କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଚତୁର୍ଥ ଦିନରେ ହ୍ୱିଲ ଚେୟାରରେ ବସି ନିର୍ବାଚନୀ ରଣାଙ୍ଗନକୁ ଓହ୍ଳାଇଛନ୍ତି । ମଙ୍ଗଳବାର ଦିନ ନିର୍ବାଚନୀ ସଭାରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମମତା ବାନାର୍ଜୀ ମାଗଣା ରାସନ ସାମଗ୍ରୀ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଯାହାକୁ ନେଇ ପୁରୁଲିଆ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି ନିର୍ବାଚନ କମିଶନ । ଆଚାର ସଂହିତା ଉଲ୍ଲଙ୍ଘନ କରିବା ଭଳି ଘାଷଣା ହୋଇଛି ବୋଲି ରିପୋର୍ଟ ତଲବ କରିଛନ୍ତିContinue reading “ଚତୁର୍ଥ ଦିନରେ ହ୍ୱିଲ୍ ଚେୟାରରେ ବସି ପ୍ରଚାର କଲେ ମମତା । କହିଲେ, ବାହାରି ଗୁଣ୍ଡାଙ୍କୁ ନିର୍ବାଚନ ଲଢିବାକୁ ଦେବେନାହିଁ ।”
Author Archives: Raghaba
ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୨୮ ହଜାର ୯୦୩ ନୂଆ ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ ୧୮୮ ଜଣଙ୍କର ମୃତ୍ୟୁ ।
କନକ ବ୍ୟୁରୋ: ଅଚାନକ ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୨୮ ହଜାର ୯୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୮ ହଜାର ୭୩୪ରେ ପହଂଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୪୪ ହୋଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କContinue reading “ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୨୮ ହଜାର ୯୦୩ ନୂଆ ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ ୧୮୮ ଜଣଙ୍କର ମୃତ୍ୟୁ ।”
ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡର ଉଦଘାଟନୀ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ ପାଇଁ ଭାରତ ପ୍ରସ୍ତୁତ ।
କନକ ବ୍ୟୁରୋ: ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀ ଠାରେ ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ(ଆଇଓପି)ର ଉଦଘାଟନ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍ ଷ୍ଟିନ୍ଞ୍ଜଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଯୋଗ ଦେଇଥିଲେ । ଏହି ଯୌଥ ଉଦ୍ୟୋଗ ମାଧ୍ୟମରେ ଦେଶରେ ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ଏବଂ ବ୍ୟବହାରଯୁକ୍ତ ଆଲୁମିନିୟମର ପୁନଃବ୍ୟବହାର କରିବା ପାଇଁ ଆଗାମୀ ଦିନରେ ଯୋଜନା ରଖାଯାଇଥିବା ଧର୍ମେନ୍ଦ୍ରContinue reading “ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡର ଉଦଘାଟନୀ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ ପାଇଁ ଭାରତ ପ୍ରସ୍ତୁତ ।”
ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ, ଫଟା ଜିନ୍ସ ପିନ୍ଧୁଥିବା ମହିଳା କିପରି ଦେବେ ସଂସ୍କାର । ବୟାନକୁ ନେଇ ହେଲେ ସମାଲୋଚନା
କନକ ବ୍ୟୁରୋ: ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ତାଙ୍କର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ଆଜିକାଲି ମହିଳା ମାନେ ଫଟା ଜିନ୍ସ ପିନ୍ଧୁଛନ୍ତି । ଏବଂ ଏହା କିଭଳି ସଂସ୍କାର ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ତିରଥ ସିଂ ରାୱତ ପିଲାମାନଙ୍କ ସଂସ୍କାରକୁ ନେଇ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ପିଲାମାନଙ୍କ ଠାରୁ ମିଳୁଥିବା ସଂସ୍କାର ତାଙ୍କ ଅଭିଭାବକଙ୍କContinue reading “ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ, ଫଟା ଜିନ୍ସ ପିନ୍ଧୁଥିବା ମହିଳା କିପରି ଦେବେ ସଂସ୍କାର । ବୟାନକୁ ନେଇ ହେଲେ ସମାଲୋଚନା”
ବିକ୍ରି ହେବ ଶ୍ରୀଜଗନ୍ନାଥଙ୍କ ଜମି । ଓଡିଶା ଓ ଓଡିଶା ବାହାରେ ୩୫ ହଜାର ଏକରରୁ ଅଧିକ ଜମି ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ।
କନକ ବ୍ୟୁରୋ: ଶ୍ରୀଜଗନ୍ନାଥଙ୍କ ଜମିକୁ ବିକ୍ରି କରିବାକୁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଓଡିଶା ସମେତ ୬ ରାଜ୍ୟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମିକୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଏଥିମଧ୍ୟରେ ରାଜ୍ୟରେ ୩୪ ହଜାର ୮୭୬ ଏକର ଜମି ରହିଥିବାବେଳେ ଅନ୍ୟ ୬ଟି ରାଜ୍ୟରେ ୩୯୫ ଏକର ଜମି ବିକ୍ରି କରାଯିବContinue reading “ବିକ୍ରି ହେବ ଶ୍ରୀଜଗନ୍ନାଥଙ୍କ ଜମି । ଓଡିଶା ଓ ଓଡିଶା ବାହାରେ ୩୫ ହଜାର ଏକରରୁ ଅଧିକ ଜମି ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ।”
ଦେଶରେ କରୋନା ଟିକା ଅପଚୟକୁ ନେଇ ଚିନ୍ତିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ ନଷ୍ଟ ହେଲାଣି ୪୯ ଲକ୍ଷ କୋଭିଡ ଟିକା ।
କନକ ବ୍ୟୁରୋ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଟିକାକରଣ ଚାଲିଥିବା ବେଳେ ଟିକା ଅପଚୟକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି । ଆଜି ମୁଖମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବା ବେଳେ ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ ରାଜ୍ୟ ଗୁଡିକ ସତର୍କ କରାଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଏପର୍ଯ୍ୟନ୍ତContinue reading “ଦେଶରେ କରୋନା ଟିକା ଅପଚୟକୁ ନେଇ ଚିନ୍ତିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ ନଷ୍ଟ ହେଲାଣି ୪୯ ଲକ୍ଷ କୋଭିଡ ଟିକା ।”
କରୋନା ସଂକ୍ରମଣ ରୋକିବାକୁ ଟ୍ରେସିଂ, ଟେଷ୍ଟିଂ ଓ ଟିକାକରଣକୁ ଗୁରୁତ୍ୱ । ରାଜ୍ୟରେ ବୃଦ୍ଧି ପାଇଲା ଟିକାକରଣ କେନ୍ଦ୍ର ।
କନକ ବ୍ୟୁରୋ: ଦେଶରେ ବଦଳୁଥିବା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ନେଇଛି ଓଡ଼ିଶା । ପରିସ୍ଥିତି ବଦଳିବା ପୂର୍ବରୁ କରୋନା ପରୀକ୍ଷା ଓ ଟିକାକରଣକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ପ୍ରତିଦିନ ପ୍ରାୟ ୨୫ ହଜାର ଟେଷ୍ଟ କରାଯାଉଥିବାବେଳେ ଏହାକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ସଂକ୍ରମଣ ରୋକିବାକୁ ପଦକ୍ଷେପ ଟିକାକରଣ କେନ୍ଦ୍ର ସଂଖ୍ୟାକୁ ୧୦୦୦କୁ ବୃଦ୍ଧି କରାଯାଇଛି । ଟ୍ରେସିଂ ଓ ଟେଷ୍ଟିଂContinue reading “କରୋନା ସଂକ୍ରମଣ ରୋକିବାକୁ ଟ୍ରେସିଂ, ଟେଷ୍ଟିଂ ଓ ଟିକାକରଣକୁ ଗୁରୁତ୍ୱ । ରାଜ୍ୟରେ ବୃଦ୍ଧି ପାଇଲା ଟିକାକରଣ କେନ୍ଦ୍ର ।”
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାବେଳେ ଚିନ୍ତାପ୍ରକଟ କଲେ ପ୍ରଧାନମନ୍ତ୍ରୀ । ଦେଶରେ ନଷ୍ଟ ହେଲାଣି ୪୯ ଲକ୍ଷ କରୋନା ଟିକା !
କନକ ବ୍ୟୁରୋ : ସାରା ଦେଶରେ ଏବେ କରୋନା ଟିକାକରଣ ଚାଲିଥିବାବେଳେ ଟିକା ଅପଚୟକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି । ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ବେଳେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ଚିନ୍ତା ପ୍ରକଟ କରିବା ସହ ରାଜ୍ୟମାନଙ୍କୁ ସତର୍କ କରାଇଦେଇଛନ୍ତି । ମୋଦୀ କହିଛନ୍ତି ଯେ ଗୋଟିଏ ଟିକା ନଷ୍ଟ ହେବା ଅର୍ଥ ହେଉଛି ଜଣେ ବ୍ୟକ୍ତିର ସ୍ବାସ୍ଥ୍ୟସେବା ଅଧିକାରକୁ ଚୋରାଇନେବା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟContinue reading “ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାବେଳେ ଚିନ୍ତାପ୍ରକଟ କଲେ ପ୍ରଧାନମନ୍ତ୍ରୀ । ଦେଶରେ ନଷ୍ଟ ହେଲାଣି ୪୯ ଲକ୍ଷ କରୋନା ଟିକା !”
ମଣ୍ଡି ସମସ୍ୟା ଓ ବିଜେପି ବିଧାୟକଙ୍କ କ୍ଷମା ପାର୍ଥନା ଦାବିରେ ଅଚଳ ବିଧାନସଭା । ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି ।
କନକ ବ୍ୟୁରୋ: ବିଧାନସଭା ଗୃହ ଭିତରେ ହୋ-ହଲ୍ଲା ଓ ପ୍ରତିବାଦ । ଗୃହ ବାହାରେ ବିକ୍ଷୋଭ ଓ ଶୋଭାଯାତ୍ରା କରିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଶାସକ ଦଳର ଏକା ଜିଦ୍, ସାନିଟାଇଜର ପିଇବା ଘଟଣାରେ କ୍ଷମା ମାଗନ୍ତୁ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଦଳର ଅଭିଯୋଗ, ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ୟମ କରି ଗୃହର ଗାରିମା ଓ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବିଜେପି ବିଧାୟକ । ଘଟଣାକୁ ଦଳୀୟ ମହଲରେContinue reading “ମଣ୍ଡି ସମସ୍ୟା ଓ ବିଜେପି ବିଧାୟକଙ୍କ କ୍ଷମା ପାର୍ଥନା ଦାବିରେ ଅଚଳ ବିଧାନସଭା । ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି ।”
ଭୁବନେଶ୍ୱର ନୟାପଲ୍ଲୀରେ ଭଡାଟିଆଙ୍କୁ ଆକ୍ରମଣ ଘଟଣା । ୧୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
କନକ ବ୍ୟୁରୋ: ଜିପରେ ଆସିଲେ ଆଉ ଘରୁ ବାହାର କରିବାକୁ ପଶିଲେ ଗୁଣ୍ଡା । ଜଣେ କି ଦୁଇଜଣ ନୁହେଁ ୨୦ରୁ ଅଧିକ ଗୁଣ୍ଡା ଘରେ ପଶିଲେ ଆଉ ଯାହା ପାଇଲେ ତାକୁ ଭାଙ୍ଗିଲେ, ଖାଲି ସେତିକି ନୁହେ ଭଡାଟିଆଙ୍କୁ ମଧ୍ୟ ନିର୍ଧୁମ ପିଟିଲେ । ପ୍ରାୟ ଅଧଘଂଟା ଧରି ଚାଲଥିଲା ଉନ୍ମତ୍ତକାଣ୍ଡ ଆଉ ଏସବୁ ଘଟୁଥିଲା ଖୋଦ ପୁଲିସ ସାମ୍ନାରେ । ଭୁବନେଶ୍ୱର ନୟାପଲ୍ଲୀର ଏନ-୩, ୨୧୧ ଘରେ ଘଟିଗଲା ଏମିତି କିଛି ଘଟଣା ।Continue reading “ଭୁବନେଶ୍ୱର ନୟାପଲ୍ଲୀରେ ଭଡାଟିଆଙ୍କୁ ଆକ୍ରମଣ ଘଟଣା । ୧୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।”