ଆଇନ ମନ୍ତ୍ରୀଙ୍କୁ ନେଇ ତେଜିଲା ବିବାଦ । ମାହାଙ୍ଗା ହତ୍ୟା ଘଟଣାରେ ପ୍ରତାପ ଜେନାଙ୍କୁ ଘେରିବା ପାଇଁ ମାହାଙ୍ଗାରୁ ଭୁବନେଶ୍ୱର ଆସୁଛି ବିଜେପିର ପଦଯାତ୍ରା ।

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିବା ପାଇଁ ମାହାଙ୍ଗା ବିଜେପିର ବଡ ଧରଣର ରାଜନୈତିକ ଶୋଭାଯାତ୍ରା । ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ମାର୍ଚ୍ଚ ୧୭ ତାରିଖରୁ ମାହାଙ୍ଗା କୁଳିଆ ମଠରୁ ବାହାରି ଜଗତପୁରରେ ପହଂଚିଥିଲା । ପରେ ଆଜି କଟକ ଜିଲ୍ଲା ପ୍ରତାପ ନଗରୀରୁ ବାହାରି ଭୁବନେଶ୍ୱର ରାମମନ୍ଦିର ନିକଟରେ ପହଂଚିବାର ଅଛି । ଆସନ୍ତାକାଲି ବିଧାନସଭା ଘେରାଓ କରିବେ ମାହାଙ୍ଗା ବିଜେପିContinue reading “ଆଇନ ମନ୍ତ୍ରୀଙ୍କୁ ନେଇ ତେଜିଲା ବିବାଦ । ମାହାଙ୍ଗା ହତ୍ୟା ଘଟଣାରେ ପ୍ରତାପ ଜେନାଙ୍କୁ ଘେରିବା ପାଇଁ ମାହାଙ୍ଗାରୁ ଭୁବନେଶ୍ୱର ଆସୁଛି ବିଜେପିର ପଦଯାତ୍ରା ।”

ନବୀନ ନିବାସ ଯିବା ଭୁଲ ହୋଇଗଲା କହିଲା ବିଜେପି । କଂଗ୍ରେସ କହିଲା, ବରଯାତ୍ରୀ ହୋଇ ଯାଇଥିଲେ, ଘୋଳଦହି ପିଇ ଫେରିଲେ ।

କନକ ବ୍ୟୁରୋ: ଗତକାଲି ବିଜେପି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଡାକିବା ଏବଂ ବିଜେଡି ନେତାଏଁ ସେମାନଙ୍କୁ ନବୀନ ନିବାସକୁ ପାଛୋଟି ନେବା ଯେତିକି ଚର୍ଚ୍ଚା ସୃଷ୍ଟି କରିଥିଲା, ତା’ଠାରୁ ଅଧିକ ଚର୍ଚ୍ଚା ହେଲା ବିଜେପି ଏଥିରୁ କ’ଣ ପାଇଲା, ଆଉ କ’ଣ ହରାଇଲା? ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ଆଳରେ ବିଜେପି ଯେଉଁ ରାଜନୈତିକ ଦୃଶ୍ୟ ଆଙ୍କିଥିଲା, ଏହାଠାରୁ ଆଉ ଏକ ପାଦ ଆଗେଇଯାଇ ପୂରା ଦୃଶ୍ୟକୁ ହାଇଜାକ୍ କରି ନେଇଥିଲା ବିଜେଡି । ଟିଭି ପରଦାରେ ଛାଇ ଯାଇଥିଲା ନବୀନContinue reading “ନବୀନ ନିବାସ ଯିବା ଭୁଲ ହୋଇଗଲା କହିଲା ବିଜେପି । କଂଗ୍ରେସ କହିଲା, ବରଯାତ୍ରୀ ହୋଇ ଯାଇଥିଲେ, ଘୋଳଦହି ପିଇ ଫେରିଲେ ।”

ଫ୍ରାନ୍ସରେ କରୋନା ସଂକ୍ରମଣର ତୃତୀୟ ଲହର । ଗତ ୨୪ଘଂଟାରେ ୩୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ପ୍ୟାରିସ ସମେତ ୧୬ଟି ସହରକୁ ପୁଣି ଫେରିଲା ଲକଡାଉନ । 

କନକ ବ୍ୟୁରୋ: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା କାରଣରୁ ପ୍ୟାରିସ ଓ ନାଇସ ଅଂଚଳ ସମେତ ୧୬ଟି ସହରରେ ମାସକ ପାଇଁ ଲାଗୁ ହେଲା ତାଲାବନ୍ଦ । ଗୁରୁବାର ଦିନ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିନ କ୍ୟାଷ୍ଟେକ୍ସ ତାଲାବନ୍ଦ ଘୋଷଣା କରିଛନ୍ତି । ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ମଙ୍ଗଳବାର ଦିନ କହିଥିଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ । ଫ୍ରାନ୍ସରେ ଗତ ୨୪ଘଂଟାରେ ୩୫ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ତେବେ କେବଳ ପ୍ୟାରିସରେContinue reading “ଫ୍ରାନ୍ସରେ କରୋନା ସଂକ୍ରମଣର ତୃତୀୟ ଲହର । ଗତ ୨୪ଘଂଟାରେ ୩୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ପ୍ୟାରିସ ସମେତ ୧୬ଟି ସହରକୁ ପୁଣି ଫେରିଲା ଲକଡାଉନ । “

ହୋଲିରେ ଲାଗିଲା କରୋନା କଟକଣା । କଟକରେ ଏକାଠି ହୋଇ ଖେଳିପାରିବେନି ରଙ୍ଗ । ମେଳଣ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ।

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ଭିତରେ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ବିପଦ ନେଇ ଆସିବନି ତ? ସମସ୍ତେ ମିଶି ହୋଲି ଖେଳିଲେ, କରୋନା ସଂକ୍ରମଣ ବଢିବନି? ସରକାର ଓ ପ୍ରଶାସନ ଏହାକୁ ରୋକିବାକୁ କଣ କରିବା ଉଚିତ୍? ଏଭଳି କିଛି ପ୍ରଶ୍ନ ଭିତରେ ସାମୁହିକ ହୋଲି ପାଳନ ଓ ଦୋଳ ମେଲଣ ଉପରେ କଟକଣା ଲଗାଇଛି କଟକ ପ୍ରଶାସନ । ତେବେ ନଜର ପକାନ୍ତୁ, କିପରି କରୋନା କଟକଣା ଭିତରେ ପାଳନ କରିବେContinue reading “ହୋଲିରେ ଲାଗିଲା କରୋନା କଟକଣା । କଟକରେ ଏକାଠି ହୋଇ ଖେଳିପାରିବେନି ରଙ୍ଗ । ମେଳଣ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା ।”

ପ୍ରେସମିଟ କରି ବିଜେପିକୁ ଟାର୍ଗେଟ କଲା ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ହୋଇଥିବା କଲା ଅଭିଯୋଗ 

କନକ ବ୍ୟୁରୋ: ପ୍ରେସମିଟ କରି କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ହୋଇଥିବା ଅଭିଯୋଗ କରିଛି ବିଜେଡି । ବିଜେପି ଶାସିତ ରାଜ୍ୟକୁ ଆଗ୍ରାଧିକାର ଦିଆଯାଉଥିଲେ ବି ଓଡିଶାକୁ ଅବହେଳା କରାଉଥିବା ବିଜେଡି କହିଛି । ଏହି ସାମ୍ବାଦିକ ସମ୍ମଳନୀରେ କେବଳ ବିଜେପି ନୁହେଁ କେନ୍ଦ୍ର ସରକାର ଓ ବିଜେପି ସାଂସଦମାନଙ୍କୁ ମଧ୍ୟ ସମାଲୋଚନା କରାଯାଇଛି । ବିଜେଡି ଅଭିଯୋଗ କରିଛି ରାଜ୍ୟ ସରକାର ୨୦୧୧ Continue reading “ପ୍ରେସମିଟ କରି ବିଜେପିକୁ ଟାର୍ଗେଟ କଲା ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ହୋଇଥିବା କଲା ଅଭିଯୋଗ “

ମୟୂରଭଞ୍ଜର ଆଦିବାସୀ ଯୁବକ ଏବେ ବଲିଉଡରେ । ଆକ୍ସନ ମାଷ୍ଟର, ସେଲିବ୍ରିଟି ଫିଟନେସ୍ ଟ୍ରେନର ଭାବେ କମାଇଲେଣି ନାଁ ।

କନକ ବ୍ୟୁରୋ: ଦୃଢ ମନୋଭାବ ଓ ଉଚ୍ଚା ଭିଳାସ ଆଗରେ ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକ ହାରମାନେ ବୋଲି କୁହାଯାଏ ।  ଆଉ ଏହାକୁ ସତ କରି ଦେଖାଇଛନ୍ତି ମୟୂରଭଂଜ ବିଜାତଳା ବ୍ଲକ୍ ଖନ୍ତ ଗାଁର ରାମ ସିର୍କା । ଛୋଟ ବେଳୁ  ଅଭିନେତା ହେବାର ସ୍ୱପ୍ନ ଥିଲା , ଆଉ ଏବେ ସେହି ସ୍ୱପ୍ନ ହିଁ  ରାମ ସିର୍କାଙ୍କୁ ବିଜାତଳାରୁ ବଲିଉଡକୁ ପହଂଚାଇଛି । ମାୟାନଗରୀର ମାୟାଜାଲକୁ ଭେଦ କରି ବଲିଉଡରେ ପାଦ ଥାପି ପାରିଛନ୍ତିContinue reading “ମୟୂରଭଞ୍ଜର ଆଦିବାସୀ ଯୁବକ ଏବେ ବଲିଉଡରେ । ଆକ୍ସନ ମାଷ୍ଟର, ସେଲିବ୍ରିଟି ଫିଟନେସ୍ ଟ୍ରେନର ଭାବେ କମାଇଲେଣି ନାଁ ।”

ଖବର ଆଣିଦେଲା ସୁଯୋଗ, ପୂରଣ ହେଲା ଆଶା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରଞ୍ଜନଙ୍କୁ ଆଲବମରେ ଗୀତ ଗାଇବାକୁ  ମିଳିଲା ସୁଯୋଗ  

କନକ ବ୍ୟୁରୋ: କନକ ନ୍ୟୁଜରେ ପ୍ରସାରଣ ହୋଇଥିବା ଖବର ରଙ୍ଗମିସ୍ତ୍ରୀଙ୍କ ଜୀବନରେ ରଙ୍ଗ ଭରିଛି । ନବରଙ୍ଗପୁର ଉମରକୋଟର ରଂଜନଙ୍କୁ ଆଲବମରେ ଗୀତ ଗାଇବାର ସୁଯୋଗ ଦେଇଛି । ସଂଗୀତ ସାଧନା କରି ରଙ୍ଗମିସ୍ତ୍ରୀରୁ କଣ୍ଠଶିଳ୍ପୀ ହେବା ପାଇଁ ଆଶା ସଂଚାର କରିଛି । କୁମାର ସାନୁଙ୍କ ଅନ୍ଦାଜରେ ଗୀତ ଗାଇ ଘର ରଙ୍ଗ କରୁଥିବା ରଂଜନ ଷ୍ଟୁଡିଓରେ ଆଦିବାସୀ ଭାଷାରେ ଗୀତ ଗାଇଛନ୍ତି । ତାଙ୍କୁ ଏହି ସୁଯୋଗ ଦେଇଛି ଅବିଭକ୍ତ କୋରାପୁଟରେ ଆଦିବାସୀ ସଂଗୀତରେContinue reading “ଖବର ଆଣିଦେଲା ସୁଯୋଗ, ପୂରଣ ହେଲା ଆଶା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରଞ୍ଜନଙ୍କୁ ଆଲବମରେ ଗୀତ ଗାଇବାକୁ  ମିଳିଲା ସୁଯୋଗ  “

ଚାହିଦା କମୁଛି, ଚାଷୀ ମୁହଁ ଫେରାଉଛି । ବଜାରରେ ଅଧିକ ମାଣ୍ଡିଆ ବିକ୍ରି ପାଇଁ କନ୍ଧମାଳ କୃଷି ବିଭାଗର ନୂଆ ପଦକ୍ଷେପ ।

କନକ ବ୍ୟୁରୋ: ମିଲେଟ୍ ମିଶନ ଜରିଆରେ ମାଣ୍ଡିଆକୁ ଲୋକଙ୍କ ପାଖରେ ଆଦୃତ କରାଇବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି ସରକାର । ଫାଇବର କ୍ୟାଲସିୟମ ଓ ବିଭିନ୍ନ ପୃଷ୍ଟିସାରରେ ଭରପୁର ଏହି ଶସ୍ୟର ଚାହିଦା କିନ୍ତୁ ଦିନକୁ ଦିନ କମିଯାଇଛି । କନ୍ଧମାଳ ଜିଲ୍ଲାର ଚାଷୀମାନେ ଏହି ଚାଷରୁ ମୁହଁ ଫେରେଇ ନେଉଛନ୍ତି । ତେଣୁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ଚାଷୀଙ୍କ ପାଖରେ ପହଂଚି ମାଣ୍ଡିଆ ଚାଷ କରିବାକୁ ପ୍ରୋତ୍ସାହିତ କରୁଛି ସରକାରଙ୍କ କୃଷି ବିଭାଗ ।Continue reading “ଚାହିଦା କମୁଛି, ଚାଷୀ ମୁହଁ ଫେରାଉଛି । ବଜାରରେ ଅଧିକ ମାଣ୍ଡିଆ ବିକ୍ରି ପାଇଁ କନ୍ଧମାଳ କୃଷି ବିଭାଗର ନୂଆ ପଦକ୍ଷେପ ।”

ଅସହ୍ୟ ହେଲାଣି ୨୭ ବର୍ଷର ବାସନ୍ଦ ଜୀବନ । ବାପାଙ୍କ ମୃତ୍ୟୁ ପରେ ବି ଗାଁକୁ ପଶିବାକୁ ମିଳୁନି ଅନୁମତି  । 

କନକ ବ୍ୟୁରୋ: ଅନ୍ଧବିଶ୍ୱାସ କେତେ ଭୟଙ୍କର ସେ କଥା ସହଜରେ ଅନୁମାନ କରି ହୁଏନି । ଯିଏ ଅଙ୍ଗେ ନିଭାଇଛି, ସେ ବି ଜାଣିଛି କେତେ କଷ୍ଟକର ସେଇ ଜୀବନ । କେମିତି ପ୍ରତିଦିନ ସମସ୍ୟା ସହ ଜୁଝି ହେବାକୁ ପଡେ । ୨୭ ବର୍ଷର ବାସନ୍ଦ ଜୀବନରେ ବାପା ଆରପାରିକୁ ଚାଲି ଗଲେଣି । ତଥାପି ଗାଁକୁ ପଶିବା ପାଇଁ ବିଧବା ମାଆ-ପୁଅଙ୍କୁ ମିଳୁନି ଅନୁମତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାରContinue reading “ଅସହ୍ୟ ହେଲାଣି ୨୭ ବର୍ଷର ବାସନ୍ଦ ଜୀବନ । ବାପାଙ୍କ ମୃତ୍ୟୁ ପରେ ବି ଗାଁକୁ ପଶିବାକୁ ମିଳୁନି ଅନୁମତି  । “

ନିଆଁ ଜାଳି ଦେଲା ମେଧାବୀ ଛାତ୍ରଙ୍କ ସ୍ୱପ୍ନ । ତାଇୱାନ ଯାଇ ଗବେଷଣା କରିବା ଆଗରୁ ଘରେ ଲାଗିଗଲା ନିଆଁ । ଜଳି ପୋଡି ପାଉଁଶ ହୋଇଗଲା ସବୁ କାଗଜ ପତ୍ର ।

କନକ ବ୍ୟୁରୋ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ସବୁକିଛି । ଆଉ ଦିନ କେଇଟା ପରେ ବିଦେଶ ଯିବାକୁ ପ୍ରସ୍ତୁତି ହେଉଥିଲେ ମେଧାବୀ ଛାତ୍ର ଅଜିତେଶ ଧଳ । କିନ୍ତୁ ଗତକାଲି ସନ୍ଧ୍ୟାରେ ଯାଜପୁର ତାଉଁତରା ଗାଁରେ ହୋଇଥିବା ଅଗ୍ନିକାଣ୍ଡରେ ସବୁ କିଛି ଛାରଖାର ହୋଇଯାଇଛି । ଏପରିକି ମୁଣ୍ଡ ଗୁଂଜିବାକୁ ଜାଗା ଟିକେ ନାହିଁ । ଅଜିତେଶ ତାଇୱାନ ଯିବା ପାଇଁ ରଖିଥିବା ସବୁ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ଅଜିତେଶ ଆସନ୍ତା ୩୦ ତାରିଖରେContinue reading “ନିଆଁ ଜାଳି ଦେଲା ମେଧାବୀ ଛାତ୍ରଙ୍କ ସ୍ୱପ୍ନ । ତାଇୱାନ ଯାଇ ଗବେଷଣା କରିବା ଆଗରୁ ଘରେ ଲାଗିଗଲା ନିଆଁ । ଜଳି ପୋଡି ପାଉଁଶ ହୋଇଗଲା ସବୁ କାଗଜ ପତ୍ର ।”

Design a site like this with WordPress.com
Get started