ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ । ୧୫୬ ରନ କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୧୫୭ ରନର ଟାର୍ଗେଟ ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ ମ୍ୟାଚରେ ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ବିରାଟ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ ଦଳ ୨୦ ଓଭରରେ ୧୫୬ ରନ କରିବାରେ ସଫଳ ହୋଇଛି । ଏବେ ଇଂଲଣ୍ଡ ଆଗରେ ୧୫୭ ରନର ବିଜୟ ଲକ୍ଷ୍ୟ ରହିଛି । ଇଂଲଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତିContinue reading “ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ । ୧୫୬ ରନ କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୧୫୭ ରନର ଟାର୍ଗେଟ ।”

ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ଏପ୍ରିଲ ୧୭ରେ ପଡ଼ିବ ଭୋଟ୍, ମେ’ ୨ରେ ଫଳାଫଳ । ପ୍ରାର୍ଥୀ ଖୋଜିବା ପାଇଁ ତିନି ପ୍ରମୁଖ ଦଳର କସରତ ।

କନକ ବ୍ୟୁରୋ: ଯେଉଁ ତାରିଖକୁ ତିନି ପ୍ରମୁଖ ରାଜନୈତିକ ଦଳ ଅନେଇ ବସିଥିଲେ ସେହି ତାରିଖ ଘୋଷଣା ହୋଇଛି । ଏପ୍ରିଲ ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ । ଏନେଇ ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ତାରିଖ । ମାର୍ଚ୍ଚ ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ସୀମା ହେଲା ଏପ୍ରିଲ ୩ ତାରିଖ ।Continue reading “ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ଏପ୍ରିଲ ୧୭ରେ ପଡ଼ିବ ଭୋଟ୍, ମେ’ ୨ରେ ଫଳାଫଳ । ପ୍ରାର୍ଥୀ ଖୋଜିବା ପାଇଁ ତିନି ପ୍ରମୁଖ ଦଳର କସରତ ।”

ଓଡ଼ିଶା ବିଜେପିର ଚେହେରା କିଏ? କନକ ନ୍ୟୁଜ୍ ପ୍ରଶ୍ନର ଉତ୍ତର ରଖିଲେ ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ।

କନକ ବ୍ୟୁରୋ: ଓଡ଼ିଶା ବିଜେପିର ଚେହେରା କିଏ? ସବୁବେଳେ ଏହାକୁ ନେଇ ପ୍ରଶ୍ନ ହୁଏ । ଆଉ ଏହି ପ୍ରଶ୍ନର ଉତର ରଖିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । କନକ ନ୍ୟୁଜକୁ ଏକ ଏକ୍ସକ୍ଳୁସିଭ୍ ସାକ୍ଷତକାର ଦେଇ ପୁରନ୍ଦେଶ୍ୱରୀ କହିଛନ୍ତି-ବିଜେପି କାର୍ଯ୍ୟକର୍ତ୍ତା ଓଡ଼ିଶାର ନେତା । ଲୋକଙ୍କ ଆଶୀର୍ବାଦ ମିଳିଲେ, ଦଳ ନେବ ନିଷ୍ପତି । ସେହିପରି ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ ଏବଂ ପିପିଲି ଉପ-ନିର୍ବାଚନ ପ୍ରସଙ୍ଗରେ ମତ ରଖିଛନ୍ତି ଓଡ଼ିଶା ବିଜେପିContinue reading “ଓଡ଼ିଶା ବିଜେପିର ଚେହେରା କିଏ? କନକ ନ୍ୟୁଜ୍ ପ୍ରଶ୍ନର ଉତ୍ତର ରଖିଲେ ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ।”

କରୋନାର ନୂଆ ନୂଆ ରୂପକୁ ନେଇ ସତର୍କ କଲେ ରାଜ୍ୟ ସରକାର । ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ ୭ ଦିନିଆ ପୃଥକ ବାସ, ସମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ

କନକ ବ୍ୟୁରୋ: କରୋନାର ନୂଆ ରୂପ ଚିନ୍ତା ବଢ଼ାଉଥିବା ବେଳେ ଓଡ଼ିଶାରେ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୁଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏହାରି ଭିତରେ ଓଡ଼ିଶାରେ ଟିକାକରଣ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରାଯାଇଛି । ରାଜ୍ୟରେ ମୋଟ୍Continue reading “କରୋନାର ନୂଆ ନୂଆ ରୂପକୁ ନେଇ ସତର୍କ କଲେ ରାଜ୍ୟ ସରକାର । ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ ୭ ଦିନିଆ ପୃଥକ ବାସ, ସମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ”

ଶାସକ-ବିରୋଧୀ ନାରାବାଜି ଓ ହୋହଲ୍ଲା ଭିତରେ ବିଧାନସଭା ଅଚଳ । ୪ ଦିନ ହେଲା, ବିଧାୟକଙ୍କ କ୍ଷମା ଦାବିରେ ଅଡି ବସିଛି ବିଜେଡି । ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା ।

କନକ ବ୍ୟୁରୋ: ବିଧାନସଭା ଲାଗାତାର ଚତୁର୍ଥ ଦିନ ପାଇଁ ଅଚଳ । ଶାସକ- ବିରୋଧିଙ୍କ ମୁହାଁମୁହିଁ ସ୍ଥିତି ଯୋଗୁଁ ଲୋକଙ୍କ ପ୍ରସଙ୍ଗ ପଛକୁ ଠେଲିହୋଯାଇଇଛି । ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନାହିଁ । ବୈଠକରୁ ଅଧାରୁ ଓହରି ଆସିଛି କଂଗ୍ରେସ । ମଣ୍ଡି ସମସ୍ୟା ନେଇ ବିରୋଧୀ ଗୃହରେ ହଟ୍ଟଗୋଳ କରୁଥିବାବେଳେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ସୁବାସ ପାଣିଗ୍ରାହୀଙ୍କ କ୍ଷମା ଦାବିରେ ଗୃହକୁ ଅଚଳ କରିଛି ବିଜେଡି । ଆଉContinue reading “ଶାସକ-ବିରୋଧୀ ନାରାବାଜି ଓ ହୋହଲ୍ଲା ଭିତରେ ବିଧାନସଭା ଅଚଳ । ୪ ଦିନ ହେଲା, ବିଧାୟକଙ୍କ କ୍ଷମା ଦାବିରେ ଅଡି ବସିଛି ବିଜେଡି । ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା ।”

ସୁରଟ ଆଡୁ ଓଡ଼ିଶାକୁ ପୁଣି ଆସିବ କି ସଙ୍କଟ ? ସୁରଟ ସମେତ ଗୁଜୁରାଟର ୪ ସହରରେ ନାଇଟ୍ କର୍ଫ୍ୟୁ, ଓଡ଼ିଶା ଫେରିବାକୁ ଅଣ୍ଟା ଭିଡିଲେଣି ପ୍ରବାସୀ । ଗଞ୍ଜାମରେ ପୁଣି ଫେରିବନି ତ’ ଗତବର୍ଷର ଭୟ ?

କନକ ବ୍ୟୁରୋ : କରୋନାର ବିଭୀଷିକା ସେତେବେଳେ ଉଗ୍ରରୂପ ନେଇଥିଲା ଯେତେବେଳେ ପ୍ରବାସୀ ଓଡିଆମାନେ ସୁରଟରୁ ଓଡିଶା ମୁହାଁ ହୋଇଥିଲେ । ଗତବର୍ଷ କରୋନା ସଂକ୍ରମଣ ବଢିବା ସମୟରେ ପ୍ରାୟ ୪ଲକ୍ଷ ପ୍ରବାସୀ ଓଡିଆ ଫେରିଥିବା ବେଳେ ୭୦ ପ୍ରତିଶତ ସୁରଟରୁ ଗଞ୍ଜାମକୁ ଫେରିଥିଲେ । ଆଉ ଏବେ ଗୁଜରାଟରେ ଗୋଟିଏ ଦିନରେ ୮୦୦ରୁ ଅଧିକ ସଂକ୍ରମିତ ହେବା ଏବଂ ଗୁଜୁରାଟରେ ସୁରଟ ସଂକ୍ରମଣ ହାରରେ ଏକ ନମ୍ବର ସ୍ଥାନରେ ରହିବା, ପ୍ରବାସୀ ଓଡିଆଙ୍କୁ ପୁଣି ଥରେContinue reading “ସୁରଟ ଆଡୁ ଓଡ଼ିଶାକୁ ପୁଣି ଆସିବ କି ସଙ୍କଟ ? ସୁରଟ ସମେତ ଗୁଜୁରାଟର ୪ ସହରରେ ନାଇଟ୍ କର୍ଫ୍ୟୁ, ଓଡ଼ିଶା ଫେରିବାକୁ ଅଣ୍ଟା ଭିଡିଲେଣି ପ୍ରବାସୀ । ଗଞ୍ଜାମରେ ପୁଣି ଫେରିବନି ତ’ ଗତବର୍ଷର ଭୟ ?”

ବରଗଡରେ ଠାକୁର ଜମିକୁ ବି ଛାଡିଲେନି ଦଲାଲ । ମାଆ ସମଲେଶ୍ୱରୀଙ୍କୁ ଜମିକୁ ନିଜ ନାଁରେ କରିନେଇଛନ୍ତି ମାଫିଆ । 

କନକ ବ୍ୟୁରୋ: ବରଗଡ଼ ସମଲେଶ୍ୱରୀ ମନ୍ଦିର ନାମରେ ଥିବା ଜମିକୁ କିଛି ଖଲ ବ୍ୟକ୍ତି ବିକ୍ରି ମସୁଧା ଚଳାଇ ଥିବା ଅଭିଯୋଗ ହୋଇଛି। ଏନେଇ ସମଲେଶ୍ବରୀ ମନ୍ଦିର କମିଟି ପକ୍ଷରୁ ବରଗଡ଼ ଉପଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ବରଗଡ଼ ସମଲେଶ୍ବରୀ ମନ୍ଦିରର ଜାଗା ସହରର ବିଭିନ୍ନ ସ୍ଥାନରେ ରହିଥିବା ବେଳେ ସେଥିରୁ କିଛି ଜାଗାକୁ ନାମ ପରିବର୍ତ୍ତନ କରି ବିକ୍ରି ଉଦ୍ୟମ ଚାଲିଥିବା ଜଣାପଡିଛି। ତେବେ ଏହାର ତଦନ୍ତ କରିବା ପରେ ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନContinue reading “ବରଗଡରେ ଠାକୁର ଜମିକୁ ବି ଛାଡିଲେନି ଦଲାଲ । ମାଆ ସମଲେଶ୍ୱରୀଙ୍କୁ ଜମିକୁ ନିଜ ନାଁରେ କରିନେଇଛନ୍ତି ମାଫିଆ । “

କେନ୍ଦ୍ରର ଦ୍ୱାରସ୍ଥ ହେଲା ବିଜେପି ସଂସଦୀୟ ଦଳ । ମନ୍ତ୍ରୀ ପୀୟୁଷ ଗୋଏଲକୁ ଭେଟି ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ କରାଇଲେ ଅବଗତ

କନକ ବ୍ୟୁରୋ : ମଣ୍ଡିରୁ ଧାନ ସଂଗ୍ରହ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କେନ୍ଦ୍ରର ଦ୍ୱାରସ୍ଥ ହୋଇଛନ୍ତି ବିଜେପି ସଂସଦୀୟ ଦଳ । କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲକୁ ଭେଟି ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ସଂସଦୀୟ ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏଥିସହ କେନ୍ଦ୍ର ମନ୍ତ୍ରୀଙ୍କୁ ବିଜେପି ଟିମ୍ ସ୍ମାରକ ପତ୍ର ପ୍ରଦାନ କରିଛି । ଧାନ କିଣା ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ ସହ ନିର୍ଦ୍ଦେଶ ଦେବାକୁContinue reading “କେନ୍ଦ୍ରର ଦ୍ୱାରସ୍ଥ ହେଲା ବିଜେପି ସଂସଦୀୟ ଦଳ । ମନ୍ତ୍ରୀ ପୀୟୁଷ ଗୋଏଲକୁ ଭେଟି ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ କରାଇଲେ ଅବଗତ”

ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ । ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ ।

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । ଦଳ ପକ୍ଷରୁ ଦୁଇ ଓପନର ମୈଦାନକୁ ଓହ୍ଲାଇବେ । ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିବ । ଏହି ୫ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜର ୨ଟି ମ୍ୟାଚ ଖେଳ ସରିଛି । ୧-୧ରେ ବର୍ତ୍ତମାନ ସିରିଜ ବରାବରContinue reading “ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ । ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ ।”

ଶୋଷିଲା ସମୁଦ୍ର କୂଳିଆ ଗ୍ରାମବାସୀ । ଗାଁରେ ପହଞ୍ଚି ପାରୁନାହିଁ ଆବଶ୍ୟକ ପରିମାଣର ପାଇପ୍ ପାଣି । ଜଳ ଯନ୍ତ୍ରଣା ଭୋଗୁଛନ୍ତି ଅସ୍ତରଙ୍ଗର ୩୦ ହଜାର ଲୋକ ।

କନକ ବ୍ୟୁରୋ : ପିଇବା ପାଣି ସଙ୍କଟ ଦୂର କରିପାରୁନି ସରକାରଙ୍କ ପାନୀୟ ଜଳ ପ୍ରକଳ୍ପ । ବର୍ଷ ବର୍ଷ ଧରି ଜଳକଷ୍ଟ ଭୋଗୁଛନ୍ତି ଅସ୍ତରଙ୍ଗ ବ୍ଳକର ୭ଟି ସମୁଦ୍ର କୂଳିଆ ପଞ୍ଚାୟତବାସୀ । ୩୦ ହଜାର ଲୋକଙ୍କ ପିଇବା ପାଣି ସଂକଟ ଦୂର କରିବା ପାଇଁ ୨୦୦୫ରୁ ରାଜ୍ୟର ସର୍ବବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଆସୁଛି । ପ୍ରାଚୀ ନଦୀରୁ ପାଣି ଉଠାଇ ବିଶୋଧନ କରି ଯୋଗାଇ ଦିଆଯାଇଛି । ହେଲେ ପିଇବା ପାଣିContinue reading “ଶୋଷିଲା ସମୁଦ୍ର କୂଳିଆ ଗ୍ରାମବାସୀ । ଗାଁରେ ପହଞ୍ଚି ପାରୁନାହିଁ ଆବଶ୍ୟକ ପରିମାଣର ପାଇପ୍ ପାଣି । ଜଳ ଯନ୍ତ୍ରଣା ଭୋଗୁଛନ୍ତି ଅସ୍ତରଙ୍ଗର ୩୦ ହଜାର ଲୋକ ।”

Design a site like this with WordPress.com
Get started