ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ ହେଉଛନ୍ତି ୪୦ବର୍ଷରୁ ଅଧିକ ବ୍ୟକ୍ତି ।”

କୋଭିଡ ଲଢେଇ ହେବ ଜୋରଦାର । ମେ ପହିଲାରୁ ୧୮ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଟିକା ପାଇଁ ମିଳିଲା ଅନୁମତି ।

କନକ ବ୍ୟୁରୋ: କୋଭିଡ ଲଢେଇ ହେବ ଜୋରଦାର । ଏନେଇ କେନ୍ଦ୍ର ସରକାର ଆଜି ବଡ ନିଷ୍ପତି ନେଇଛନ୍ତି । ମେ ପହିଲାରୁ  ୧୮ ବର୍ଷରୁ ଅଧିକ ବୟସର ଲୋକେ କୋଭିଡ ଟିକା ନେଇପାରିବେ । ମୋଦିଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତି ସମ୍ପର୍କରେ ଘୋଷଣା କରାଯାଇଛି । ମୋଦି କହିଛନ୍ତି, ଅଧିକରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବାକୁ ଉଦ୍ୟମ କରାଯାଉଛି । ଟିକାକରଣ ଗତିକୁ ଆହୁରି ବଢାଯିବ । ୧୮ବର୍ଷରୁ ଅଧିକContinue reading “କୋଭିଡ ଲଢେଇ ହେବ ଜୋରଦାର । ମେ ପହିଲାରୁ ୧୮ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଟିକା ପାଇଁ ମିଳିଲା ଅନୁମତି ।”

ଚେନ୍ନାଇ ବ୍ୟାଟିଂକୁ ଟକ୍କର ଦେଲା ରାଜସ୍ଥାନ ବୋଲିଂ । ୨୦ ଓଭରରେ ସିଏସକେର ସ୍କୋର ୧୮୮ । ରାଜସ୍ଥାନକୁ ବିଜୟ ଲକ୍ଷ୍ୟ ୧୮୯

କନକ ବ୍ୟୁରୋ: ଆଇପିଏଲରେ ଆଜି ସିଏସକେର ଶକ୍ତିଶାଳୀ ବ୍ୟାଟିଂ କ୍ରମକୁ ଟକ୍କର ଦେଇଛି ରାଜସ୍ଥାନ ରୟାଲ୍ସ । ଚେନ୍ନାଇ ପ୍ରଥମ ଇଂନିସରେ ୯ ୱିକେଟ୍ ହରାଇ ୧୮୮ ରନ୍ କରିପାରିଛି । ରାଜସ୍ଥାନ ପକ୍ଷରୁ ଦ୍ରୁତ ବୋଲର ଚେତନ ସକାରିଆ ୩ଟି ସଫଳତା ପାଇଥିବାବେଳେ କ୍ରିସ ମୋରିସ ୨ଟି, ମୁସ୍ତାଫିଜୁର ଓ ରାହୁଲ ତେୱାଟିଆଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି । ଚେନ୍ନାଇ ବ୍ୟାଟିଂକୁ ଟକ୍କର ଦେଲା ରାଜସ୍ଥାନ ବୋଲିଂ । ୨୦ ଓଭରରେ ସିଏସକେର ସ୍କୋରContinue reading “ଚେନ୍ନାଇ ବ୍ୟାଟିଂକୁ ଟକ୍କର ଦେଲା ରାଜସ୍ଥାନ ବୋଲିଂ । ୨୦ ଓଭରରେ ସିଏସକେର ସ୍କୋର ୧୮୮ । ରାଜସ୍ଥାନକୁ ବିଜୟ ଲକ୍ଷ୍ୟ ୧୮୯”

ମଇ ୧ରୁ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଦିଆଯିବ ଟିକା, ଖୁବଶୀଘ୍ର ଖୋଲା ବଜାରରେ ମିଳିବ କୋଭିଡ ଟିକା । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କନକ ବ୍ୟୁରୋ : ଦେଶର ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି । କରୋନା ଟିକାକରଣ ନେଇ ମୋଦି ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ମହାମାରୀ ମୁକିବଲାକୁ ଆହୁରି ତ୍ୱରାନିତ୍ୱ କରିବ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ମଇ ୧ ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦେବାର ନିଷ୍ପତି କୋଭିଡ୍-୧୯ ବିରୋଧରେ ସରକାରଙ୍କ ପ୍ରସ୍ତୁତିକୁ ମଜବୁତ୍ କରିବ ଏବଂ ଏହି କଠିନ ସମୟରେ ଭାରତବର୍ଷର ସମସ୍ତ ନାଗରିକଙ୍କContinue reading “ମଇ ୧ରୁ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଦିଆଯିବ ଟିକା, ଖୁବଶୀଘ୍ର ଖୋଲା ବଜାରରେ ମିଳିବ କୋଭିଡ ଟିକା । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । “

ରାୟଗଡ଼ାରୁ ଆସିଲା କରୋନାର କରୁଣ କାହାଣୀ । ପଜିଟିଭ ଆସିବା ପରେ ଟାହିଟାପରା ସହି ନପାରି ଆକ୍ରାନ୍ତଙ୍କ ଆତ୍ମହତ୍ୟା ଅଭିଯୋଗ ।

କନକ ବ୍ୟୁରୋ: ଭୂତାଣୁର ଭୟ କେତେ ସାଂଘାତିକ ହୋଇପାରେ, ସଭ୍ୟ ବୋଳାଉଥିବା ସମାଜ କେତେ ଅସଭ୍ୟ ହୋଇପାରେ, ତାର ଏକ ହୃଦୟ ବିଦାରକ କାହାଣୀ ଆସିଛି ରାୟଗଡ଼ାରୁ । ରେଲୱରେ କିରାଣୀ ଭାବେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ, ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଦେଇଛନ୍ତି । କାରଣ, କରୋନା ପଜିଟିଭ୍ ଆସିବା ପରେ ସାଥୀ କର୍ମଚାରୀ ଓ ପରିଚିତ ଯେଉଁଭଳି ଆଚରଣ କରିଥିଲେ, ତାକୁ ସହ୍ୟ କରିପାରିଲେନି ଏହି ବ୍ୟକ୍ତି । ଆଉ ଯେତେବେଳେ ପରିଚିତଙ୍କContinue reading “ରାୟଗଡ଼ାରୁ ଆସିଲା କରୋନାର କରୁଣ କାହାଣୀ । ପଜିଟିଭ ଆସିବା ପରେ ଟାହିଟାପରା ସହି ନପାରି ଆକ୍ରାନ୍ତଙ୍କ ଆତ୍ମହତ୍ୟା ଅଭିଯୋଗ ।”

ଡିଏମଇଟି ସିବିକେ ମହାନ୍ତିଙ୍କ ବୟାନ । ଗୋଷ୍ଠୀ ସଂକ୍ରମଣ ଭଳି ବଢୁଛି କରୋନା । ମେ’ ମାସରେ ଶିଖରରେ ପହଂଚିପାରେ ସଂକ୍ରମଣ ।

କନକ ବ୍ୟୁରୋ: ଗୋଟିଏ ମାସରେ ରାଜ୍ୟରେ ବଦଳି ଯାଇଛି କରୋନା ସ୍ଥିତି । ମାର୍ଚ୍ଚ ୧୯ ତାରିଖରେ ମାତ୍ର ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୧୯ରେ ୪ ହଜାର ଟପିଯାଇଛି ପଜିଟିଭ୍ ମାମଲା । ଏହି ଦ୍ରୁତ ସଂକ୍ରମଣକୁ ଗୋଷ୍ଠୀ ସଂକ୍ରମଣ ସହ ତୁଳନା କରିଛନ୍ତି ଡିଏମଇଟି । ଆଉ ମେ’ ମାସରେ ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷକୁ ଛୁଇଁବା ସମ୍ଭାବନା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ । ଦୁଇ ମାସ ତଳେContinue reading “ଡିଏମଇଟି ସିବିକେ ମହାନ୍ତିଙ୍କ ବୟାନ । ଗୋଷ୍ଠୀ ସଂକ୍ରମଣ ଭଳି ବଢୁଛି କରୋନା । ମେ’ ମାସରେ ଶିଖରରେ ପହଂଚିପାରେ ସଂକ୍ରମଣ ।”

ନବୀନ ପ୍ରସ୍ତାବ ଦେଇଥିଲେ, ମୋଦି ମାନିନେଲେ । ଏଣିକି ଖୋଲା ବଜାରରେ ବି ମିଳିବ କୋଭିଡ ଟିକା । 

କନକ ବ୍ୟୁରୋ : ନବୀନ ପ୍ରସ୍ତାବ ଦେଇଥିଲେ, ମୋଦି ମାନିନେଲେ । ମୋଦି ରଖିଲେ ନବୀନଙ୍କ କଥା । କୋଭିଡ ଟିକାକୁ ନେଇ ଦୁଇ ଦିନ ପୂର୍ବେ ନବୀନ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଣିକି ଟିକା ଉତ୍ପାଦନକାରୀ କମ୍ପାନି ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କୁ ଦେବା ସହ ବଳକା ୫୦ ପ୍ରତିଶତ ଟିକା ରାଜ୍ୟ ସରକାର ଓ ଖୋଲା ବଜାରକୁ ଛାଡିବେ । ଆଜି ଖୋଲା ବଜାରରେ ଟିକା ଉପଲବ୍ଧContinue reading “ନବୀନ ପ୍ରସ୍ତାବ ଦେଇଥିଲେ, ମୋଦି ମାନିନେଲେ । ଏଣିକି ଖୋଲା ବଜାରରେ ବି ମିଳିବ କୋଭିଡ ଟିକା । “

ଆଜି ଓଡ଼ିଶାରେ କରୋନା ସଂକ୍ରମଣର ସର୍ବକାଳୀନ ରେକର୍ଡ । ଗତ ୨୪ ଘଂଟାରେ ୪୪୪୫ ପଜିଟିଭ, ଦେଶରେ ୨ଲକ୍ଷ ୭୩ ହଜାର ସଂକ୍ରମିତ ।

କନକ ବ୍ୟୁରୋ: କରୋନା ମାରିଲା ଲମ୍ବା ଡିଆଁ । ପ୍ରଥମ ଲହର ସଂକ୍ରମଣକୁ ଟପିଯାଇଛି ଦ୍ୱିତୀୟ ଲହର ସଂକ୍ରମଣ । ରାଜ୍ୟରେ ସର୍ବକାଳୀନ ନୂଆ ରେକର୍ଡ କଲା ଦୈନିକ ସଂକ୍ରମଣ । ୨୦୨୦ ସେପ୍ଟେମ୍ବର ୨୫ତାରିଖରେ ରାଜ୍ୟରେ ୪ ହଜାର ୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଠିକ୍ ୮ମାସ ପରେ ଭାଙ୍ଗିଛି ସେହି ରେକର୍ଡ । ୨୪ ଘଂଟା ଭିତରେ ରାଜ୍ୟରେ ୪ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ ହେବା ସହ ୪ ଜଣଙ୍କ ଜୀବନ ନେଇଛିContinue reading “ଆଜି ଓଡ଼ିଶାରେ କରୋନା ସଂକ୍ରମଣର ସର୍ବକାଳୀନ ରେକର୍ଡ । ଗତ ୨୪ ଘଂଟାରେ ୪୪୪୫ ପଜିଟିଭ, ଦେଶରେ ୨ଲକ୍ଷ ୭୩ ହଜାର ସଂକ୍ରମିତ ।”

ରାଜ୍ୟ ସରକାରଙ୍କ ନୂଆ ନିୟମ । ବିବାହରେ ଯୋଗଦେବେ ସର୍ବମୋଟ ୫୦ ଲୋକ । ପ୍ରୋସେସନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ଜାରି କରିଛନ୍ତି ସପ୍ତାହନ୍ତ ସଟଡାଉନ୍ । ଏଣିକି ରାଜ୍ୟର ସମସ୍ତ ସହର ଶନି ଓ ରବିବାର ସଟଡାଉନ୍ ହେବ । ଏପରି ସ୍ଥିତିରେ ରାଜ୍ୟ ସରକାର ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ମଧ୍ୟ କଡା କଟକଣା ଜାରି କରିଛନ୍ତି । ବିବାହରେ ଏଣିକି ସର୍ବମୋଟ ୫୦ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ଲୋକ ଯୋଗ ଦେବେ । ଏସମ୍ପର୍କିତContinue reading “ରାଜ୍ୟ ସରକାରଙ୍କ ନୂଆ ନିୟମ । ବିବାହରେ ଯୋଗଦେବେ ସର୍ବମୋଟ ୫୦ ଲୋକ । ପ୍ରୋସେସନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।”

Design a site like this with WordPress.com
Get started