ସଂକ୍ରମଣ ବଢ଼ୁଥିବା ବେଳେ ପଶ୍ଚିମବଙ୍ଗରୁ ଆସୁଛି ଚିନ୍ତାଜନକ ଚିତ୍ର । ହଜାର ହଜାର ଲୋକଙ୍କ ଭିତରେ ରାଲି କରୁଛନ୍ତି ନେତା ଓ ମନ୍ତ୍ରୀ, କରୋନାକୁ ନାହିଁ ଖାତିର ।

କନକ ବ୍ୟୁରୋ: ନିର୍ବାଚନ ପାଇଁ ହେଉଥିବା ସଭା, ସମାବେଶ ଓ ରାଲିର ଚିତ୍ର ଦେଖିଲେ ଲାଗୁଛି, ସ୍କୁଲ, କଲେଜ୍, ବଜାର, ହାଟ ସବୁ କିଛି ବନ୍ଦ ହୋଇପାରେ, କିନ୍ତୁ ଭୋଟ୍ ପଡ଼ିବ, ପ୍ରଚାର ହେବ, ନେତାଙ୍କ ଜିନ୍ଦାବାଦ-ମୁର୍ଦ୍ଦାବାଦ ଚାଲିବ । ଯେତେବେଳେ ରୋଗୀଙ୍କୁ ହସ୍ପିଟାଲରେ ବେଡ୍ ମିଳୁନି, ଶବ ପାଇଁ ଶ୍ମଶାନରେ ଜାଗା ଅଭାବ ପଡୁଛି, ସଂକ୍ରମଣ ହୁ-ହୁ ହୋଇ ବଢୁଛି, ସେତେବେଳେ ହୁଏତ, ଗଣତନ୍ତ୍ରର ଆଳରେ ସଂକ୍ରମଣକୁ ହାତଠାରି ନିମନ୍ତ୍ରଣ କରାଯାଉଛି । କ୍ଷମତା ପାଇଁContinue reading “ସଂକ୍ରମଣ ବଢ଼ୁଥିବା ବେଳେ ପଶ୍ଚିମବଙ୍ଗରୁ ଆସୁଛି ଚିନ୍ତାଜନକ ଚିତ୍ର । ହଜାର ହଜାର ଲୋକଙ୍କ ଭିତରେ ରାଲି କରୁଛନ୍ତି ନେତା ଓ ମନ୍ତ୍ରୀ, କରୋନାକୁ ନାହିଁ ଖାତିର ।”

ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବଢି଼ବା ଜରୁରୀ । ମୋଦିଙ୍କୁ ଚିଠି ଲେଖି ୫ଟି ପ୍ରସ୍ତାବ ରଖିଲେ ମନମୋହନ ସିଂ ।

କନକ ବ୍ୟୁରୋ: ଗତ ଦୁଇ ସପ୍ତାହ ଭିତରେ ପଜିଟିଭ ରେଟ ଦୁଇଗୁଣାରୁ ଅଧିକ ବଢିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୧୨ ଦିନରେ ସଂକ୍ରମଣ ହାର ୧୬.୬୯ ପ୍ରତିଶତକୁ ଛୁଇଁଛି । ଗତବର୍ଷ ଏପ୍ରିଲରେ ଦେଶରେ ସଂକ୍ରମଣ ହାର ଥିଲା ୫ ପ୍ରତିଶତରୁ ତଳେ । ଦେଶ ଏବେ ଦ୍ରୁତ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତି ଦେଖା ଦେଇଛି । ଦୁଇଗୁଣ ହେଲା ସଂକ୍ରମଣ ହାର ଏବେ ଶହେ ପରୀକ୍ଷାରୁ ୧୭ ପଜିଟିଭ ଏହିContinue reading “ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବଢି଼ବା ଜରୁରୀ । ମୋଦିଙ୍କୁ ଚିଠି ଲେଖି ୫ଟି ପ୍ରସ୍ତାବ ରଖିଲେ ମନମୋହନ ସିଂ ।”

ବିଜେଡି ସାଂସଦଙ୍କ ସମ୍ପାଦୀକୟ ବଢ଼ାଇଲା ବିବାଦ । ନାଁ ନନେଇ ନେତାଙ୍କୁ ଟାର୍ଗେଟ୍ କଲେ ଭର୍ତ୍ତୃହରି ମହତାବ ।

କନକ ବ୍ୟୁରୋ: ପିପିଲି ଉପ-ନିର୍ବାଚନରେ ଗାଁକୁ ଗାଁ ଜଗିଛନ୍ତି ବାହାର ଲୋକ । ପିପିଲି ନିର୍ବାଚନ ମଣ୍ଡଳୀର ବାସିନ୍ଦା ନହୋଇ ମଧ୍ୟ ଦଳକୁ ଦଳ ବାହାର ଲୋକ ସେଠାକୁ ପିକନିକ ମନେଇବାକୁ ଯାଉଛନ୍ତି । ଯାହା ଦଳୀୟ ନେତୃତ୍ୱ ପାଇଁ ନିଶ୍ଚିତ ଏକ ଆହ୍ୱାନ । ନିଜ ମାଲିକାନାରେ ଥିବା ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ରେ ‘ନିର୍ବାଚନରେ ଗୁଣ୍ଡାଙ୍କ ଉତ୍ପାତ ଓ ନେତୃତ’୍ୱ ଶୀର୍ଷକ ସମ୍ପାଦକୀୟରେ ଏମତିି କିଛି ଲେଖିଛନ୍ତି ବରିଷ୍ଠ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।Continue reading “ବିଜେଡି ସାଂସଦଙ୍କ ସମ୍ପାଦୀକୟ ବଢ଼ାଇଲା ବିବାଦ । ନାଁ ନନେଇ ନେତାଙ୍କୁ ଟାର୍ଗେଟ୍ କଲେ ଭର୍ତ୍ତୃହରି ମହତାବ ।”

ପୁଅର ଗାର୍ଲଫ୍ରେଣ୍ଡ ପାଇଁ ଫସିଗଲା ହାଇଦର । କେନ୍ଦ୍ରାପଡାର ବ୍ୟବସାୟୀଙ୍କଠାରୁ ଯୁବତୀଙ୍କ ଜରିଆରେ ୫ ଲକ୍ଷ ଟଙ୍କା ମାଗିଥିଲା ବଟି ।

କନକ ବ୍ୟୁରୋ: କୁହାଯାଏ ଚୋର ଯେତେ ଚାଲାକ ହେଲେ ବି କିଛି ନା କିଛି ସୁରାକ ଛାଡି ଛାଡିଥାଏ । ଆଉ ଏହି ସୁରାକକୁ ଆଧାର କରି ଅପରାଧୀ ନିକଟରେ ପହଁଚିଯାଇଥାଏ ପୁଲିସ । ଠିକ୍ ସେହିଭଳି ସୁରକ୍ଷା କର୍ମୀଙ୍କ ଆଖିରେ ଧୂଳି ଦେଇ ଏସସିବି ମେଡିକାଲରୁ ଖସି ଯାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଣି ଥରେ ପୁଲିସ ପଞ୍ଝାରେ ପଡିଯାଇଛି । କଟକ ବଡ ଡାକ୍ତରଖାନାରୁ ଫେରାର ହେବା ପରେ ହାଇଦର, କେନ୍ଦ୍ରାପଡାର ଏକ ଗାଡିContinue reading “ପୁଅର ଗାର୍ଲଫ୍ରେଣ୍ଡ ପାଇଁ ଫସିଗଲା ହାଇଦର । କେନ୍ଦ୍ରାପଡାର ବ୍ୟବସାୟୀଙ୍କଠାରୁ ଯୁବତୀଙ୍କ ଜରିଆରେ ୫ ଲକ୍ଷ ଟଙ୍କା ମାଗିଥିଲା ବଟି ।”

ଓଡିଶାରେ ୬୦ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି । ଭିମସାର ଓ ଏମକେସିଜି କୋଭିଡ ହସପିଟାଲରେ ଖାଲି ନାହିଁ ବେଡ୍ ।

କନକ ବ୍ୟୁରୋ: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି । ଦୁଇ ଦିନ ଧରି ୩ ହଜାର ଉପରେ ସଂକ୍ରମଣ ରହୁଥିବା ବେଳେ ଆଜି ଦୈନିକ ସଂକ୍ରମଣ ୩୬ ଶହ ଟପି ଯାଇଛି । ଦୈନିକ ସଂକ୍ରମଣ ଆଗକୁ ଆହୁରି ସାଂଘାତିକ ରୂପ ନେବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ସଂକ୍ରମଣ ଯେପରି ଲମ୍ବା ଡିଆଁ ମାରି ଆଗକୁ ବଢୁଛି, ସେହି ଅନୁସାରେ ଆବଶ୍ୟକ ହେଉଛି ହସପିଟାଲ ବେଡ୍, ଆଇସିୟୁ, ଅକ୍ସିଜେନ୍, ଆଉContinue reading “ଓଡିଶାରେ ୬୦ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି । ଭିମସାର ଓ ଏମକେସିଜି କୋଭିଡ ହସପିଟାଲରେ ଖାଲି ନାହିଁ ବେଡ୍ ।”

ମାକ୍ସୱେଲ୍- ଡିଭିଲିୟର୍ସ ଝଡରେ କେକେଆର୍ ଧରାଶାୟୀ । ୩୮ ରନରେ ମ୍ୟାଚ୍ ଜିତିଲା ବାଙ୍ଗାଲୋର ।

କନକ ବ୍ୟୁରୋ: ଆରସିବିର ଧୂଆଁଧାର ବ୍ୟାଟିଂରେ ଆଜି ଧରାଶାୟୀ ହୋଇଛି କେକେଆର୍ । ଦଳ ଦ୍ୱିତୀୟ ଇଂନିସରେ ମାତ୍ର ୧୬୬ ରନ୍ କରି ପରାଜୟ ବରଣ କରିଛି । ଦଳକୁ ବିଜୟ ପାଇଁ ୨୦୫ ରନ୍ ଆବଶ୍ୟକ ହେଉଥିଲେ ହେଁ ଦଳ ବିଜୟଠାରୁ ୩୮ ରନ ପଛରେ ପଡିଯାଇଛି । ଆଜି ଟସ ଜିତି ବିରାଟ କୋହଲି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଦଳ ଲଗାତାର ୱିକେଟ୍ ହରାଇଥିଲା । ୯ ରନରେ ଦଳContinue reading “ମାକ୍ସୱେଲ୍- ଡିଭିଲିୟର୍ସ ଝଡରେ କେକେଆର୍ ଧରାଶାୟୀ । ୩୮ ରନରେ ମ୍ୟାଚ୍ ଜିତିଲା ବାଙ୍ଗାଲୋର ।”

ସଂକ୍ରମଣ ରୋକିବାକୁ ଲକଡାଉନ୍ ନୁହେଁ ସମାଧାନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନ୍ୟ ବିକଳ୍ପ ଚିନ୍ତା କରିବାକୁ ପରାମର୍ଶ ଦେଲା ଲାନସେଟ୍ କୋଭିଡ କମିଶନ ଇଣ୍ଡିଆ ଟାସ୍କଫୋର୍ସ ।

କନକ ବ୍ୟୁରୋ: ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣକୁ ରୋକିବା ଦିଗରେ ଲକଡାଉନ ଭଳି ପଦକ୍ଷେପକୁ ଏଡାଇବା ପାଇଁ ପରାମର୍ଶ । କେବଳ ଲକଡାଉନ ଲଗାଇ ସଂକ୍ରମଣକୁ ରୋକିବା ଭଳି ପଦକ୍ଷେପକୁ ବିରୋଧ କରାଯାଇଛି । କେନ୍ଦ୍ର କିମ୍ବା ରାଜ୍ୟ ସରକାର ଗୁଡିକ ଅନ୍ୟ ବିକଳ୍ପ ଉପରେ ଚିନ୍ତା କରିବା ଉଚିତ ବୋଲି କହିଛି- ଲାନସେଟ୍ କୋଭିଡ କମିଶନ ଇଣ୍ଡିଆ ଟାସ୍କଫୋର୍ସ । ସରକାରୀ ଓ ବେସରକାରୀ ୨୨ ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟିContinue reading “ସଂକ୍ରମଣ ରୋକିବାକୁ ଲକଡାଉନ୍ ନୁହେଁ ସମାଧାନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନ୍ୟ ବିକଳ୍ପ ଚିନ୍ତା କରିବାକୁ ପରାମର୍ଶ ଦେଲା ଲାନସେଟ୍ କୋଭିଡ କମିଶନ ଇଣ୍ଡିଆ ଟାସ୍କଫୋର୍ସ ।”

ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର । ସେବାୟତ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ନିଆଗଲା ନିଷ୍ପତ୍ତି ।

କନକ ବ୍ୟୁରୋ: ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର । କିଛି ସେବାୟତ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ମଧ୍ୟ ସୂଚନା ଦେଇଛନ୍ତି । #ଶ୍ରଦ୍ଧାଳୁଙ୍କ_ପାଇଁ_ଲିଙ୍ଗରାଜ_ମନ୍ଦିର_ବନ୍ଦ ସେବାୟତ କରୋନା ସଂକ୍ରମିତ ହେବା ପରେ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିରContinue reading “ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର । ସେବାୟତ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ନିଆଗଲା ନିଷ୍ପତ୍ତି ।”

ଗଞ୍ଜାମରେ ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡିବା ମନା । ଜରୁରୀ କାମ ଥିଲେ ଦରକାର ବିଭାଗୀୟ ଅନୁମତି । ଉଲ୍ଲଘଂନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: କରୋନା ସଂକ୍ରମଣ ବଢୁଥିବା ଭିତରେ ଗଞ୍ଜାମରେ ଏବେ ପ୍ରତିଦିନ ନୂଆ ନୂଆ ନିୟମ ଜାରି କରାଯାଉଛି । ଆଜି ଜିଲ୍ଲାର ସରକାରୀ କର୍ମଚାରୀମାନଙ୍କୁ ସଦର ମହକୁମା ଛାଡି କୁଆଡେ ନଯିବା ପାଇଁ କୁହାଯାଇଛି । କେବଳ ଜରୁରୀ କାମ ଥିଲେ ବିଭାଗୀୟ ଅନୁମତି ନେଇ କର୍ମଚାରୀମାନେ ଯାଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ ଯଦି କୌଣସି କର୍ମଚାରୀ ଏହି ନିୟମକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେContinue reading “ଗଞ୍ଜାମରେ ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡିବା ମନା । ଜରୁରୀ କାମ ଥିଲେ ଦରକାର ବିଭାଗୀୟ ଅନୁମତି । ଉଲ୍ଲଘଂନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।”

ମ୍ୟାକ୍ସୱେଲ-ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୨୦୪ ରନର ବିଶାଳ ସ୍କୋର କଲା ବାଙ୍ଗାଲୋର । କୋଲକାତା ଆଗରେ ୨୦୫ରନର ବିଜୟ ଲକ୍ଷ୍ୟ 

କନକ ବ୍ୟୁରୋ: ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଛି ବାଙ୍ଗାଲୋର ଦଳ । ଏହି ମ୍ୟାଚରେ ମ୍ୟାକ୍ସୱେଲ ଓ ଡିଭିଲିୟର୍ସ ଧୂଆଁଧାର ବ୍ୟାଟିଂ କରିଛନ୍ତି । ଫଳରେ ବଙ୍ଗାଲୋର ୨୦୪ ରନର ବିଶାଳ ସ୍କୋର କରିଛି । ଏହାସହ ଏବେ କୋଲକାତା ଆଗରେ ୨୦୫ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ । ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସContinue reading “ମ୍ୟାକ୍ସୱେଲ-ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୨୦୪ ରନର ବିଶାଳ ସ୍କୋର କଲା ବାଙ୍ଗାଲୋର । କୋଲକାତା ଆଗରେ ୨୦୫ରନର ବିଜୟ ଲକ୍ଷ୍ୟ “

Design a site like this with WordPress.com
Get started