ଏପ୍ରିଲ ୧୭ରେ ହେବ ପିପିଲି ଉପ-ନିର୍ବାଚନ । ପ୍ରଦୀପଙ୍କ ଦେହାନ୍ତ ପରେ ଫାଙ୍କା ପଡିଛି ପିପିଲି ଆସନ, ଜାଣନ୍ତୁ ଟିକେଟ ରେସରେ ଅଛନ୍ତି କିଏ?

କନକ ବ୍ୟୁରୋ : ପିପିଲି ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଏପ୍ରିଲ ୧୭ରେ ହେବ ପିପିଲି ଉପ-ନିର୍ବାଚନ । ଏନେଇ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ ୩ ରହିଛି । ଏପ୍ରିଲ ୧୭ରେ ମତଦାନ ହେବାକୁ ଥିବା ବେଳେ ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।Continue reading “ଏପ୍ରିଲ ୧୭ରେ ହେବ ପିପିଲି ଉପ-ନିର୍ବାଚନ । ପ୍ରଦୀପଙ୍କ ଦେହାନ୍ତ ପରେ ଫାଙ୍କା ପଡିଛି ପିପିଲି ଆସନ, ଜାଣନ୍ତୁ ଟିକେଟ ରେସରେ ଅଛନ୍ତି କିଏ?”

ଲଟେରି ଉଠିଲେ ମିଳୁଛି ପାଣି । ନହେଲେ ଖାଲି ହାତରେ ଘରକୁ ଫେରୁଛନ୍ତି ମହିଳା । ଖରା ଆରମ୍ଭରୁ ଛତ୍ରପୁରରୁ ଆସିଲା ଜଳ କଷ୍ଟର ଅଭାବନୀୟ ଚିତ୍ର ।

କନକ ବ୍ୟୁରୋ : ପାଣି ପାଇଁ ଲଟେରି, ଏହି କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ପ୍ରତିଦିନ ସକାଳୁ ପାଣି ଆସିବା ପୂର୍ବରୁ ଲଟେରି ଆରମ୍ଭ ହୋଇଯାଏ । ଯାହାର ୧ ରୁ ୫ ନମ୍ବର ଭିତରେ ରହିଲା ତାକୁ ହିଁ ପାଣି ମିଳିବ । ଆଉ ସମସ୍ତେ ନିରାସ ହୋଇ ଘରକୁ ଫେରିବେ । ଏହିଭଳି ଅନେକ ଦିନ ଧରିContinue reading “ଲଟେରି ଉଠିଲେ ମିଳୁଛି ପାଣି । ନହେଲେ ଖାଲି ହାତରେ ଘରକୁ ଫେରୁଛନ୍ତି ମହିଳା । ଖରା ଆରମ୍ଭରୁ ଛତ୍ରପୁରରୁ ଆସିଲା ଜଳ କଷ୍ଟର ଅଭାବନୀୟ ଚିତ୍ର ।”

ପାରଦୀପ ବେଳାଭୂମିରୁ ବେଧଡକ ଚାଲିଛି ବାଲି ଚୋରି । ରାତିରେ ସକ୍ରିୟ ହେଉଛନ୍ତି ମାଫିଆ, ଟ୍ରାକ୍ଟର ଯୋଗେ ବୋହି ନେଉଛନ୍ତି ବାଲି, ପାଟ୍ରୋଲିଂ ସତ୍ୱେ ଜାଣି ପାରୁନି ପୁଲିସ ।

କନକ ବ୍ୟୁରୋ : ସମୁଦ୍ର ବେଳାଭୂମିରୁ ଚାଲିଛି ବେଧଡକ ବେଆଇନ ବାଲି ଚାଲାଣ । ରାତି ୧୨ଟା ଠାରୁ ପାରାଦୀପ ଷଣ୍ଡକୁଦ ବସ୍ତି ଠାରୁ ବନ୍ଦର ୫ ନମ୍ବର ଗେଟ୍ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଚାଲିଛି ବାଲି ମାଫିଆଙ୍କ ରାଜ । ଟ୍ରାକ୍ଟର ଓ ଡମ୍ପର ଗାଡି ଦ୍ୱାରା ଲୁଟି ନେଉଛନ୍ତି ଟ୍ରିପ ଟ୍ରିପ ବାଲି । ବେଳାଭୂମିରୁ ବାଲି ଚୋରି । ରାତିର ଅନ୍ଧାର ଭିତରେ ଚାଲିଛି କଳା କାରବାର । ବନ୍ଦରନଗରୀ ଶୋଇ ପଡିବାContinue reading “ପାରଦୀପ ବେଳାଭୂମିରୁ ବେଧଡକ ଚାଲିଛି ବାଲି ଚୋରି । ରାତିରେ ସକ୍ରିୟ ହେଉଛନ୍ତି ମାଫିଆ, ଟ୍ରାକ୍ଟର ଯୋଗେ ବୋହି ନେଉଛନ୍ତି ବାଲି, ପାଟ୍ରୋଲିଂ ସତ୍ୱେ ଜାଣି ପାରୁନି ପୁଲିସ ।”

ଜମି କିଣୁଥିଲେ ସାବଧାନ, ମାତିଛନ୍ତି ଜମି ଦଲାଲ୍ । ଜଣଙ୍କ ଜମିରେ ଅନ୍ୟଜଣଙ୍କୁ ଠିଆ କରି କରୁଛନ୍ତି ବିକ୍ରି ।

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ଜମି କିଣୁଥିଲେ ସାବଧାନ ହୋଇଯାଆନ୍ତୁ । କାରଣ ଜୟପୁର ଓ ଏହାର ଆଖପାଖ ଅଞ୍ଚଳରେ ବେଶ ସକ୍ରିୟ ଅଛନ୍ତି ଜମି ଦଲାଲ । ଜୟପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ହେଉଛି । ଜଣଙ୍କ ଜମିକୁ ଚଂଚକତା କରି ନିଜର କରୁଛନ୍ତି ଦଲାଲ, ଏବଂ ପରେ ଅନ୍ୟକୁ ବିକ୍ରି କରି ଦେଉଛନ୍ତି । ଖାଲି ଏତିକି ନୁହେଁ, ଆହୁରି ଅନେକ କେଳେଙ୍କାରୀ ହେଉଛି । କେବଳ ଜୟପୁର ନୁହେଁ ମାଛକୁଣ୍ଡ ତହସିଲରେContinue reading “ଜମି କିଣୁଥିଲେ ସାବଧାନ, ମାତିଛନ୍ତି ଜମି ଦଲାଲ୍ । ଜଣଙ୍କ ଜମିରେ ଅନ୍ୟଜଣଙ୍କୁ ଠିଆ କରି କରୁଛନ୍ତି ବିକ୍ରି ।”

ସାଲୁ କରିବ ସବୁ କାମ । ପାଠ ପଢାଇବ, ଲୋକଙ୍କୁ ଚିହ୍ନିବ । ଅଙ୍କ କଷିବା ସହ ମଣିଷ ପରି ୯ଟି ଭାଷାରେ କଥା ହେବ ଅଦରକାରୀ ବସ୍ତୁରୁ ତିଆରି ଭାରତର ହ୍ୟୁମାନ ରୋବର୍ଟ ସାଲୁ ।

କନକ ବ୍ୟୁରୋ: ବର୍ଜ୍ୟବସ୍ତୁରୁ ହ୍ୟୁମାନ ରୋବର୍ଟ । ଅଦରକାରୀ ଜିନିଷରୁ ତିଆରି ହେଲା ଦେଶୀ ରୋବର୍ଟ । ହଂକଂର ସୋଫିଆ ଭଳି ଭାରତରେ ତିଆରି ହେଲା ସାଲୁ । ସୋଫିଆକୁ ଲକ୍ଷ୍ୟ କରି ଭାରତରେ ତିଆରି ହେଲା ଦେଶୀ ହ୍ୟୁମାନ ରୋବର୍ଟ । ଯାହା ବିଦେଶୀ ହ୍ୟୁମାନ ରୋବର୍ଟ ସୋଫିଆ ଠାରୁ ଅନେକ ଗୁଣରେ ଭଲ । ତେବେ ଆପଣ ଅତ୍ୟାଧୁନିକ ହ୍ୟୁମାନ ରୋବୋଟ ସୋଫିଆ ବିଷୟରେ ପୂର୍ବରୁ ନିଶ୍ଚିୟ ଶୁଣିଥିବେ । କିନ୍ତୁ ନିକଟରେ ଆଇଆଇଟିContinue reading “ସାଲୁ କରିବ ସବୁ କାମ । ପାଠ ପଢାଇବ, ଲୋକଙ୍କୁ ଚିହ୍ନିବ । ଅଙ୍କ କଷିବା ସହ ମଣିଷ ପରି ୯ଟି ଭାଷାରେ କଥା ହେବ ଅଦରକାରୀ ବସ୍ତୁରୁ ତିଆରି ଭାରତର ହ୍ୟୁମାନ ରୋବର୍ଟ ସାଲୁ ।”

ଆଖି ଆଗରେ ଅପରାଧ ଦେଖିଲେ ହ୍ୱାଟ୍ସଆପ କରନ୍ତୁ, ପୋଲିସକୁ ଜଣାନ୍ତୁ । ରାଜଧାନୀରେ ଅପରାଧ ରୋକିବାକୁ ପୋଲିସ ଦେଲା ହ୍ୱାଟ୍ସଆପ ନମ୍ବର…

କନକ ବ୍ୟୁରୋ: ହତ୍ୟା, ଲୁଟ, ଚୋରି, ଡକାୟତି, ଦୁଷ୍କର୍ମ, ଛିନତାଇ, ରାହାଜାନି ଓ ଦୁର୍ବ୍ୟବହାର… ରାଜଧାନୀରେ ବଢି ଚାଲିଛି ଏମିତି କିଛି ଅପରାଧ । ରାତି ପାହିଲେ ଅପରାଧ, ସଞ୍ଜ ନଇଁଲେ ଅପରାଧ । ଏବେ ଅପରାଧୀଙ୍କ ଆଡ୍ଡା ପାଲଟିଛି ରାଜଧାନୀ । କେଉଁଠି ବନ୍ଧୁକ ଗର୍ଜୁଛି ତ କେଉଁଠି ଖଣ୍ଡା ବୁଲୁଛି । ପୁଣି କେଉଁଠି ନିଶା ଦେଇ ଲୁଟୁଛନ୍ତି ଲୁଟେରା । ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହତ୍ୟା ଘଟଣା ଲୋକଙ୍କContinue reading “ଆଖି ଆଗରେ ଅପରାଧ ଦେଖିଲେ ହ୍ୱାଟ୍ସଆପ କରନ୍ତୁ, ପୋଲିସକୁ ଜଣାନ୍ତୁ । ରାଜଧାନୀରେ ଅପରାଧ ରୋକିବାକୁ ପୋଲିସ ଦେଲା ହ୍ୱାଟ୍ସଆପ ନମ୍ବର…”

ଓଡ଼ିଶା ଆସିବେ ରାଷ୍ଟ୍ରପତି । ମାର୍ଚ୍ଚ ୨୧, ୨୨ରେ ୨ ଦିନିଆ ଓଡ଼ିଶା ଗସ୍ତର ରହିଛି କାର୍ଯ୍ୟକ୍ରମ ।

କନକ ବ୍ୟୁରୋ : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ମାର୍ଚ୍ଚ ୨୧ ଏବଂ ୨୨ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଗସ୍ତ ସମୟରେ ରାଉରକେଲାରେ ଆରଏସପି ଦ୍ୱାରା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲର ଉଦଘାଟନ କରିବେ ରାଷ୍ଟ୍ରପତି । Called on Hon President Sh. Ram Nath Kovind today to extend a formal invitation to him for his forthcoming visitContinue reading “ଓଡ଼ିଶା ଆସିବେ ରାଷ୍ଟ୍ରପତି । ମାର୍ଚ୍ଚ ୨୧, ୨୨ରେ ୨ ଦିନିଆ ଓଡ଼ିଶା ଗସ୍ତର ରହିଛି କାର୍ଯ୍ୟକ୍ରମ ।”

ଗୁଜୁରାଟର ୪ ସହରରେ ଜାରି ହେଲା ନାଇଟ୍ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୬ଟା ଯାଏଁ ଲାଗିଲା କଟକଣା ।

କନକ ବ୍ୟୁରୋ : କରୋନା ସଂକ୍ରମଣ ଗୁଜୁରାଟରେ ଉଦବେଗଜନକ ଭାବେ ବଢିଥିବା ବେଳେ ରାଜ୍ୟର ୪ଟି ସହରରେ ନାଇଟ କର୍ଫ୍ୟୁ ଜାରି କରିଛି ପ୍ରଶାସନ । ଗୁଜରାଟର ସୁରଟ, ରାଜକୋଟ, ଅହମ୍ମଦାବାଦ, ବଡୋଦରାରେ ମହାନଗର ନିଗମ ନାଇଟ କର୍ଫ୍ୟୁ ଜାରି କରିଛି । ମାର୍ଚ୍ଚ ୧୭ ତାରିଖରୁ ୩୧ ତାରିଖ ଯାଏଁ ଏହି ୪ଟି ସହରରେ ରାତି ୧୦ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ବଳବତର ରହିବ । ତେବେ ଗୁଜୁରାଟ ଦେଶରେ ସେହି ରାଜ୍ୟContinue reading “ଗୁଜୁରାଟର ୪ ସହରରେ ଜାରି ହେଲା ନାଇଟ୍ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୬ଟା ଯାଏଁ ଲାଗିଲା କଟକଣା ।”

SCBରେ ପଙ୍ଖା ପଡି ବୁଦ୍ଧାଙ୍କ ମୃତ୍ୟୁ ଘଟଣାରେ ଉତ୍ତେଜନା, ମୃତଦେହକୁ ରଖି ଧାରଣା ଦେଲେ ସଂପର୍କୀୟ । 

କନକ ବ୍ୟୁରୋ: କଟକ ବଡ ମେଡିକାଲରେ ପଙ୍ଖା ପଡି ବୁଦ୍ଧାଙ୍କ ମୃତ୍ୟୁ ଘଟଣାରେ ଉତ୍ତେଜନା । ମୃତଦେହକୁ ରଖି ଧରଣା ଦେଲେ ମୃତକଙ୍କ ସଂପର୍କୀୟ । ୨ଦିନ ତଳେ ଜଣେ ମହିଳା କଟକ ଏସସିବିର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ଉପରେ ଛିଣ୍ଡି ପଡିଥିଲା ଫ୍ୟାନ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଏହାପରେ ହସ୍ପିଟାଲ ବିରୋଧରେ ଧାରଣା ଦେଇଛନ୍ତି ମୃତଙ୍କContinue reading “SCBରେ ପଙ୍ଖା ପଡି ବୁଦ୍ଧାଙ୍କ ମୃତ୍ୟୁ ଘଟଣାରେ ଉତ୍ତେଜନା, ମୃତଦେହକୁ ରଖି ଧାରଣା ଦେଲେ ସଂପର୍କୀୟ । “

ନ୍ୟାୟ ପାଇଁ ପୁଲିସର ପାଦ ଧରିଲେ ଅଭିଯୋଗକାରୀ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ।

କନକ ବ୍ୟୁରୋ: ନ୍ୟାୟ ପାଇଁ ପୁଲିସର ପାଦ ଧରିଲେ ଅଭିଯୋଗକାରୀ । ପୁଲିସ ଠାରୁ ନ୍ୟାୟ ଆଶା କରି ନିରାଶ ହେବା ପରେ ଶେଷରେ ଏଭଳି କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ନ୍ୟାୟ ନପାଇ ଶେଷରେ ଗୋଡ ଧରିବାକୁ ପଛାଇ ନାହାନ୍ତି ଅଭିଯୋଗକାରୀ । ଏପରିକି ଜଣେ ଅଭିଯୋଗକାରୀ ଦେହରେ ପେଟ୍ରୋଲ ଢ଼ାଳି ଥାନା ଭିତରେ ଆତ୍ମାହୁତୀ ହେବାକୁ ଉଦ୍ୟମ କରିଛନ୍ତି । ମଙ୍ଗଳପୁର ପୁଲିସ ନାଁରେ ଆସିଛି ସାଘାଂତିକ ଅଭିଯୋଗ । ଅଭିଯୋଗକାରୀଙ୍କୁ ନ୍ୟାୟContinue reading “ନ୍ୟାୟ ପାଇଁ ପୁଲିସର ପାଦ ଧରିଲେ ଅଭିଯୋଗକାରୀ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ।”

Design a site like this with WordPress.com
Get started