ଭାଙ୍ଗି ଯାଇଛି ଘର, ଉଡିଯାଇଛି ଚାଳ । ଫନୀ ପରେ ବି ମିଳିନି ସହାୟତା, ପିପିଲିକୁ ମାଳ ମାଳ ନେତାମନ୍ତ୍ରୀ ଯାଉଛନ୍ତି । ହେଲେ କାହାରି ଆଖିରେ ପଡୁନି ରବି ମାଷ୍ଟ୍ରେଙ୍କ ଦୁଃଖ…

କନକ ବ୍ୟୁରୋ: ପେଟ ପାଇଁ ପାଦ ମାଡେ ପେଡାଲ. ଘାଇ ଘାଇ ଘୁରେ ଚକ । ପରିଣତ ବୟସରେ ପରିବାର ପୋଷିବାକୁ ଛୁଞ୍ଚି ସୂତା ସହ ନିତିଇ ଚାଲେ ସମ୍ପର୍କ ଗଢା । ରଙ୍ଗୀନ ସୂତାରେ ସିନା ସେ ସିଇଁ ଦିଅନ୍ତି ଅନ୍ୟର ପୋଷାକ, ହେଲେ ନିଷ୍ଠୁର ସମୟକୁ ପାରନ୍ତିନି ସିଲେଇ । ପରର ଚିରା ଫଠା ଜାମା ଯୋଡି ଦିଅନ୍ତି କିନ୍ତୁ ଯୋଡି ପାରନ୍ତିନି ନିଜର ଭାଗ୍ୟ । ଏଇ ପୁରୁଣା ମେସିନ, ଭଙ୍ଗା କେବିନରେContinue reading “ଭାଙ୍ଗି ଯାଇଛି ଘର, ଉଡିଯାଇଛି ଚାଳ । ଫନୀ ପରେ ବି ମିଳିନି ସହାୟତା, ପିପିଲିକୁ ମାଳ ମାଳ ନେତାମନ୍ତ୍ରୀ ଯାଉଛନ୍ତି । ହେଲେ କାହାରି ଆଖିରେ ପଡୁନି ରବି ମାଷ୍ଟ୍ରେଙ୍କ ଦୁଃଖ…”

ମାଛ ବିକି ବିକି ମହାମାରୀ ସଚେତନତା କରୁଛନ୍ତି ମାଛବିକାଳୀ ବାପପୁଅ । ଗାଁ ଗାଁ ବୁଲି ଗୀତ ମାଧ୍ୟରେ ଲୋକଙ୍କୁ ବୁଝାଉଛନ୍ତି… ଶୁଣନ୍ତୁ ମାଛବାଲାର ମହାମାରୀ ଗୀତ

କନକ ବ୍ୟୁରୋ: ମାଛବାଲାର ମହାମାରୀ ସଚେତନତା । ମାଛ ବିକୁଛନ୍ତି, ବାର୍ତ୍ତା ବାଣ୍ଟୁଛନ୍ତି । ସାବଧାନ ! ମାଡି ଆସୁଛି ମହାମାରୀ । କରୋନାର ୨ୟ ଲହର ଭୟଙ୍କର ହେଉଛି । ତେଣୁ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୁରତା ରକ୍ଷା କରନ୍ତୁ । ନିଜ ଜୀବନ ବଞ୍ଚାଇବା ସହ ଅନ୍ୟର ଜୀବନ ବଞ୍ଚାନ୍ତୁ… ଗାଁ ଗାଁ, ଘର ଘର ବୁଲି ଏମିତି ଲୋକଙ୍କୁ ସଚେତନ କରୁଛନ୍ତି ମାଛବ୍ୟବସାୟୀ । ସ୍କୁଚରରେ ମାଛ ବିକ୍ରି କରିବା ସହ ମାଛContinue reading “ମାଛ ବିକି ବିକି ମହାମାରୀ ସଚେତନତା କରୁଛନ୍ତି ମାଛବିକାଳୀ ବାପପୁଅ । ଗାଁ ଗାଁ ବୁଲି ଗୀତ ମାଧ୍ୟରେ ଲୋକଙ୍କୁ ବୁଝାଉଛନ୍ତି… ଶୁଣନ୍ତୁ ମାଛବାଲାର ମହାମାରୀ ଗୀତ”

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କରୋନାକୁ ନେଇ ଏମିତି ଦେଲେ ଉପଦେଶ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଏବେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗୁଛି । ସଂକ୍ରମିତ ସଂଖ୍ୟା ଠାର ମୃତ୍ୟୁହାର , ଏବେ ଆମେରିକାକୁ ଟକ୍କର ଦେଉଛି ଭାରତ । ଏହାରି ମଧ୍ୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବି ଦେଶରେ ଏଭଳି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ସେ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି । ଏହି ଚିଠିରେ ସେ କରୋନା ବିରୋଧରେ ଲଢେଇ କରିବାରContinue reading “ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କରୋନାକୁ ନେଇ ଏମିତି ଦେଲେ ଉପଦେଶ”

ଆଜି ୧୬ ଜିଲ୍ଲାକୁ କାଳବୈଶାଖୀ ଭୟ; ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ଦକ୍ଷିଣ, ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଓଡ଼ିଶାର ୧୬ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଜାରି ସତର୍କ ସୂଚନା ମତାବକ ଆଜି (୧୮ ଅପ୍ରେଲ, ରବିବାର) ଅପରାହ୍ନ ୧ଟା ୩୦ଘଣ୍ଟା ମଧ୍ୟରୁ ଆସନ୍ତାକାଲି (୧୯ ଅପ୍ରେଲ, ସୋମବାର) ସକାଳ ୮ଟା୩୦ ଘଣ୍ଟାContinue reading “ଆଜି ୧୬ ଜିଲ୍ଲାକୁ କାଳବୈଶାଖୀ ଭୟ; ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ”

କଟକରେ ପହଞ୍ଚିଲା ହାଇଦରର କାର । ତେଲେଙ୍ଗାନାରୁ ମଙ୍ଗଳାବାଗ ଥାନାକୁ ଆଣିଲା କମିଶନରେଟ୍ ପୋଲିସ । ସ୍ୱିଫ୍ଟ ଡ଼ିଜାୟାର କାରରେ ଏସସିବି ମେଡ଼ିକାଲରୁ ହୋଇଥିଲା ଫେରାର

କନକ ବ୍ୟୁରୋ: କଟକ ଏସସିବି ମେଡିକାଲ କଲେଜରୁ ଯେଉଁ କାରରେ ଚମ୍ପଟ ମାରିଥିଲା ଗ୍ୟାଙ୍ଗଷ୍ଟର ହାଇଦ୍ରର ସେଇ କାର କଟକରେ ପହଂଚିଛି । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟ୍ରୁ କାରଟିକୁ ଜବତ କରିଥିଲା କମିଶନର ପୋଲିସ । ନମ୍ବର ଓଡି-୦୨-ଏଏସ୍- ୬୭୭୦ । ଏକ ମାରୁତି ସୁଇଫ୍ଟ ଡିଜାୟାର ଗାଡି, ଯେଉଁ ଗାଡିରେ ହିଁ ଫେରାର ହୋଇଥିଲା ହାଇଦର । ଏହି ଗାଡିରେ ହାଇଦର ତେଲାଙ୍ଗାନା ଯାଇଥିବା ପୁଲିସ ଗୁଇନ୍ଦା ତଥ୍ୟ ପାଇଥିଲା । ଏନଏଚଏଆଇରContinue reading “କଟକରେ ପହଞ୍ଚିଲା ହାଇଦରର କାର । ତେଲେଙ୍ଗାନାରୁ ମଙ୍ଗଳାବାଗ ଥାନାକୁ ଆଣିଲା କମିଶନରେଟ୍ ପୋଲିସ । ସ୍ୱିଫ୍ଟ ଡ଼ିଜାୟାର କାରରେ ଏସସିବି ମେଡ଼ିକାଲରୁ ହୋଇଥିଲା ଫେରାର”

ବିଶେଷଜ୍ଞ ଡ଼ାକ୍ତର କହିଲେ ବାୟୁ ବାହିତ ପାଥୋଜେନରୁ ବର୍ତିବା ପାଇଁ ଦୁଇଟି ମାସ୍କ ଜରୁରୀ । ଥ୍ରୀ ଲେୟାର ସର୍ଜିକାଲ ମାସ୍କ ଦୁଇଟି ପିନ୍ଧିବା ପାଇଁ ଦେଲେ ପରାମର୍ଶ

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ବଡ ତଥ୍ୟ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । କରୋନାର ଏହି ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିପାରିବ ଦୁଇଟି ମାସ୍କ । କରୋନା ଦ୍ୱିତୀୟ ଲହରର ଷ୍ଟ୍ରେନ୍ ଅଧିକ କ୍ଷତିକାରକ , ଏହି ଭାଇରସ ଏବେ ପବନରେ ବ୍ୟାପୁଥିବା ରିପୋର୍ଟ ବି ଆସିଛି । ତେଣୁ ଏଥିରୁ ବର୍ତିବାକୁ ହେଲେ ଆମକୁ କପଡା ମାସ୍କ ଛାଡିବାକୁ ପଡିବ । ଏୟାରବର୍ଣ୍ଣ ପାଥୋଜେନରୁ ବର୍ତିବାକୁ ହେଲେ ଆମକୁContinue reading “ବିଶେଷଜ୍ଞ ଡ଼ାକ୍ତର କହିଲେ ବାୟୁ ବାହିତ ପାଥୋଜେନରୁ ବର୍ତିବା ପାଇଁ ଦୁଇଟି ମାସ୍କ ଜରୁରୀ । ଥ୍ରୀ ଲେୟାର ସର୍ଜିକାଲ ମାସ୍କ ଦୁଇଟି ପିନ୍ଧିବା ପାଇଁ ଦେଲେ ପରାମର୍ଶ”

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଶ୍ୱସ୍ଥ । ଓଡିଶାରେ ପହଂଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା

କନକ ବ୍ୟୁରୋ : ନିଅଣ୍ଟିଆ ଟିକା ସମସ୍ୟା ନେଇ ରାଜ୍ୟର ୮ ଟି ଜିଲ୍ଲାରେ ଟିକାକରଣ ବନ୍ଦ ଥିବା ବେଳେ ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଥିବା ସୂଚନା ମିଳିଛି । ଏହି ଟିକା ଏବେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛି । ଏହି ଟିକାକୁ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି କୁହାଯାଇଛି । କହିରଖୁ କି ରାଜ୍ୟରେ ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ବେଳେ କେନ୍ଦ୍ରରContinue reading “ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଶ୍ୱସ୍ଥ । ଓଡିଶାରେ ପହଂଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା”

ଆଇପିଏଲ ଲଢେଇ: ଟସ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ଫିଲ୍ଡିଂ ପାଇଁ ମୈଦାନକୁ ଓହ୍ଲାଇବ କୋଲକାତା । 

କନକ ବ୍ୟୁରୋ: ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ ରାଇଡର । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର ଦଳ । ତେଣୁ ପ୍ରଥମେ ବୋଲିଂ କରିବ କୋଲକାତା ନାଇଟ ରାଇଡର । ଆଜିର ମ୍ୟାଚରେ ବାଙ୍ଗାଲୋର ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ । ସେପଟେ କୋଲକାତା ବିଜୟକୁ ଫେରିବାକୁ ଚେଷ୍ଟା କରିବ । ବାଙ୍ଗାଲୋର ଟିମରେ ବିରାଟContinue reading “ଆଇପିଏଲ ଲଢେଇ: ଟସ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ଫିଲ୍ଡିଂ ପାଇଁ ମୈଦାନକୁ ଓହ୍ଲାଇବ କୋଲକାତା । “

ଜମି ଯୋଗାଇ ଦେବା ନାଁରେ ଲୋକଙ୍କୁ ଠକିଲେ ବିଲଡର । ଗୋଟିଏ ସ୍ଥାନରେ ଜମି ଦେଖାଇ ଆଉ ଗୋଟିଏ ସ୍ଥାନରେ ଘର କରିବାକୁ କହୁଥିବା ଅଭିଯୋଗ 

କନକ ବ୍ୟୁରୋ : ଜମି ଯୋଗାଇଦେବା ନାଁରେ ଲୋକଙ୍କୁ ଠକୁଛନ୍ତି ଫ୍ରଡ଼ ବିଲଡର ବାବୁ । ଗୋଟିଏ ଜାଗା ଲୋକଙ୍କୁ ଦେବାକୁ କହୁଛନ୍ତି । ଲୋକଙ୍କ ଠାରୁ ଟଙ୍କା ନେବା ପରେ ଅନ୍ୟ ଏକ ସ୍ଥାନରେ ଘର କରିବାକୁ କହୁଛନ୍ତି ବିଲଡର । ଜମି ଠକେଇ ନେଇ ଏପରି ଅଭିଯୋଗ ଆସିଛି ଭୁବନେଶ୍ୱରରୁ । ମା’ କମଳା ବିଲଡରର ମାଲିକ ସୁକାନ୍ତ ନାୟକଙ୍କ ନାଁରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଠକାମୀର ଶିକାର ହୋଇଥିବା ସାଲିଆContinue reading “ଜମି ଯୋଗାଇ ଦେବା ନାଁରେ ଲୋକଙ୍କୁ ଠକିଲେ ବିଲଡର । ଗୋଟିଏ ସ୍ଥାନରେ ଜମି ଦେଖାଇ ଆଉ ଗୋଟିଏ ସ୍ଥାନରେ ଘର କରିବାକୁ କହୁଥିବା ଅଭିଯୋଗ “

କରୋନାର ଦ୍ରୁତ ସଂକ୍ରମଣ ରୋକିବାକୁ ଲକଡାଉନ ଏକମାତ୍ର ଉପାୟ ନୁହେଁ । ଲାନସେଟ୍ ଇଣ୍ଡିଆ ଟାସ୍କ ଫୋର୍ସର ପ୍ରସ୍ତାବ । ୧୬ଟି ପ୍ରସ୍ତାବ ଦେଲେ ୨୨ ଜଣିଆ ବିଶେଷଜ୍ଞ କମିଟି

କନକ ବ୍ୟୁରୋ: ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣକୁ ରୋକିବା ଦିଗରେ ଲକଡାଉନ ଭଳି ପଦକ୍ଷେପକୁ ଏଡାଇବା ପାଇଁ ପରାମର୍ଶ । କେବଳ ଲକଡାଉନ ଲଗାଇ ସଂକ୍ରମଣକୁ ରୋକିବା ଭଳି ପଦକ୍ଷେପକୁ ବିରୋଧ କରାଯାଇଛି । କେନ୍ଦ୍ର କିମ୍ବା ରାଜ୍ୟ ସରକାର ଗୁଡିକ ଅନ୍ୟ ବିକଳ୍ପ ଉପରେ ଚିନ୍ତା କରିବା ଉଚିତ ବୋଲି କହିଛି- ଲାନସେଟ୍ କୋଭିଡ କମିଶନ ଇଣ୍ଡିଆ ଟାସ୍କଫୋର୍ସ । ସରକାରୀ ଓ ବେସରକାରୀ ୨୨ ଜଣ ବିଶେଷଜ୍ଞଙ୍କୁ ନେଇ ଏହି କମିଟିContinue reading “କରୋନାର ଦ୍ରୁତ ସଂକ୍ରମଣ ରୋକିବାକୁ ଲକଡାଉନ ଏକମାତ୍ର ଉପାୟ ନୁହେଁ । ଲାନସେଟ୍ ଇଣ୍ଡିଆ ଟାସ୍କ ଫୋର୍ସର ପ୍ରସ୍ତାବ । ୧୬ଟି ପ୍ରସ୍ତାବ ଦେଲେ ୨୨ ଜଣିଆ ବିଶେଷଜ୍ଞ କମିଟି”

Design a site like this with WordPress.com
Get started