ଗୋଟିଏ ପରେ ଗୋଟିଏ ଦେଶରେ ବ୍ୟାନ ହେଉଛି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା । ରକ୍ତ ଜମାଟ ବାନ୍ଧୁଥିବା ଭଳି ପାଶ୍ୱର୍ ପ୍ରତିକ୍ରିୟା ନେଇ ଆସୁୁଛି ଅଭିଯୋଗ । 

କନକ ବ୍ୟୁରୋ: ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା ଯୋଗୁଁ ରକ୍ତ ଜମାଟ ବାନ୍ଧୁଥିବା ଭଳି ପାଶ୍ୱର୍ ପ୍ରତିକ୍ରିୟା ଖବର ସାମ୍ନାକୁ ଆସିଛି । ଏହା ପରେ ଗୋଟିଏ ପରେ ଗୋଟିଏ ଦେଶ ଏହି ଟିକା ଉପରେ କଟକଣା ଲଗାଉଛନ୍ତି । ଜର୍ମାନୀ, ଇଟାଲି, ଫ୍ରାନ୍ସ, ଆର୍ୟଲ୍ୟାଣ୍ଡ ଓ ନେଦରଲ୍ୟାଣ୍ଡ ଏହି ଟିକାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅନ୍ୟପଟେ ଟିକା ନେବା ସହିତ ରକ୍ତ ଜମାଟ ବାନ୍ଧିବାର କୌଣସି ସର୍ମ୍ପକ ନାହିଁ ବୋଲିContinue reading “ଗୋଟିଏ ପରେ ଗୋଟିଏ ଦେଶରେ ବ୍ୟାନ ହେଉଛି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା । ରକ୍ତ ଜମାଟ ବାନ୍ଧୁଥିବା ଭଳି ପାଶ୍ୱର୍ ପ୍ରତିକ୍ରିୟା ନେଇ ଆସୁୁଛି ଅଭିଯୋଗ । “

ଜୋସ ବଟଲରଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ଇଂଲଣ୍ଡ । 

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ରେ ଦମଦାର ବିଜୟ ହାସଲ କରିଛି ଇଂଲଣ୍ଡ । ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଜୋସ ବଟଲର । ଫଳରେ ଇଂଲଣ୍ଡ ଏହି ମ୍ୟାଚରେ ୮ ୱିକେଟରେ ବିଜୟୀ ହୋଇଛି । ଏହାସହ ଏହି ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ଏବେ ୨-୧ରେ ଆଗୁଆ ରହିଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମରୁ କେଏଲ ରାହୁଲଙ୍କୁ ଆଉଟ କରି ଭାରତରContinue reading “ଜୋସ ବଟଲରଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ଇଂଲଣ୍ଡ । “

ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ । ୪ଦିନ ହେଲା ଲଗାତର ସଂକ୍ରମିତଙ୍କ ସଂଖ୍ୟା ଟପୁଛି ୧୫ ହଜାର ।

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣକୁ ଦେଖି ଯାହା ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି । ଦେଶର ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ରାଜ୍ୟ ମହାରାଷ୍ଟ୍ରରେ ଆରମ୍ଭ ହୋଇଯାଇଛି କରୋନା ସଂକ୍ରମଣର ଦ୍ୱିତୀୟ ଲହର । ଏନେଇ ଉଦ୍ଧବ ଠାକରେ ସରକାରକୁ ଚିଠି ଲେଖି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବଢ଼ୁଥିବା କରୋନା ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା କେନ୍ଦ୍ରୀୟ ଟିମର ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର ମୁଖ୍ୟContinue reading “ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ । ୪ଦିନ ହେଲା ଲଗାତର ସଂକ୍ରମିତଙ୍କ ସଂଖ୍ୟା ଟପୁଛି ୧୫ ହଜାର ।”

ପଶ୍ଚିମବଙ୍ଗରେ ଆଜି ବି ହ୍ୱିଲ ଚେୟାର ପ୍ରଚାର କଲେ ମମତା । ବିଜେପି ଉପରେ ବର୍ଷିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କହିଲେ, ନିର୍ବାଚନ କମିଶନଙ୍କୁ ନିୟନ୍ତ୍ରଣ କରୁଛି ବିଜେପି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଲଗାତର ତୃତୀୟ ଦିନରେ ହ୍ୱିଲ ଚେୟାରରେ ବସି ନିର୍ବାଚନୀ ରଣାଙ୍ଗନକୁ ଓହ୍ଳାଇଛନ୍ତି । ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଥିବା ମମତା ଏବେ ଆହୁରୀ ଆକ୍ରମଣାତ୍ମକ ହୋଇପଡିଛନ୍ତି । ବାଙ୍କୁରାରେ ନିର୍ବାଚନୀ ପ୍ରଚାର ବେଳେ ମମତା ବିଜେପିକୁ ଟାର୍ଗେଟ କରିଛନ୍ତି । ବାହାରି ଗୁଣ୍ଡାଙ୍କୁ ନିର୍ବାଚନ ଲଢିବାକୁ ଦେବେନାହିଁ ବୋଲି କହିବା ସହ ନିର୍ବାଚନ କମିଶନଙ୍କୁ ବିଜେପି ନିୟନ୍ତ୍ରଣ କରୁଥିବା ଅଭିଯୋଗ ଆଣିଛନ୍ତି । ଆସନ୍ତା ନିର୍ବାଚନରେ ମମତାଙ୍କContinue reading “ପଶ୍ଚିମବଙ୍ଗରେ ଆଜି ବି ହ୍ୱିଲ ଚେୟାର ପ୍ରଚାର କଲେ ମମତା । ବିଜେପି ଉପରେ ବର୍ଷିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କହିଲେ, ନିର୍ବାଚନ କମିଶନଙ୍କୁ ନିୟନ୍ତ୍ରଣ କରୁଛି ବିଜେପି ।”

ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଣ୍ଟରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ । କହିଲେ, ସାମାଜିକ ଓ ଆର୍ଥିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା ।

କନକ ବ୍ୟୁରୋ: ନୂଆଦିଲ୍ଲୀଠାରେ ଆୟୋଜିତ ଦ୍ୱାଦଶତମ ଅନ୍ତରାଷ୍ଟ୍ରୀୟ ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଣ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି, ଦେଶରେ ସାମାଜିକ ଓ ଆର୍ଥିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା ରହିଛି । ଭବିଷ୍ୟତ ସ୍ଥାୟୀ ଉର୍ଜାରେ ଭାରତର ଯାତ୍ରା ଉପରେ ମତ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ଯୋଗୁଁ ବ୍ୟାପକ ରୋଜଗାର ତିଆରିContinue reading “ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଣ୍ଟରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ । କହିଲେ, ସାମାଜିକ ଓ ଆର୍ଥିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର ବଡ ଭୂମିକା ।”

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ପାରମ୍ପରିକ ଗାମୁଛା ଦେଇ ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ ପାଇଁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ।

କନକ ବ୍ୟୁରୋ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ ତାରିଖରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ରାଷ୍ଟ୍ରପତି ଭବନ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ସହ ପାରମ୍ପାରିକ ଗାମୁଛା ଦେଇ ଔପଚାରିକ ଭାବେ ଓଡିଶା ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୧ ଓ ୨୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି Continue reading “ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ପାରମ୍ପରିକ ଗାମୁଛା ଦେଇ ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ ପାଇଁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ।”

ବ୍ୟାଙ୍କ ଘରୋଇ କରଣ ବିରୋଧ କରି କର୍ମଚାରୀଙ୍କ ଆନ୍ଦୋଳନ । ଦ୍ୱିତୀୟ ଦିନରେ ବି ବନ୍ଦ ରହିଲା ବ୍ୟାଙ୍କ କାରବାର ଓ କ୍ଲିୟରିଂ ।

କନକ ବ୍ୟୁରୋ: ଆଜି ଦ୍ୱିତୀୟ ଦିନରେ ବନ୍ଦ ରହିଛି ବ୍ୟାଙ୍କ । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତିକୁ ବିରୋଧକରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ସର୍ବଭାରତୀୟ ସ୍ତରରେ ଏହି ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହୋଇଛନ୍ତି । ବ୍ୟାଙ୍କ କର୍ମଚାରୀ ଦୁଇ ଦିନିଆ ଧର୍ମଘଟ ଘୋଷଣା କରିଥିବାରୁ ଗତ କାଲି ବ୍ୟାଙ୍କContinue reading “ବ୍ୟାଙ୍କ ଘରୋଇ କରଣ ବିରୋଧ କରି କର୍ମଚାରୀଙ୍କ ଆନ୍ଦୋଳନ । ଦ୍ୱିତୀୟ ଦିନରେ ବି ବନ୍ଦ ରହିଲା ବ୍ୟାଙ୍କ କାରବାର ଓ କ୍ଲିୟରିଂ ।”

ନିଜ ପଦରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା । ଇସ୍ତଫାର କାରଣ ଅସ୍ପଷ୍ଟ ଥିବା ବେଳେ ସିହ୍ନାଙ୍କ ବ୍ୟକ୍ତିଗତ କାରଣ ଥିବା ଆଲୋଚନା ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା ଆଜି ହଠାତ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ କାହିଁକି ଇସ୍ତଫା ଦେଲେ ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ପଛରେ ସିହ୍ନାଙ୍କ ବ୍ୟକ୍ତିଗତ କାରଣ ଥିବ କୁହାଯାଉଛି । ସିହ୍ନା ମୋଦି ସରକାରଙ୍କ କ୍ୟାବିନେଟ ସଚିବ ପାହ୍ୟାରେ ରହିଥିଲେ । ୨୦୧୯ ଅଗଷ୍ଟ ୩୦ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ଓଏସଡି ଭାବେ ନିଯୁୁକ୍ତି ମିଳିଥିଲା । ୨୦୧୯ ଲୋକସଭାContinue reading “ନିଜ ପଦରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା । ଇସ୍ତଫାର କାରଣ ଅସ୍ପଷ୍ଟ ଥିବା ବେଳେ ସିହ୍ନାଙ୍କ ବ୍ୟକ୍ତିଗତ କାରଣ ଥିବା ଆଲୋଚନା ।”

ଚୀନର ନୂଆ ଚାଲ୍ । ଭିସା ଦେବା ପାଇଁ ବେଜିଂର ନୂଆ ନିୟମ । ଚୀନକୁ ପ୍ରବେଶ କରିବା ଭିସା ପାଇବାକୁ ହେଲେ ନେବାକୁ ପଡିବ ଚୀନ୍ ନିର୍ମିତ କରୋନା ଟିକା ।

କନକ ବ୍ୟୁରୋ: ମହାମାରୀ କରୋନା ସମୟରେ ପୁଣି ଚାଲ୍ ଖେଳୁଛି ଚୀନ୍ । ଆମେରିକା, ଭାରତ ଓ ପାକିସ୍ତାନ ଭଳି କିଛି ଦେଶ ପାଇଁ ସୀମାରେ ଲଗାଯାଇଥିବା କଟକଣାକୁ କୋହଳ କରିଛି ବେଜିଂ । କିନ୍ତୁ ଚୀନକୁ ପ୍ରବେଶ କରିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ପାଇଁ ବେଜିଂ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଯଦି କୌଣସି ବିଦେଶୀ ନାଗରିକ ଚୀନ୍ରେ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଚୀନ୍ରେ ବିକଶିତ ହୋଇଥିବା କୋଭିଡ ଟିକା ନେବାContinue reading “ଚୀନର ନୂଆ ଚାଲ୍ । ଭିସା ଦେବା ପାଇଁ ବେଜିଂର ନୂଆ ନିୟମ । ଚୀନକୁ ପ୍ରବେଶ କରିବା ଭିସା ପାଇବାକୁ ହେଲେ ନେବାକୁ ପଡିବ ଚୀନ୍ ନିର୍ମିତ କରୋନା ଟିକା ।”

ଚନ୍ଦକା ଜଙ୍ଗଲରେ ଲାଗିଛି ନିଆଁ । ଦିନ ବଢିବା ସହ ଅଭୟାରଣ୍ୟ ଭିତରକୁ ମାଡି ଯାଉଛି ନିଆଁର ପ୍ରକୋପ

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ, ନିଆଁ ଓ ଧୁଆଁରେ ରୁନ୍ଧି ହେଉଛି ପୁରା ଅଂଚଳ । ବାଙ୍କୀ ଡମପଡା ବ୍ଲକ ଚାରିଘରିଆ ନିକଟରେ ଥିବା ଚନ୍ଦକା ଜଙ୍ଗଲରେ ନିଆଁ ଲାଗିଛି । ଜଙ୍ଗଲ ନିଆଁ କେମିତି ଜଙ୍ଗଲକୁ ଗ୍ରାସ କରି ଆଗକୁ ଆଗକୁ ମାଡି ଚାଲିଛି । ଚନ୍ଦକା ଜଙ୍ଗଲର ଚାରିଘରିଆ, କଇମୁଣ୍ଡି ଅଂଚଳରେ ଲାଗିଥିବା ନିଆଁ, ଦିନ ବଢିବା ସହ ଅଭୟାରଣ୍ୟ ଭିତରକୁ ମାଡି ଯାଇଛି । ସନ୍ଧ୍ୟା ହେଉ ହେଉ ଚନ୍ଦକା ଅଭୟାରଣର କୁମାରContinue reading “ଚନ୍ଦକା ଜଙ୍ଗଲରେ ଲାଗିଛି ନିଆଁ । ଦିନ ବଢିବା ସହ ଅଭୟାରଣ୍ୟ ଭିତରକୁ ମାଡି ଯାଉଛି ନିଆଁର ପ୍ରକୋପ”

Design a site like this with WordPress.com
Get started