ଚରମ୍ପା ବେଲମଳା ଗାଁରେ ୧୦ ବଖରା ଘର ପୋଡି ପାଉଁଶ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ନିଆଁ ଲିଭାଇବାରେ ୨ଟି ଦମକଳ ନିୟୋଜିତ 

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ଖବର ପାଇ ଦୁଇଟି ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । from Kanak News via <a href="https://ifttt.com/?

ଆଜି ସ୍ୱାଭାବିକ ହୋଇପାରେ ବିଧାନସଭା : ଧାନ କିଣା ପ୍ରସଙ୍ଗରେ ଦିନ ସାଢେ ୧୧ଟାରେ ଗୃହରେ ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ

କନକ ବ୍ୟୁରୋ : ଆଜିଠୁ ସ୍ୱାଭାବିକ ହୋଇପାରେ ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଗତ ୬ ଦିନ ଧରି ଅଚଳ ହୋଇ ପଡିଥିବା ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରେ ବୋଲି ଆଶା ପ୍ରକାଶ କରିଛନ୍ତି ବାଚସ୍ପତି । ଗତକାଲି ନବୀନ ନିବାସ ଆଗରେ ପଲଟିକାଲ ଡ୍ରାମା ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ଗୃହ ସ୍ୱାଭାବିକ ଭାବେ ଚାଲିବ ବୋଲି ବୈଠକ ପରେ ଆଶା ପ୍ରକାଶ କରିଥିଲେContinue reading “ଆଜି ସ୍ୱାଭାବିକ ହୋଇପାରେ ବିଧାନସଭା : ଧାନ କିଣା ପ୍ରସଙ୍ଗରେ ଦିନ ସାଢେ ୧୧ଟାରେ ଗୃହରେ ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ”

୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ । ଏଥିସହ ଆସନ୍ତାକାଲି ଅପରାହ୍ନରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏଣୁ ୨ ଦିନ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକରେ ଆଞ୍ଚଳିକContinue reading “୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି”

ଚତୁର୍ଥ ଟି-୨୦ରେ ବାଜିମାତ୍ କଲା ଟିମ୍ ଇଣ୍ଡିଆ । ୨-୨ରେ ସିରିଜ ବରାବର କଲା ବିରାଟ ବାହିନୀ ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଚତୁର୍ଥ ଟି-୨୦ରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଗୁରୁବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିରାଟ ବାହିନୀ ବ୍ରିଟିଶ ଦଳକୁ ୮ ରନରେ ହରାଇବା ସହିତ ସିରିଜକୁ ୨-୨ ବରାବର ସ୍ଥିତିକୁ ଆଣିଛି । ଏଥିସହ ଖେଳାଯିବାକୁ ଥିବା ପଞ୍ଚମ ଟି-୨୦ ଏବେ ସିରିଜର ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଆଜି ଇଂଲଣ୍ଡ ଦଳର ଅଧିନାୟକ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲାContinue reading “ଚତୁର୍ଥ ଟି-୨୦ରେ ବାଜିମାତ୍ କଲା ଟିମ୍ ଇଣ୍ଡିଆ । ୨-୨ରେ ସିରିଜ ବରାବର କଲା ବିରାଟ ବାହିନୀ ।”

ଋଷିଆ ରାଷ୍ଟପତିି ପୁଟିନଙ୍କୁ ହତ୍ୟାକାରୀ କହିଲେ ବାଇଡେନ୍ । ନିର୍ବାଚନରେ ଟ୍ରମ୍ପଙ୍କୁ ସହାୟତା କରୁଥିବା ଆଣିଲେ ଅଭିଯୋଗ ।

କନକ ବ୍ୟୁରୋ: ଆମେରିକା ଓ ଋଷିଆ ମଧ୍ୟରେ ପୁଣି ଆରମ୍ଭ ହୋଇଛି ତିକ୍ତତା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟାକାରୀ ବୋଲି କହିଛନ୍ତି । ଭ୍ଲାଦିମିର ପୁଟିନ ଜଣେ ହତ୍ୟାକାରୀ ଏବଂ ଆମେରିକୀୟ ନିର୍ବାଚନରେ ହସ୍ତକ୍ଷେପ କରିଥିବା କାରଣରୁ ସେ ଏହାର ପରିଣାମ ଭୋଗିବେ ବୋଲି କହିଛନ୍ତି ବାଇଡେନ । ଏହାପରେ ତୁରନ୍ତ ଆଗାମୀ ଦିନରେ ଉଭୟ ଦେଶର ସର୍ମ୍ପକକୁ ନେଇ ବିଚାରବିମର୍ଷ କରିବା ପାଇଁ ଆମେରିକାରେ ଥିବା ଋଷିୟContinue reading “ଋଷିଆ ରାଷ୍ଟପତିି ପୁଟିନଙ୍କୁ ହତ୍ୟାକାରୀ କହିଲେ ବାଇଡେନ୍ । ନିର୍ବାଚନରେ ଟ୍ରମ୍ପଙ୍କୁ ସହାୟତା କରୁଥିବା ଆଣିଲେ ଅଭିଯୋଗ ।”

ମହିଳାଙ୍କ ରିପଡ ଜିନ୍ସକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ବଢୁଛି ବିବାଦ । ତୀରଥ ସିଂ ରାୱତଙ୍କ ବୟାନକୁ ତୀବ୍ର ସମାଲୋଚନା ।

କନକ ବ୍ୟୁରୋ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଏହି ବିବାଦୀୟ ବୟାନ ଏବେ ସାରା ଦେଶରେ ଝଡ ସୃଷ୍ଟି କରିଛି । ମହିଳା ମାନେ ରିପଡ୍ ଜିନ୍ସ ପିନ୍ଧିବା କି ପ୍ରକାର ସଂସ୍କାର ବୋଲି ପ୍ରଶ୍ନ କରିଥିଲେ ତୀରଥ ସିଂ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନକୁ ସମାଲୋଚନା କରାଯାଇଛି । ଏପରିକି ସୋସିଆଲ ମିଡ଼ିଆରେ ମଧ୍ୟ ଏହାର ବିରୋଧ କରାଯାଇଛି । ହାସଟ୍ୟାଗ ରିପଡ୍ ଜିନ୍ସ ଟ୍ୱିଟର ଏବେ ଟ୍ୱିଟରେ ଟ୍ରେଣ୍ଡ କରୁଛିContinue reading “ମହିଳାଙ୍କ ରିପଡ ଜିନ୍ସକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ବଢୁଛି ବିବାଦ । ତୀରଥ ସିଂ ରାୱତଙ୍କ ବୟାନକୁ ତୀବ୍ର ସମାଲୋଚନା ।”

ଲୋକସଭାରେ ଉଠିଲା ଓଡିଶା ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ । ଧାନ କିଣାକୁ ନେଇ ସଂସଦରେ ପ୍ରଶ୍ନ କଲେ ସୁରେଶ ପୂଜାରୀ ।

କନକ ବ୍ୟୁରୋ: ଲୋକସଭାରେ ଉଠିଲା ଓଡିଶା ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ । ମାସ ମାସ ଧରି ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି କରିବା ପାଇଁ ବସି ରହିଛି । ହଜାର ହଜାର ବସ୍ତା ଧାନ ମଣ୍ଡି ଆଗରେ ପଡି ରହିଛି  କିନ୍ତୁ ରାଜ୍ୟ ସରକାର ଏହାକୁ କିଣିବା ପାଇଁ ପଦକ୍ଷେପ ନେଉ ନାହାନ୍ତି ବୋଲି କହିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ଜଳସେଚିତ ଅଂଚଳରେ ଏକର ପିଛା ୪୦ କ୍ୱିଂଟାଲ ଧାନ ଅମଳContinue reading “ଲୋକସଭାରେ ଉଠିଲା ଓଡିଶା ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ । ଧାନ କିଣାକୁ ନେଇ ସଂସଦରେ ପ୍ରଶ୍ନ କଲେ ସୁରେଶ ପୂଜାରୀ ।”

ପଶ୍ଚିମବଙ୍ଗରେ ନିର୍ବାଚନ ସମରରେ ଏବେ ଚାଲିଛି ଅସଲ ଖେଳ । ନିର୍ବାଚନୀ ପ୍ରଚାରରେ ମୁହାଁମୁହିଁ ମମତା ବାନାର୍ଜୀ ଓ ନରେନ୍ଦ୍ର ମୋଦି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ସମରରେ ଏବେ ଚାଲିଛି ଅସଲ ଖେଳ । ବିଧାନସଭା ନିର୍ବାଚନକୁ ନେଇ ମୁହାଁମୁହିଁ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୁଲିଆରେ ଜନସଭାକୁ ସମ୍ବୋଧିତ କରି ଦିଦିଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ପଶ୍ଚିମବଙ୍ଗରେ ଏବେ ଖେଲା ହୋବେ ବୋଲି ମମତା ବାନାର୍ଜୀ ଦେଇଥିବା ବୟାନକୁ କାଉଂଟର କରିଛନ୍ତି ମୋଦି । ଜନସଭାକୁ ସମ୍ବୋଧନ କରି ଦିଦିଙ୍କ ଉପରେ ବର୍ଷିଛନ୍ତି ମୋଦି । ଜନତାଙ୍କୁContinue reading “ପଶ୍ଚିମବଙ୍ଗରେ ନିର୍ବାଚନ ସମରରେ ଏବେ ଚାଲିଛି ଅସଲ ଖେଳ । ନିର୍ବାଚନୀ ପ୍ରଚାରରେ ମୁହାଁମୁହିଁ ମମତା ବାନାର୍ଜୀ ଓ ନରେନ୍ଦ୍ର ମୋଦି ।”

ପୁଣି ଦେଶରେ ବଢୁଛି କରୋନା ସଂକ୍ରମଣ । ଶହେ ଦିନ ପରେ ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ । ଗତ ୨୪ ଘଂଟାରେ ୩୫,୮୭୧ ସଂକ୍ରମିତ ।

କନକ ବ୍ୟୁରୋ: ଦେଶରେ ପୁଣି କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ମାମଲା ବଢୁଥିବାରୁ ଦେଶରେ ପୁଣି ଦ୍ୱିତୀୟ ଲହର ଆସିବା ଆଶଙ୍କା ସୃଷ୍ଟି ହୋଇଛି । ଦେଶର ୭୦ ଜିଲ୍ଲାରେ ୧୫୦ ପ୍ରତିଶତ ମାମଲା ବଢିଛି । ମହାରାଷ୍ଟ୍ର, ପଞ୍ଜାବ ଓ କେରଳରେ ସବୁଠୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଏହାଛଡା ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ବଢୁଛି ସଂକ୍ରମଣ । ଗତ ସାତ ଦିନର ସଂକ୍ରମଣ ମାମଲାContinue reading “ପୁଣି ଦେଶରେ ବଢୁଛି କରୋନା ସଂକ୍ରମଣ । ଶହେ ଦିନ ପରେ ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ । ଗତ ୨୪ ଘଂଟାରେ ୩୫,୮୭୧ ସଂକ୍ରମିତ ।”

ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଦିପ୍ତିରଂଜନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ।

କନକ ବ୍ୟୁରୋ: ଭୁବନେଶ୍ୱରର ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲାର ରାୟ ଆସିଛି । ମୁଖ୍ୟ ଅଭିଯୁକ୍ତ ଦିପ୍ତିରଂଜନ ପଟ୍ଟନାୟକକୁ ଆଜୀବନ ଜେଲଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟ । ୧୮ ଜଣ ସାକ୍ଷୀଙ୍କ ବୟାନ ଓ ପାରିପାଶ୍ୱିର୍କ ପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି । ୨୦୧୩ ମସିହା ସେପ୍ଟେମ୍ବର ମାସରେ ଭୁବନେଶ୍ୱର ରସୁଲଗଡ ସ୍ଥିତ ଶବର ସାହିରେ ରହୁଥିିବା ବଚନସୁଧା ପଟ୍ଟନାୟକଙ୍କୁ ଦିନ ଦ୍ୱିପ୍ରହରରେ ତାଙ୍କ ଘର ଭିତରେ ଅତି ନର୍ମମ ଭାବେContinue reading “ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଦିପ୍ତିରଂଜନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ।”

Design a site like this with WordPress.com
Get started