ଦେଶରେ ବଢ଼ୁଛି କରୋନା ସଂକ୍ରମଣ, କିଛି ରାଜ୍ୟରେ ଦ୍ୱିତୀୟ ଲହର ଆଶଙ୍କା । ପ୍ରଧାନମନ୍ତ୍ରୀ କହିଲେ, ଲକଡାଉନ ନୁହେଁ ଛୋଟ କଂଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କର ସଂକ୍ରମଣ ।

କନକ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆଶଙ୍କା ଭିତରେ, ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ଲହର କିଭଳି ସାରାଦେଶକୁ ନବ୍ୟାପିବ, ସେଥିପାଇଁ ସତର୍କ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଲହରକୁ ନରୋକିଲେ, ମୁକାବିଲା କରିବା କଷ୍ଟକର ହୋଇପଡିବ । ବିଶେଷ କରି କିଭଳି ଛୋଟ ସହର ଓ ଗାଁକୁ ଯେଭଳି ନବ୍ୟାପିବ, ସେଥପାଇଁ ପଦକ୍ଷେପ ନେବାକୁ ପଡିବ । ଗତ ମାସରେ କରୋନା ସଂକ୍ରମଣContinue reading “ଦେଶରେ ବଢ଼ୁଛି କରୋନା ସଂକ୍ରମଣ, କିଛି ରାଜ୍ୟରେ ଦ୍ୱିତୀୟ ଲହର ଆଶଙ୍କା । ପ୍ରଧାନମନ୍ତ୍ରୀ କହିଲେ, ଲକଡାଉନ ନୁହେଁ ଛୋଟ କଂଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କର ସଂକ୍ରମଣ ।”

ଟିକାକରଣରେ ସାମ୍ବାଦିକଙ୍କୁ ସାମିଲ ପାଇଁ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

କନକ ବ୍ୟୁରୋ: ଟିକାକରଣରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ ପାଇଁ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ସାମିଲ ପାଇଁ ଚିଠି । ଟିକାକରଣରେ ଅନ୍ୟ କ୍ଷେତ୍ରରେ ଥିବା ସମ୍ମୁଖ ଯୋଦ୍ଧାଙ୍କୁ ସାମିଲ ଦାବି । ଏହାସହ ବିଦ୍ୟୁତ ଓ ଜଳ ଯୋଗାଣରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟିକା ପାଇଁ ଚିଠି ହୋଇଛି । ବିମାନ ବନ୍ଦର ରେଲୱେ, ବନ୍ଦର କର୍ମଚାରୀଙ୍କୁ ଟିକା ପାଇଁContinue reading “ଟିକାକରଣରେ ସାମ୍ବାଦିକଙ୍କୁ ସାମିଲ ପାଇଁ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।”

ସଂକ୍ରମଣ ରୋକିବାକୁ ସମସ୍ତେ ଚେଷ୍ଟା କରିବା, ଆଉ ଲକଡାଉନ ସ୍ଥିତିକୁ ଫେରିବାନି । ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ । ଆଉ ଲକଡାଉନ ସ୍ଥିତିକୁ ଫେରିବାନି ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ, ସତର୍କ ହେବା ଦରକାର । କୋଭିଡ ନିୟମ ମାନିବାକୁ ଲୋକେ ଢିଲାପଣ ଦେଖାଉଛନ୍ତି । ବିଭିନ୍ନ ଦେଶ ଓ ରାଜ୍ୟରେ ସଂଖ୍ୟା ବଢିବା ପରେ ସତର୍କ ହେବା ନିହାତି ଜରୁରୀ । ଏତେ ବିଶାଳ ଜନସଂଖ୍ୟାରେ ହର୍ଡ ଇମ୍ୟୁନିଟି ହାସଲContinue reading “ସଂକ୍ରମଣ ରୋକିବାକୁ ସମସ୍ତେ ଚେଷ୍ଟା କରିବା, ଆଉ ଲକଡାଉନ ସ୍ଥିତିକୁ ଫେରିବାନି । ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ।”

ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଉନ୍ମୋଚନ କଲେ ମମତା ବାନାର୍ଜୀ । ବର୍ଷକ ଭିତରେ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଦେଲେ ପ୍ରତିଶ୍ରୁତି ।

କନକ ବ୍ୟୁରୋ: ଇସ୍ତାହାର ଉନ୍ମୋଚନ ନେଇ ତାରିଖ ‌ପରେ ତାରିଖ ବଦଳିବା ପରେ ଆଜି ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛି ଟିଏମସି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଇସ୍ତାହାରରେ ବର୍ଷକ ମଧ୍ୟରେ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେବା ସହ ବିଧବା ମହିଳାଙ୍କୁ ମେ’ ମାସରୁ ୧୦୦୦ଟଙ୍କା ଲେଖାଏଁ ଦେବାକୁ ଇସ୍ତାହାରରେ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଛନ୍ତି ଯେ, ଏହା ଏକ ରାଜନୈତିକContinue reading “ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଉନ୍ମୋଚନ କଲେ ମମତା ବାନାର୍ଜୀ । ବର୍ଷକ ଭିତରେ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଦେଲେ ପ୍ରତିଶ୍ରୁତି ।”

ଆଇସିସି ଏକଦିବସୀୟ ମାନ୍ୟତାରେ ଭାରତୀୟଙ୍କ କବଜା । ୧ ନମ୍ବରରେ ବିରାଟ, ଦ୍ୱିତୀୟ ସ୍ଥାନରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ।

କନକ ବ୍ୟୁରୋ : ଆଇସିସି ପକ୍ଷରୁ ଦିନିକିଆ ଓ ଟି-୨୦ ମାନ୍ୟତା ପ୍ରକାଶ ପାଇଛି ।  ଉଭୟ ତାଲିକାର ପ୍ରଥମ ୧୦ଟି ସ୍ଥାନରେ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଅଛନ୍ତି । ଭାରତୀୟ ଦଲର ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନରେ ଅଛନ୍ତି । ୨ୟ ସ୍ଥାନରେ ଭାରତର ବିସ୍ଫୋରକ ଓପନର ରୋହିତ ଶର୍ମା ଅଛନ୍ତି । ୩ୟ ସ୍ଥାନରେ ପାକିସ୍ତାନର ବାବର ଆଜମ ଓ ୪ର୍ଥରେ ନ୍ୟୁଜିଲାଣ୍ଡର ରସ ଟେଲର ଅଛନ୍ତି ।Continue reading “ଆଇସିସି ଏକଦିବସୀୟ ମାନ୍ୟତାରେ ଭାରତୀୟଙ୍କ କବଜା । ୧ ନମ୍ବରରେ ବିରାଟ, ଦ୍ୱିତୀୟ ସ୍ଥାନରେ ହିଟ୍ ମ୍ୟାନ୍ ରୋହିତ ଶର୍ମା ।”

କେମିତି ଅଛି ଜଙ୍ଗଲ ସ୍ଥିତି? ଜାଣନ୍ତୁ ଜଙ୍ଗଲ ନିଆଁକୁ ନେଇ କଣ କହିଲେ ଟାସ୍କ ଫୋର୍ସ ମୁଖ୍ୟ

କନକ ବ୍ୟୁରୋ : ଜଙ୍ଗଲ ନିଆଁକୁ ନେଇ ୨୪ ଘଣ୍ଟାର ରିପୋର୍ଟ ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ । ରାଜ୍ୟରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁ ବର୍ତ୍ତମାନ ଆୟତାଧୀନ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଆଉ ରାଜ୍ୟରେ ଏତେ ମାତ୍ରାରେ ନିଆଁ ନାହିଁ । ଗତକାଲି ଚନ୍ଦକାର ବାହ୍ୟ ଅଞ୍ଚଳରେ ଲାଗିଥିବା ନିଆଁ ମଧ୍ୟ ଲିଭାଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଓଡ୍ରାଫ ଟିମ ଓ ଅଗ୍ନିଶମ କର୍ମଚାରୀଙ୍କ ପ୍ରୟାସରେ ନିଆଁକୁ ଆୟତାଧୀନ କରାଯାଇଛିContinue reading “କେମିତି ଅଛି ଜଙ୍ଗଲ ସ୍ଥିତି? ଜାଣନ୍ତୁ ଜଙ୍ଗଲ ନିଆଁକୁ ନେଇ କଣ କହିଲେ ଟାସ୍କ ଫୋର୍ସ ମୁଖ୍ୟ”

ବଦଳିଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ । ହେମନ୍ତ ନଗରଲେଙ୍କୁ ମିଳିଲା ଦାୟିତ୍ୱ

କନକ ବ୍ୟୁରୋ : ମୁମ୍ବାଇ ପୋଲିସ କମିଶନର ଭାବେ ୧ ବର୍ଷ କାର୍ଯ୍ୟ କରିବା ପରେ ପରମବୀର ସିଂଙ୍କୁ ତାଙ୍କ ପଦରୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ହେମନ୍ତ ନଗରଲେଙ୍କୁ ମିଳିଛି ଦାୟିତ୍ୱ । ୧୯୮୮ ବ୍ୟାଚର ଆଇପିଏସ୍ ପରମବୀର ସିଂଙ୍କୁ ୨୦୨୦ ଫେବୃଆରୀ ୨୯ ତାରିଖରେ ଆଇପିଏସ୍ ସଂଜୟ ବରବେଙ୍କ ସ୍ଥାନରେ ମୁମ୍ବାଇ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଥିଲା । କୁହାଯାଉଛି କି ଆଣ୍ଟାଲିଆରୁ ମିଳିଥିବା ବିସ୍ଫୋଟକ ସାମଗ୍ରୀ ମାମଲାକୁ ନେଇ ପୋଲିସContinue reading “ବଦଳିଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ । ହେମନ୍ତ ନଗରଲେଙ୍କୁ ମିଳିଲା ଦାୟିତ୍ୱ”

ଗଞ୍ଜାମରେ ପୂର୍ବ ଭଳି ସ୍ଥିତି ହେବାର ସମ୍ଭାବନା ନାହିଁ । କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ।

କନକ ବ୍ୟୁରୋ : ଗଞ୍ଜାମରେ କେମିତି ରହିଛି କରୋନା ସ୍ଥିତି ? ଗଞ୍ଜାମର କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲାପାଳ କହିଛନ୍ତି, ଗଞ୍ଜାମରେ ପୂର୍ବ ଭଳି ସ୍ଥିତି ହେବାର ସମ୍ଭାବନା ନାହିଁ । ୧୫ ଦିନ ହେଲା ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଏବେ ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୁପେ ସତର୍କ ରହିଛିContinue reading “ଗଞ୍ଜାମରେ ପୂର୍ବ ଭଳି ସ୍ଥିତି ହେବାର ସମ୍ଭାବନା ନାହିଁ । କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ।”

୨୧ରେ ଓଡିଶା ଆସିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି ।

କନକ ବ୍ୟୁରୋ: ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ସେ ଭୁବନେଶ୍ୱର ସହିତ ରାଉରକେଲା ଓ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ବୁଧବାର ଏନେଇ ପୋଲିସ ଡିଜି ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସ ଜରିଆରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ପୋଲିସ ଡିଜି । ରାଷ୍ଟ୍ରପତିଙ୍କContinue reading “୨୧ରେ ଓଡିଶା ଆସିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି ।”

ମଣ୍ଡି ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଚଳ ବିଧାନସଭା । ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି, ସେପଟେ ଧାନ କିଣା ଅବ୍ୟବସ୍ଥା ଓ ଗୃହ ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ।

କନକ ବ୍ୟୁରୋ : ବିଧାନସଭାରେ ଅଚଳାବସ୍ଥା ଜାରି । ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ । ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି । ଗୃହ ବିଲକୁଲ୍ ଚାଲି ପାରୁନାହିଁ । ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଆଉ ଏହାରି ଭିତରେ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଧାନ କିଣା ଅବ୍ୟବସ୍ଥାContinue reading “ମଣ୍ଡି ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଚଳ ବିଧାନସଭା । ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି, ସେପଟେ ଧାନ କିଣା ଅବ୍ୟବସ୍ଥା ଓ ଗୃହ ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ।”

Design a site like this with WordPress.com
Get started