ଆମେରିକାରେ ‘ସ୍ପା’ରେ ଗୁଳିମାଡ, ୮ ମୃତ । ମୃତକଙ୍କ ମଧ୍ୟରେ ୬ ଜଣ ଏସୀୟ ମହିଳା ।

କନକ ବ୍ୟୁରୋ : ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ରାଜ୍ୟରେ ତିନୋଟି ପୃଥକ୍‌ ‘ସ୍ପା’ରେ ଗୁଳିକାଣ୍ଡ ଯୋଗୁଁ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ୨୧ ବର୍ଷିୟ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଥିବା କଥା ପୁଲିସ ଏବଂ ସ୍ଥାନୀୟ ଗଣମାଧ୍ୟମ କହିଛନ୍ତି। କିନ୍ତୁ, ଆକ୍ରମଣର କାରଣ ସମ୍ବନ୍ଧରେ କିଛି ସୂଚନା ମିଳିନାହିଁ। ଜର୍ଜିଆର ରାଜଧାନୀ ସହର ଆଟଲାଣ୍ଟାର ଉପନଗରୀ ଆକ୍‌ଓ୍ଵର୍ଥ ନିକଟରେ ଥିବା ‘ୟଙ୍ଗସ ଏସିଆନ୍‌ ମସେଜ୍‌’ରେ ଘଟିଥିବା ଗୁଳିକାଣ୍ଡରେ ୪ଜଣContinue reading “ଆମେରିକାରେ ‘ସ୍ପା’ରେ ଗୁଳିମାଡ, ୮ ମୃତ । ମୃତକଙ୍କ ମଧ୍ୟରେ ୬ ଜଣ ଏସୀୟ ମହିଳା ।”

ବାଙ୍କୀ ଡମପଡାରେ ଜଳୁଛି ଜଙ୍ଗଲ : ଚନ୍ଦକା ପାହାଡରେ ଲାଗିଛି ନିଆଁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜଙ୍ଗଲ ଜଳୁଥିବା ବେଳେ ଏବେ ବାଙ୍କୀ ଡମପଡା ବ୍ଲକର ଚନ୍ଦକା ଅଭୟାରଣ୍ୟରେ ଲାଗିଛି ନିଆଁ । ଗତକାଲି ସକାଳେ ଚନ୍ଦକା ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଦିନ ବଢିବା ପରେ ଅଭୟାରଣ୍ୟ ଭିତରେ ନିଆଁ ପଶିଛି । ଏବେ ଅଭୟାରଣ୍ୟର କୁମାରଖୁଂଟି ଅଂଚଳର ୫ରୁ ୬ ଜାଗାରେ ନିଆଁ ଲାଗିଛି । ଚନ୍ଦକା ଜଙ୍ଗଲ ଜଳୁଥିବା ଖବର ପାଇ ଚାରିଘରିଆ ଜଙ୍ଗଲରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ଅଗ୍ନିଶମବାହିନୀContinue reading “ବାଙ୍କୀ ଡମପଡାରେ ଜଳୁଛି ଜଙ୍ଗଲ : ଚନ୍ଦକା ପାହାଡରେ ଲାଗିଛି ନିଆଁ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ”

ସେବା ନ ଯୋଗାଇ ବି ଟିକସ ନେଉଛି ବିଏମସି । ପାଇଖାନା ପାଇଁ ବିଏମସି ନେଉଛି ହଜାରେ, ୱାଟକୋ ନେଉଛି ୬୦୦ ।

କନକ ବ୍ୟୁରୋ : ହୋଲଡିଂ ଟିକସ ବୃଦ୍ଧିକୁ ନେଇ ରାଜଧାନୀବାସୀଙ୍କ ଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ବର୍ଦ୍ଧିତ ଟିକସ ଆଦାୟକୁ ସ୍ଥଗିତ ରଖିଛନ୍ତି। କହିଛନ୍ତି ଯେ, ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ଯାହା ଆସିବ ସେହି ଅନୁଯାୟୀ ହୋଲଡିଂ ଟିକସ ଆଦାୟ ହେବ। ହେଲେ ହୋଲଡିଂ ଟିକସ ଆଦାୟ ଯେ ଭୁଲ୍‌ ହିସାବରେ ହେଉଛି ତାହା ନଗର ଉନ୍ନୟନ ବିଭାଗ ବୁଝିବାକୁ ନାରାଜ। ହାଇକୋର୍ଟଙ୍କୁ ଢାଲ କରି ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଉଛନ୍ତି। ଏପରିକି ହାଇକୋର୍ଟରେ ମାମଲାContinue reading “ସେବା ନ ଯୋଗାଇ ବି ଟିକସ ନେଉଛି ବିଏମସି । ପାଇଖାନା ପାଇଁ ବିଏମସି ନେଉଛି ହଜାରେ, ୱାଟକୋ ନେଉଛି ୬୦୦ ।”

ଓମଫେଡ୍ ଛକ ନିକଟରେ ଫାଟିଲା ଟ୍ରାନ୍ସଫର୍ମର : ଟ୍ରାନ୍ସଫର୍ମର ପାଖରେ ଠିଆ ହୋଇଥିବା ୪ ଜଣ ଗୁରୁତର ସୂଚନା

କନକ ବ୍ୟୁରୋ : ରାଜଧାନୀରେ ଫାଟିଲା ଟାନ୍ସଫର୍ମର । ଘଟଣାରେ ୪ ଗୁରୁତର । ଚନ୍ଦ୍ରଶେଖରପୁର ଓମଫେଡ୍ ଅଫିସ୍ ଗେଟ ସମ୍ମୁଖରେ ଅଘଟଣ । ଟ୍ରାନ୍ସଫର୍ମର ତଳେ ଜଳଖିଆ ଦୋକାନ ଦେଇଥିବା ବାପା ପୁଅ ଗୁରୁତର । ଦୋକାନରେ କାମ କରୁଥିବା ଆଉ ୨ଜଣ ଆହତ ହୋଇଥିବା ସୂଚନା ରହିଛି । ୪ ଗୁରୁତରଙ୍କୁ ହସ୍ପିଟାଲ ପଠାଇଲା ପୋଲିସ । ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଓମଫେଡ ଛକରେ ଥିବା ଟ୍ରାନ୍ସଫର୍ମରରେ ନିଆଁ ଲାଗିଯାଇଥିଲା ।Continue reading “ଓମଫେଡ୍ ଛକ ନିକଟରେ ଫାଟିଲା ଟ୍ରାନ୍ସଫର୍ମର : ଟ୍ରାନ୍ସଫର୍ମର ପାଖରେ ଠିଆ ହୋଇଥିବା ୪ ଜଣ ଗୁରୁତର ସୂଚନା”

ଚିନ୍ତା ବଢ଼ାଇଲା ସୁରତ : ୨ ଦିନରେ ୫ଶହ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜାରି ହେଲା ନାଇଟ କର୍ଫ୍ୟୁ

କନକ ବ୍ୟୁରୋ : ଗୁଜୁରାଟର ସୁରତ ଏବେ ୨ ଦିନରେ ପୁଣି କରୋନା ହଟସ୍ପଟ ପାଲଟିଯାଇଛି । ‘ମିନି ଓଡ଼ିଶା’ ରୂପେ ପରିଚିତ ସୁରତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବା ପରେ ରାତ୍ରୀ କର୍ଫ୍ୟୁ ଜାରି କରାଯାଇଛି । ଅଧିକାଂଶ ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ସୁରତ ସହରରୁ ପ୍ରତ୍ୟହ ୨ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଲଗାତାର ୨ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଟପିଯାଇଛିContinue reading “ଚିନ୍ତା ବଢ଼ାଇଲା ସୁରତ : ୨ ଦିନରେ ୫ଶହ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜାରି ହେଲା ନାଇଟ କର୍ଫ୍ୟୁ”

ଜୀବନ ନେଉଛି ଗଭୀର ଗଣ୍ଡ । କୁଆଖାଇରେ କିଏ କରୁଛି ଗଭୀର ଗଣ୍ଡ, ସ୍ଥାନୀୟ ଲୋକ କହିଲେ ସବୁ ଜାଣି ଚୁପ୍ ବସିଛି ପ୍ରଶାସନ ।

କନକ ବ୍ୟୁରୋ : ଗତ କିଛି ବର୍ଷ ହେଲା କୁଆଖାଇ ନଦୀ ଗଣ୍ଡରେ ବୁଡ଼ି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନଦୀରେ ଗଭୀର ଗଣ୍ଡ ସୃଷ୍ଟି ହେଉଥିବାରୁ ଏଭଳି ଅଘଟଣ ବଢ଼ି ଚାଲିଛି। ଭାକ୍ୟୁମ୍‌ ମେସିନ୍‌ ଦ୍ୱାରା ନଦୀରୁ ବାଲି ଉଠାଣ ହେଉଥିବାରୁ ଗଭୀର ଗଣ୍ଡ ସୃଷ୍ଟି ହେଉଥିବା କୁହାଯାଉଛି। ତେଣୁ ବେଆଇନ ଭାବେ ଭାକ୍ୟୁମ୍‌ ମେସିନ୍‌ ଦ୍ୱାରା ବାଲି ତାଡ଼ିବାକୁ ବନ୍ଦ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି। ସ୍ଥାନୀୟ ଲୋକଙ୍କContinue reading “ଜୀବନ ନେଉଛି ଗଭୀର ଗଣ୍ଡ । କୁଆଖାଇରେ କିଏ କରୁଛି ଗଭୀର ଗଣ୍ଡ, ସ୍ଥାନୀୟ ଲୋକ କହିଲେ ସବୁ ଜାଣି ଚୁପ୍ ବସିଛି ପ୍ରଶାସନ ।”

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଟିକାକରଣକୁ ନେଇ ହେବ ଆଲୋଚନା

କନକ ବ୍ୟୁରୋ : ସାଧାରଣ ଜୀବନ ସ୍ୱାଭାବିକ ହେଉଥିବାବେଳେ ପୁଣି ଫେରିଛି କରୋନା ମହାମାରୀ ଭୟ । ଅବସ୍ଥା ନିୟନ୍ତ୍ରଣ ବାହାରକୁ ଯାଉଛି । ଏହାକୁ ଦେଖି କିଛି ରାଜ୍ୟରେ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟ  ଓ ଜିଲ୍ଲା ପ୍ରଶାସନ କଡ଼ା ନିୟମ ଲାଗୁ କରି ଦେଇଥିବା ବେଳେ ଟିକାକରଣକୁ ତୀବ୍ର କରିବାକୁ ମଧ୍ୟ ପ୍ରକିୟା ଜୋର ଧରିଛି । ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତContinue reading “ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଟିକାକରଣକୁ ନେଇ ହେବ ଆଲୋଚନା”

ବିଧାନସଭାକୁ କରିଦେଲେ ଅଚଳ । ସମସ୍ତେ ନିଜ ଜିଦରେ ଅଟଳ, ସର୍ବଦଳୀୟ ବୈଠକ ବିଫଳ।

କନକ ବ୍ୟୁରୋ :  ଚାଷୀଙ୍କ ଠାରୁ ଧାନ କିଣା ହେବ କି ନାହିଁ? ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେବଗଡ଼ ବିଧାୟକ କ୍ଷମା ମାଗିବେ ନା ନାହିଁ? ତୁଟି ପାରିଲାନି ଏ ବିବାଦ। ଏହାକୁ ନେଇ ୪ ଦିନ ହେଲା ବିଧାନସଭା ଅଚଳ। ଉଭୟ ଶାସକ-ବିରୋଧୀ କେହି ନିଜ ଜିଦରୁ ହଟୁନାହାନ୍ତି। ଫଳରେ ଗୁରୁତ୍ବପୂର୍ଣ୍ଣ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ୫ ଦିନ ବିତିଥିଲେ ବି ଦିନଟିଏ ପ୍ରଶ୍ନକାଳ ହୋଇପାରିଲାନି। ଜଙ୍ଗଲ ନିଆଁଠୁ ଆରମ୍ଭ କରି ରାଜ୍ୟରେContinue reading “ବିଧାନସଭାକୁ କରିଦେଲେ ଅଚଳ । ସମସ୍ତେ ନିଜ ଜିଦରେ ଅଟଳ, ସର୍ବଦଳୀୟ ବୈଠକ ବିଫଳ।”

ପୁଣି ଥରେ ଉପରମୁହାଁ ପାରଦ : ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି; ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ

କନକ ବ୍ୟୁରୋ : ପୁଣି ଥରେ ଉପରମୁହାଁ ହୋଇଛି ପାରଦ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଲଗାତାର ତାପମାତ୍ରା ୨.୩ ଡିଗ୍ରୀ ବୃଦ୍ଧି ପାଇ ୩୯.୩ ଡିଗ୍ରୀରେ ପହଞ୍ଚିଛି । ବଲାଙ୍ଗୀରରେ ୩୮.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ନୟାଗଡ଼, ମାଲକାନଗିରି, ଟିଟିଲାଗଡ଼ ଓ ବୌଦ୍ଧରେ ୩୮.୫ ଡିଗ୍ରୀ ଲେଖାଏଁ,Continue reading “ପୁଣି ଥରେ ଉପରମୁହାଁ ପାରଦ : ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି; ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ”

ପ୍ରଥମରୁ ଅଷ୍ଟମ ଶ୍ରେଣୀ ସମସ୍ତେ ପାସ୍‌ ପ୍ରସଙ୍ଗ : ଅନ‌ଲାଇନ‌ରେ ପରୀକ୍ଷା ଦେବେ ଘରୋଇ ସ୍କୁଲର ଛାତ୍ରଛାତ୍ରୀ !

କନକ ବ୍ୟୁରୋ : ଘରୋଇ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍‌ରେ କରାଯାଇପାରିବ। ଏନେଇ କୌଣସି ଦ୍ବନ୍ଦ୍ବ ନାହିଁ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାସ୍‌ ବ୍ୟବସ୍ଥା କେବଳ ସରକାରୀ ସ୍କୁଲ କ୍ଷେତ୍ରରେ ଲାଗୁ ହେବ । କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଉକ୍ତ ୮ଟି ‌ଶ୍ରେଣୀର ଛାତ୍ରଛାତ୍ରୀଙ୍କ କ୍ଲାସ ହୋଇପାରିନାହିଁ । ବହୁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଶିକ୍ଷା ପାଇବାରୁ ବଞ୍ଚିତContinue reading “ପ୍ରଥମରୁ ଅଷ୍ଟମ ଶ୍ରେଣୀ ସମସ୍ତେ ପାସ୍‌ ପ୍ରସଙ୍ଗ : ଅନ‌ଲାଇନ‌ରେ ପରୀକ୍ଷା ଦେବେ ଘରୋଇ ସ୍କୁଲର ଛାତ୍ରଛାତ୍ରୀ !”

Design a site like this with WordPress.com
Get started