ହାଇଦ୍ରାବାଦକୁ ମାତ୍ ଦେଲା ମୁମ୍ବାଇ । ୧୩୭ ରନରେ ଅଲଆଉଟ୍ ହେଲା ହାଇଦ୍ରାବାଦ । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟ ହାସଲ କଲା ରୋହିତ ବାହିନୀ ।

କନକ ବ୍ୟୁରୋ: ଏକ ରୋମାଞ୍ଚକର ମ୍ୟାଚରେ ଆଜି ହାଇଦ୍ରାବାଦକୁ ମାତ୍ ଦେଇଛି ମୁମ୍ବାଇ । ବୁମରା-ବୋଲ୍ଟ ପେସ୍ ଯୋଡିଙ୍କ ସହ ଚହରଙ୍କ ଚମକରେ ଫିକା ପଡିଛି ହାଇଦ୍ରାବାଦ । ଦଳ ହାଇଦ୍ରାବାଦକୁ  ୧୩ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ବିଜୟ ହାସଲ କରିଛି । ଆଜି ପ୍ରଥମେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳ ପକ୍ଷରୁ ଡି କକ, ରୋହିତ ଯୋଡି ପାଳି ଆରମ୍ଭ କରିବା ସହିତContinue reading “ହାଇଦ୍ରାବାଦକୁ ମାତ୍ ଦେଲା ମୁମ୍ବାଇ । ୧୩୭ ରନରେ ଅଲଆଉଟ୍ ହେଲା ହାଇଦ୍ରାବାଦ । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟ ହାସଲ କଲା ରୋହିତ ବାହିନୀ ।”

କରୋନା ଲଢେଇ ଭିତରେ ବଡଦୋରାରୁ ଆସିଲା ରୋଚକ ଚିତ୍ର । ରୋଗୀଙ୍କ ମୁହଁରେ ହସ ଆଣିବାକୁ ବଲିଉଡ ଗୀତରେ ଡାକ୍ତରଖାନାରେ ନାଚିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ

କନକ ବ୍ୟୁରୋ: ଦେଶରେ କରୋନା ଏହାର କାୟା ମେଲାଇ ଚାଲିଛି । ଏହାରି ଭିତରେ ବିଭିନ୍ନ ରାଜ୍ୟରେ ଡାକ୍ତରଖାନା ଗୁଡିକରେ ବେଡ୍ ଅଭାବର ଚିତ୍ର ସାମ୍ନାକୁ ଆସୁଛି । କିନ୍ତୁ ଏସବୁ ଭିତରେ ଆଜି ଏପରି ଏକ ଚିତ୍ର ସାମ୍ନାକୁ ଆସିଛି , ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ । ଡାକ୍ତରଖାନା ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିବା ପରେ ଏବେ ପ୍ରବଳ ଚାପରେ କାମ କରୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର । ତେବେContinue reading “କରୋନା ଲଢେଇ ଭିତରେ ବଡଦୋରାରୁ ଆସିଲା ରୋଚକ ଚିତ୍ର । ରୋଗୀଙ୍କ ମୁହଁରେ ହସ ଆଣିବାକୁ ବଲିଉଡ ଗୀତରେ ଡାକ୍ତରଖାନାରେ ନାଚିଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ”

ପଶ୍ଚିମବଙ୍ଗରେ ଶେଷ ହେଲା ପଂଚମ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପଂଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମୋଟ୍ ୪୫ଟି ଆସନ ଲାଗି ୩୧୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଅପରାହ୍ନ ୫ଟା ୪୫ ସୁଦ୍ଧା ପଶ୍ଚିମବଙ୍ଗରେ ୭୮.୩୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । କାଁ ଭାଁ ହିଂସାକାଣ୍ଡକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଥିବା ଖବର ଆସିଛି । କଡା ସୁରକ୍ଷାContinue reading “ପଶ୍ଚିମବଙ୍ଗରେ ଶେଷ ହେଲା ପଂଚମ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ ।”

କୁମ୍ଭ ମେଳାରେ ସାଧୁ ମାନିଲେ ମୋଦୀଙ୍କ କଥା । ଫୋନ୍ କଲ୍ ପରେ ଚଳିତ ବର୍ଷ କୁମ୍ଭମେଳା ଶେଷ ନେଇ ଘୋଷଣା କଲା ଜୁନା ଆଖଡା ।

କନକ ବ୍ୟୁରୋ: ଦେଶରେ ବଢୁଥିବା କରୋନା ସଂକ୍ରମଣ, ଦ୍ୱିତୀୟ ଲହରର ପ୍ରଭାବ ଏବଂ କୁମ୍ଭମେଳାରେ ସାଧୁଙ୍କୁ ହେଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାକୁ ପ୍ରତୀକାତ୍ମକ କରିବା ପାଇଁ ଅନୁରୋଧ କରିବା ପରେ , ଜୁନା ଆଖଡା ପକ୍ଷରୁ କୁମ୍ଭମେଳାକୁ ସମାପନ କରାଯିବା ନେଇ ଘୋଷଣା କରାଯାଇଛି । ଜୁନା ଆଖଡା ଏନେଇ ଏକ ପତ୍ର ଜାରି କରିଛି । ଅନ୍ୟ ସାଧୁ ଓ ଶ୍ରଦ୍ଧାଳୁଙ୍କୁ ତୁରନ୍ତ କୁମ୍ଭମେଳା ସ୍ଥଳରୁContinue reading “କୁମ୍ଭ ମେଳାରେ ସାଧୁ ମାନିଲେ ମୋଦୀଙ୍କ କଥା । ଫୋନ୍ କଲ୍ ପରେ ଚଳିତ ବର୍ଷ କୁମ୍ଭମେଳା ଶେଷ ନେଇ ଘୋଷଣା କଲା ଜୁନା ଆଖଡା ।”

ଦେଶରେ ବିଭିନ୍ନ ସ୍ଥାନରୁ ଆସୁଛି କରୋନାର ବିକଳ ଚିତ୍ର । ଦିଲ୍ଲୀରୁ ମହାରାଷ୍ଟ୍ର ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍ ।

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଏତେ ତୀବ୍ର ଓ ଘାତକ ବନିବ କେହି କେବେ ହେଲେ ଭାବିନଥିଲେ । ଗତ ୨୪ ଘଂଟାରେ ଦେଶରେ ଦୈନିକ ନୂଆ ପଜିଟିଭ୍ ସଂଖ୍ୟା ୨ ଲକ୍ଷ ୩୪ ହଜାର ଅତିକ୍ରମ କରିଛି । ଏହାରି ଭିତରେ ଦେଶରେ କିଛି ରାଜ୍ୟରେ କରୋନା ସ୍ଥିତି ଅତି ଭୟଙ୍କର ହେଲାଣି । ଦିଲ୍ଲୀରେ ରୋଗୀଙ୍କ ପାଇଁ ବେଡ୍ ମିଳୁନି । ଅହମ୍ମଦାବାଦରେ ଆଂବୁଲାନ୍ସର ଘଂଟା ଘଂଟା ଧରି ଡାକ୍ତରଖାନାରେ ଭର୍ତିContinue reading “ଦେଶରେ ବିଭିନ୍ନ ସ୍ଥାନରୁ ଆସୁଛି କରୋନାର ବିକଳ ଚିତ୍ର । ଦିଲ୍ଲୀରୁ ମହାରାଷ୍ଟ୍ର ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍ ।”

ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ ଯାଏଁ ଲାଗିଲା କଟକଣା । ଏପଟେ ଟୁଇନ ସିଟିରେ ଲାଗିଲା ଧାରା ୧୪୪ ।

କନକ ବ୍ୟୁରୋ: ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲା ଛଡା ରାଜ୍ୟର ବାକି ୨୦ ଜିଲ୍ଲାରେ ଆଜିଠୁ ଲାଗୁ ହେଉଛି ରାତ୍ରିକାଳୀନ କଟକଣା । ଏଣିକି ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏଁ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ତେବେ ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ଏହି ସମୟରେ ବିଜୁଳି, ପାନୀୟ ଜଳ , ରନ୍ଧନ ଗ୍ୟାସContinue reading “ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ ଯାଏଁ ଲାଗିଲା କଟକଣା । ଏପଟେ ଟୁଇନ ସିଟିରେ ଲାଗିଲା ଧାରା ୧୪୪ ।”

ଉପରମୁହାଁ ସଂକ୍ରମଣ ଭିତରେ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢାଇଲାଣି ହସ୍ପିଟାଲରେ ବେଡ୍ ଅଭାବ । କେନ୍ଦ୍ର ସରକାରଙ୍କ ସହାୟତା ମାଗିଲେ କେଜ୍ରିୱାଲ । ସେପଟେ ଅକ୍ସିଜେନ୍ ଅଭାବ ଦୂର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲେ ଉଦ୍ଧବ ଠାକରେ ।

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣରେ ଏବେ ଯେଉଁ କେତୋଟି ରାଜ୍ୟ ଆଗରେ ଅଛନ୍ତି ତା ମଧ୍ୟରୁ ଦିଲ୍ଲୀ ଓ ମହାରାଷ୍ଟ୍ର ଅଛନ୍ତି ଆଗରେ । ଦିଲ୍ଲୀରେ ଦୈନିକ ସଂକ୍ରମିତ ୨୪ ହଜାରରେ ପହଁଚିବା ପରେ ବଢିଯାଇଛି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚିନ୍ତା । ସେପଟେ ଅକ୍ସିଜେନ ଓ ବେଡ୍ ସଂଖ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ମାଗିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆଜି ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି , ଆଗାମୀ କିଛି ଦିନContinue reading “ଉପରମୁହାଁ ସଂକ୍ରମଣ ଭିତରେ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢାଇଲାଣି ହସ୍ପିଟାଲରେ ବେଡ୍ ଅଭାବ । କେନ୍ଦ୍ର ସରକାରଙ୍କ ସହାୟତା ମାଗିଲେ କେଜ୍ରିୱାଲ । ସେପଟେ ଅକ୍ସିଜେନ୍ ଅଭାବ ଦୂର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲେ ଉଦ୍ଧବ ଠାକରେ ।”

ପିପିଲି ଉପ ନିର୍ବାଚନ ନେଇ ଘୋଷଣା ହେଲା ସାନି ତାରିଖ । ମେ ୧୩ରେ ପଡିବ ପିପିଲି ଭୋଟ୍ । ୧୬ରେ ଘୋଷଣା ହେବ ଫଳାଫଳ ।

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ନେଇ ଘୋଷଣା ହେଲା ସାନି ତାରିଖ । ଆସନ୍ତା ମେ ୧୩ ତାରିଖରେ ପଡିବ ପିପିଲି ଉପ ନିର୍ବାଚନ ଭୋଟ୍ । ଏଥିସହ ମେ ୧୩ ତାରିଖରେ ଭୋଟ୍ ପଡିବା ପରେ ଆସନ୍ତା ୧୬ ତାରିଖରେ ଭୋଟ୍ ଗଣତି କରାଯାଇ ରେଜଲ୍ଟ ଘୋଷଣା ହେବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । -ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା -ମେ ୧୩ ତାରିଖରେContinue reading “ପିପିଲି ଉପ ନିର୍ବାଚନ ନେଇ ଘୋଷଣା ହେଲା ସାନି ତାରିଖ । ମେ ୧୩ରେ ପଡିବ ପିପିଲି ଭୋଟ୍ । ୧୬ରେ ଘୋଷଣା ହେବ ଫଳାଫଳ ।”

ପରାମର୍ଶ ଦେଲା ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ୍ । ଦୁଇ ମାସ ପାଇଁ ରୁଦ୍ଧ ଦ୍ୱାର ବୈଠକ, ସମାବେଶ ଓ ଉତ୍ସବ ଉପରେ ଲଗାଯାଉ ଅଂକୁଶ । ୧୦ ଜଣରୁ ଅଧିକ ଭିଡ଼ ସ୍ଥାନକୁ କରାଯାଉ ନିୟନ୍ତ୍ରଣ ।

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହରକୁ କେମିତି କରାଯିବ ମୁକାବିଲା । ଏ ନେଇ ପରାମର୍ଶ ଦେଇଛି ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ । ଆସନ୍ତା ୨ ମାସ ପାଇଁ ସମସ୍ତ ରୁଦ୍ଧ ଦ୍ୱାର ବୈଠକ, ଉତ୍ସବ ଓ ଭିଡ଼କୁ ବନ୍ଦ କରିବାକୁ କହିଛି ପତ୍ରିକା । ବର୍ତମାନ ବାୟୁ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣ ନେଇ ପତ୍ରିକା ଚେତାଇବା ପରେ ବନ୍ଦ କୋଠରୀରେ ହେଉଥିବା ଜନ ସମାଗମକୁ ବନ୍ଦ କରିବାକୁ ପରାମର୍ଶ ଦେଇଛି ।Continue reading “ପରାମର୍ଶ ଦେଲା ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ୍ । ଦୁଇ ମାସ ପାଇଁ ରୁଦ୍ଧ ଦ୍ୱାର ବୈଠକ, ସମାବେଶ ଓ ଉତ୍ସବ ଉପରେ ଲଗାଯାଉ ଅଂକୁଶ । ୧୦ ଜଣରୁ ଅଧିକ ଭିଡ଼ ସ୍ଥାନକୁ କରାଯାଉ ନିୟନ୍ତ୍ରଣ ।”

୨୫ ଲକ୍ଷ ଟିକା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ଖୋଲା ବଜାରରେ ଟିକା ଦେବା ପାଇଁ ପ୍ରସ୍ତାବ ଦେଲେ ନବୀନ ।

କନକ ବ୍ୟୁରୋ: ଦେଶରେ ବଢୁଥିବା ସଂକ୍ରମଣର ସଂଖ୍ୟା ଏବଂ ଭୂତାଣୁର ନୂଆ ନୂଆ ରୂପ ପରିବର୍ତନ ଭିତରେ, ଟିକାକରଣ ହେଉଛି ବର୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା । ଭୂତାଣୁ ବିରୋଧୀ ଲଢ଼େଇରେ କୋଭିଡ୍ କଟକଣା ତ ରହିବ ହିଁ ରହିବ, ଆଉ ତାସହ ଲୋକଙ୍କୁ ଟିକା ଦେବା ମଧ୍ୟ ଜରୁରୀ । ଯେତେବେଳେ ଓଡ଼ିଶାରେ ଟିକା ଅଭାବ ଦେଖା ଦେଇଛି, ଠିକ୍ ସେତେବେଳେ ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।Continue reading “୨୫ ଲକ୍ଷ ଟିକା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ଖୋଲା ବଜାରରେ ଟିକା ଦେବା ପାଇଁ ପ୍ରସ୍ତାବ ଦେଲେ ନବୀନ ।”

Design a site like this with WordPress.com
Get started