କନକ ବ୍ୟୁରୋ : ସାନିଟାଇଜ୍ ହେଉଛି ପୁରୀ ଶ୍ରୀମନ୍ଦିର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଉଛି । ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ ରହିବ । ହେଲେ ପୂର୍ବ ନିତି ଅନୁସାରେ ଆଜି ଭକ୍ତଙ୍କ ପାଇଁ ଦର୍ଶନContinue reading “ବିଶୋଧନ ହେଲା ପୁରୀ ଶ୍ରୀମନ୍ଦିର । କରୋନା ସଂକ୍ରମଣ ବଢ଼ୁଥିବାରୁ ରବିବାର ଦର୍ଶନ ବନ୍ଦ ରଖି ସାନିଟାଇଜେସନ କରୁଛି ଶ୍ରୀମନ୍ଦିର ପ୍ରଶାସନ”
Author Archives: Raghaba
ଦେଶରେ ୨୪ ଘଣ୍ଟାରେ ରେକର୍ଡ ପଜିଟିଭ ଚିହ୍ନଟ । ଗୋଟିଏ ଦିନରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ ଚିହ୍ନଟ ।
କନକ ବ୍ୟୁରୋ: ଦେଶରେ ୨୪ ଘଣ୍ଟାରେ ରେକର୍ଡ ପଜିଟିଭ ଚିହ୍ନଟ । ଗୋଟିଏ ଦିନରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ ଚିହ୍ନଟ । ୨୪ ଘଣ୍ଟାରେ ୧୫୦୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଏହାସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୬ ହଜାର ୧୫୦ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୧ ହଜାର ୩୧୬ ରହିଛି । ସେପଟେ ସୁସ୍ଥ ସଂଖ୍ୟା ୧ କୋଟି ୨୮ ଲକ୍ଷContinue reading “ଦେଶରେ ୨୪ ଘଣ୍ଟାରେ ରେକର୍ଡ ପଜିଟିଭ ଚିହ୍ନଟ । ଗୋଟିଏ ଦିନରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ ଚିହ୍ନଟ ।”
ଦେଶରେ କାହିଁକି ଜାରି ରହିଛି ଦ୍ୱିତୀୟ ଲହରର ଦ୍ରୁତଗତି? କାରଣ କହିଲେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ
କନକ ବ୍ୟୁରୋ : ଦେଶରେ କାହିଁକି ଅଚାନକ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ? କେଉଁ କାରଣ ପାଇଁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି? ଏନେଇ କେତେକ କାରଣ ଉପରେ ଜୋର ଦେଇଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଙ୍କ କହିବା ହେଲା, ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ପଛରେ ଅନେକ କାରଣ ରହିଛି । ହେଲେ ଦୁଇଟି ପ୍ରମୁଖ କାରଣ ହେଲା, ଜାନୁଆରୀ, ଫେବ୍ରୁଆରୀରେ କରୋନା ଟିକାContinue reading “ଦେଶରେ କାହିଁକି ଜାରି ରହିଛି ଦ୍ୱିତୀୟ ଲହରର ଦ୍ରୁତଗତି? କାରଣ କହିଲେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ”
ଗୁଜରାଟ ସୁରଟରୁ ଆସିଲା ଅଭାବନୀୟ ଦୃଶ୍ୟ । ୩ଟି ଶ୍ମଶାନରେ ଅନବରତ ଜଳୁଛି ଜୁଇ, ତରଳି ଗଲାଣି ଚିମିନି
କନକ ବ୍ୟୁରୋ : ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଗୁରଜାଟର ସୁରଟରୁ ଆସିବାକୁ ଲାଗିଛି ଭୟାନକ ଦୃଶ୍ୟ । କରୋନାର ଦ୍ୱିତୀୟ ଲହର କିଭଳି ଆତଙ୍କ ଖେଳାଇଛି, ତାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଏହି ଦୃଶ୍ୟ ଏତେ ଭୟଙ୍କର ରହିଛି ଯାହା ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ । ଆଖିରୁ ଲୁହ ଝରିପଡିବ… କରୋନା ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେବ । ଏଠାରେ ଅନବରତ ଜଳୁଛି କରୋନା ଆକ୍ରାନ୍ତଙ୍କContinue reading “ଗୁଜରାଟ ସୁରଟରୁ ଆସିଲା ଅଭାବନୀୟ ଦୃଶ୍ୟ । ୩ଟି ଶ୍ମଶାନରେ ଅନବରତ ଜଳୁଛି ଜୁଇ, ତରଳି ଗଲାଣି ଚିମିନି”
ରାଜ୍ୟରେ ୨୪ଘଣ୍ଟାରେ ୩୬୬୪ ନୂଆ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ନୂଆ ଆକ୍ରାନ୍ତ ଚିହ୍ନଟ । ସେପଟେ କରୋନାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି
କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ । ଲଗାତାର ଭାବେ ତୃତୀୟ ଦିନରେ ରାଜ୍ୟରେ ସଂକ୍ରମଣ ୩ ହଜାର ଟପିଛି । ଗତ ୨୪ ଘଂଟାରେ ସଂକ୍ରମଣ ସଂଖ୍ୟା ରହିଛି ୩ ହଜାର ୬ଶହ ୬୪ । ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୧୨୭ ଏବଂ ସ୍ଥାନୀୟ ସଂକ୍ରମଣ ୧ ହଜାର ୫୩୭ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ ସଂଖ୍ୟକ କରୋନା ପଜେଟିଭ୍ ଚିହ୍ନଟ ହୋଇଛି । ୨୪ ଘଂଟାରେContinue reading “ରାଜ୍ୟରେ ୨୪ଘଣ୍ଟାରେ ୩୬୬୪ ନୂଆ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ନୂଆ ଆକ୍ରାନ୍ତ ଚିହ୍ନଟ । ସେପଟେ କରୋନାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି”
ଜେଲ ଭିତରେ ଗଞ୍ଜେଇ କାରବାର ! ଚଢାଉ କଲା ପୋଲିସ, ଚାଲିଛି ଖୋଳତାଡ
କନକ ବ୍ୟୁରୋ : ଜେଲ ଭିତରେ ଗଞ୍ଜେଇ କାରବାର । ଜୟପୁର ଉପକାରାଗାର ଉପରେ ପୋଲିସର ଚଢାଉ । ଜେଲ ଭିତରେ ଗଞ୍ଜେଇ କାରବାର ଚାଲିଥିବା ସନ୍ଦେହ କରି ଏହି ଚଢାଉ କରିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ୪ଟାରୁ ଏହି ଚଢାଉ ଆରମ୍ଭ ହୋଇଛି । କୋରାପୁଟରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏସପିଙ୍କ ସମେତ ଜୟପୁରର ବହୁ ପୋଲିସ ଅଧିକାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି । ଜେଲ ଭିତରେ ବଡଧରଣ ଗଞ୍ଜେଇContinue reading “ଜେଲ ଭିତରେ ଗଞ୍ଜେଇ କାରବାର ! ଚଢାଉ କଲା ପୋଲିସ, ଚାଲିଛି ଖୋଳତାଡ”
କିଛିଦିନର ଆଶ୍ୱସ୍ତି ପରେ ପୁଣି ବଢିବ ତାତି । ରାଜ୍ୟର କିଛି ସହରରେ ୪୪ ଡିଗ୍ରି ଛୁଇଁବ ପାରଦ
ବେଶ୍ କିଛି ଦିନର ବ୍ୟବଧାନରେ ରାଜ୍ୟକୁ ପୁଣି ଫେରୁଛି ତାତି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଗରମ ବଢ଼ିବ। ଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ ସହିତ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ସବୁଠାରୁ ଅଧିକ ଉତ୍ତପ୍ତ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଲେଣି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଆଜି ରାଜ୍ୟର ୪ ସହର ପାରଦ ୪୦ ଡିଗ୍ରି ସ୍ପର୍ଶ କରିଛି। ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆଉ ୪Continue reading “କିଛିଦିନର ଆଶ୍ୱସ୍ତି ପରେ ପୁଣି ବଢିବ ତାତି । ରାଜ୍ୟର କିଛି ସହରରେ ୪୪ ଡିଗ୍ରି ଛୁଇଁବ ପାରଦ”
ଦେଶର କରୋନା ସ୍ଥିତିର ସମୀକ୍ଷା ବୈଠକରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ । ଟିକା ଉତ୍ପାଦନ ବଢ଼ାଇବା ପାଇଁ ଅପିଲ କଲେ ନରେନ୍ଦ୍ର ମୋଦି
କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ଅଣାୟତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଥିତିର ସମୀକ୍ଷା କରିଛନ୍ତି । ଟିକାକରଣ, ଔଷଧ ଓ ଅକ୍ସିଜେନ୍ ଯୋଗାଣ ନେଇ ମଧ୍ୟ ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟର କୌଣସି ବିକଳ୍ପ ନଥିବାରୁ ଏହା ଉପରେ ସେ ଜୋର ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଟିକା ଅଭାବରୁ ଟିକାକରଣରେ ବାଧା ଉପୁଜୁଥିବାContinue reading “ଦେଶର କରୋନା ସ୍ଥିତିର ସମୀକ୍ଷା ବୈଠକରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ । ଟିକା ଉତ୍ପାଦନ ବଢ଼ାଇବା ପାଇଁ ଅପିଲ କଲେ ନରେନ୍ଦ୍ର ମୋଦି”
ଏପଟେ ମୃତ୍ୟୁ, ସେପଟେ ମମତା । ମଝିରେ ଡ୍ୟୁଟି କରୁଛନ୍ତି ମହିଳା ପୋଲିସ । କର୍ଫ୍ୟୁ ସମୟରେ କାଖରେ ଛୁଆ ଧରି କର୍ତ୍ତବ୍ୟ ତୁଲାଉଛନ୍ତି ଜଣେ ପୋଲିସିଆ ମାଆ । କରୋନା ଭିତରେ ପୁଣି ଦେଶ ଦେଖିଲା କର୍ତ୍ତବ୍ୟର କାହାଣୀ…
ଜଣେ ନାରୀ ଦୁଇଟି ରୂପ । ଏପଟେ କୁନି ପିଲାକୁ ହାତରେ ଧରି ମାଆର ଦାୟିତ୍ୱ ତୁଲାଉଛନ୍ତି… ସେପଟେ କର୍ଫ୍ୟୁ ସମୟରେ ରାସ୍ତା ଉପରେ ଡ୍ୟୁଟି କରି ନିଜର କର୍ତ୍ତବ୍ୟ କରୁଛନ୍ତି । କରୋନା ମହାମାରୀ ସମୟରେ ସମସ୍ତେ ଘରେ ରହୁଥିବା ବେଳେ ମଧ୍ୟପ୍ରଦେଶରୁ ଆସିଥିବା ଏହି ଚିତ୍ର ବୟାନ କରୁଛି, ମୃତ୍ୟୁ ଆଗରେ କର୍ତ୍ତବ୍ୟ କେତେ ବଡ । ଯଦି ଆମେ ଦେଖିବା କର୍ମ କ୍ଷେତ୍ରରେ ଜଣେ ମହିଳା କୁନି ପିଲାକୁ ହାତରେ ଧରି ଡ୍ୟୁଟିContinue reading “ଏପଟେ ମୃତ୍ୟୁ, ସେପଟେ ମମତା । ମଝିରେ ଡ୍ୟୁଟି କରୁଛନ୍ତି ମହିଳା ପୋଲିସ । କର୍ଫ୍ୟୁ ସମୟରେ କାଖରେ ଛୁଆ ଧରି କର୍ତ୍ତବ୍ୟ ତୁଲାଉଛନ୍ତି ଜଣେ ପୋଲିସିଆ ମାଆ । କରୋନା ଭିତରେ ପୁଣି ଦେଶ ଦେଖିଲା କର୍ତ୍ତବ୍ୟର କାହାଣୀ…”
ପୁଅର ପ୍ରେମିକା ଯୋଗୁଁ ଧରାପଡିଲା ହାଇଦର୍ । ଦୁଇ ପ୍ରେମିକାଙ୍କ ମୋବାଇଲ୍ ଟ୍ରାକ୍ କରି ହାଇଦର ପାଖରେ ପହଞ୍ଚିଥିଲା ପୋଲିସ
କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ନିର୍ଦ୍ଦିଷ୍ଟ ଯୋଜନା ଆଉ ବଡ଼ଧରଣର ଷଡ଼୍ଯନ୍ତ୍ର ଥିବା ପୁଲିସ ଆଶଙ୍କା କରୁଛି। ହାଇଦରର ପୁଅ ସେକ୍ ଆଜାରୁଦ୍ଦିନ୍ ତାକୁ ଫେରାର କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଏବଂ ଆଜାରୁଦ୍ଦିନର ଦୁଇ ପ୍ରେମିକାଙ୍କୁ ମାଧ୍ୟମ କରି ପୁଲିସ ହାଇଦରକୁ ଠାବ କରିପାରିଥିବା ଜଣାପଡ଼ିଛି। ଆଜାରୁଦ୍ଦିନ୍ ଜାହିରାବାଦରେ ଥାଇ ତା’ର ଦୁଇ ପ୍ରେମିକାଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୋବାଇଲରୁ ନିୟମିତ ଫୋନ୍ରେ ଯୋଗାଯୋଗ କରୁଥିଲା । ପୁଲିସ ଦୁଇ ପ୍ରେମିକାଙ୍କContinue reading “ପୁଅର ପ୍ରେମିକା ଯୋଗୁଁ ଧରାପଡିଲା ହାଇଦର୍ । ଦୁଇ ପ୍ରେମିକାଙ୍କ ମୋବାଇଲ୍ ଟ୍ରାକ୍ କରି ହାଇଦର ପାଖରେ ପହଞ୍ଚିଥିଲା ପୋଲିସ”