ସାମ୍ନାକୁ ଆସିଛି ଏମଜିଏନଆରଇଜିଏସ୍ ସାଂଘାତିକ ସତ । ମାଲକାନଗିରି ଜିଲ୍ଲା ମାଥିଲିରେ ଶ୍ରମିକଙ୍କୁ ଆଳ କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିଛନ୍ତି ବିଭାଗୀୟ ଅଧିକାରୀ ।

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଏମଜିଏନଆରଇଜିଏସର ସାଂଘାତିକ ସତ । କୋଭିଡ କାଳରେ ଶ୍ରମିକଙ୍କୁ କାମ ଯୋଗାଇବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ଦେଇଛନ୍ତି ଅଧିକାରୀ । ଏନେଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଏମଜିଏନଆରଇଜିଏସ ଅର୍ଥକୁ ବାଟମାରଣା ହୋଇଥିବା ଅଭିଯୋଗ କରି ବିଡିଓଙ୍କୁ ଭେଟି ତଦନ୍ତ ପାଇଁ ଦାବି କରିଛି ମାଲକାନଗିରି ଆଦିବାସୀ ମହାସଭା ସଂଘ । କରୋନା କାଳରେ ଶ୍ରମିକଙ୍କୁ କାମ ଦେବା ଆଳରେ ମହାଦୁର୍ନୀତି ହୋଇଛି । ୨୦୨୦–୨୧ ଆର୍ଥିକContinue reading “ସାମ୍ନାକୁ ଆସିଛି ଏମଜିଏନଆରଇଜିଏସ୍ ସାଂଘାତିକ ସତ । ମାଲକାନଗିରି ଜିଲ୍ଲା ମାଥିଲିରେ ଶ୍ରମିକଙ୍କୁ ଆଳ କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିଛନ୍ତି ବିଭାଗୀୟ ଅଧିକାରୀ ।”

ବଢ଼ୁଛି ଶ୍ରମିକ ଅଶାନ୍ତି, ବଢ଼ୁଛି ରାଜନୀତି: ପଦଯାତ୍ରାରେ ଗଲେ ହଜାର ହଜାର ଶ୍ରମିକ

କନକ ବ୍ୟୁରୋ : ରାଜଧାନୀ ରାଜ ରାସ୍ତାରେ ଥର୍ମାଲ ସଂପ୍ରସାରଣ ଓ ନବୀକରଣ ନେଇ ତାତି ଜୋର ଧରିଛି। ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ଶେଷ ଅବଧି ଯେତିକି ପାଖେଇ ପାଖେଇ ଆସୁଛି, ସେତିକି ସେତିକି ଅଶାନ୍ତ ହୋଇ ଉଠୁଛି ସାରା ତାଳଚେର ଅଞ୍ଚଳ। ଘନ ଘନ ବୈଠକ ସାଙ୍ଗକୁ ଚାଲିଛି ସଭା ସମ୍ମିଳନୀ ଓ ଆନ୍ଦୋଳନ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ମରିବୁ ପଛେ କୌଣସି ପରିସ୍ଥିତିରେ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟକୁ ବନ୍ଦ କରିବାକୁContinue reading “ବଢ଼ୁଛି ଶ୍ରମିକ ଅଶାନ୍ତି, ବଢ଼ୁଛି ରାଜନୀତି: ପଦଯାତ୍ରାରେ ଗଲେ ହଜାର ହଜାର ଶ୍ରମିକ”

ଖାଉଟି ଅଦାଲତଙ୍କ ରାୟ । ଅନଲାଇନ ଠକେଇ ପାଇଁ ଦାୟୀ ନୁହେଁ ବ୍ୟାଙ୍କ

କନକ ବ୍ୟୁରୋ : ଅନଲାଇନ୍‌ ଠକଙ୍କ ପ୍ରତି ସତର୍କ ରହିବା ଲାଗି ‘ଏଟିଏମ୍‌ ପିନ୍‌’ ଓ ‘କ୍ରେଡିଟ୍‌ କାର୍ଡ’ ନମ୍ବର ଆଦି ସେୟାର୍‌ ନ କରିବାକୁ ଭାରତୀୟ ବ୍ୟାଙ୍କଗୁଡ଼ିକ ସବୁବେଳେ ଗ୍ରାହକମାନଙ୍କୁ ଚେତାବନୀ ଦେଉଛନ୍ତି। ଚେତାବନୀ ସତ୍ତ୍ୱେ ଗ୍ରାହକମାନେ ଏସବୁ ମୌଳିକ ସତର୍କତା ପ୍ରତି ଅବଜ୍ଞା ପ୍ରଦର୍ଶନ କରି ଠକାମିର ସରବ୍ୟ ହେଲେ, ବ୍ୟାଙ୍କମାନେ ଦାୟୀ ରହିବେ ନାହିଁ ବୋଲି ଗୁଜରାଟର ଏକ ଖାଉଟି ଅଦାଲତ କହିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ନିଜ ଅବହେଳାରୁ ଠକାମିର ଶିକାରContinue reading “ଖାଉଟି ଅଦାଲତଙ୍କ ରାୟ । ଅନଲାଇନ ଠକେଇ ପାଇଁ ଦାୟୀ ନୁହେଁ ବ୍ୟାଙ୍କ”

ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ଶେଷ । ବିରୋଧୀ ଦଳ ନେତା କହିଲେ, ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଭିତରକୁ ଯାଇ ନଥାନ୍ତୁ । 

କନକ ବ୍ୟୁରୋ : ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଶେଷ । ଖାସକରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଯେଉଁ ରାଜନୈତିକ ବୟାନବାଜି ଚାଲିଥିଲା ତାହାକୁ ଏକପ୍ରକାର ଆଲୋଚନା ମାଧ୍ୟମରେ ଶେଷ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ଗୃହକୁ ଆସନ୍ତୁ ବୋଲି ବିଜେପି ଦାବି କରିଥିବା ବେଳେ ନବୀନ ଏଥିରେ ରାଜି ହୋଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।  କିଭଳି ବିଧାନସଭା ସୁରୁଖୁରୁ ଚାଲିବ ସେନେଇ ବାଚସ୍ପତିଙ୍କ ସହ ଆଲୋଚନାContinue reading “ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ଶେଷ । ବିରୋଧୀ ଦଳ ନେତା କହିଲେ, ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଭିତରକୁ ଯାଇ ନଥାନ୍ତୁ । “

ଅନ୍‌ଲାଇନ୍‌ ଠକେଇ ପାଇଁ ବ୍ୟାଙ୍କ୍‌ ଦାୟୀ ନୁହେଁ: ଖାଉଟି ଅଦାଲତ

କନକ ବ୍ୟୁରୋ : ଅନ୍‌ଲାଇନ୍‌ ଠକଙ୍କ ପ୍ରତି ସତର୍କ ରହିବା ଲାଗି ‘ଏଟିଏମ୍‌ ପିନ୍‌’ ଓ ‘କ୍ରେଡିଟ୍‌ କାର୍ଡ’ ନମ୍ବର ଆଦି ସେୟାର୍‌ ନ କରିବାକୁ ଭାରତୀୟ ବ୍ୟାଙ୍କ୍‌ଗୁଡ଼ିକ ସବୁବେଳେ ଗ୍ରାହକମାନଙ୍କୁ ଚେତାବନୀ ଦେଉଛନ୍ତି। ଚେତାବନୀ ସତ୍ତ୍ୱେ ଗ୍ରାହକମାନେ ଏସବୁ ମୌଳିକ ସତର୍କତା ପ୍ରତି ଅବଜ୍ଞା ପ୍ରଦର୍ଶନ କରି ଠକାମିର ସରବ୍ୟ ହେଲେ, ବ୍ୟାଙ୍କମାନେ ଦାୟୀ ରହିବେ ନାହିଁ ବୋଲି ଗୁଜରାଟର ଏକ ଖାଉଟି ଅଦାଲତ କହିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ନିଜ ଅବହେଳାରୁ ଠକାମିର ସରବ୍ୟContinue reading “ଅନ୍‌ଲାଇନ୍‌ ଠକେଇ ପାଇଁ ବ୍ୟାଙ୍କ୍‌ ଦାୟୀ ନୁହେଁ: ଖାଉଟି ଅଦାଲତ”

କୃଷକ ନେତା ରାକେଶ ଟିକାୟତଙ୍କ ଦାବି । ଧାରଣା ସ୍ଥଳରେ କୃଷକ ମାନଙ୍କୁ ଟିକା ଦିଅନ୍ତୁ ସରକାର

କନକ ବ୍ୟୁରୋ : ଗୋଟିଏ ପଟେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକ ମାନେ ଧାରଣାରେ ବସିଥିବା ବେଳେ ଅନ୍ୟପଟେ ଦେଶରେ ପୁଣି କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ଏକଥାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ କି ଧାରଣାସ୍ଥଳରେ କୃଷକ ମାନେ କରୋନାରେ ସଂକ୍ରମିତ ନହେବେ । ଏନେଇ କୃଷକ ନେତା ରାକେଶ ଟିକାୟତ ସରକାରଙ୍କ ପାଖରେ ଦାବି କରିଛନ୍ତି କି ଧାରଣା ସ୍ଥଳରେ କୃଷକ ମାନଙ୍କୁ ଟିକାକରଣContinue reading “କୃଷକ ନେତା ରାକେଶ ଟିକାୟତଙ୍କ ଦାବି । ଧାରଣା ସ୍ଥଳରେ କୃଷକ ମାନଙ୍କୁ ଟିକା ଦିଅନ୍ତୁ ସରକାର”

ଆସନ୍ତା ୨୨ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି : ଆଜି ଶ୍ରୀମନ୍ଦିରରେ ସୁରକ୍ଷା ଯାଂଚ କଲା ପୋଲିସ ପ୍ରଶାସନ

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆଜି ଶ୍ରୀମନ୍ଦିର ଚାରିପଟ ଓ ଶ୍ରୀମନ୍ଦିର ଭିତରର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ପୁରୀ ଏସପି । ଆସନ୍ତା ୨୨ ତାରିଖ ଦିନ ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ମଧ୍ୟରେ ପୁରୀ ଶ୍ରୀମନ୍ଦିର ଆସି ଦର୍ଶନ କରିବା ଆପାତତଃ ସ୍ଥିର ହୋଇଛି । ରାଷ୍ଟ୍ରପତି ରତ୍ନContinue reading “ଆସନ୍ତା ୨୨ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି : ଆଜି ଶ୍ରୀମନ୍ଦିରରେ ସୁରକ୍ଷା ଯାଂଚ କଲା ପୋଲିସ ପ୍ରଶାସନ”

ନବୀନ ଆସିଲେ, ବିଜେପି ବିଧାୟକଙ୍କୁ ବୁଝାଇ ଭିତରକୁ ଡାକିନେଲେ । ଚାଷୀ ପ୍ରସଙ୍ଗକୁ ନେଇ ନବୀନ ନିବାସରେ ଆରମ୍ଭ ହେଲା ଆଲୋଚନା ।

କନକ ବ୍ୟୁରୋ : ଓଡ଼ିଶା ରାଜନୀତିର ବିରଳ ଦୃଶ୍ୟ । ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଡାକିନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ଶେଷରେ ଆଲୋଚନା ପାଇଁ ଭିତରକୁ ଗଲେ ବିଜେପି ବିଧାୟକ । ଆଉ ଏହାସହ ଉଭୟ ଶାସକ-ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା । କିନ୍ତୁ ସବୁଠୁ ବଡ କଥା ହେଲା, ନବୀନ ନିବାସ ଆଗରେ ଯେଉଁ ହାଇଡ୍ରାମା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେContinue reading “ନବୀନ ଆସିଲେ, ବିଜେପି ବିଧାୟକଙ୍କୁ ବୁଝାଇ ଭିତରକୁ ଡାକିନେଲେ । ଚାଷୀ ପ୍ରସଙ୍ଗକୁ ନେଇ ନବୀନ ନିବାସରେ ଆରମ୍ଭ ହେଲା ଆଲୋଚନା ।”

ଦିଦିଙ୍କ ଗଡରେ ଗର୍ଜିଲେ ପ୍ରଧାନମନ୍ତ୍ରୀ : ମମତାଙ୍କ ଖେଲା ହୋବେ ନାରାର ଦେଲେ ଜବାବ; କହିଲେ, ହେବ ବିକାଶ 

କନକ ବ୍ୟୁରୋ : ବିଜେପିର ମିଶନ ବେଙ୍ଗଲ । ଏହି କ୍ରମରେ ଆଜି ପଶ୍ଚିମବଙ୍ଗର ପୁରୁଲିଆରେ ବିଶାଳ ସଭା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ ମାର୍ଚ୍ଚରେ ହେବାକୁ ଥିବା ରାଲି ୨ ଦିନ ପୂର୍ବରୁ ଆୟୋଜିତ କରାଯାଇଛି । ପଶ୍ଚିମବଙ୍ଗର ପୁରୁଲିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପୁରୁଲିଆର ସାମ୍ପ୍ରତିକ ଜଳ ସଙ୍କଟ ପ୍ରସଙ୍ଗରେ ମହାକାବ୍ୟ ‘ରାମାୟଣ’ରୁ ଗୋଟାଏ କଥାର ଦୃଷ୍ଟାନ୍ତ ଦେବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁContinue reading “ଦିଦିଙ୍କ ଗଡରେ ଗର୍ଜିଲେ ପ୍ରଧାନମନ୍ତ୍ରୀ : ମମତାଙ୍କ ଖେଲା ହୋବେ ନାରାର ଦେଲେ ଜବାବ; କହିଲେ, ହେବ ବିକାଶ “

ନବୀନ ନିବାସ ସାମ୍ନାରେ ହାଇଡ୍ରାମା । ଭିତରକୁ ଯିବାକୁ ହାତଯୋଡି ନିବେଦନ କଲେ ବିଜେଡି ନେତା, ଧାରଣାରେ ବସିଲେ ବିଜେପି ବିଧାୟକ । 

କନକ ବ୍ୟୁରୋ : ନବୀନ ନିବାସ ସାମ୍ନାରେ ହାଇଡ୍ରାମା । ନବୀନ ନିବାସ ସାମ୍ନାରେ ପହଞ୍ଚିବା ପରେ ଧାରଣାରେ ବସିଲେ ବିଜେପି ବିଧାୟକ । ମନ୍ତ୍ରୀ ସମୀର ଦାସ ହାତଯୋଡି ନିବେଦନ କରିବା ସତ୍ତେ୍ୱ ମଧ୍ୟ ନବୀନ ନିବାସ ଭିତରକୁ ଯାଇନାହାନ୍ତି ବିଜେପି ବିଧାୟକ । ବରଂ ତାଙ୍କ ପାଇଁ ନବୀନ ନିବାସର ଗେଟ ବନ୍ଦ କରି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ଟିମ୍ । ମୁଖ୍ୟମନ୍ତ୍ରୀ ଦେଖା କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ବିଜେପିContinue reading “ନବୀନ ନିବାସ ସାମ୍ନାରେ ହାଇଡ୍ରାମା । ଭିତରକୁ ଯିବାକୁ ହାତଯୋଡି ନିବେଦନ କଲେ ବିଜେଡି ନେତା, ଧାରଣାରେ ବସିଲେ ବିଜେପି ବିଧାୟକ । “

Design a site like this with WordPress.com
Get started