କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ସେହିପରି ମୟୂରଭଂଜରେ ମଧ୍ୟ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି । ବର୍ଷା ସାଙ୍ଗକୁ ଜୋରରେ ପବନ ବହିବାରୁ ଅନେକ ଗଛ ଭାଙ୍ଗି ପଡିଛି । ସେହିପରି ଛଣ, ଛପର ଓ ଆଜବେଷ୍ଟ ଘରର ଛାତ ଉଡେଇ ନେଇଛି । ଫଳରେ ଘରେ ସାଇତି ରଖିଥିବା ଧାନ ଚାଉଳ ବର୍ଷାରେ ଭିଜିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ପାରାଦୀପରେ କାଳବୈଶାଖୀ ତାଣ୍ଡବ ରଚିଛି ।Continue reading “ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ତାଣ୍ଡବ : ଭାଙ୍ଗିଗଲା ଗଛ, ଉଡ଼ିଲା ଛପର, ବର୍ଷା-ପବନରେ ଏକାଧିକ ସ୍ଥାନରେ ଧାନ ଓ ଚାଉଳ ନଷ୍ଟ”
Author Archives: Raghaba
ରାଜ୍ୟରେ ଆହୁରି ବଢିବ ତାତି । ଦୁଇ ଦିନରେ ୪୪ ଡିଗ୍ରି ଛୁଇଁବ ପାରଦ
ରାଜ୍ୟରେ ପାରଦ ଏବେ ଉପରମୁହାଁ ହୋଇଛି। ଆସନ୍ତା ୩ ଦିନରେ ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅର୍ଥାତ୍ ଆସନ୍ତା ୨ ଦିନରେ ରାଜ୍ୟର କିଛି ସ୍ଥାନରେ ପାରଦସ୍ତର ୪୪ ଡିଗ୍ରି ସ୍ପର୍ଶ କରିବ। ଆଜି ରାଜ୍ୟର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପାଇଛି। ୪୨ ଡିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏହାContinue reading “ରାଜ୍ୟରେ ଆହୁରି ବଢିବ ତାତି । ଦୁଇ ଦିନରେ ୪୪ ଡିଗ୍ରି ଛୁଇଁବ ପାରଦ”
ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ଆଜିଠୁ କଟକଣା : ବାହାର ରାଜ୍ୟରୁ ଓଡିଶାକୁ ଏବଂ ଓଡିଶାରୁ ବାହାର ରାଜ୍ୟକୁ ଯାଇ ପାରିବ ନାହିଁ ବସ
କନକ ବ୍ୟୁରୋ : ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ସରକାର । ଆଜିଠାରୁ ବାହାର ରାଜ୍ୟରୁ ଓଡିଶାକୁ କୌଣସି ବସ୍ ଆସି ପାରିବ ନାହିଁ । କିମ୍ବା ଓଡିଶାରୁ ରାଜ୍ୟ ବାହାରକୁ ବସ ଯାଇ ପାରିବ ନାହିଁ । ସେହିଭଳି ରାଜ୍ୟ ଭିତରେ ବସ ଚଳାଚଳ କରିବ । କିନ୍ତୁ କଟକଣା ଭିତରେ । ବସ୍ ଗୁଡିକରେ ଯେତିକି ସିଟ୍ ରହିଛି, ସେତିକି ଯାତ୍ରୀ ଯାତାୟାତ କରିପାରିବେ । ଠିଆ ହୋଇ କୌଣସିContinue reading “ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ଆଜିଠୁ କଟକଣା : ବାହାର ରାଜ୍ୟରୁ ଓଡିଶାକୁ ଏବଂ ଓଡିଶାରୁ ବାହାର ରାଜ୍ୟକୁ ଯାଇ ପାରିବ ନାହିଁ ବସ”
କୁମ୍ଭମେଳାରୁ ଓଡିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । ସଙ୍ଗରୋଧରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ
କନକ ବ୍ୟୁରୋ: କୁମ୍ଭମେଳାରୁ ଓଡିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । କୁମ୍ଭ ମେଳାରେ ସଂକ୍ରମଣ ବଢିବା ପରେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆସ୍ଥାର ମହାକୁମ୍ଭକୁ ସମୟ ପୂର୍ବରୁ ସମାପନ କରାଯାଇଛି । ଏପର ସମୟରେ କୁମ୍ଭମେଳାରେ ସାମିଲ ହୋଇ ଓଡିଶା ଫେରିଛନ୍ତି ୧୫୬ ଜଣ ଶ୍ରଦ୍ଧାଳୁ । ତେଣୁ ସଂକ୍ରମଣ ଆଶଙ୍କାରେ କୁମ୍ଭମେଳାରୁ ଫେରିଥିବା ଶ୍ରଦ୍ଧାଳୁଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୁଳକ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସ୍ୱାସ୍ଥବିଭାଗ ପକ୍ଷରୁ ସମସ୍ତ କଲେକ୍ଟର,Continue reading “କୁମ୍ଭମେଳାରୁ ଓଡିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । ସଙ୍ଗରୋଧରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ”
ମହାରାଷ୍ଟ୍ରରେ ଉପରମୁହାଁ କରୋନା ମିଟର । ୨୪ ଘଂଟାରେ ୬୮ ହଜାରରୁ ଅଧିକ ନୂଆ ମାମଲା । ସେପଟେ ବିହାରରେ ଲାଗୁ ହେଲା ନାଇଟକର୍ଫ୍ୟୁ ।
କନକ ବ୍ୟୁରୋ: ବିହାରରେ ସଂକ୍ରମଣ ବଢୁଥିବା ଦେଖି ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ରାତି ୯ଟାରୁ ସକାଳ ୫ଟା ଯାଏଁ କଟକଣା ବଳବତ୍ତର ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁସାରେ ମେ ୧୫ ତାରିଖ ଯାଏଁ ସିନେମା ହଲ, ମଲ, କ୍ଲବ, ଜିମ ଓ ପାର୍କ ବନ୍ଦ ରହିବ । ପନିପରିବା, ଅଣ୍ଡା ଓ ମାଂସContinue reading “ମହାରାଷ୍ଟ୍ରରେ ଉପରମୁହାଁ କରୋନା ମିଟର । ୨୪ ଘଂଟାରେ ୬୮ ହଜାରରୁ ଅଧିକ ନୂଆ ମାମଲା । ସେପଟେ ବିହାରରେ ଲାଗୁ ହେଲା ନାଇଟକର୍ଫ୍ୟୁ ।”
ଉଚ୍ଚଶିକ୍ଷିତ ଯୁବକଙ୍କ ନିଆରା ପ୍ରୟାସ । ସ୍ୱାବଲମ୍ବୀ ହେବାକୁ ଚାକିରି ଛାଡି ଚାଷ ଓ ବ୍ୟବସାୟରେ ବଳାଇଲେ ମନ ।
କନକ ବ୍ୟୁରୋ: କରୋନା ଛଡେଇ ନେଇଛି ହଜାର ହଜାର ଯୁବକ ଯୁବତୀଙ୍କ ଚାକିରି ଓ ବନେଇ ଦେଇଛି ସେମାନଙ୍କୁ ବେକାର । ଏଭଳି ସ୍ଥିତିରେ ଜଣେ ଆଦିବାସୀ ଯୁବକ ଉଚ୍ଚ ଶିକ୍ଷିତ ହୋଇଥିଲେ ସୁଦ୍ଧା କୌଣସି ଚାକିରି ପଛରେ ନଗୋଡ଼ାଇ ପେପର କପ ତିଆରି କରି ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟକୁ ରୋଜଗାର ଦେଇ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ବଡଲିମା ଗ୍ରାମର ଆଦିବାସୀ ଯୁବକ ରଞ୍ଜନ ୱାଡାକାContinue reading “ଉଚ୍ଚଶିକ୍ଷିତ ଯୁବକଙ୍କ ନିଆରା ପ୍ରୟାସ । ସ୍ୱାବଲମ୍ବୀ ହେବାକୁ ଚାକିରି ଛାଡି ଚାଷ ଓ ବ୍ୟବସାୟରେ ବଳାଇଲେ ମନ ।”
ଧର୍ମଗଡରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ ପାଲଟିଛି ଆକର୍ଷଣର କେନ୍ଦ୍ର । ୧୫ ପରିବାରକୁ ରୋଜଗାର ଦେଇ ଚର୍ଚ୍ଚାରେ ଯୁବଚାଷୀ କୃଷ୍ଣଚନ୍ଦ୍ର ।
କନକ ବ୍ୟୁରୋ: ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ ଟମାଟୋ ଚାଷ କରି ନିଜେ ସ୍ୱାବଳମ୍ବୀ ହେବା ସହିତ ଅଞ୍ଚଳର ୧୫ରୁ ଉର୍ଦ୍ଧ ଲୋକଙ୍କୁ ନିଜ ଟମାଟୋ ବଗିଟାରେ କାମ ଯୋଗାଇ ଦେଇ ସ୍ୱାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁର ଯୁବ ଚାଷୀ କୃଷ୍ଣଚନ୍ଦ୍ର ନାଗଙ୍କ କଥା ।Continue reading “ଧର୍ମଗଡରେ ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ ପାଲଟିଛି ଆକର୍ଷଣର କେନ୍ଦ୍ର । ୧୫ ପରିବାରକୁ ରୋଜଗାର ଦେଇ ଚର୍ଚ୍ଚାରେ ଯୁବଚାଷୀ କୃଷ୍ଣଚନ୍ଦ୍ର ।”
ଚାକିରି ନୁହେଁ ବ୍ୟବସାୟ ଦେଲା ଭିନ୍ନ ପରିଚୟ । ଚାକିରି ଛାଡି ମସଲା କମ୍ପାନୀ ଆରମ୍ଭ କଲେ କେନ୍ଦ୍ରାପଡାର ପ୍ରଦୀପ ବେହେରା ।
କନକ ବ୍ୟୁରୋ: କିଛି କରି ଦେଖାଇବାର ନିଶା ଆଣି ଦେଇଛି ସଫଳତା । ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ ଚାକିରି କରି ଭଲ ଦୁଇପଇସା ରୋଜଗାର କରୁଥିବା ଜଣେ ଯୁବକ ଚାକିରି ଛାଡି ଆରମ୍ଭ କରିଛନ୍ତି ଏକ ମସଲା କମ୍ପାନି । ନିଜ କମ୍ପାନିରେ ସ୍ଥାନୀୟ ଅଂଚଳୟ ପ୍ରାୟ ୨୦ ଜଣ ଯୁବକଙ୍କୁ ନିଯୁକ୍ତି ଦେବା ସହିତ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ବଜାରରେ ମସଲାର ବିଶେଷ ଚାହିଦା ଥିବା ସମୟରେ ସୃଷ୍ଟି କରିପାରିଛନ୍ତିContinue reading “ଚାକିରି ନୁହେଁ ବ୍ୟବସାୟ ଦେଲା ଭିନ୍ନ ପରିଚୟ । ଚାକିରି ଛାଡି ମସଲା କମ୍ପାନୀ ଆରମ୍ଭ କଲେ କେନ୍ଦ୍ରାପଡାର ପ୍ରଦୀପ ବେହେରା ।”
ହଳଦୀ ଦେଇଛି ରୋଜଗାର । ରାସ୍ତା କଡରେ ହଳଦୀ ପେଶି କୁଚିଣ୍ଡାର ମନୋଜ ମାସକୁ ଉପାର୍ଜନ କରୁଛନ୍ତି ଲକ୍ଷାଧିକ ଟଙ୍କା ।
କନକ ବ୍ୟୁରୋ: ହଳଦୀ ଦେଇଛି ରୋଜଗାର , ଆଉ କରିଛି ସ୍ୱାବଲମ୍ବୀ । ନିଜେ ହଳଦୀ ଚାଷ କରି ତାକୁ ଗୁଣ୍ଡ କରି ଲୋକଙ୍କ ଚାହିଦା ପୂରଣ କରିବା ସହ ବର୍ଷକୁ ରୋଜଗାର କରୁଛନ୍ତି ତିନିରୁ ଚାରି ଲକ୍ଷ ଟଙ୍କା । ଆମେ କହୁଛୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ସାହାଜବାହାଲ ଗାଁର ମନୋଜ ପଟେଲଙ୍କ କଥା । ଯିଏକି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ରାସ୍ତା କଡରେContinue reading “ହଳଦୀ ଦେଇଛି ରୋଜଗାର । ରାସ୍ତା କଡରେ ହଳଦୀ ପେଶି କୁଚିଣ୍ଡାର ମନୋଜ ମାସକୁ ଉପାର୍ଜନ କରୁଛନ୍ତି ଲକ୍ଷାଧିକ ଟଙ୍କା ।”
ବ୍ରହ୍ମପୁରରେ ଜମିଲାଣି ଆମ୍ବ ବଜାର । ଦୋକାନରେ ସୁନ୍ଦରୀ, ଠୁରୀ, ନଡିଆପରି ବିଭିନ୍ନ କିସମର ଆମ୍ବର ପସରା ।
କନକ ବ୍ୟୁରୋ: ଖରାଦିନ ଆରମ୍ଭ ହେବା ମାତ୍ରେ ବଜାରରେ ଆମ୍ବ ଦୋକାନ ଆଗରେ ଜମେ ଗ୍ରାହକଙ୍କ ଭିଡ । ବିଭିନ୍ନ ପ୍ରକାର ଆମ୍ବ କିଣି ଘରକୁ ନିଅନ୍ତି ଲୋକେ । ସୁନ୍ଦରୀ, ହାତୀମୁଣ୍ଡ, ନଡିଆ, ଠୁରୀ, ବାଇଗଣପଲୀ ସମେତ ବିଭିନ୍ନ ପ୍ରକାର ଆମ୍ବ କିଣିବାକୁ ରେଶମ ସହରରେ ଥିବା ଜିଲ୍ଲାର ସବୁଠାରୁ ବଡ଼ ଆମ୍ବ ମାର୍କେଟରେ ଜମେ ଗ୍ରାହକଙ୍କ ସମେତ ବେପାରୀଙ୍କ ଗହଳି । ପ୍ରତ୍ୟେକ ଦିନ ଏହି ବଜାରକୁ ରାଜ୍ୟ ସମେତ ରାଜ୍ୟ ବାହାରୁ ବହୁContinue reading “ବ୍ରହ୍ମପୁରରେ ଜମିଲାଣି ଆମ୍ବ ବଜାର । ଦୋକାନରେ ସୁନ୍ଦରୀ, ଠୁରୀ, ନଡିଆପରି ବିଭିନ୍ନ କିସମର ଆମ୍ବର ପସରା ।”