ପଞ୍ଜାବରେ ଅସମ୍ଭାଳ କରୋନା ସ୍ଥିତି । ରାତି ୯ ରୁ ସକାଳ ୫ ପର୍ଯ୍ୟନ୍ତ ଲାଗିଲା ନାଇଟ୍ କର୍ଫ୍ୟୁ । ମୁଖ୍ୟମନ୍ତ୍ରୀ କଲେ ଘୋଷଣା

କନକ ବ୍ରୁରୋ : ପଞ୍ଜାବରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ପୁରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲଗାଇବାକୁ ଘୋଷଣା କରିଛନ୍ତି । ଏହି ନାଇଟ୍ କର୍ଫ୍ୟୁ ରାତି ୯ ରୁ ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ସଂନ୍ଧ୍ୟା ସୁଦ୍ଧା ଗାଇଡ ଲାଇନ୍ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କହିରଖୁ ମେ’୨୦୨୦ ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଗୁଣାContinue reading “ପଞ୍ଜାବରେ ଅସମ୍ଭାଳ କରୋନା ସ୍ଥିତି । ରାତି ୯ ରୁ ସକାଳ ୫ ପର୍ଯ୍ୟନ୍ତ ଲାଗିଲା ନାଇଟ୍ କର୍ଫ୍ୟୁ । ମୁଖ୍ୟମନ୍ତ୍ରୀ କଲେ ଘୋଷଣା”

ବିଧାନସଭା ବାହାରେ ବିଚିତ୍ର ଦୃଶ୍ୟ । ନବୀନ ନିବାସ ଅଭିମୁଖେ ବିଜେପି ବିଧାୟକ, ଶଙ୍ଖ ଧରି ସ୍ୱାଗତ କରିବାକୁ ବିଜେଡି ବିଧାୟକ ପ୍ରସ୍ତୁତ ।

କନକ ବ୍ୟୁରୋ : ବିଧାନସଭାର ଅଚଳାବସ୍ଥାକୁ ନେଇ ତେଜିଛି ରାଜନୀତି । ଷଷ୍ଠ ଦିନ ବିଧାନସଭା ବାରମ୍ବାର ମୁଲତବି ପରେ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ବିଜେପି ଟିମ୍ ।  ବିଜେପି ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାତ୍ରା କରିଥିବା ବେଳେ ବିଜେଡି ମଧ୍ୟ ତତ୍ପର ହୋଇ ଉଠିଛି । ବିଜେପି ଟିମକୁ ସ୍ୱାଗତ କରିବାକୁ ବିଜେଡି ବିଧାୟକ ମାନେ ନବୀନ ନିବାସରେ ପହଞ୍ଚିଛନ୍ତି । ଏପରିକି କିଛି ବିଧାୟକ ବିଜେପିContinue reading “ବିଧାନସଭା ବାହାରେ ବିଚିତ୍ର ଦୃଶ୍ୟ । ନବୀନ ନିବାସ ଅଭିମୁଖେ ବିଜେପି ବିଧାୟକ, ଶଙ୍ଖ ଧରି ସ୍ୱାଗତ କରିବାକୁ ବିଜେଡି ବିଧାୟକ ପ୍ରସ୍ତୁତ ।”

ଆଜିଠୁ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ କରୋନା ଟିକା । ଦୈନିକ ୫୦ଜଣ ସେବାୟତଙ୍କୁ ଦିଆଯିବ ଟିକା

କନକ ବ୍ୟୁରୋ : ଆଜି ଠାରୁ କରୋନା ଟିକା ନେଉଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ସକାଳ ୧୦ଟାରୁ ବିଏମସି ହସ୍ପିଟାଲରେ ସେବାୟତଙ୍କ ଟିକାକରଣ କରାଯାଉଛି । ସୂଚନା ଅନୁସାରେ ପ୍ରାୟ ୩ ଶହ ସେବାୟତ କରୋନା ଟିକା ନେବେ । ସେବାୟତଙ୍କୁ କରୋନା ଟିକା ପ୍ରଦାନ ଆରମ୍ଭ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସେବାୟତ ନିଯୋଗ । ୬୦ ବର୍ଷରୁ ଅଧିକ ବୟସର ସେବାୟତଙ୍କୁContinue reading “ଆଜିଠୁ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ କରୋନା ଟିକା । ଦୈନିକ ୫୦ଜଣ ସେବାୟତଙ୍କୁ ଦିଆଯିବ ଟିକା”

ରାଜ୍ୟରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ୮୪ ଆକ୍ରାନ୍ତ ଚିହ୍ନଟ; କଟକରୁ ସର୍ବାଧିକ ୨୫ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୯ ଏବଂ ସ୍ଥାନୀୟ ଅଂଚଳରୁ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟର କଟକ ଜିଲ୍ଲାରେ ବଢିଛି କରୋନା ସଂଖ୍ୟା । କଟକ ଜିଲ୍ଲାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ୪, ବାଲେଶ୍ୱର ୧, ବରଗଡ ୯,Continue reading “ରାଜ୍ୟରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ୮୪ ଆକ୍ରାନ୍ତ ଚିହ୍ନଟ; କଟକରୁ ସର୍ବାଧିକ ୨୫ ଆକ୍ରାନ୍ତ ଚିହ୍ନଟ”

ସଂସଦରେ ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ ବଡ ଘୋଷଣା । ଗୋଟିଏ ବର୍ଷରେ ହଟିବ ସମସ୍ତ ଟୋଲପ୍ଲାଜା । ରାଜପଥରେ ଲାଗିବ ଜିପିଏସ୍ ଟ୍ରାକର

କନକ ବ୍ୟୁରୋ : ଗୁରୁବାର ଦିନ ଲୋକସଭାରେ ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ଟୋଲପ୍ଲାଜା ବନ୍ଦ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଲୋକମାନେ ସେତିକି ଟୋଲ ଦେୟ ଦେବେ ଯେତିକି ସେମାନେ ସଡକ ଉପରେ ଗମନା ଗମନ କରିବେ । ସଂସଦରେ ଓମରେହା ବିଏସପି ସାଂସଦContinue reading “ସଂସଦରେ ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ ବଡ ଘୋଷଣା । ଗୋଟିଏ ବର୍ଷରେ ହଟିବ ସମସ୍ତ ଟୋଲପ୍ଲାଜା । ରାଜପଥରେ ଲାଗିବ ଜିପିଏସ୍ ଟ୍ରାକର”

ଘରୋଇ ହସ୍ପିଟାଲରେ ଭୁଲ ଚିକିତ୍ସା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ : ମୃତଦେହ ରଖି କଟକ-ନରସିଂହପୁର ରାସ୍ତାର ବାଗଧରିଆରେ ରାସ୍ତାରୋକ

କନକ ବ୍ୟୁରୋ : କଟକ ଜିଲ୍ଲାର କାନପୁର ଥାନା ଅନ୍ତର୍ଗତ ଘରୋଇ ହସ୍ପିଟାଲରେ ଭୁଲ ଚିକିତ୍ସା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ । ମୃତହେଦ ରଖି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବାଗଧରିଆ ଛକ ଠାରେ ଟାୟାର ଜାଳି କଟକ- ନରସିଂହପୁର ୬୫ ନମ୍ବର ରାଜପଥ ଅବରୋଧ କରିଥିବା ଦେଖାଦେଇଛି ।  ଏଥି ସହିତ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ସହିତ ନର୍ସିଂହୋମକୁ ସିଲ୍ କରିବା ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ରାସ୍ତାContinue reading “ଘରୋଇ ହସ୍ପିଟାଲରେ ଭୁଲ ଚିକିତ୍ସା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ : ମୃତଦେହ ରଖି କଟକ-ନରସିଂହପୁର ରାସ୍ତାର ବାଗଧରିଆରେ ରାସ୍ତାରୋକ”

ହାଇ ବ୍ଲଡ ପ୍ରେସର କାହିଁକି ସାଜେ ସାଇଲେଣ୍ଟ କିଲର? ଏହି ୫ଟି କଥା ଉପରେ ଧ୍ୟାନ ରଖନ୍ତୁ… 

କନକ ବ୍ୟୁରୋ : ହାଇ ବ୍ଲଡ୍ ପ୍ରେସର ଅର୍ଥା ଉଚ୍ଚ ରକ୍ତଚାପ, ଯାହାକୁ ହାଇପରଟେନସନ୍ ବି କୁହାଯାଇଥାଏ । ସେ ପୁରୁଷ ହୁଅନ୍ତୁ କି ମହିଳା ଅଜିକାଲି ପ୍ରାୟ ଲୋକ ବ୍ଲଡ୍ ପ୍ରେସରରେ ଆକ୍ରାନ୍ତ । କମ୍ ବୟସ୍କଙ୍କଠାରେ ବି ଉଚ୍ଚ ରକ୍ତଚାପ ଥିବା ନଜିର ରହିଛି । ୨୦୧୭ରେ ହୋଇଥିବା ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ରତି ୮ଜଣ ଭାରତୀଙ୍କ ମଧ୍ୟରୁ ଜଣଙ୍କ ଠାରେ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳିଥାଏ । ଅର୍ଥାତ୍Continue reading “ହାଇ ବ୍ଲଡ ପ୍ରେସର କାହିଁକି ସାଜେ ସାଇଲେଣ୍ଟ କିଲର? ଏହି ୫ଟି କଥା ଉପରେ ଧ୍ୟାନ ରଖନ୍ତୁ… “

ଆଗକୁ ଗଡିବା ପରିବର୍ତ୍ତେ ୩୫ କିଲୋମିଟର ପଛକୁ ଦୌଡିଲା ଟ୍ରେନ୍ । ଲୋକେ ଦେଖି ହୋଇଗଲେ କାବା

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଟନକପୁର ରେଳ ଲାଇନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଦିଲ୍ଲୀରୁ ଟନକପୁର ଯାଉଥିବା ପୂର୍ଣ୍ଣଗିରୀ ଜନଶତାବ୍ଦି ଟ୍ରେନ୍ ଓଲଟା ଦିଗରେ ପାଖା ପାଖି ୩୫ କିଲୋମିଟର ଦୌଡିଥିବା ଦେଖିବାକୁ ମିଳିଛି । ଟ୍ରେନଟି ଓଲଟା ଦିଗରେ ଚାଲୁଥିବା ଜାଣିବା ପରେ ଲୋକପାଇଲଟ୍ ଏହାକୁ ଅଟକାଇଥିଲେ । ସୂଚନା ମୁତାବକ ପୂର୍ଣ୍ଣଗିରୀ ଜନଶତାବ୍ଦି ଟ୍ରେନଟି ଟନକପୁର ଷ୍ଟେସନ ନିକଟରେ ପହଂଚିବା ପୂର୍ବରୁ ଏକ ଗାଈ ଟ୍ରେନ ଆଗକୁ ଚାଲିଆସିଥିଲା ।Continue reading “ଆଗକୁ ଗଡିବା ପରିବର୍ତ୍ତେ ୩୫ କିଲୋମିଟର ପଛକୁ ଦୌଡିଲା ଟ୍ରେନ୍ । ଲୋକେ ଦେଖି ହୋଇଗଲେ କାବା”

ଦେଶର କରୋନା ମିଟର : ୨୪ ଘଣ୍ଟାରେ ୩୫,୮୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭୨ ମୃତ

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫,୮୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଏଥି ସହିତ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୪ କୋଟିରୁ ଅଧିକ ରହିଥିବା ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୫,୮୭୧ କରୋନା ଭାଇରସ୍ ‌ଜନିତ ନୂତନ ସଂକ୍ରମଣ ଓ ୧୭୨ ମୃତ୍ୟୁ ରେକର୍ଡ କରାଯାଇଛି । ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୪,୭୪,୬୦୫ରେ ପହଞ୍ଚିଛି । କ୍ରମାଗତContinue reading “ଦେଶର କରୋନା ମିଟର : ୨୪ ଘଣ୍ଟାରେ ୩୫,୮୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭୨ ମୃତ”

କଟକରେ ଘରୋଇ କଲେଜରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ଘଟଣା : କଂଟାକ୍ଟ ଟ୍ରେସିଂ କରିବ ସିଏମସି; ଆବଶ୍ୟକ ପଡିଲେ ଘୋଷଣା ହେବ ମାଇକ୍ରୋ କଂଟେନମେଂଟ ଜୋନ

କନକ ବ୍ୟୁରୋ : କଟକରେ ପୁଣି ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ । କଟକର ଏକ ଘରୋଇ କଲେଜରେ ୧୨ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୨ଜଣଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଆଡମିନ କର୍ମଚାରୀ ଅଛନ୍ତି । ଏହି କଲେଜରୁ ଏବେ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଏହି ଘଟଣାକୁ ନେଇ ସିଏମସିର ବରିଷ୍ଠ ଅଧିକାରୀ କହିଛନ୍ତି, ସ୍ୱତନ୍ତ୍ର ଟିମ୍ ଦ୍ୱାରା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବContinue reading “କଟକରେ ଘରୋଇ କଲେଜରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ଘଟଣା : କଂଟାକ୍ଟ ଟ୍ରେସିଂ କରିବ ସିଏମସି; ଆବଶ୍ୟକ ପଡିଲେ ଘୋଷଣା ହେବ ମାଇକ୍ରୋ କଂଟେନମେଂଟ ଜୋନ”

Design a site like this with WordPress.com
Get started