ଇଂଲଣ୍ଡ ଆଗରେ ୧୮୬ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ । ପ୍ରଥମ ଇଂନିସରେ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ।

କନକ ବ୍ୟୁରୋ: ଇଂଲଣ୍ଡ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ । ଚତୁର୍ଥ ଟି-୨୦ରେ ଭାରତୀୟ ଦଳ ୧୮୫ ରନ କରିବାକୁ ସମର୍ଥ ହୋଇଛି । ଯାହା ପରେ ବ୍ରିଟିଶ ଦଳକୁ ବିଜୟୀ ହେବା ପାଇଁ ୨୦ ଓଭରରେ ୧୮୬ ରନ କରିବାକୁ ହେବ । ତେବେ ଏହି ମ୍ୟାଚକୁ ଜିତିବା ସହିତ ଭାରତୀୟ ଦଳ ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି । ଆଜି ଟସ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂContinue reading “ଇଂଲଣ୍ଡ ଆଗରେ ୧୮୬ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ । ପ୍ରଥମ ଇଂନିସରେ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ।”

ଜଙ୍ଗଲରୁ ଫେରିଲା ପରେ ଖୁସି ଅଛି ବାରହା ‘ଢୁର’ । ବନ ବିଭାଗ କହିଲା, ସୁସ୍ଥ ହେଲେ ଦୂର ଜଙ୍ଗଲରେ ଛଡା ଯିବ ବାରହା ।

କନକ ବ୍ୟୁରୋ: ଜଙ୍ଗଲୀ ବାରହା ‘ଢୁର’ ଏବେ ଘରକୁ ଫେରିଛି । ଜଙ୍ଗଲରୁ ଆସିବା ପରଠୁ ‘ଢୁର’ ଛୋଟେଇ ଛୋଟୋଇ ଚାଲୁଛି । ତେଣୁ ଜଙ୍ଗଲରେ ସେ କେଉଁ ପଥରରେ ବାଡେଇ ହୋଇଥିବ କିମ୍ବା ଶିକାରିଙ୍କ ଆକ୍ରମଣରେ ଆହତ ହୋଇଥିବା ସନ୍ଦେହ କରାଯାଉଛି । ଦୀର୍ଘ ୯ ଦିନ ସମାକୋଇ ସଂରକ୍ଷିତ ଜଙ୍ଗଲରେ ଘୁରି ବୁଲିବା ପରେ ପୁରୁଷୋତମପୁରର କୁନ୍ତଳା କୁମାରୀ ପେଣ୍ଠେଇଙ୍କ ଘରକୁ ଫେରି ଆସିଛି ଢୁର । ଏବେ ସେ କେତେବେଳ ଗାଈ ସହContinue reading “ଜଙ୍ଗଲରୁ ଫେରିଲା ପରେ ଖୁସି ଅଛି ବାରହା ‘ଢୁର’ । ବନ ବିଭାଗ କହିଲା, ସୁସ୍ଥ ହେଲେ ଦୂର ଜଙ୍ଗଲରେ ଛଡା ଯିବ ବାରହା ।”

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗକୁ ନେଇ ଆରମ୍ଭ ହେଲା ବିଜେଡି-ବିଜେପି କଳି । ବିଜେପି କହିଲା ମହାପାପ କରିଛନ୍ତି ସରକାର, ଜବାବ ରଖିଲା ବିଜେଡି ।

କନକ ବ୍ୟୁରୋ: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ବିଜେପି-ବିଜେଡି କଳି । ବିଜେପି ଏହି ଘଟଣାକୁ ନେଇ ଶାସକ ଦଳକୁ ଘେରିଥିବାବେଳେ ବିଜେଡି ମଧ୍ୟ ଏହାର ଜବାବ ରଖିଛି । ଏହି ଜମି ବିକ୍ରି କରି ରାଜ୍ୟ ସରକାର ମହାପାପ କରିଥିବା ବିଜେପି କହିଥିବାବେଳେ, ନିଜ ରାଜନୈତିକ ଅଭିସନ୍ଧି ରଖି ବିଜେପି ଏପରି କରୁଥିବା ଜବାବ ରଖିଛି ବିଜେଡି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟContinue reading “ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗକୁ ନେଇ ଆରମ୍ଭ ହେଲା ବିଜେଡି-ବିଜେପି କଳି । ବିଜେପି କହିଲା ମହାପାପ କରିଛନ୍ତି ସରକାର, ଜବାବ ରଖିଲା ବିଜେଡି ।”

ସୁନ୍ଦରଗଡରେ ଗାଁ ରାସ୍ତାରେ ଏମସିଏଲର କୋଇଲା ପରିବହନକୁ ବିରୋଧ । ଆନ୍ଦୋଳନରେ ସାମିଲ ହେଲେ ସ୍କୁଲ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ଛତିଶଗଡର ରାୟଗଡକୁ ଏମସିଏଲ କୋଇଲା ପରିବହନ ପାଇଁ ବ୍ୟବହାର କରୁଥିବା ରାସ୍ତାକୁ ନେଇ ବିରୋଧ । ରାସ୍ତା ବ୍ୟବହାର ନ କରିବା ଦାବିରେ ଚାଲିଥିବା ଆନ୍ଦୋଳନରେ ସାମିଲ ହେଲେ ସ୍କୁଲ ଛାତ୍ରଛାତ୍ରୀ । ଆଜି ଶତାଧିକ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ସେମାନଙ୍କର ଗୋଟିଏ ଦାବି ଏହି ରାସ୍ତାରେ କୋଇଲା ପରିବହନ ବନ୍ଦ କରୁ ଏମସିଏଲ । ଯାହା ଫଳରେ ଗୋଟେ ପଟେ ରାସ୍ତାରେ ଶହ ଶହContinue reading “ସୁନ୍ଦରଗଡରେ ଗାଁ ରାସ୍ତାରେ ଏମସିଏଲର କୋଇଲା ପରିବହନକୁ ବିରୋଧ । ଆନ୍ଦୋଳନରେ ସାମିଲ ହେଲେ ସ୍କୁଲ ଛାତ୍ରଛାତ୍ରୀ ।”

ଶହେ ଦିନରେ ଭାରତରେ କରୋନା ସଂକ୍ରମଣ ସୃଷ୍ଟି କଲା ନୂଆ ରେକର୍ଡ । ଦିନକରେ ୩୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଓଡିଶାରୁ ଗୋଟିଏ ଦିନରେ ୮୪ ସଂକ୍ରମିତ ।

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣର ତଥ୍ୟ ପୁଣିଥରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି କରିଛି । ଯେଉଁ ହାରରେ ଭାରତରେ କରୋନା ସଂକ୍ରମଣ ବଢିଛି, ତାହା ଗତ ୧୦୦ ଦିନର ରେକର୍ଡ ଭାଙ୍ଗିଛି । ଆଉ ଏହି ସଂକ୍ରମଣ ହାରରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ସାରା ଦେଶରେ ଗୋଟିଏ ଦିନରେ ଯେତିକି ସଂକ୍ରମଣ ହୋଇଛି, ତାର ୬୪ ପ୍ରତିଶତ ସଂକ୍ରମଣ କେବଳ ମହାରାଷ୍ଟ୍ରରେ ହୋଇଛି । ଏହାରି ଭିତରେ ଓଡିଶାରେContinue reading “ଶହେ ଦିନରେ ଭାରତରେ କରୋନା ସଂକ୍ରମଣ ସୃଷ୍ଟି କଲା ନୂଆ ରେକର୍ଡ । ଦିନକରେ ୩୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଓଡିଶାରୁ ଗୋଟିଏ ଦିନରେ ୮୪ ସଂକ୍ରମିତ ।”

ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ନବୀନ ନିବାସ ପହଞ୍ଚିଲେ ବିଜେପି ବିଧାୟକ । ଜାଣନ୍ତୁ, ନବୀନ ନିବାସ ଭିତରେ କ’ଣ ହେଲା?

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବିଜେପି ବିଧାୟକ ଦଳ ନବୀନ ନିବାସକୁ ଚାଲିବା ଆରମ୍ଭ କରିଥିଲେ । ଆଉ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ପାଦକୁ ଧୋଇ ସ୍ୱାଗତ କରାଯାଇଥିଲା । ଜଣଙ୍କ ପରେ ଜଣେ ବିଧାୟକଙ୍କୁ ଓଡିଆ ସଂସ୍କୃତି ଅନୁସାରେ ସ୍ୱାଗତ କରାଯିବା ସହ ଦିଆଯାଇଥିଲା ସାନିଟାଇଜର ଆଉ ନୁଆ ମାସ୍କ । ସୂଚନା ଅନୁସାରେ, ବିଜେଡି କର୍ମୀ ସମସ୍ତ ବିଜେପି ବିଧାୟକଙ୍କ ମୁଣ୍ଡରେ ଚନ୍ଦନ ଟିପା ମାରି ଆଲୋଚନା ପାଇଁ ଉଦ୍ଦିଷ୍ଟ ସ୍ଥାନକୁContinue reading “ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ନବୀନ ନିବାସ ପହଞ୍ଚିଲେ ବିଜେପି ବିଧାୟକ । ଜାଣନ୍ତୁ, ନବୀନ ନିବାସ ଭିତରେ କ’ଣ ହେଲା?”

ଓଡିଶା ଦେଖିଲା ରାଜନୀତିର ହାଇଡ୍ରାମା । ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ନବୀନ ନିବାସ ପହଂଚିଲେ ବିଜେପି ବିଧାୟକ । ଗୃହ ସ୍ୱାଭାବିକ କରିବା ନେଇ ନବୀନ କଲେ ଆଲୋଚନା ।

କନକ ବ୍ୟୁରୋ: ଓଡ଼ିଶା ରାଜନୀତିରେ ବୋଧହୁଏ ପୂର୍ବରୁ ଏମିତି କେବେ ବି ଦେଖିବାକୁ ମିଳିନଥିଲା । ନବୀନ ନିବାସ ଆଗରେ ଧାରଣାରେ ବସିଥିବା ବିଜେପି ବିଧାୟକମାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଭିତରେ ଆଲୋଚନା କରିବା ପାଇଁ ଡାକିଥିଲେ । ଆଉ ବିଜେଡିର କିଛି ତୁଙ୍ଗ ନେତା ହାତଯୋଡି ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ରାଜନୀତିର ଏହି ରୋଚକ ଦୃଶ୍ୟର ପୃଷ୍ଠଭୂମି ପଡିଥିଲା ବିଧାନସଭାContinue reading “ଓଡିଶା ଦେଖିଲା ରାଜନୀତିର ହାଇଡ୍ରାମା । ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ନବୀନ ନିବାସ ପହଂଚିଲେ ବିଜେପି ବିଧାୟକ । ଗୃହ ସ୍ୱାଭାବିକ କରିବା ନେଇ ନବୀନ କଲେ ଆଲୋଚନା ।”

ଭାରତ-ଇଂଲଣ୍ଡ ଚତୁର୍ଥ ଟି-୨୦: ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଚତୁର୍ଥ ଟି-୨୦ରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଟିମ୍ ଇଣ୍ଡିଆ ପାଇଁ କର ବା ମର ଏହି ମ୍ୟାଚରେ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଇଂଲଣ୍ଡ ଦଳଠାରୁ ନିମନ୍ତ୍ରଣ ପାଇଛି । ଗୁରୁବାର ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ଅଧିନାୟକ ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ । ଭାରତ-ଇଂଲଣ୍ଡ ଚତୁର୍ଥ ଟି-୨୦ରେ ପ୍ରଥମେ ବ୍ୟାଟିଂ କରିବ ଭାରତ । କରContinue reading “ଭାରତ-ଇଂଲଣ୍ଡ ଚତୁର୍ଥ ଟି-୨୦: ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ ।”

ଏଥର ସ୍ୱାଭାବିକ ଚାଲିବ ଗୃହ । ଧାନକିଣା ପ୍ରସଙ୍ଗରେ କାଲି ଦିନ ସାଢ଼େ ୧୧ଟାରେ ଗୃହରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ।

କନକ ବ୍ୟୁରୋ: ଏଥର ଗୃହ ଚାଲିବ ସ୍ୱାଭାବିକ । ଆସନ୍ତାକାଲି ଧାନକିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏନେଇ ସର୍ବଦଳୀୟ ବୈଠକ ପରେ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଯେଉଁ ଧାନକିଣା ପ୍ରସଙ୍ଗକୁ ନେଇ ତୁମ୍ଭିତୋଫାନ ଉଠିଥିଲା, ଗତ ୬ ଦିନ ଧରି ଗୃହ ଅଚଳାବସ୍ଥା ଦେଖାଦେଇଥିଲା ତାହା ଆଉ ଆଗକୁ ଦେଖିବାକୁ ନମିଳିପାରେ ବୋଲି ଏହା ସଂକେତ ଦେଉଛି ।Continue reading “ଏଥର ସ୍ୱାଭାବିକ ଚାଲିବ ଗୃହ । ଧାନକିଣା ପ୍ରସଙ୍ଗରେ କାଲି ଦିନ ସାଢ଼େ ୧୧ଟାରେ ଗୃହରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ।”

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ତାଲିକାରେ ରହିଛି ୬ ମୁସଲିମ୍ ପ୍ରାର୍ଥୀଙ୍କ ସହ କିଛି ସାଂସଦଙ୍କ ନାମ

କନକ ବ୍ୟୁରୋ : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥର ଦଳ ୧୪୮ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ହରିଶ୍ଚନ୍ଦ୍ରପୁର ରୁ ମହମ୍ମଦ ମତିଓର, ସାଗରଦୀଘିରୁ ମାଫୁଜା ଖାତୁନ, ଭଗବାନଗୋଲାରୁ ମେହବୁବ୍ ଆଲମ୍, ରାନୀଗରରୁ ମସୁହରା ଖାତୁନ୍, ସୁଜାରପୁରରୁ ଏସ୍.କେ ଜିୟାଉଦ୍ଦିନ, ଡୋମକଲରୁ ରୁବିୟା ଖାତୁନ୍ ଙ୍କୁ ଟିକେଟ୍ ଦେଇଛିContinue reading “ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ତାଲିକାରେ ରହିଛି ୬ ମୁସଲିମ୍ ପ୍ରାର୍ଥୀଙ୍କ ସହ କିଛି ସାଂସଦଙ୍କ ନାମ”

Design a site like this with WordPress.com
Get started