ସମ୍ବଲପୁର କ୍ଷେତରାଜପୁରରୁ ଆସିଲା ଚିତ୍ର : କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ; ସିସିଟିଭିରେ କଏଦ ଗଣ୍ଡଗୋଳର ଦୃଶ୍ୟ 

କନକ ବ୍ୟୁରୋ : କମେଣ୍ଟମରାକୁ ନେଇ ଗୋଷ୍ଠୀ ସଂଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ହାତାହାତି । ସିସିଟିଭିରେ କଏଦ ହେଲା ଗଣ୍ଡଗୋଳର ଦୃଶ୍ୟ । ଗତକାଲି ସଂଧ୍ୟାରେ ସମ୍ବଲପୁର କ୍ଷେତରାଜପୁର ଥାନା ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ୨ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ସିସିଟିଭ ଫୁଟେଜରେ ଦେଖିବାକୁ ମିଳିଛି ଗୋଟିଏ ଗୋଷ୍ଠୀର ଜଣେ ଯୁବକଙ୍କୁ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ଏକ ଲୁହା ରଡରେ ଗୋଡାଇ ଗୋଡାଇ ମାରୁଛନ୍ତି ।Continue reading “ସମ୍ବଲପୁର କ୍ଷେତରାଜପୁରରୁ ଆସିଲା ଚିତ୍ର : କମେଣ୍ଟମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ; ସିସିଟିଭିରେ କଏଦ ଗଣ୍ଡଗୋଳର ଦୃଶ୍ୟ “

ମହିଳାଙ୍କୁ ଅସଦାଚରଣ କରି ପାନେ ପାଇଲେ ଥାନା ବାବୁ : ଅପରାଧୀଙ୍କ ପତ୍ନୀଙ୍କୁ ରାତି ଅଧରେ କରୁଥିଲେ ଫୋନ

କନକ ବ୍ୟୁରୋ : ନ୍ୟାୟ ଦେବା ଆଳରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କୁ ପ୍ରେମ ନିବେଦନ ସହ ଅସଦାଚରଣ କରିଲେ ଭଣ୍ଡାରିପୋଖରୀ ଥାନାର କର୍ତ୍ତବ୍ୟରତ ଜଣେ ହାବିଲଦାର । ଏନେଇ ଥାନାରେ ମହିଳା ଅଭିଯୋଗ କରିବା ପରେ ହାବିଲଦାରଙ୍କ ନାଁରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ପୋଲିସ ହାବିଲଦାରଙ୍କୁ ଥାନାରେ ଅଟକ ରଖି ଛାନଭିନ୍ କରୁଛି ପୋଲିସ । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଭଣ୍ଡାରିପୋଖରୀ ଥାନାରେ ଏକ ମାମଲା ରୁଜୁ ହୋଇଥିଲାContinue reading “ମହିଳାଙ୍କୁ ଅସଦାଚରଣ କରି ପାନେ ପାଇଲେ ଥାନା ବାବୁ : ଅପରାଧୀଙ୍କ ପତ୍ନୀଙ୍କୁ ରାତି ଅଧରେ କରୁଥିଲେ ଫୋନ”

ସରକାରଙ୍କ ଟିଆରପି ବଢିଛି କି କମିଛି ତାହା ଓଡ଼ିଶାବାସୀ କହିବେ, ବିଜେପି ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି : ବିଜେଡି ବିଧାୟକ ଧ୍ରୁବ ସାହୁ

କନକ ବ୍ୟୁରୋ : ବାରମ୍ବାର ଗୃହ ମୁଲତବିକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଶାସକ ଦଳକୁ ଟାର୍ଗେଟ କରିବା ପରେ ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ଶାସକଦଳର ଟିଆରପି କମୁଛି ବୟାନରେ ଧ୍ରୁବ କହିଛନ୍ତି ସରକାରୀ ଦଳର ଟିଆରପି କମିଛି କି ନାହିଁ ତାହା ଲୋକେ କହିବେ । ଅତୀତରେ ସରକାରଙ୍କ ଟିଆରପି ଉପରେ ଲୋକେ ମୋହର ଲଗାଇଛନ୍ତି, ଆଗାମୀ ଦିନରେ ଆହୁରି ଲଗାଇବେ । ଆଲୋଚନାContinue reading “ସରକାରଙ୍କ ଟିଆରପି ବଢିଛି କି କମିଛି ତାହା ଓଡ଼ିଶାବାସୀ କହିବେ, ବିଜେପି ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି : ବିଜେଡି ବିଧାୟକ ଧ୍ରୁବ ସାହୁ”

ବହୁଚର୍ଚ୍ଚିତ ଅନଲାଇନ ରିଚାର୍ଜ ଠକେଇ ଘଟଣା : ସାଙ୍ଗଭି ଏଜେନ୍ସି ମୁଖ୍ୟ ବିପ୍ର ପ୍ରସାଦ ସ୍ୱାଇଁ ଗିରଫ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଅନଲାଇନ୍ ରିଚାର୍ଜ ଠକେଇ ମାମଲାରେ କମ୍ପାନୀ ମୁଖ୍ୟ ବିପ୍ର ପ୍ରସାଦ ସ୍ୱାଇଁ ଗିରଫ । ତାଙ୍କ ନାଁରେ କୋଟି କୋଟି ଟଙ୍କାର ଠକେଇ ନେଇ ଅଭିଯୋଗ ରହିଛି । ସାଙ୍ଗଭି ଏଜେନ୍ସି ନାଁରେ ସାରା ରାଜ୍ୟରୁ ଠକିଥିଲେ କୋଟି କୋଟି ଟଙ୍କା । ପୂର୍ବରୁ ଏନେଇ କଟକରେ ଡିସିପିଙ୍କୁ ଭେଟିଥିିଲେ ଠକେଇର ଶିକାର ହୋଇଥିବା ଏଜେଂଟ । କମ୍ ଟଙ୍କାରେ ବର୍ଷକ ପାଇଁ ମୋବାଇଲ୍ ରିଚାର୍ଜ କରାଇଦେବାକୁ କେହି ଟଙ୍କାContinue reading “ବହୁଚର୍ଚ୍ଚିତ ଅନଲାଇନ ରିଚାର୍ଜ ଠକେଇ ଘଟଣା : ସାଙ୍ଗଭି ଏଜେନ୍ସି ମୁଖ୍ୟ ବିପ୍ର ପ୍ରସାଦ ସ୍ୱାଇଁ ଗିରଫ”

ସରକାରଙ୍କ ଟିଆରପି କମିଯାଇଛି, ଯେଉଁଥିପାଇଁ ଜାଣିଶୁଣି ଗୃହ ଚଳାଇ ଦେଉନାହିଁ ଶାସକ ଦଳ । ଗୃହର ଅଚଳାବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ମୋହନ ।

କନକ ବ୍ୟୁରୋ : ଲଗାତାର ୪ ଦିନ ହେବ ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏବେ ବିଧାନସଭାରେ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି ।  ବିରୋଧୀ ଦଳର କାମ ହେଉଛି ସରକାରଙ୍କ ଦୋଷ ତ୍ରୁଟିକୁ ସାମ୍ନାକୁ ଆଣିବା, ଗୃହର ମଧ୍ୟ ଭାଗକୁ ଯାଇ ପ୍ରଦର୍ଶନ କରିବା । କିନ୍ତୁ ସରକାରୀ ଦଳର ମନ୍ତ୍ରୀ, ବିଧାୟକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳContinue reading “ସରକାରଙ୍କ ଟିଆରପି କମିଯାଇଛି, ଯେଉଁଥିପାଇଁ ଜାଣିଶୁଣି ଗୃହ ଚଳାଇ ଦେଉନାହିଁ ଶାସକ ଦଳ । ଗୃହର ଅଚଳାବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ମୋହନ ।”

ଆଜି ବି ସମାନ ସ୍ଥିତି । ଲଗାତାର ଚତୁର୍ଥ ଦିନ ଗୃହରେ ଅଚଳାବସ୍ଥା ଜାରି, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ।

କନକ ବ୍ୟୁରୋ : ସ୍ୱାଭାବିକ ହେଉନି ବିଧାନସଭା । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଲଗାତାର ଚତୁର୍ଥ ଦିନରେ ଗୃହରେ ଅଚଳାବସ୍ଥା ଜାରି ରହିଛି । ଉଭୟ ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହରେ ଆଜି ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି ।  ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ସୁବାସଙ୍କ କ୍ଷମା ପ୍ରାର୍ଥନା ବିଜେଡି ଦାବି କରୁଥିବା ବେଳେ ମଣ୍ଡିContinue reading “ଆଜି ବି ସମାନ ସ୍ଥିତି । ଲଗାତାର ଚତୁର୍ଥ ଦିନ ଗୃହରେ ଅଚଳାବସ୍ଥା ଜାରି, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ।”

ବୈତରଣୀରୁ ବାଲି ଖୋଳୁ ଖୋଳୁ ଦୃଶ୍ୟମାନ ହେଲା ଅମୁହାଁ ଦେଉଳ : ଯାଜପୁର ଶିଦ୍ଧେଶ୍ବର ଘାଟ ନିକଟରେ ବାଲି ଖୋଳା ବେଳେ ବାହାରିଲା ଶିବଲିଙ୍ଗ

କନକ ବ୍ୟୁରୋ : ବୈତରଣୀରେ ବାଲି ଖୋଳୁ ଖୋଳୁ ଦୃଶ୍ୟମାନ ହେଲା ଅମୁହାଁ ଦେଉଳ । ଯାଜପୁର ଜିଲ୍ଲା ଦଶରଥ ତହସିଲ ଅଧିନ ଶିଦ୍ଧେଶ୍ବର ଘାଟ ନିକଟରେ ବୈତରଣୀ ଗର୍ଭରୁ ଏକ ଶିବଲିଙ୍ଗ ବାହାରିଥିବା ବେଳେ ଆଉ ୨ଟି ଅମୁହଁ ମନ୍ଦିର ଦୃଶ୍ୟମାନ ହୋଇଛି । ଶିଦ୍ଧେଶ୍ବର ମନ୍ଦିରରୁ ୨ଶହ ମିିଟର ଦୂରରେ ବୈତରଣୀ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ ହେଉଥିଲା । ଦିନ ରାତି ବାଲି ଉତ୍ତୋଳନ ହେଉଥିବାରୁ ସେଠାରେ ବିରାଟ ଗର୍ତ୍ତContinue reading “ବୈତରଣୀରୁ ବାଲି ଖୋଳୁ ଖୋଳୁ ଦୃଶ୍ୟମାନ ହେଲା ଅମୁହାଁ ଦେଉଳ : ଯାଜପୁର ଶିଦ୍ଧେଶ୍ବର ଘାଟ ନିକଟରେ ବାଲି ଖୋଳା ବେଳେ ବାହାରିଲା ଶିବଲିଙ୍ଗ”

ଯେସାକୁ ତେସା… । ବେଙ୍ଗାଲୁର ମହିଳାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କଲେ ଜୋମାଟୋ ଡେଲିଭରୀ ବୟ ।

କନକ ବ୍ୟୁରୋ : କିଛି ଦିନ ହେବ ଚର୍ଚ୍ଚାରେ ରହି ଆସିଥିବା ବେଙ୍ଗାଲୁରର ଜୋମାଟୋ ଡେଲିଭରୀ ବୟ ଅଭିଯୋଗକାରିଣୀ ମହିଳା ହିତେଶ ଚନ୍ଦ୍ରାଣୀଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଯେଉଁ ପୁଲିସ୍‌ ଷ୍ଟେସନରେ ପୂର୍ବରୁ ମହିଳା ଜଣକ ଡେଲଭରି ବୟଙ୍କ ନାମରେ ଅଭିଯୋଗ ଆଣିଥିଲେ ସେହି ସମାନ ପୁଲିସ୍‌ ଷ୍ଟେସନରେ ମହିଳାଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଡେଲିଭରି ବୟ କମରାଜ୍‌। ବରାଦ ବାତିଲ୍‌ କରିଦେବାରୁ କମରାଜ୍‌ ରାଗରେ ଆସି ମହିଳଙ୍କୁ ଆକ୍ରମଣ କରି ତାଙ୍କContinue reading “ଯେସାକୁ ତେସା… । ବେଙ୍ଗାଲୁର ମହିଳାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କଲେ ଜୋମାଟୋ ଡେଲିଭରୀ ବୟ ।”

ସିଆରଜେଡ ନିୟମର ଖୋଲା ଉଲ୍ଲଂଘନ, ବେଳାଭୂମିରୁ ରାତିଅଧିଆ ବାଲି ଲୁଟ୍ ।

କନକ ବ୍ୟୁରୋ : ପାରାଦୀପରେ ସମୁଦ୍ର ବେଳାଭୂମିରେ ବିଳମ୍ବିତ ରାତିରେ ବେଆଇନ ଭାବେ ବାଲି ଚାଲାଣ ହେଉଛି। ଷଣ୍ଢକୁଦ ବସ୍ତିଠାରୁ ବନ୍ଦରର ୫ ନଂ ଗେଟ୍ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏହି ଲୁଟ୍ ଚାଲିଛି। ଏ ସମ୍ପର୍କରେ ସମସ୍ତେ ସବୁ କିଛି ଜାଣି ଚୁପ୍ ବସିଛନ୍ତି। ବିନା ଅନୁମତିରେ କେତେକ ଅସାଧୁ ବ୍ୟବସାୟୀ ଏହି ବେପାର ଚଳାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଁଚି ଯିବାରୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ସିଆରଜେଡ୍ ଆଇନ ଅନୁଯାୟୀContinue reading “ସିଆରଜେଡ ନିୟମର ଖୋଲା ଉଲ୍ଲଂଘନ, ବେଳାଭୂମିରୁ ରାତିଅଧିଆ ବାଲି ଲୁଟ୍ ।”

ଖରା ଆରମ୍ଭରୁ ଜଳ କଷ୍ଟର ଅଭାବନୀୟ ଚିତ୍ର : ଗଂଜାମ ଛତ୍ରପୁରରେ ପାଣି ପାଇଁ ଲାଗୁଛି ମହିଳାଙ୍କ ଲମ୍ବା ଧାଡ଼ି; ଲଟେରି ଉଠିଲେ ମିଳୁଛି ପାଣି

କନକ ବ୍ୟୁରୋ : ଖରା ଆରମ୍ଭରୁ ଜଳକଷ୍ଟର ସାଙ୍ଗାତିକ ଚିତ୍ର ସାମ୍ନାକୁ ଆସିଛି । ପାଣି ପାଇଁ ଲୋକେ କିଭଳି ଡହଳ ବିକଳ ହେଉଛନ୍ତି, ନଦେଖିଲେ ବିଶ୍ୱାସ କରିପାରିବେନି । ଗଞ୍ଜାମ ଛତ୍ରପୁରରେ ଘରର ମହିଳାମାନେ ପାଣି ପାଇଁ ଧାଡି ଲଗାଉଛନ୍ତି । ପାଣି ଷ୍ଟାଣ୍ଡପୋଷ୍ଟ ନିକଟରେ ସକାଳୁ ସକାଳୁ ମହିଳାମାନଙ୍କ ଧାଡି ଲାଗି ଯାଉଛି । ହେଲେ ବିଡମ୍ବନାର କଥାହେଲା, ଦିନକୁ ମାତ୍ର ଥରୁଟିଏ ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁଥିବାରୁ ଏଠାରେ ମହିଳାଙ୍କ ଭିତରେ ପାଣିପାଇଁ ଗଣ୍ଡଗୋଳContinue reading “ଖରା ଆରମ୍ଭରୁ ଜଳ କଷ୍ଟର ଅଭାବନୀୟ ଚିତ୍ର : ଗଂଜାମ ଛତ୍ରପୁରରେ ପାଣି ପାଇଁ ଲାଗୁଛି ମହିଳାଙ୍କ ଲମ୍ବା ଧାଡ଼ି; ଲଟେରି ଉଠିଲେ ମିଳୁଛି ପାଣି”

Design a site like this with WordPress.com
Get started