ଆଜି ବି ବନ୍ଦ ରହିବ ବ୍ୟାଙ୍କ : ଘରୋଇ କରଣକୁ ବିରୋଧ କରି ଦୁଇ ଦିନିଆ ଧର୍ମଘଟ ଚଳାଇଛନ୍ତି କର୍ମଚାରୀ

କନକ ବ୍ୟୁରୋ : ଆଜି ବି ବନ୍ଦ ରହିବ ବ୍ୟାଙ୍କ । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ସର୍ବଭାରତୀୟ ସ୍ତରରେ ଏହି ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହୋଇଛନ୍ତି । ବ୍ୟାଙ୍କ କର୍ମଚାରୀ ଦୁଇ ଦିନିଆ ଧର୍ମଘଟ ଘୋଷଣା କରିଥିବାରୁ ଗତକାଲି ବ୍ୟାଙ୍କContinue reading “ଆଜି ବି ବନ୍ଦ ରହିବ ବ୍ୟାଙ୍କ : ଘରୋଇ କରଣକୁ ବିରୋଧ କରି ଦୁଇ ଦିନିଆ ଧର୍ମଘଟ ଚଳାଇଛନ୍ତି କର୍ମଚାରୀ”

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ଯଶପ୍ରୀତ ବୁମରା । ଧରିଲେ ଜୀବନସାଥୀ ସଞ୍ଜନାଙ୍କ ହାତ।

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ୟର୍କର ମାଷ୍ଟର ଜଶପ୍ରିତ ବୁମରାଙ୍କୁ କ୍ଳିନ ବୋଲଡ କଲେ ସଞ୍ଜନା ଗଣେଶନ । ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟ ଦଳର ଦ୍ରୃତତମ ବୋଲର ଜଶପ୍ରିତ ବୁମରା । ଆଜି ଗୋଆରେ ତାଙ୍କର ବିବାହ ଅନୁଷ୍ଠିତ ହୋଇଛି । କରୋନା କଟକଣା ଭିତରେ ହାତ ଗଣତି କିଛି ଅତିଥି ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ସରିଛି ବିବାହ । ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କ ହାତ ଧରିଛନ୍ତି ଜଶପ୍ରିତContinue reading “ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ଯଶପ୍ରୀତ ବୁମରା । ଧରିଲେ ଜୀବନସାଥୀ ସଞ୍ଜନାଙ୍କ ହାତ।”

ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବୋମା ଭର୍ତ୍ତି କାର ଜବତ ଘଟଣା । ମୁମ୍ବାଇର ପୁଲିସ ଅଧିକାରୀ ସଚିନ ୱାଜେଙ୍କୁ ରିମାଣ୍ଡରେ ନେଲା ଏନଆଇଏ ।

କନକ ବ୍ୟୁରୋ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରୁ ବୋମା ଭର୍ତ୍ତି କାର ଜବତ ମାମଲାରେ ଫସିଛନ୍ତି ମୁମ୍ବାଇ ପୁଲିସର ବରିଷ୍ଠ ଅଧିକାରୀ ସଚିନ ୱାଜେ । ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବା ପରେ ସଚିନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଜେରା କରୁଛି ଏନଆଇଏ । ଆଂଟିଲିଆ ନିକଟରେ ସିସିଟିଭିରେ ଥିବା ପିପିଇ କିଟ୍ ପିନ୍ଧା ସନ୍ଦିଗ୍ଧ ବ୍ୟକ୍ତି ଜଣକ ସଚିନ ବୋଲି ଦାବି କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ।Continue reading “ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବୋମା ଭର୍ତ୍ତି କାର ଜବତ ଘଟଣା । ମୁମ୍ବାଇର ପୁଲିସ ଅଧିକାରୀ ସଚିନ ୱାଜେଙ୍କୁ ରିମାଣ୍ଡରେ ନେଲା ଏନଆଇଏ ।”

ବ୍ୟାଙ୍କ ଘରୋଇକରଣ ବିରୋଧ କରି କର୍ମଚାରୀଙ୍କ ଆନ୍ଦୋଳନ । ବନ୍ଦ ରହିଲା ବ୍ୟାଙ୍କ କାରବାର ଓ କ୍ଲିୟରିଂ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତ୍ତିକୁ ବିରୋଧକରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ମାର୍ଚ୍ଚ ୧୫ ଓ ୧୬ ଦୁଇ ଦିନ ପାଇଁ ବ୍ୟାଙ୍କ କର୍ମଚାରୀ ଧର୍ମଘଟ ଘୋଷଣା କରିଥିବାରୁ ବନ୍ଦ ରହିଛି ବ୍ୟାଙ୍କରେ କାରବାର । ଫଳରେ ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛିContinue reading “ବ୍ୟାଙ୍କ ଘରୋଇକରଣ ବିରୋଧ କରି କର୍ମଚାରୀଙ୍କ ଆନ୍ଦୋଳନ । ବନ୍ଦ ରହିଲା ବ୍ୟାଙ୍କ କାରବାର ଓ କ୍ଲିୟରିଂ ।”

କାୟା ମେଲାଉଛି କରୋନା । ଦିନକରେ ଦେଶରେ ୨୬ ହଜାର ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ । ଗତ ୮୫ ଦିନ ଭିତରେ ସର୍ବାଧିକ ଦୈନିକ ସଂକ୍ରମଣ ।

କନକ ବ୍ୟୁରୋ: ଦିନକ ମଧ୍ୟରେ ଦେଶରେ ୨୬ ହଜାର ୨୯୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ୧୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦେଶରେ ବିଶେଷ କରି ମହାରାଷ୍ଟ୍ର, କେରଳ, ପଂଜାବ, ଗୁଜରାଟ, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ସ୍ଥିତି ଧିରେ ଧିରେ ଜଟିଳ ହେବାରେ ଲାଗଛି । ନୂଆ ସଂକ୍ରମିତ ମାମଲାର ୮୭. ୭୩ ପ୍ରତିଶତ କେବଳ ଏହି ୭ଟି ରାଜ୍ୟରେ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଗତContinue reading “କାୟା ମେଲାଉଛି କରୋନା । ଦିନକରେ ଦେଶରେ ୨୬ ହଜାର ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ । ଗତ ୮୫ ଦିନ ଭିତରେ ସର୍ବାଧିକ ଦୈନିକ ସଂକ୍ରମଣ ।”

ଅସୁବିଧାରେ ପଡିଥିବା ବିହାର ତୀର୍ଥଯାତ୍ରୀଙ୍କ ସହାୟତା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଧନ୍ୟବାଦ ଜଣାଇଲେ ବିହାର ଉପମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ । ବିହାର ସମସ୍ତିପୁର ଜିଲାରୁ ଓଡ଼ିଶା ଆସିଥିବା ଏକ ତାର୍ଥଯାତ୍ରୀ ଗାଡ଼ି ବାଟରେ ଖରାପ ହୋଇଯିବାରୁ କେନ୍ଦୁଝରର ଏକ ଜଙ୍ଗଲ ନିକଟରେ ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ବିଭିନ୍ନ ଆଶଙ୍କା ଭିତରେ ରହିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସୂଚନା ପାଇବା ପରେ ତୁରନ୍ତ ସହାୟତା ପଠାଇ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଏପରି ପଦକ୍ଷେପକୁContinue reading “ଅସୁବିଧାରେ ପଡିଥିବା ବିହାର ତୀର୍ଥଯାତ୍ରୀଙ୍କ ସହାୟତା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଧନ୍ୟବାଦ ଜଣାଇଲେ ବିହାର ଉପମୁଖ୍ୟମନ୍ତ୍ରୀ ।”

ପ୍ରତି କରୋନା ରୋଗୀର ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି ୧୬ ହଜାରରୁ ଅଧିକ ଟଙ୍କା । ୩୩ ଘରୋଇ ହସପିଟାଲରେ ୪୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର ।

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ରୋଗୀ ପିଛା ୧୬ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ କଟକ ମହାନଗରର କୋଭିଡ୍ ଖର୍ଚ୍ଚର ହିସାବ ଦେବା ବେଳେ ଏହି କଥା ସାମନାକୁ ଆସିଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, କୋଭିଡରେ ଆକ୍ରାନ୍ତ ହୋଇଥିବା ପ୍ରତ୍ୟେକ ରୋଗୀ ପିଛା ୧୬ ହଜାର ୨୭୯Continue reading “ପ୍ରତି କରୋନା ରୋଗୀର ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି ୧୬ ହଜାରରୁ ଅଧିକ ଟଙ୍କା । ୩୩ ଘରୋଇ ହସପିଟାଲରେ ୪୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର ।”

ଟୋକନ ଅବଧି ଶେଷ ହେବା ପରେ ବି ପଡି ରହିଛି ବସ୍ତା ବସ୍ତା ଧାନ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଚାଷୀଙ୍କ କରୁଣ ଚିତ୍ର

କନକ ବ୍ୟୁରୋ: ମଣ୍ଡି ଖୋଲିଛି, କିନ୍ତୁ ସମୟ ବିତିଯାଇଥିଲେ ବିକ୍ରି ନ ହୋଇ ପଡିରହିଛି ବସ୍ତା ବସ୍ତା ଧାନ । ଯାହା ଫଳରେ ଚାଷୀଙ୍କ ଚିନ୍ତା ବଢିଯାଇଛି । ରାଜ୍ୟର ୩ଟି ସ୍ଥାନରୁ ଆସିଛି ଚାଷୀଙ୍କ ଦୁର୍ଦ୍ଦଶାର ଏଭଳି କରୁଣ ଚିତ୍ର । ବରଗଡ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିଲା । ପଦ୍ମପୁର ଆଏମଏସି ଅଧିନରେ ଥିବା ସତୁରୀ ମଣ୍ଡିରେ ମଧ୍ୟ ଚାଷୀଙ୍କ ଧାନ କିଣାଗଲା । ଚାଷୀContinue reading “ଟୋକନ ଅବଧି ଶେଷ ହେବା ପରେ ବି ପଡି ରହିଛି ବସ୍ତା ବସ୍ତା ଧାନ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଚାଷୀଙ୍କ କରୁଣ ଚିତ୍ର”

ଅନଲାଇନରେ ଗାଈ ବିକ୍ରି କରିବା ପଡ଼ିଲା ମହଙ୍ଗା । ସାଇବର ଠକାମୀର ଶିକାର ହୋଇ ୧୦ ଲକ୍ଷ ହରାଇଲେ ଯୁବକ ।

କନକ ବ୍ୟୁରୋ: ଆପଣ ଅନଲାଇନରେ କିଣାବିକା କରୁଛନ୍ତି କି? ଯଦି କରୁଛନ୍ତି, ତେବେ ସାବଧାନ । କାରଣ, ଆପଣଙ୍କର ଟିକିଏ ଅସାବଧାନତା, ହୁଏତ ଆପଣଙ୍କ ବ୍ୟାଙ୍କ ଖାତାରୁ ସବୁ ଟଙ୍କା ଖାଲି କରିଦେବ । ଅନଲାଇନରେ ଗାଈ ବିକ୍ରି କରିବାକୁ ଯାଇ, ଏଭଳି କିଛି ଠକାମୀର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଯୁବକ ଦେବାଶିଷ ସାହୁ । ଅନଲାଇନରେ ଗାଈ ବିକ୍ରି କରିବାକୁ ବିଜ୍ଞାପନ ଦେଇ ଏକ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଯାଇଛନ୍ତି ଏହି ଯୁବକContinue reading “ଅନଲାଇନରେ ଗାଈ ବିକ୍ରି କରିବା ପଡ଼ିଲା ମହଙ୍ଗା । ସାଇବର ଠକାମୀର ଶିକାର ହୋଇ ୧୦ ଲକ୍ଷ ହରାଇଲେ ଯୁବକ ।”

ଫାଣ୍ଡି ପରିସରରେ କଙ୍କାଳ ମିଳିବା ଘଟଣା । ଯେତିକି ଉତ୍ତର ମିଳୁଛି, ସେତିକି ପ୍ରଶ୍ନ ବଢ଼ୁଛି । ମହିଳାଙ୍କ ପରିଚୟ ପାଇଁ କମିସନରେଟ୍ ପୁଲିସର ତନାଘନା

କନକ ବ୍ୟୁରୋ: ବିଳମ୍ବରେ ହେଲେ ସୁଦ୍ଧା କଙ୍କାଳର କାହାଣୀ ଉପରୁ ପରଦା ହଟାଇବା ପାଇଁ ଗମ୍ଭୀରତାର ସହ ଛାନଭିନ୍ ଆରମ୍ଭ କରିଛି କମିଶନରେଟ୍ ପୁଲିସ୍ । ମୃତ୍ୟୁର ୬ ମାସ ପରେ କଙ୍କାଳ ଉଦ୍ଧାର ହେବା ଏବଂ କଙ୍କାଳ ମିଳିବାର ଗୋଟିଏ ମାସ ଯାଏଁ ଏକ ପ୍ରକାର ନିରବ ଥିବା ପୁଲିସ୍ ପ୍ରଶାସନ, ଏବେ ଘନ ଘନ ସାମ୍ବାଦିକ ସମ୍ମିଳନୀ ଜରିଆରେ ତଦନ୍ତର ପ୍ରତିଟି ଦିଗ ଉପରେ ସୂଚନା ଦେଉଛି । ତେବେ ଏହି କଙ୍କାଳ କାହାର?Continue reading “ଫାଣ୍ଡି ପରିସରରେ କଙ୍କାଳ ମିଳିବା ଘଟଣା । ଯେତିକି ଉତ୍ତର ମିଳୁଛି, ସେତିକି ପ୍ରଶ୍ନ ବଢ଼ୁଛି । ମହିଳାଙ୍କ ପରିଚୟ ପାଇଁ କମିସନରେଟ୍ ପୁଲିସର ତନାଘନା”

Design a site like this with WordPress.com
Get started