ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୁଷିତ ରାଜଧାନୀ । ବିଶ୍ୱର ସବୁଠାରୁ ଅଧିକ ପ୍ରଦୁଷିତ ୫୦ ସହର ମଧ୍ୟରୁ ଭାରତରେ ରହିଛି ୩୫ ସହର

କନକ ବ୍ୟୁରୋ : ଦୁନିଆର ସବୁଠାରୁ ପ୍ରଦୁଷିତ ୫୦ ସହର ମଧ୍ୟରୁ ଭାରତରେ ରହିଛି ୩୫ ସହର । କେବଳ ସେତିକି ନୁହେଁ ଦୁନିଆର ସବୁଠାରୁ ପ୍ରଦୁଷିତ ରାଜଧାନୀ ସୂଚୀରେ ଦିଲ୍ଲୀର ସ୍ଥାନ ସବୁଠାରୁ ଉପରେ । ସ୍ୱିସ୍ ସଂଗଠନ ‘ଆଇକ୍ୟୁ ଏୟର’ ଦ୍ୱାରା ମଙ୍ଗଳବାର ଜାରି କରାଯାଇଥିବା ‘ବିଶ୍ୱ ଏୟାର କ୍ୱାଲିଟ୍ ରିପୋର୍ଟ,୨୦୨୦’ ରେ ଏହି କଥା କୁହାଯାଇଛି । ରିପୋର୍ଟରେ କୁହାଯାଇଛି କି ୨୦୧୯ ତୁଳନାରେ ୨୦୨୦ ରେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସୁଧାରContinue reading “ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୁଷିତ ରାଜଧାନୀ । ବିଶ୍ୱର ସବୁଠାରୁ ଅଧିକ ପ୍ରଦୁଷିତ ୫୦ ସହର ମଧ୍ୟରୁ ଭାରତରେ ରହିଛି ୩୫ ସହର”

ଆରମ୍ଭ ହେଲା ସେବାୟତଙ୍କ ଟିକାକରଣ କାର୍ଯ୍ୟକ୍ରମ । ଲୋକନାଥ ରୋଡର ପ୍ରତିହାରୀ ନିଯୋଗ ବୈଠକରେ ଚାଲିଛି ଟିକାକରଣ । 

କନକ ବ୍ୟୁରୋ: କୋଭିଡ ସଂକ୍ରମଣକୁ ଏଡଇବା ପାଇଁ ଆଜି ଠାରୁ ଆରମ୍ଭ ହେଲା ସେବାୟତଙ୍କ ଟିକାକରଣ କାର୍ଯ୍ୟକ୍ରମ । ଟିକାଦାନର ସମୟ ରହିଛି ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ । ଲୋକନାଥ ରୋଡର ପ୍ରତିହାରୀ ନିଯୋଗ ବୈଠକରେ କରାଯାଇଛି ଭ୍ୟାକ୍ସିନେସନ କ୍ୟାମ୍ପ । ୬୦ ବର୍ଷରୁ ଅଧିକ ସେବାୟତମାନେ ପରିଚୟ ପତ୍ର ଦେଖାଇ ଟିକା ନେଉଛନ୍ତି । ୪୫ ବର୍ଷରୁ ୫୯ ବର୍ଷ ମଧ୍ୟରେ ରହିଥିବା ସେବାୟତଙ୍କୁ ଟିକା କରଣ କରାଯାଉଛି । ୨ଟିContinue reading “ଆରମ୍ଭ ହେଲା ସେବାୟତଙ୍କ ଟିକାକରଣ କାର୍ଯ୍ୟକ୍ରମ । ଲୋକନାଥ ରୋଡର ପ୍ରତିହାରୀ ନିଯୋଗ ବୈଠକରେ ଚାଲିଛି ଟିକାକରଣ । “

ଦେଶରେ ଦିନକରେ ୨୮,୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୮୮ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୪,୩୮,୭୩୪କୁ ବୃଦ୍ଧି

କନକ ବ୍ୟୁରୋ : ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୪ କୋଟି ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଦିନକରେ ୨୮,୯୦୩ ନୂଆ ଆକ୍ରାନ୍ତ ଓ ୧୮୮ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୪,୩୮,୭୩୪ରେ ପହଞ୍ଚିଛି । ଗତକାଲି ଠାରୁ ଆଜି ୧୮% ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେContinue reading “ଦେଶରେ ଦିନକରେ ୨୮,୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୮୮ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୪,୩୮,୭୩୪କୁ ବୃଦ୍ଧି”

ମଧ୍ୟପ୍ରଦେଶରେ ପୁଣି କାୟା ମେଲାଇଲା କରୋନା । ଭୋପାଳ- ଇନ୍ଦୋରରେ ଲାଗିଲା ନାଇଟ୍ କର୍ଫ୍ୟୁ । ରାତି ୧୦ ରୁ ସକାଳ ୬ ପୁରା ସହର ଠପ୍

କନକ ବ୍ୟୁରୋ : ଆଜି (ବୁଧବାର) ଠାରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଓ ଇନ୍ଦୋରରେ ରାତ୍ରିକାଳୀନ କଫ୍ୟୁ ଲାଗୁ କରାଯାଇଛି । ରାତି ୧୦ ରୁ ସକାଳ ୬ ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ ହେବ । ଏହାସହ ମଧ୍ୟପ୍ରଦେଶର ଅନ୍ୟ ୮ ଟି ସହରରେ ମଧ୍ୟ ଏହି କଟକଣା ଲାଗୁ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକContinue reading “ମଧ୍ୟପ୍ରଦେଶରେ ପୁଣି କାୟା ମେଲାଇଲା କରୋନା । ଭୋପାଳ- ଇନ୍ଦୋରରେ ଲାଗିଲା ନାଇଟ୍ କର୍ଫ୍ୟୁ । ରାତି ୧୦ ରୁ ସକାଳ ୬ ପୁରା ସହର ଠପ୍”

ଆଜି ବି ଗୃହ ଅଚଳ, ପ୍ରଶ୍ନକାଳ ଆରମ୍ଭରୁ ମୁଲତବି । ରାଜ୍ୟପାଳଙ୍କୁ ଭେଟିବାକୁ ରାଜଭବନ ମାର୍ଚ୍ଚ କଲେ ବିଜେଡି ବିଧାୟକ ।

କନକ ବ୍ୟୁରୋ : ଲଗାତାର ୫ ଦିନ ପାଇଁ ଗୃହରେ ସମାନ ସ୍ଥିତି । ବିଧାନସଭାରେ ଉଭୟ ଶାସକ-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ନାରାବାଜି କରିଛନ୍ତି ଶାସକ ଦଳର ବିଧାୟକ । ପ୍ରଶ୍ନକାଳ ଆରମ୍ଭରୁContinue reading “ଆଜି ବି ଗୃହ ଅଚଳ, ପ୍ରଶ୍ନକାଳ ଆରମ୍ଭରୁ ମୁଲତବି । ରାଜ୍ୟପାଳଙ୍କୁ ଭେଟିବାକୁ ରାଜଭବନ ମାର୍ଚ୍ଚ କଲେ ବିଜେଡି ବିଧାୟକ ।”

ବିଜେପି ସାଂସଦଙ୍କ ସନ୍ଦେହଜନକ ମୃତ୍ୟୁ । ନିଜ ବାସଭବନରୁ ମିଳିଲା ମୃତଦେହ । ଆତ୍ମହତ୍ୟା ସନ୍ଦେହ

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ମଣ୍ଡି ସଂସଦୀୟ କ୍ଷେତ୍ରର ସାଂସଦ ତଥା ବରିଷ୍ଠ ବିଜେପି ନେତା ରାମସ୍ୱରୂପ ଶର୍ମାଙ୍କର ମୃତଦେହ ଦିଲ୍ଲୀ ସ୍ଥିତ ନିଜ ବାସଭବନରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କର ଏଭଳି ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ୍ କରିବା ସହ ଯାଂଚ ଜାରି ରଖିଛି । ସୂଚନା ମୁତାବକ ୬୨ ବର୍ଷିୟ ବିଜେପି ସାଂସଦ ରାମସ୍ୱରୂପ ଶର୍ମାContinue reading “ବିଜେପି ସାଂସଦଙ୍କ ସନ୍ଦେହଜନକ ମୃତ୍ୟୁ । ନିଜ ବାସଭବନରୁ ମିଳିଲା ମୃତଦେହ । ଆତ୍ମହତ୍ୟା ସନ୍ଦେହ”

ସମ୍ବଲପୁରରେ ହାତୀ ଭୟ : ଯୁଯୁମୁରାରେ ଉପଦ୍ରବ ପରେ ଲୋକେ ଆତଙ୍କିତ; ଭୟରେ ଗଛ ଉପରେ ମଂଚା ବାନ୍ଧି ବିତାଇଲେ ରାତି

କନକ ବ୍ୟୁରୋ : ତଳେ ହାତୀ, ମଂଚାରେ ରାତି । ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ସମ୍ବଲପୁର ଯୁଯୁମୁରା ଅଂଚଳରୁ । ହାତୀ ପଲଙ୍କ ଉପଦ୍ରବ ଜାରି ରହିଥିବାରୁ ଭୟରେ ଲୋକେ କିଭଳି ଗଛରେ ମଂଚା ବାନ୍ଧି ରାତି ବିତାଉଛନ୍ତି ତାର ଚିତ୍ର ସାମ୍ନାକୁ ଆସିଛି । ହାତୀ ପଲ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଭୟଭୀତ ଲୋକେ ମଂଚାରେ ରାତି ବିତାଉଛନ୍ତି । ଗତ ୧୨ ତାରିଖରେ ହାତୀପଲ ସଦର ରେଂଜର ବସିଆପଡାContinue reading “ସମ୍ବଲପୁରରେ ହାତୀ ଭୟ : ଯୁଯୁମୁରାରେ ଉପଦ୍ରବ ପରେ ଲୋକେ ଆତଙ୍କିତ; ଭୟରେ ଗଛ ଉପରେ ମଂଚା ବାନ୍ଧି ବିତାଇଲେ ରାତି”

ରାଜଧାନୀରେ ଘରେ ପଶି ଭଡ଼ାଟିଆଙ୍କୁ ଆକ୍ରମଣ ଘଟଣା: ୧୫ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ, ଅଭିଯୁକ୍ତଙ୍କ ସହ ଜଣେ ପୋଲିସ କର୍ମଚାରୀ ସମ୍ପୃକ୍ତ ।

କନକ ବ୍ୟୁରେ: ଭୁବନେଶ୍ୱର ନୟାପଲ୍ଲିରେ ଘରେ ପଶି ଭଡାଟିଆଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ୧୫ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ୧୫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ । ଅଭିଯୁକ୍ତଙ୍କ ସହ ଘରେ ପଶି ସମର୍ଥନ କରିଥିଲେ ପୁଲିସ କର୍ମଚାରୀ । ତେବେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କନକ ନୁଜ୍ୟକୁ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏତଲା ମୁତାବକ ପ୍ରାୟ ୪୦ରୁContinue reading “ରାଜଧାନୀରେ ଘରେ ପଶି ଭଡ଼ାଟିଆଙ୍କୁ ଆକ୍ରମଣ ଘଟଣା: ୧୫ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ, ଅଭିଯୁକ୍ତଙ୍କ ସହ ଜଣେ ପୋଲିସ କର୍ମଚାରୀ ସମ୍ପୃକ୍ତ ।”

ବ୍ରହ୍ମପୁରକୁ ଫେରିଲା କରୋନା । ଟାଟା ପାୱାର ଦକ୍ଷିଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ, ପୂରା କାର୍ଯ୍ୟାଳୟକୁ କରାଗଲା ସାନିଟାଇଜ ।

କନକ ବ୍ୟୁରୋ : ବ୍ରହ୍ମପୁରକୁ ଫେରିଲା କରୋନା । ସୁରଟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଗଞ୍ଜାମକୁ ପୁଣି କରୋନା ଫେରିପାରେ ବୋଲି ଆଶଙ୍କା ବଢିଯାଇଛି । ହେଲେ ଏହାରି ଭିତରେ ବ୍ରହ୍ମପୁରସ୍ଥିତ ଟାଟା ପାୱାର ଦକ୍ଷିଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କାର୍ଯ୍ୟାଳୟର କିଛି ବରିଷ୍ଠ ଅଧିକାରୀଙ୍କ ସହ କର୍ମଚାରୀ ବି କରୋନା ସଂକ୍ରମିତ ହୋଇଛନ୍ତି । ଏହି କମ୍ପାନିରେ ରାଜ୍ୟ ବାହାରର ବହୁ ପଦାଧିକାରୀContinue reading “ବ୍ରହ୍ମପୁରକୁ ଫେରିଲା କରୋନା । ଟାଟା ପାୱାର ଦକ୍ଷିଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ, ପୂରା କାର୍ଯ୍ୟାଳୟକୁ କରାଗଲା ସାନିଟାଇଜ ।”

ଘର ନ ଛାଡିବାରୁ ଭଡାଟିଆଙ୍କୁ ଗୁଣ୍ଡା ଲଗାଇ ଆକ୍ରମଣ ଅଭିଯୋଗ, ୧୪ଜଣଙ୍କୁ ଉଠାଇନେଲା ପୋଲିସ  ।ଏତଲାରେ ଲୁଲୁଙ୍କ ଝିଅ ଜ୍ୱାଇଁଙ୍କ ନାଁ ।

କନକ ବ୍ୟୁରୋ : ଭୁବନେଶ୍ୱର ନୟାପଲ୍ଲୀରେ ଘରେ ପଶି ଭଡାଟିଆଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ପ୍ରାୟ ୪୦ରୁ ୫୦ ଜଣ ଏକ ଜିପରେ ଆସି ଆଇଆରସି ଭିଲେଜରେ ଭଡାରେ ରହୁଥିବା ପ୍ରଣବ ରାୟଙ୍କୁ ଆକ୍ରମଣ କରିବା ସହିତ ଲୁହା ରଡ୍ ଓ କାଠ ଫାଳିଆରେ ପିଟି ଘରର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ସେମାନେ ଏପରି ଉନ୍ମତ କାଣ୍ଡ ଘଟାଇବା ପରେ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିContinue reading “ଘର ନ ଛାଡିବାରୁ ଭଡାଟିଆଙ୍କୁ ଗୁଣ୍ଡା ଲଗାଇ ଆକ୍ରମଣ ଅଭିଯୋଗ, ୧୪ଜଣଙ୍କୁ ଉଠାଇନେଲା ପୋଲିସ  ।ଏତଲାରେ ଲୁଲୁଙ୍କ ଝିଅ ଜ୍ୱାଇଁଙ୍କ ନାଁ ।”

Design a site like this with WordPress.com
Get started