ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଫଟାଜିନ୍ ବୟାନକୁ ନେଇ କଟାକ୍ଷ କଲେ ଅମିତାଭ ବଚ୍ଚନଙ୍କ ନାତୁଣୀ : ଇନଷ୍ଟାଗ୍ରାମରେ ଲେଖିଲେ ପ୍ରଥମେ ବଦଳାନ୍ତୁ ନିଜର ମାନସିକତା

କନକ ବ୍ୟୁରୋ : ମହିଳାମାନେ ପିନ୍ଧୁଥିବା ଫଟା ଜିନ୍ ପ୍ରସଙ୍ଗରେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଦେଇଥିବା ବୟାନକୁ ନେଇ ସମାଲୋଚନା କରିଛନ୍ତି ଅଭିତାଭ ବଚ୍ଚନଙ୍କ ନାତୁଣି ନଭ୍ୟା ନନ୍ଦା । ଇନଷ୍ଟାଗ୍ରାମରେ, ଏକ ମେସେଜ୍ କରି ଲେଖିଛନ୍ତି ଆମର ପୋଷାକ ବଦଳାଇବା ପୂର୍ବରୁ ପ୍ରଥମେ ଏଭଳି ମାନସିକତା ବଦଳାନ୍ତୁ । ସମାଜକୁ ଏହା କେଉଁ ଭଳି ସନ୍ଦେଶ ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ନଭ୍ୟା । ଏଥିସହ ସେ ଏକ ଫଟା ଜିନ୍ସContinue reading “ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଫଟାଜିନ୍ ବୟାନକୁ ନେଇ କଟାକ୍ଷ କଲେ ଅମିତାଭ ବଚ୍ଚନଙ୍କ ନାତୁଣୀ : ଇନଷ୍ଟାଗ୍ରାମରେ ଲେଖିଲେ ପ୍ରଥମେ ବଦଳାନ୍ତୁ ନିଜର ମାନସିକତା”

ଲୁହା ତରଳାଇ ଦେଲା ଭଳି ଜ୍ୱାଳାମୁଖୀ ପାର କରି କରିନା କଲେ ବିଶ୍ୱ ରେକର୍ଡ । ଅସମ୍ଭବକୁ କଲେ ସମ୍ଭବ, ପୂର୍ବରୁ ଗଭୀର ଜଳରେ ଆନାକୋଣ୍ଡା ସହ ପହଁରି ସାଉଁଠିଥିଲେ ପ୍ରଶଂସା

କନକ ବ୍ୟୁରୋ : କରିନା ଓଲିୟାଣୀ । ନାଁ ଯେମିତି କାମ ବି ସେମିତି । ସୂର୍ଯ୍ୟଙ୍କ କିରଣ ଭଳି ସବୁବେଳେ ଚମକିବାକୁ ଚାହୁଁଥିବା କରିନା ନିଜର ସାହସିକତା ପାଇଁ ପାଇଛନ୍ତି ଭିନ୍ନ ପରିଚୟ । ସ୍କାଏ ଡାଇଭିଂ, ପର୍ବତାରୋହଣ, ଆନାକୋଣ୍ଡା ସହ ଗଭିର ପାଣିରେ ପହଁରିବା ଭଳି ଦୁଃସାହସିକ କାମ କରି ଅନେକ ଗୌରବ ଆଣିଛନ୍ତି କରିନା । କିନ୍ତୁ ଏବେ କରିନା ଯେଉଁ ଦୁଃସାହସିକତା ଦେଖାଇଛନ୍ତି, ତା’ପାଇଁ ତାଙ୍କୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡContinue reading “ଲୁହା ତରଳାଇ ଦେଲା ଭଳି ଜ୍ୱାଳାମୁଖୀ ପାର କରି କରିନା କଲେ ବିଶ୍ୱ ରେକର୍ଡ । ଅସମ୍ଭବକୁ କଲେ ସମ୍ଭବ, ପୂର୍ବରୁ ଗଭୀର ଜଳରେ ଆନାକୋଣ୍ଡା ସହ ପହଁରି ସାଉଁଠିଥିଲେ ପ୍ରଶଂସା”

ମହଙ୍ଗା ହେଉଛି ଖାଇବା ତେଲ : ୬ ମାସରେ ବଢ଼ିଲା ପ୍ରାୟ ୫୦ ପ୍ରତିଶତ

କନକ ବ୍ୟୁରୋ : ଖାଇବା ତେଲ ଦର ୬ ମାସରେ ଦେଢ଼ଗୁଣା ହୋଇଗଲାଣି । ଛଅ ମାସ ତଳେ ପ୍ରାୟ ୧୧୦ ଟଙ୍କାରେ ବିକ୍ରି ହେଉଥିବା ତେଲ ଦାମ ଏବେ ୧୬୦ ଟଙ୍କା ହେଲାଣି । ଏବେ ପ୍ରତିଦିନ ଖାଇବା ତେଲ ଦର ବଢ଼ୁଥିବା ଦେଖାଯାଉଛି । ରୋଷେଇ ଗ୍ୟାସ ଦର ଖୁବ ଜୋରରେ ବଢ଼ିବା ପରେ ଏବେ ଖାଇବା ତେଲର ଦରବୃଦ୍ଧି ନେଇ ଚିନ୍ତାରେ ପଡ଼ିଛନ୍ତି ସାଧାରଣ ଖାଉଟି । ରୋଷେଇ ଗ୍ୟାସ ଦର ପରେContinue reading “ମହଙ୍ଗା ହେଉଛି ଖାଇବା ତେଲ : ୬ ମାସରେ ବଢ଼ିଲା ପ୍ରାୟ ୫୦ ପ୍ରତିଶତ”

ଆଗକୁ ଆସିବ କରୋନା ଟିକାର ଉନ୍ନତ ସଂସ୍କରଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା

ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଅଭିନବ ଉନ୍ନତ କୋଭିଡ୍‌ ଟିକା ଉପଲବ୍‌ଧ ହୋଇପାରିବ ଯାହା ପାଇଁ ଶୀତଳୀକରଣର ଆବଶ୍ୟକତା ପଡ଼ିବନି କି ଟିକାକରଣରେ ସିରିଞ୍ଜ୍‌ ଲାଗିବନି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଆଶା ବ୍ୟକ୍ତ କରିଛନ୍ତି। ସମ୍ପ୍ରତି ୧୨୨ଟି ଦେଶରେ ୭ରୁ ୮ଟି କୋଭିଡ୍‌ ଟିକାର ବ୍ୟବହାର ଜାରି ରହିଛି, ତେବେ ଅଭିନବ କରୋନାଭୂତାଣୁର ରୂପାନ୍ତରିତ ପ୍ରଜାତିର ସଂକ୍ରମଣ ବ୍ୟାପିବା ଆରମ୍ଭ କରିଥିବାରୁ ଉନ୍ନତ ଟିକାର ଆବଶ୍ୟକତା ଉପରେContinue reading “ଆଗକୁ ଆସିବ କରୋନା ଟିକାର ଉନ୍ନତ ସଂସ୍କରଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା”

ଭାରତରେ ବଢ଼ୁଛି ଧନୀ ଲୋକଙ୍କ ସଂଖ୍ୟା : ହୁରୁନ୍ ଇଣ୍ଡିଆ ୱେଲ୍ଥ ରିପୋର୍ଟରୁ ଆସିଲା ତଥ୍ୟ

କନକ ବ୍ୟୁରୋ : ଭାରତରେ ବଢୁଛି ଧନୀ ଲୋକଙ୍କ ସଂଖ୍ୟା । ନିକଟରେ ପ୍ରକାଶ ପାଇଛି, ହୁରୁନ୍ ଇଣ୍ଡିଆ ୱେଲ୍ଥ ରିପୋର୍ଟ -୨୦୨୦ । ଏହି ରିପୋର୍ଟ ଅନୁସାରେ, ୪ ଲକ୍ଷ ୧୨ ହଜାର ଭାରତୀୟ ହେଉଛନ୍ତି ଡଲାର ମିଲିିଅନର । ଅର୍ଥାତ୍ ସେମାନଙ୍କ ପାଖରେ ରହିଛି ୭ କୋଟିରୁ ଅଧିକ ଟଙ୍କାର ସଂପତି । ଏହି ତାଲିକାର ଶୀର୍ଷରେ ରହିଛି ମୁମ୍ବାଇ, ଏହା ତଳକୁ ଦିଲ୍ଲୀ । ହୁରୁନ୍ ରିପୋର୍ଟର ଧନୀ ତାଲିକାରେ ମହାରାଷ୍ଟ୍ରରେ ରହିଛନ୍ତିContinue reading “ଭାରତରେ ବଢ଼ୁଛି ଧନୀ ଲୋକଙ୍କ ସଂଖ୍ୟା : ହୁରୁନ୍ ଇଣ୍ଡିଆ ୱେଲ୍ଥ ରିପୋର୍ଟରୁ ଆସିଲା ତଥ୍ୟ”

କେବିସି ଲଟେରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଠକ ନେପାଳ ସୀମାରୁ ଗିରଫ : ଅଭିଯୁକ୍ତ ନିରଜ କୁମାରର ଘର ବିହାରରେ ହୋଇଥିବା ସୂଚନା

କନକ ବ୍ୟୁରୋ : ସାଇବର ଠକେଇ କରି ବିଦେଶ ଖସି ଯିବା ଆଗରୁ ଧରା ପଡିଲା ଅଭିଯୁକ୍ତ । ନେପାଳ ସୀମାରୁ ସାଇବର ଠକକୁ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ଆଣିଛି ଝାରସୁଗୁଡା ପୁଲିସ । ଗିରଫ ଅଭିଯୁକ୍ତ ହେଉଛି ବିହାରର ନିରଜ କୁମାର । କୌନବନେଗା କରୋଡପତି ଲଟେରି ନାଁରେ ବେଲପାହାଡ ଗାନ୍ଧିନଗରର ଜଣେ ଯୁବତୀଙ୍କ ଠାରୁ ୧ଲକ୍ଷ ୬୯ ହଜାର ଟଙ୍କା ଠକେଇ କରିଥିଲା ଏହି ଅଭିଯୁକ୍ତ । ଏସ୍‌ପିଙ୍କ ସୂଚନା ଅନୁଯାୟୀ ‘କୌନ୍‌Continue reading “କେବିସି ଲଟେରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଠକ ନେପାଳ ସୀମାରୁ ଗିରଫ : ଅଭିଯୁକ୍ତ ନିରଜ କୁମାରର ଘର ବିହାରରେ ହୋଇଥିବା ସୂଚନା”

ମହାରାଷ୍ଟ୍ରରେ ଭୟଙ୍କର ହେଉଛି କରୋନା ସ୍ଥିତି : ଗୋଟିଏ ଦିନରେ ୨୩ ହଜାର ୧୭୯ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଭୟଙ୍କର ହେଉଛି କରୋନା ସ୍ଥିତି । ବୁଧବାର ଗୋଟିଏ ଦିନରେ ୨୩ ହଜାର ୧୭୯ ନୂଆ ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ କେବଳ ମୁମ୍ବାଇରେ ୨ ହଜାର ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏଥିସହ ରାଜ୍ୟରେ ଗୋଟିଏ ଦିନରେ ୮୪ ଜଣଙ୍କର ମୃତ୍ୟୁ ହୋଇଛି । ସେପ୍ଟେମ୍ବର ମାସ ପରେ ଏହା ସର୍ବାଧିକ ସଂକ୍ରମଣ । ସେପ୍ଟେମ୍ବର ୧୧ରେ ସର୍ବାଧିକ ୨୪ ହଜାର ୮୮୬ ଜଣ ସଂକ୍ରମିତContinue reading “ମହାରାଷ୍ଟ୍ରରେ ଭୟଙ୍କର ହେଉଛି କରୋନା ସ୍ଥିତି : ଗୋଟିଏ ଦିନରେ ୨୩ ହଜାର ୧୭୯ ନୂଆ ଆକ୍ରାନ୍ତ ଚିହ୍ନଟ”

୫ ଦିନ ହେଲା ଅଚଳ ରହିଛି ବିଧାନସଭା : ସର୍ବଦଳୀୟ ବୈଠକରେ ବି ବାହାରି ପାରୁନି ନିଷ୍କର୍ଷ

କନକ ବ୍ୟୁରୋ : ୫ ଦିନ ହେଲା ଚାଲିପାରୁନି ଗୃହ । ମଣ୍ଡି ପ୍ରସଙ୍ଗ ଓ ବିଧାୟକଙ୍କ ସାନିଟାଇଜର ପିିଇବାକୁ ନେଇ ହଙ୍ଗମା ଜାରି ରହିଛି । ମଣ୍ଡିରୁ ଧାନ ଉଠାଇବାକୁ ବିରୋଧୀ ଗୃହରେ ହଟ୍ଟଗୋଳ କରୁଥିବାବେଳେ ସାନିଟାଇଜର ପିଇବା ଘଟଣାରେ ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ଅଡି ବସିଛି ଶାସକ ଦଳ । କେବଳ ବିଧାନସଭା ଭିତରେ ନୁହେଁ, ଗତକାଲି ବାହାରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।Continue reading “୫ ଦିନ ହେଲା ଅଚଳ ରହିଛି ବିଧାନସଭା : ସର୍ବଦଳୀୟ ବୈଠକରେ ବି ବାହାରି ପାରୁନି ନିଷ୍କର୍ଷ”

ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବୋମା ଭର୍ତ୍ତି କାର୍ ଜବତ ଘଟଣା । ଏନଆଇଏର ଛାନଭିନ ଜୋରଦାର, ଘଟଣା ଦିନ ସିସିଟିଭିରେ କଏଦ ହୋଇଛନ୍ତି ସଚିନ ୱାଜେ ।

କନକ ବ୍ୟୁରୋ: ବିିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଂଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି କାର ଜବତ କରାଯିବା ଘଟଣାର ଖୋଳତାଡ କରୁଛି ଏନଆଇଏ । ଏହି ମାମଲାରେ ମୁମ୍ବାଇ ପୋଲିସ ଅଫିସର ସଚିନ ୱାଜେ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅମ୍ବାନୀଙ୍କ ଘର ନିକଟରେ ସିସିଟିଭିରେ କଏଦ ହୋଇଥିବା ବ୍ୟକ୍ତି ଜଣକ ସଚିବ ୱାଜେ ବୋଲି କହିଛି ଏନଆଇଏ । ସଚିନ ୱାଜେ ଏକ କୁର୍ତ୍ତା ପାଇଜାମା ପିନ୍ଧିContinue reading “ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବୋମା ଭର୍ତ୍ତି କାର୍ ଜବତ ଘଟଣା । ଏନଆଇଏର ଛାନଭିନ ଜୋରଦାର, ଘଟଣା ଦିନ ସିସିଟିଭିରେ କଏଦ ହୋଇଛନ୍ତି ସଚିନ ୱାଜେ ।”

ପୁଣି ଥାନାକୁ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘରେ ବିଦ୍ୟୁତ, ଏସି ସଂଯୋଗ କାଟି ଦିଆଯାଇଥିବା ଅଭିଯୋଗ ।

କନକ ବ୍ୟୁରୋ: ଥମିବାର ନାଁ ନେଉନି ବର୍ଷା- ଅନୁଭବ ବିବାଦ । ପୁଣି ଥାନାକୁ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘରେ ହଇରାଣ କରାଯାଉଥିବା ନେଇ ପୁରୀ ଘାଟ ଥାନାରେ ଅଭିଯୋଗ କଲେ ବର୍ଷା । ସେ ରହୁଥିବା ଘରେ ବିଜୁଳି କାଟି ଦିଆଯାଉଛି । ଏସି ସଂଯୋଗ ବି କାଟି ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ବର୍ଷା । ତେବେ ଦୀର୍ଘ ଦିନର ନିରବତା ପରେ ପୁଣି ବର୍ଷା- ଅନୁଭବ ବିବାଦ ସାମ୍ନାକୁ ଆସିଛିContinue reading “ପୁଣି ଥାନାକୁ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘରେ ବିଦ୍ୟୁତ, ଏସି ସଂଯୋଗ କାଟି ଦିଆଯାଇଥିବା ଅଭିଯୋଗ ।”

Design a site like this with WordPress.com
Get started