ସୁନ୍ଦରଗଡରେ ସଂକଟ ବଢାଉଛି କରୋନା ସ୍ଥିତି । ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି ବେଡ୍, ମଶାଣିରେ ଲିଭୁନି ଚିତା

କନକ ବ୍ୟୁରୋ : ସୁନ୍ଦରଗଡରେ ବେକାବୁ ହେଲାଣି କରୋନା ସ୍ଥିତି । ପ୍ରତିଦିନ ଶହଶହ ଆକ୍ରାନ୍ତ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ଦ୍ରୁତଗତିରେ ବଢୁଥିବା ବେଳେ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ୩ ଶହ ଉପରେ ରହୁଛି । ଦ୍ୱିତୀୟ ଲହରରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଶ୍ମଶାନରେ ଲିଭୁନି ଜୁଇ । ଗୋଟିଏ ପଟେ ଜୁଇ ଜଳୁଥିବା ବେଳେ ଆମ୍ବୁଲାନ୍ସରେ ଆସି ସ୍ୱର୍ଗଦ୍ୱାରରେContinue reading “ସୁନ୍ଦରଗଡରେ ସଂକଟ ବଢାଉଛି କରୋନା ସ୍ଥିତି । ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି ବେଡ୍, ମଶାଣିରେ ଲିଭୁନି ଚିତା”

ଚିନ୍ତା ବଢାଉଛି ନିଅଣ୍ଟିଆ ଟିକା । ରାଜ୍ୟର ୮ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

କନକ ବ୍ୟୁରୋ : ଦେଶରେ ଯେତେବେଳେ କୋଭିଡ ଟିକାର ଘୋର ଅଭାବ ସେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପରାମର୍ଶ ଦେଲେ । ହେଲେ ୪ ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ‘ଟିକା ମହୋତ୍ସବ’ ପାଳନ କରିବା ପରେ ଏବେ ସବୁ ରାଜ୍ୟକୁ ଘାରିଛି ନିଅଣ୍ଟିଆ ଟିକାର ସମସ୍ୟା । ଏହି କ୍ରମରେ ଆମ ରାଜ୍ୟରେ ଆଜି ୮ ଟି ଜିଲ୍ଲାରେ ଟିକାକରଣ ବନ୍ଦ ହୋଇଛି । ଏନେଇ ରାଜ୍ୟ ପରିବାର କଲ୍ୟାଣContinue reading “ଚିନ୍ତା ବଢାଉଛି ନିଅଣ୍ଟିଆ ଟିକା । ରାଜ୍ୟର ୮ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ”

ଭାଙ୍ଗିଲା ୩୨ ବର୍ଷର୍ର ପରମ୍ପରା । କରୋନା ମହାମାରୀ ପାଇଁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ । ୩୨ ବର୍ଷ ଧରି ‘ଏକାମ୍ର ସାଂସ୍କୃତିକ ପ୍ରକାଶନୀ’ ତରଫରୁ ଆୟୋଜିତ ହେଉଥିବା ଏହି ମହୋତ୍ସବକୁ ବନ୍ଦ କରାଯାଇଛି । ଏହି ମହୋତ୍ସବକୁ ପ୍ରାୟ ୭ ଟି ରାଜ୍ୟରୁ ୫୦୦ କଳାକାର ଆସୁଥିବା ବେଳେ ଏହି କାର୍ଯ୍ୟକ୍ରମ ୬ ଦିନ ଧରି ଚାଲୁଥିଲା । ହେଲେ ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଭଳି ଭାବେ ବୃଦ୍ଧି ପାଇଛି ତାହାକୁ ନଜରରେContinue reading “ଭାଙ୍ଗିଲା ୩୨ ବର୍ଷର୍ର ପରମ୍ପରା । କରୋନା ମହାମାରୀ ପାଇଁ ବନ୍ଦ ହେଲା ଲିଙ୍ଗରାଜ ମହୋତ୍ସବ”

ପିପିଲି ଉପ-ନିର୍ବାଚନ : ସୁର ରାଉତରାୟ କହିଲେ ଲଢେଇ ପାଇଁ ଆମେ ପ୍ରସ୍ତୁତ । ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦେଲେ ପ୍ରସ୍ତାବ 

କନକ ବ୍ୟୁରୋ : ଗତକାଲି ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍ୱର୍ଗତ ଅଜିତ ମଙ୍ଗରାଜଗଙ୍କ ସ୍ତ୍ରୀ ପ୍ରାର୍ଥୀ ହେଲେ ଭଲ ହୁଅନ୍ତା ବୋଲି କହିଛନ୍ତି ସୁର ରାଉତରାୟ । ସେ ଜଣେ ଉଚ୍ଚ ଶିକ୍ଷିତା… ଭାରି ଭଲ ଲୋକ । ତାଙ୍କର ଅନେକ ଲୋକପ୍ରିୟତା ରହିଛି । ଯଦି ନିର୍ବାଚନ ଲଢିବା ପାଇଁ ରାଜି ହୁଅନ୍ତି ତାହେଲେContinue reading “ପିପିଲି ଉପ-ନିର୍ବାଚନ : ସୁର ରାଉତରାୟ କହିଲେ ଲଢେଇ ପାଇଁ ଆମେ ପ୍ରସ୍ତୁତ । ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦେଲେ ପ୍ରସ୍ତାବ “

କରୋନା ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରସ୍ତୁତ ହେଲା ଜନସ୍ୱାସ୍ଥ୍ୟ ବିଭାଗ । ବଢିବ ୫ ଗୁଣା ବେଡ ସଂଖ୍ୟା , ୧୦ ଗୁଣା ଅକ୍ସିଜେନ୍ ବୃଦ୍ଧି ନେଇ ସୂଚନା

କନକ ବ୍ୟୁରୋ: କରୋନା ମହାମାରୀରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନଜରରେ ରଖି ମେଡିକାଲରେ ବେଡ ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସୂଚାନ ମୁତାବକ ଗତବର୍ଷ ଠାରୁ ଏ ବର୍ଷ ମେଡିକାଲରେ ୪ ରୁ ୫ ଗୁଣା ବେଡ ସଂଖ୍ୟା ବୃଦ୍ଧି କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କଥା କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ  । ତାଙ୍କ ସୂଚନା ମୁତାବକ ରୋଗୀଙ୍କ ପାଇଁ ୪Continue reading “କରୋନା ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରସ୍ତୁତ ହେଲା ଜନସ୍ୱାସ୍ଥ୍ୟ ବିଭାଗ । ବଢିବ ୫ ଗୁଣା ବେଡ ସଂଖ୍ୟା , ୧୦ ଗୁଣା ଅକ୍ସିଜେନ୍ ବୃଦ୍ଧି ନେଇ ସୂଚନା”

ମହାମାରୀକୁ ଦୃଷ୍ଟିରେ ରଖି କୋଲକତା ଗସ୍ତକୁ  ବାତିଲ କଲେ ରାହୁଲ ଗାନ୍ଧୀ  । ସଭା ନକରିବାକୁ ଅନ୍ୟଦଳ ମାନଙ୍କୁ ବି ଅନୁରୋଧ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ଅଧାରୁ ଦଳର ମଙ୍ଗ ଧରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ତାଙ୍କର କୋଲକତାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି । ଏନେଇ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଜଣାଇବା ସହ ସେ ତାଙ୍କ ଟ୍ୱିଟରେ ଅନ୍ୟ ରାଜନୈତିକ ଦଳର ନେତା ମାନଙ୍କୁ ସଭା ସମିତି ନକରିବାକୁ ଅନୁରୋଧ କରିଛନ୍ତି । କହିରଖୁ କି ପଶ୍ଚିମବଙ୍ଗରେ ହେବାକୁ ଥିବା ୮ ଟିContinue reading “ମହାମାରୀକୁ ଦୃଷ୍ଟିରେ ରଖି କୋଲକତା ଗସ୍ତକୁ  ବାତିଲ କଲେ ରାହୁଲ ଗାନ୍ଧୀ  । ସଭା ନକରିବାକୁ ଅନ୍ୟଦଳ ମାନଙ୍କୁ ବି ଅନୁରୋଧ”

ହାଇଦର ଗ୍ୟାଙ୍ଗରେ କମ୍ ବୟସର ଯୁବତୀ । ବାଲେଶ୍ୱର ଭୋଗରାଇରୁ ଧରାପଡ଼ିଲା ଅର୍ଚ୍ଚନା ପରିଡା ଓରଫ ଗେଲି ।

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆଉ ତିନି ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ଜଣେ ଯୁବତୀ ଓ ୨ ଜଣ ଯୁବକକୁ ଗିରଫ କରାଯାଇଛି । ତେବେ ହାଇଦର ଗ୍ୟାଙ୍ଗରେ କମ ବୟସର ଯୁବତୀ ଥିବା ଜଣାପଡିଛି ।ବାଲେଶ୍ୱରରୁ ଗିରଫ ହୋଇଥିବା ଯୁବତୀ ଜଣକ ହେଉଛନ୍ତି ଅର୍ଚ୍ଚନା ପରିଡା । ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହେଉଛି, ସେମାନେ ହାଇଦରକୁ ଫେରାର୍ କରିବା ଷଡ଼ଯନ୍ତ୍ରରେ ସାମିଲ ଥିଲେ । ଏହିContinue reading “ହାଇଦର ଗ୍ୟାଙ୍ଗରେ କମ୍ ବୟସର ଯୁବତୀ । ବାଲେଶ୍ୱର ଭୋଗରାଇରୁ ଧରାପଡ଼ିଲା ଅର୍ଚ୍ଚନା ପରିଡା ଓରଫ ଗେଲି ।”

ଚିନ୍ତା ବଢାଉଛି ମହାରାଷ୍ଟ୍ର ।  ସଂଗୃହୀତ ୫୦% ନମୁନାରୁ ମିଳିଲା ପରିବର୍ତ୍ତିତ ଭାରତୀୟ ପ୍ରଜାତିର କରୋନାଭାଇରସ୍‌

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ମହାରାଷ୍ଟ୍ର ଦେଶର ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ଭାବେ ପରିଗଣିତ ହେବାରେ ଲାଗିଛି । ଆଜି ରାଜ୍ୟରେ ୬୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୦ ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ମହାରାଷ୍ଟ୍ରରୁ ସଂଗୃହିତ ହୋଇଥିବା  ସ୍ୱାବ ନମୁନାରୁ ୫୦ ପ୍ରତିଶତ ନମୁନାର ଫଳାଫଳ ଏଭଳି ଆସିଛି ଯେ, ଯାହା ଦେଶର ଚିକିତ୍ସା ବିଜ୍ଞାନକୁ ଚକିତContinue reading “ଚିନ୍ତା ବଢାଉଛି ମହାରାଷ୍ଟ୍ର ।  ସଂଗୃହୀତ ୫୦% ନମୁନାରୁ ମିଳିଲା ପରିବର୍ତ୍ତିତ ଭାରତୀୟ ପ୍ରଜାତିର କରୋନାଭାଇରସ୍‌”

କରୋନା ପାଇଁ ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା

କନକ ବ୍ୟୁରୋ : କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଜେଇଇ ମେନ ପରୀକ୍ଷାକୁ ବାତିଲ କରାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସ (ଏନଟିଏ) ପକ୍ଷରୁ ସୂଚାନ ଦିଆଯାଇଛି । ସୂଚନା ମୁତାବକ ପୁଣିଥରେ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କୁ ଜଣାଇ ଦିଆଯିବ । କହିରଖୁ କି କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଥମେ ୪ ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଥିଲାContinue reading “କରୋନା ପାଇଁ ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା”

କରୋନା ଉପରେ ଭାରି ପଡୁଛି ସରକାରୀ ଅବ୍ୟବସ୍ଥା । ଛତିଶଗଡ କୋଭିଡ୍ ହସ୍ପିଟାଲରେ ନିଆଁଲାଗି ୫ ମୃତ

କନକ ବ୍ୟୁରୋ : ଛତିଶଗଡ ରାୟପୁରରେ ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ନିଆଁଲାଗିଯିବା ଫଳରେ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଅଜୟ ଯାଦବଙ୍କ କହିବା ମୁତାବକ ରାୟପୁର ସହରର ପାଚପେଡି ନାକା ଅଞ୍ଚଳରେ ଥିବା ରାଜଧାନୀ ହସ୍ପିଟାଲରେ ଶନିବାର ରାତିରେ ନିଆଁ ଲାଗିଯିବା ଫଳରେ ୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ୩ ଜଣ ମହିଳା ଓ ୨ ଜଣContinue reading “କରୋନା ଉପରେ ଭାରି ପଡୁଛି ସରକାରୀ ଅବ୍ୟବସ୍ଥା । ଛତିଶଗଡ କୋଭିଡ୍ ହସ୍ପିଟାଲରେ ନିଆଁଲାଗି ୫ ମୃତ”

Design a site like this with WordPress.com
Get started