ଗତ ବୁଧବାର ଦିନ ଓ୍ଵାସିଂଟନ୍ରେ ଥିବା ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ଆବାସିକ କାର୍ଯ୍ୟାଳୟ ନିକଟରୁ ସାନ୍ ଆଣ୍ଟୋନିଓର ଜଣେ ଶସସ୍ତ୍ର ବ୍ୟକ୍ତି ଗିରଫ ହୋଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ‘ସିକ୍ରେଟ୍ ସର୍ଭିସ୍’ କହିଛି । ତାଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ସଂକ୍ରାନ୍ତ ମାମଲା ରୁଜୁ କରାଯାଇଛି। ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ‘ଦି ସିକ୍ରେଟ୍ ସର୍ଭିସ୍’ କହିଛି ଯେ, ସନ୍ଦିଗ୍ଧ ୩୧ ବର୍ଷିୟ ପଲ୍ ମୁରେଙ୍କୁ ଉପରାଷ୍ଟ୍ରପତିଙ୍କ ଆବାସିକ କାର୍ଯ୍ୟାଳୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ‘ନେଭାଲ୍Continue reading “ଆମେରିକା ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ନିକଟରୁ ଜଣେ ସଶସ୍ତ୍ର ବ୍ୟକ୍ତି ଗିରଫ୍ । ଗାଡିରୁ ମିଳିଲା ଗୁଳିଭର୍ତ୍ତି ରାଇଫଲ୍”
Author Archives: Raghaba
ଡ୍ରୋନ ଦେଖିଲା ଶ୍ରୀମନ୍ଦିରର ସୁରକ୍ଷା : ମନ୍ଦିର ଚାରିପଟୁ ସୁରକ୍ଷା ସ୍ଥିତିର ଯାଂଚ କଲେ ଏନଏସଜି ଟିମ
କନକ ବ୍ୟୁରୋ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏନଏସଜି ପକ୍ଷରୁ ଚାଲିଛି ସୁରକ୍ଷା ଯାଂଚ । ଆଜି ମଧ୍ୟ ଏନଏସଜିର ଟିମ ଡ୍ରୋନ ମାଧ୍ୟମରେ ଦେଖିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା । ଆଜ ଭୋର ସମୟରେ ଏନଏସଜିର ୩ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଯାଂଚ କରିଛନ୍ତି । ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆସିଷ୍ଟାଂଟ କମାଣ୍ଡାଂଟ କୌଶିକ ନାୟକ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ସମ୍ପର୍କରେ ଏନଏସଜି ଟିମକୁ ଅବଗତ କରାଇଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ନେଇ କିଭଳିContinue reading “ଡ୍ରୋନ ଦେଖିଲା ଶ୍ରୀମନ୍ଦିରର ସୁରକ୍ଷା : ମନ୍ଦିର ଚାରିପଟୁ ସୁରକ୍ଷା ସ୍ଥିତିର ଯାଂଚ କଲେ ଏନଏସଜି ଟିମ”
ଆଜି ବି ପ୍ରଥମରୁ ଚାଲିପାରିଲାନି ଗୃହ । ଲଗାତାର ଷଷ୍ଠ ଦିନ ପାଇଁ ଗୃହ ଆରମ୍ଭରୁ ମୁଲତବି, ଶାସକ-ବିରୋଧୀ ଜିଦରେ ଅଟଳ ।
କନକ ବ୍ୟୁରୋ : ଲଗାତାର ୬ ଦିନ ପାଇଁ ଗୃହରେ ସମାନ ସ୍ଥିତି । ବିଧାନସଭାରେ ଉଭୟ ଶାସକ-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ପ୍ରତିବାଦ କରିଛନ୍ତି ଶାସକ ଦଳର ବିଧାୟକ । ପ୍ରଶ୍ନକାଳ ଆରମ୍ଭରୁContinue reading “ଆଜି ବି ପ୍ରଥମରୁ ଚାଲିପାରିଲାନି ଗୃହ । ଲଗାତାର ଷଷ୍ଠ ଦିନ ପାଇଁ ଗୃହ ଆରମ୍ଭରୁ ମୁଲତବି, ଶାସକ-ବିରୋଧୀ ଜିଦରେ ଅଟଳ । “
ପିପିଲି ନିର୍ବାଚନ ପାଇଁ ଯୋରଦାର ପ୍ରସ୍ତୁତି… ସମସ୍ତ ବୁଥରେ ଇଭିଏମ୍ ଏବଂ ଭିଭିପ୍ୟାଟ ଜରିଆରେ ହେବ ମତଦାନ । କୋଭିଡ୍ ନିୟମକୁ ଦିଆଯିବ ଗୁରୁତ୍ୱ
ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଆସନ୍ତା ୨୩ ତାରିଖରେ ଏହାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ଏଥି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଚାଲିଛି । ସିଇଓଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ପିପିଲି ନିମନ୍ତେ ୧.୧.୨୦୨୧କୁ ଯୋଗ୍ୟତା ତାରିଖ ଭାବେ ନେଇ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇଛି । ମୋଟ୍ ୨,୨୯,୫୮୩ ଜଣContinue reading “ପିପିଲି ନିର୍ବାଚନ ପାଇଁ ଯୋରଦାର ପ୍ରସ୍ତୁତି… ସମସ୍ତ ବୁଥରେ ଇଭିଏମ୍ ଏବଂ ଭିଭିପ୍ୟାଟ ଜରିଆରେ ହେବ ମତଦାନ । କୋଭିଡ୍ ନିୟମକୁ ଦିଆଯିବ ଗୁରୁତ୍ୱ”
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ
କନକ ବ୍ୟୁରୋ : ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ ରାୟଗଡ଼ା କସ୍ତୁରୀ ନଗର ବାଲାଜି ଟାୱାରସ୍ଥିତ ବାସ ଭବନରେ ଚଢ଼ାଉ ଜାରି ରଖିଛନ୍ତି। ଚଢ଼ାଉ ବେଳେ ନଗଦ ଟଙ୍କା ସହ ଏଟିଏମ କାର୍ଡ ଓ କିଛି କାଗଜପତ୍ର ଭିଜିଲାନ୍ସContinue reading “ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ”
ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ୱେଂଟି : ମ୍ୟାଚ ହାରିଲେ ସିରିଜ ହାରିବ ଟିମ ଇଣ୍ଡିଆ; ପୁଣି ଟସ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା
କନକ ବ୍ୟୁରୋ : ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ ମ୍ୟାଚ । ୩ଟି ମ୍ୟାଚ ଶେଷ ସୁଧା ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୨ଟି ମ୍ୟାଚ ଜିତି ସିରିଜ ଅଗ୍ରଣୀ ହାସଲ କରିଛି । ଆଜିର ମ୍ୟାଚ ଜିତି ସିରିଜ ହାତେଇବାକୁ ଭ୍ରମଣକାରୀ ଦଳ ଲକ୍ଷ୍ୟ ରଖିଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ମ୍ୟାଚରେ ଟସ୍Continue reading “ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟି-ଟ୍ୱେଂଟି : ମ୍ୟାଚ ହାରିଲେ ସିରିଜ ହାରିବ ଟିମ ଇଣ୍ଡିଆ; ପୁଣି ଟସ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା”
ଦେଶରେ କାୟା ମେଲାଉଛି କରୋନା : ୭୦ ଜିଲ୍ଲାରେ ୧୫୦ ପ୍ରତିଶତ ବଢିଲା ମାମଲା
କନକ ବ୍ୟୁରୋ : ଦେଶରେ କାୟା ମେଲାଉଛି କରୋନା । ଯେଉଁଭଳି ଭାବରେ ବିଭିନ୍ନ ରାଜ୍ୟରେ ମାମଲା ବଢୁଥିବାରୁ ଦେଶରେ ପୁଣି ଦ୍ୱିତୀୟ ଲହର ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦେଶର ୭୦ ଜିଲ୍ଲାରେ ୧୫୦ ପ୍ରତିଶତ ମାମଲା ବଢିଛି । ମହାରାଷ୍ଟ୍ର, ପଞ୍ଜାବ ଓ କେରଳରେ କରୋନା ମାମଲା ବଢୁଛି । ଏହାଛଡା ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ମାମଲା ବଢୁଥିବା ଖବର ଆସୁଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେContinue reading “ଦେଶରେ କାୟା ମେଲାଉଛି କରୋନା : ୭୦ ଜିଲ୍ଲାରେ ୧୫୦ ପ୍ରତିଶତ ବଢିଲା ମାମଲା”
କିଏ ଜିତିବ ପଶ୍ଚିମବଙ୍ଗ ? ପ୍ରଥମ ପର୍ଯ୍ୟାୟରେ ବିଜେପି ସପକ୍ଷରେ ମାହୋଲ ସୃଷ୍ଟି ପାଇଁ ଉଦ୍ୟମ
କନକ ବ୍ୟୁରୋ : ପାଖେଇ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ । ପ୍ରଚାର ପ୍ରସାରରେ କମ୍ପୁଛି ପଶ୍ଚିମବଙ୍ଗ । ନିଜ ଦଳକୁ ଶାସନ ଗାଦିକୁ ଆଣିବାକୁ ଲାଗିଛନ୍ତି ନେତାକର୍ମୀ । ଏହାରି ଭିତରେ ଆଜି ପ୍ରଚାର ମୈଦାନ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମମତା ବିଜେପି ପ୍ରତି ଲଗାଇଥିବା ଆରୋପ ଉପରେ କ’ଣ କହିବେ ମୋଦୀ ସେନେଇ ରହିଛି ସମସ୍ତଙ୍କ ନଜର । ମୋଦୀ ୧୧ଟାରେ ପୁରୁଲିୟାରେ ପହଂଚିବା ନେଇ ସୂଚନା ରହିଛି । ୨୦ ମାର୍ଚ୍ଚରେContinue reading “କିଏ ଜିତିବ ପଶ୍ଚିମବଙ୍ଗ ? ପ୍ରଥମ ପର୍ଯ୍ୟାୟରେ ବିଜେପି ସପକ୍ଷରେ ମାହୋଲ ସୃଷ୍ଟି ପାଇଁ ଉଦ୍ୟମ”
ବୋରୱେଲ ପାଣିକୁ ପ୍ୟାକିଂ କରି ଲୋକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ । ପାଣି ଜାର୍ ପିଛା ୪୦ ଟଙ୍କା! ପିଇବା ପାଣି କେତେ ବିଶୁଦ୍ଧ, ତା’ର ନାହିଁ ପ୍ରମାଣ
ପିଇବା ପାଣିକୁ ନେଇ ସବୁଠି ସମସ୍ୟା । ଏହାର ଫାଇଦା ନେଇ ବେପାର ଜମାଇଛନ୍ତି କିଛି ଅସାଧୁ ବ୍ୟବସାୟୀ। ଖୋଲାଖୋଲି ବେଆଇନ ଭାବେ ପାଣି କାରବାର କରୁଛନ୍ତି। ଯେଉଁ ପାଣିକୁ ଲୋକେ କିଣି ପିଉଛନ୍ତି ତାହା ତାଙ୍କ ବ୍ୟବହାର ଉପଯୋଗୀ ନା ନାହିଁ ସେମାନେ ଜାଣି ପାରୁ ନାହାନ୍ତି। ବଲାଙ୍ଗୀର ସହରରେ ପିଇବା ପାଣି କାରବାରର ଏବେ ଗୁମର ଖୋଲିବାରେ ଲାଗିଛି। ଲାଇସେନ୍ସ ନନେଇ ଲକ୍ଷ ଲକ୍ଷ ଟଙ୍କାର ପିଇବା ପାଣିର କାରବାର ଚାଲିଛି। ବିଲ୍ ଭାଉଚରContinue reading “ବୋରୱେଲ ପାଣିକୁ ପ୍ୟାକିଂ କରି ଲୋକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ । ପାଣି ଜାର୍ ପିଛା ୪୦ ଟଙ୍କା! ପିଇବା ପାଣି କେତେ ବିଶୁଦ୍ଧ, ତା’ର ନାହିଁ ପ୍ରମାଣ”
କଟକରେ ବଢିଲା କରୋନା ଚିନ୍ତା : ଘରୋଇ କଲେଜରେ ୧୨ ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ : କଟକରେ ପୁଣି ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ । କଟକର ଏକ ଘରୋଇ କଲେଜରେ ୧୨ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୨ଜଣଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଆଡମିନ କର୍ମଚାରୀ ଅଛନ୍ତି । ଏହି କଲେଜରୁ ଏବେ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । କୌଣସି ବାହାର ଗାଡିୟାନ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯିବା ଆସିବା ଉପରେ ବାରଣ କରାଯାଇଛି । ମିଳିଥିବା ସୂଚନା ମୁତାବକContinue reading “କଟକରେ ବଢିଲା କରୋନା ଚିନ୍ତା : ଘରୋଇ କଲେଜରେ ୧୨ ଆକ୍ରାନ୍ତ ଚିହ୍ନଟ”